Categories
ଜାତୀୟ ଖବର ବିଶେଷ ଖବର

ହୁ ହୁ ହୋଇ ବଢିବାରେ ଲାଗିଛି ତୈଳ୍ୟଦର, ପ୍ରଧାନମନ୍ତ୍ରୀଙ୍କୁ ରାହୁଳ ଗାନ୍ଧୀ କଲେ କଡା କଟାକ୍ଷ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ହୁହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର। ଯାହା ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି। ଗତ ୧୪ ଦିନ ମଧ୍ୟରେ ଆଜି ୧୨ଥର ପାଇଁ ବଢିଛି ତୈଳଦର। ସୋମବାର ପେଟ୍ରୋଲ ଡିଜେଲ ଲିଟର ପିଛା ୪୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ୨ ସପ୍ତାହ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ପ୍ରାୟ ୮.୪୦ ଟଙ୍କା ବଢିଲାଣି।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩. ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୦୭ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ସୋମବାର ପେଟ୍ରୋଲ ଲିଟର ପିଛା ୪୨ ପଇସା ବଢିଛି । ଫଳରେ ଏଠାରେ ପେଟ୍ରୋଲ ଲିଟର ୧୧୮.୮୩ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା ୪୩ ପଇସା ବଢିବାରୁ ଏହାର ଦାମ ୧୦୩.୦୭ ଟଙ୍କା ଛୁଇଁଛି।

ସେହିପରି ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୯.୩୪ ଟଙ୍କା ଓ ଡିଜେଲ ୯୯.୪୨ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ୪୨ ପଇସା ଓ ଡିଜେଲ ୪୦ ପଇସା ବଢିଛି । ବର୍ଦ୍ଧିତ ଦର ପରେ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩.୪୫ ଟଙ୍କା ଓ ଡିଜେଲ ୯୩.୨୩ ଟଙ୍କା ହୋଇଛି ।

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ୨ ପଇସା ଲେଖାଏ ବଢିଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୦.୭୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୦.୫୩ ଟଙ୍କାରେ ବିକ୍ରି ହେଉଛି । ତେଲ ଦର ହୁ ହୁ ହୋଇ ବଢୁଥିବାରୁ ସବୁ ଜିନିଷ ଉପରେ ଏହାର ପ୍ରଭାବ ପଡୁଛି ।

ତେବେ ଦୀର୍ଘଦିନ ଧରି ଦେଶରେ ତୈଳ୍ୟ ଦର ବଢୁଥିବାରୁ ଏହାକୁ ନେଇ କଂଗ୍ରେସ ନେତା ରାହୁଳ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ‘ଜନଧନ ଲୁଟ ଯୋଜନା‘। ସେତେକି ନୁହେଁ ସେ କେଉଁ ଗାଡିରେ ତେଲ ଭର୍ତ୍ତି କଲେ ବର୍ତ୍ତମାନ କେତେ ପଡିବ ଏବଂ ପୂର୍ବେ କେତେ ଥିଲା ତାହାର ଏକ ହିସାବ ଦେଇଛନ୍ତି।

ରାହୁଳ ଗାନ୍ଧୀ ଏ ସବୁ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ବିଜେପି ଟ୍ରୋଲ ବାହିନୀ ଜବାବ ଦେବା ପାଇଁ ଲାଗିପଡିଛନ୍ତି। କେତେକ ବର୍ତ୍ତମାନ ବିଜେପି ଶାସିତ ରାଜ୍ୟରେ ତେଲ ଦର କେତେ ଅଛି ଆଉ କଂଗ୍ରେସ ଶାସିତ ରାଜ୍ୟରେ କେତେ ତାହାର ହିସାବ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶରେ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର, ହେଲେ 4ଟି ରାଜ୍ୟରେ ହେଲା ଶସ୍ତା, କିପରି ?

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁହୁ ହୋଇ ବଢିବାରେ ଲାଗିଛି। ଯାହାଫଲରେ କେନ୍ଦ୍ର ସରକାର ତାହାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରୁ ନାହାଁନ୍ତି। ଗତ 2 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ହେଲେ ବିଗତ 12 ଦିନ ଧରି ଏହି ଦର ହୁହୁ ହୋଇ ବଢିବାରେ ଲାଗିଛି। ଏପରିକି କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା 100 ଟଙ୍କାରେ ପହଁଚିଛି। ତେବେ ବର୍ତ୍ତମାନ ଏହି ବିଭିନ୍ନ ସ୍ଥାନରେ ପ୍ରାୟ 96 ଟଙ୍କାରେ ବିକ୍ରି ହେଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ନ ଥିଲେ ମଧ୍ୟ ଭାରତରେ ଏହି ବୃଦ୍ଧି ପାଇବା ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି।

ଏହାକୁ ନେଇ ରାଜନୈତିକ ବୟାନବାଜି ଚାଲିଥିଲେ ମଧ୍ୟ ତୈଳ ଦରର ହ୍ରାସ ପାଇବାକୁ ନାଁ ଧରୁ ନାହଁ। ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ନିଜ ଉପରୁ ଦୋଷ ତୁଟାଇବା ବୟାନ ବାଜି ଦେଉଛନ୍ତି ସିନା ତୈଳ ଦର ହ୍ରାସ କରିବାରେ ପଦକ୍ଷେପ ଗ୍ରହଣ କରୁ ନାହିଁନ୍ତି। ତୈଳ ଦର ବଢିବା ସହିତ ଅନ୍ୟାନ ଦର ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ଫଳରେ ସାଧାରଣ ଖାଉଟି ବର୍ତ୍ତମାନ ହନ୍ତସନ୍ତ ହେବାରେ ଲାଗିଛନ୍ତି।

ଦେଶରେ ଏପରି ତୈଳ ଦର ବଢୁଥିବାର ଦୃଷ୍ଟିରେ ରଖି କେତେକ ରାଜ୍ୟ ତେଳ ଉପରୁ ଭାଟ ଛାଡ କରିବା ପାଇଁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ପାଞ୍ଚୋଟି ରାଜ୍ୟ ଏହି ଭାଟ ଛାଡ କରିଛନ୍ତି। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମବଙ୍ଗ, ରାଜସ୍ଥାନ, ଆସାମ ଏବଂ ମେଘାଳୟ। ଭାଟ ଛାଡ କରିବା ଦ୍ବାରା ଏହି ପାଞ୍ଚୋଟି ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ହାର ହ୍ରାସ ପାଇଛି।

ପ୍ରଥମେ, ଜାନୁଆରୀ 29 ତାରିଖରେ ରାଜସ୍ଥାନ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ 38 ପ୍ରତିଶତରୁ 36 ପ୍ରତିଶତକୁ ହ୍ରାସ କରିଥିଲା। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟରେ ଲିଟର ପିଛା ଏକ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏପ୍ରିଲରେ ପଶ୍ଚିମବଂଗର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ମମତା ଏପରି ଘୋଷଣା କରିଛନ୍ତି ବୋଲି କୁହାଯାଉଛି।

ସେହିପରି ଫେବୃଆରୀ 12 ରେ ଆସାମ ରାଜ୍ୟ ସରକାର ମଧ୍ୟ ଗତ ବର୍ଷ କରୋନା ସଙ୍କଟ ସମୟରେ ଲଗାଯାଇଥିବା 5 ଟଙ୍କା ଅତିରିକ୍ତ ଟିକସକୁ ହଟାଇ ଦେଇଛନ୍ତି। ଆସାମରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏଥି ସହିତ ମେଘାଳୟ ରାଜ୍ୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ ବଡ ହ୍ରାସ କରିଛନ୍ତି। ସେଠାରେ ପେଟ୍ରୋଲ ଉପରେ 7.40 ଏବଂ ଡିଜେଲରେ 7.10 ମୂଲ୍ୟ ହ୍ରାସ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପ୍ରଥମେ ଲିଟର ପିଛା 2 ଟଙ୍କା ହ୍ରାସ କରାଯାଇଥିଲା, ଏହା ପରେ ପେଟ୍ରୋଲ ଉପରେ ଭାଟ୍ ମଧ୍ୟ 31.62% ରୁ 20% ଏବଂ ଡିଜେଲରେ 22.95% ରୁ 12% କୁ ହ୍ରାସ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପୁଣି ବଢିଲା ପେଟ୍ରୋଲ ଡିଜେଲ ଦର, ବର୍ତ୍ତମାନ ଜାଣନ୍ତୁ ରାଜ୍ୟରେ ଲିଟର ପିଛା କେତେ ରହିଲା ଦର

ନୂଆଦିଲ୍ଲୀ, ପୁଣି ଥରେ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତର 12 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ସଦ୍ୟତମ ସୂଚନା ଅନୁସାରେ ଆଜି ପେଟ୍ରୋଲ 53 ପଇସା ଏବଂ ଡିଜେଲ 64 ପଇସାକୁ ବୃଦ୍ଧି ଘଟିଛି। ଏହି ଦର ଆଜି ସକାଳ 6ଟାରୁ ଲାଗୁ କରାଯାଇଛି। ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୭୭.୮୧ଟଙ୍କା ଓ ଡିଜେଲ ଦର ଲିଟର ପିଛା ୭୬.୪୩ଟଙ୍କା ରହିଛି।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୮.୩୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୪.୩୦ ଟଙ୍କାକୁ ବୃଦ୍ଧି ପାଇଛି।ଦୀର୍ଘ 12 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ୮୨ ଦିନ ଧରି ଦର ସ୍ଥିର ରହିବା ପରେ ବର୍ତ୍ତମାନ ଏହାର ଦର ହୁହୁ ହୋଇ ବଢିବାରେ ଲାଗିଛି। ଏହି ୧୨ ଦିନ ଭିତରେ ତୈଳ ଦର ୬ ଟଙ୍କାରୁ ଉର୍ଦ୍ଧ୍ବ ବୃଦ୍ଧି ପାଇଥିବାର ଜଣାପଡିଛି।