ଆଜି ତତଲା କଡେଇରେ ଫୁଟୁଛି ଓଡିଶା: ଦିନ ୧୧.୩୦ ସୁଦ୍ଧା ରାଜଧାନୀରେ ସର୍ବାଧିକ ତାପମାତ୍ରା ରେକର୍ଡ

Published: Apr 18, 2023, 12:40 pm IST

ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ତତଲା କଡେଇରେ ଫୁଟୁଛି ଓଡିଶା। ଦିନ ୧୧.୩୦ ସୁଦ୍ଧା କେଉଁ ସହରରେ କେତେ ତାପମାତ୍ରା ଅଛି ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଦିନ ୧୧.୩୦ ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ଵର ରହିଛି। ଭୁବନେଶ୍ଵରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୪୦.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି।

ସେହିଭଳି କେନ୍ଦୁଝରରେ ୩୯.୨ ଡ଼ିଗ୍ରୀ ତାପମାତ୍ରା ଥିବୀ ବେଳେ ସମ୍ବଲପୁରରେ ୩୮.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ଡ଼ିଗ୍ରୀ, ପୁରୀରେ ୩୪.୨ ଡ଼ିଗ୍ରୀ ଓ ପାରାଦୀପରେ ୨୮.୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Related posts