Categories
ଆଜିର ଖବର ଜାତୀୟ ଖବର

ଡ୍ରଗ୍ସ ଲିଙ୍କ ମାମଲାରେ କମେଡିଆନ ଭାରତୀ ଗିରଫ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ କମେଡିଆନ ଭାରତୀଙ୍କୁ ଗିରଫ କରିଛି ଏନସିବି। ଆଉ ତାଙ୍କ ସ୍ୱାମୀ ହର୍ଷଙ୍କ ଠାରୁ ପଚରାଉଚୁରା ଜାରି ରଖିଛି। ଆଜି ଏନସିବି ମୁମ୍ବାଇରେ ୩ଟି ସ୍ଥାନରେ ରେଡ କରିଥିଲା। ଆଉ ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କ ଘର ଉପରେ ବି ଏନସିବି ରେଡ ହୋଇଥିଲା। ରେଡ୍‌ ବେଳେ ତାଙ୍କ ଘରୁ ୮୬ ଗ୍ରାମରୁ ଅଧିକ ପରିମାଣର ଗଞ୍ଜେଇ ମିଳିଥିବା ସୂଚନା ମିଳିଛି। ଏହି କାରଣରୁ ଉଭୟ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି ମୁଖ୍ୟାଳୟରେ ଜେରା କରାଯାଇଥିଲା। ପଚରାଉଚରା ବେଳେ ଭାରତୀ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି। ତେବେ ଜେରା ବେଳେ ଗଞ୍ଜେଇ ସେବନ କରୁଥିବା ଏନସିବି ଆଗରେ ଉଭୟ ସ୍ୱୀକାର କରିଛନ୍ତି। ( ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କ: ବଲିଉଡର ବହୁ ଅଭିନେତ୍ରୀଙ୍କୁ ସମନ କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ବଲିଉଡରେ ବହୁ ଅଭିନେତ୍ରୀଙ୍କୁ ସମନ ଜାରି କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଦୀପିକା ପାଦୁକୋନଙ୍କୁ ସମନ ଜାରି କରିଛି ଏନସିବି। ସେପ୍ଟେମ୍ବର ୨୫ ତାରିଖରେ ଦୀପିକାଙ୍କୁ ହାଜର ହେବାକୁ ସମନ ଜାରି କରାଯାଇଛି। ଦୀପିକାଙ୍କ ପରି ଆଉ କିଛି ଅଭିନେତ୍ରୀଙ୍କୁ ସମନ କରିଛି ଏନସିବି। ସେମାନେ ହେଲେ ସାରା ଅଲ୍ଲି ଖାଁ,  ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂହ ଓ ସିମୋନ ଖମ୍ବଟାଙ୍କୁ ମଧ୍ୟ ସମନ କରାଯାଇଛି। ଡ୍ରଗ୍ସ ଲିଙ୍କରେ ଏହି ଅଭିନେତ୍ରୀମାନଙ୍କୁ ଜେରା କରିବ ଏନସିବି। ସେପ୍ଟେମ୍ବର ୨୪ ରେ ହାଜର ହେବେ ରକୁଲପ୍ରୀତ ଏବଂ ସିମୋନ। ପୂର୍ବରୁ ଏନସିବି ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।