Categories
ଆଜିର ଖବର ଜାତୀୟ ଖବର

ଜଳୁଛି ପୃଥିବୀ!, ଜୁଲାଇ ୨୦୨୩ ମାନବ ଇତିହାସର ସବୁଠାରୁ ଉତ୍ତପ୍ତ ମାସ

ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ଵର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହେତୁ ଗରମ ବୃଦ୍ଧି ପାଇଛି। ଚୀନ୍ ଠାରୁ ୟୁରୋପ, ଆମେରିକା ଏବଂ ବିଶ୍ଵର ଅନ୍ୟାନ୍ୟ ସ୍ଥାନ ଗରମ ହେତୁ ଲୋକମାନେ ଅସୁବିଧାରେ ପଡିଛନ୍ତି। ନିକଟରେ ଜର୍ମାନୀର ଲିପଜିଗ୍ ବିଶ୍ୱବିଦ୍ୟାଳୟ ଗୁରୁବାର ଦିନ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ କୁହାଯାଇଛି ଯେ, ଜୁଲାଇ ୨୦୨୩ ର ଜୁଲାଇ ମାସ ଗ୍ରୀଷ୍ମ ରେକର୍ଡ ଭାଙ୍ଗିବ। ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ମାସର ହାରାହାରି ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ଅଧିକ ହେବ।

ୟୁରୋପୀୟ ସଂଘର ତଥ୍ୟ ଅନୁଯାୟୀ, ଜୁଲାଇ ୨୦୧୯ ଅପେକ୍ଷା ଏହା ଅତି କମରେ ୦.୨ସି ଉଷ୍ମ ହେବ। ଲିପଜିଗର ଜଳବାୟୁ ବୈଜ୍ଞାନିକ କାଷ୍ଟର୍ନ ହାଷ୍ଟିନ କହିଛନ୍ତି ଯେ, ଜୁଲାଇ ୨୦୨୩ ରୁ ୨୦୧୯ ମଧ୍ୟରେ ପାର୍ଥକ୍ୟ ଏତେ ବଡ ଯେ ଆମେ ଗରମ ମାସ ହେବାକୁ ଯାଉଥିବାର ଆମେ ଜାଣିଥିଲୁ।

ସମ୍ପ୍ରତି ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ବିଶ୍ୱକୁ ଚେତାବନୀ ଦେଇଛନ୍ତି ଯେ, ଗ୍ଲୋବାଲ ୱାର୍ମିଂ ଯୁଗ ଶେଷ ହୋଇଛି। ଆମେ ବର୍ତ୍ତମାନ ବିଶ୍ଵ ଫୁଟିବା ଯୁଗରେ ଅଛୁ। ଆଣ୍ଟୋନିଓ ଗୁଟେରସ୍ ଙ୍କ ଏହି ଚିନ୍ତାଜନକ ବିବୃତ୍ତି ଆସିଛି ଯେତେବେଳେ ବୈଜ୍ଞାନିକମାନେ ନିଶ୍ଚିତ କରିଛନ୍ତି ଯେ, ଜୁଲାଇ ୨୦୨୩ ମାନବ ଇତିହାସର ସବୁଠାରୁ ଉତ୍ତପ୍ତ ମାସ ହେବାକୁ ଯାଉଛି। ଏହି ବଢୁଥିବା ସଙ୍କଟର ମୁକାବିଲା ପାଇଁ ଗୁଟେରସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ତତଲା କଡେଇରେ ଡହଳ ବିକଳ ଓଡିଶା: ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ଆଜି ମଧ୍ୟ ତତଲା କଡେଇରେ ଓଡିଶା ଡହଳ ବିକଳ ହେଉଛି। ବଢୁଥିବା ତାପମାତ୍ରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ତେବେ ସବୁ ଦିନ ଭଳି ଆଜି ମଧ୍ୟ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ତାପମାତ୍ରାର ଅପଡେଟ ଜାରି କରାଯାଇଛି। ଆଜି ୧୧.୩୦ ପର୍ଯ୍ୟନ୍ତ କେଉଁ ସହରରେ କେତେ ତାପମାତ୍ରା ରେକର୍ଡ କରାଯାଇଛି, ତାହା ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଦିନ ୧୧.୩୦ ସୁଦ୍ଧା ଓଡିଶାର ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡା ରେକର୍ଡ କରିଛି। କିନ୍ତୁ ଗତକାଲି ଏହି ସମୟ ମଧ୍ୟରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ଭାବେ ରାଜଧାନୀ ଭୁବନେଶ୍ବର ରେକାର କରିଥିଲା। ଆଜି ଝାରସୁଗୁଡାରେ ଦିନ ୧୧.୩୦ ସୁଦ୍ଧା ୪୦.୮ ଡିଗ୍ରୀ ଥିବା ବେଳେ କେନ୍ଦୁଝରରେ ୩୯.୨ ଡିଗ୍ରୀ, ଭୁବନେଶ୍ବରରେ ୩୯.୦ ଡିଗ୍ରୀ, ସମ୍ବଲପୁରରେ ୩୯.୦ ଡିଗ୍ରୀ, ବାଲେଶ୍ବରରେ ୩୭.୮ ଡିଗ୍ରୀ, ହୀରାକୁଦରେ ୩୭.୮ ଡିଗ୍ରୀ, ଚାନ୍ଦବାଲିରେ ୩୭.୪ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ, ଗୋପାଳପୁରରେ ୩୩.୬ ଡିଗ୍ରୀ ଏବଂ ପାରାଦୀପରେ ୩୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଉଲ୍ଲେଖ ଥାଉ କି ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଜି ଏବଂ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ତତଲା କଡେଇରେ ଫୁଟୁଛି ଓଡିଶା: ଦିନ ୧୧.୩୦ ସୁଦ୍ଧା ରାଜଧାନୀରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ତତଲା କଡେଇରେ ଫୁଟୁଛି ଓଡିଶା। ଦିନ ୧୧.୩୦ ସୁଦ୍ଧା କେଉଁ ସହରରେ କେତେ ତାପମାତ୍ରା ଅଛି ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଦିନ ୧୧.୩୦ ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ଵର ରହିଛି। ଭୁବନେଶ୍ଵରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୪୦.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି।

ସେହିଭଳି କେନ୍ଦୁଝରରେ ୩୯.୨ ଡ଼ିଗ୍ରୀ ତାପମାତ୍ରା ଥିବୀ ବେଳେ ସମ୍ବଲପୁରରେ ୩୮.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ଡ଼ିଗ୍ରୀ, ପୁରୀରେ ୩୪.୨ ଡ଼ିଗ୍ରୀ ଓ ପାରାଦୀପରେ ୨୮.୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।