ପୁଣି ବଢିଲା ପେଟ୍ରୋଲ ଡିଜେଲ ଦର, ବର୍ତ୍ତମାନ ଜାଣନ୍ତୁ ରାଜ୍ୟରେ ଲିଟର ପିଛା କେତେ ରହିଲା ଦର

Published: Jun 18, 2020, 9:12 am IST

ନୂଆଦିଲ୍ଲୀ, ପୁଣି ଥରେ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତର 12 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ସଦ୍ୟତମ ସୂଚନା ଅନୁସାରେ ଆଜି ପେଟ୍ରୋଲ 53 ପଇସା ଏବଂ ଡିଜେଲ 64 ପଇସାକୁ ବୃଦ୍ଧି ଘଟିଛି। ଏହି ଦର ଆଜି ସକାଳ 6ଟାରୁ ଲାଗୁ କରାଯାଇଛି। ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୭୭.୮୧ଟଙ୍କା ଓ ଡିଜେଲ ଦର ଲିଟର ପିଛା ୭୬.୪୩ଟଙ୍କା ରହିଛି।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୮.୩୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୪.୩୦ ଟଙ୍କାକୁ ବୃଦ୍ଧି ପାଇଛି।ଦୀର୍ଘ 12 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ୮୨ ଦିନ ଧରି ଦର ସ୍ଥିର ରହିବା ପରେ ବର୍ତ୍ତମାନ ଏହାର ଦର ହୁହୁ ହୋଇ ବଢିବାରେ ଲାଗିଛି। ଏହି ୧୨ ଦିନ ଭିତରେ ତୈଳ ଦର ୬ ଟଙ୍କାରୁ ଉର୍ଦ୍ଧ୍ବ ବୃଦ୍ଧି ପାଇଥିବାର ଜଣାପଡିଛି।

Related posts