Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ଛେରା ପହଁରା କାରିବାକୁ ଗଲେନି ରାଜା

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାରେ ଆଜି ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି। ଗୁଣ୍ଡିଚା ଭଳି ବାହୁଡାରେ ଭଲ ପାଗ ଦେଇଥିବାରୁ ଲୋକଙ୍କ ଭିଡ ଜମିଥିଲା। ଯାହାଫଳରେ ଆଜି ରଣପୁର ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା ବେଳେ ମା ଶୁଭଦ୍ରାଙ୍କ ଦେବଦୋଳନ ଓ ଜଗନ୍ନାଥ ଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଛି।

ଗତକାଲି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ନବମୀ ନିତି ସମାପନ୍ନ କରାଯାଇଥିଲା। ଆଜି ସକାଳୁ ଅବକାଶ, ବଲ୍ଲଭ ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହୋଇଥିଲା। ଅପରାହ୍ଣ ୨.୩୦ ରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିଲା। ପ୍ରଥମେ ସୁଦର୍ଶନ ପହଣ୍ଡି କରାଯାଇଥିଲା। ପରେ ଘରବାହୁ ଠାକୁର ଙ୍କୁ ପହଣ୍ଡି କରାଯାଇଥିଲା। ଶେଷ ରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଯାଇଥିଲା। ଏକ ଅପୂର୍ବ ଶୋଭା ମଧ୍ୟରେ ୩ ଠାକୁର ଙ୍କୁ ଝୁଲାଇ ଝୁଲାଇ ପହଣ୍ଡି କରାଯାଇଥିଲା।

ବିଶେଷ କରି ଜଗନ୍ନାଥ ଙ୍କ ପହଣ୍ଡି ବେଶ ଆକର୍ଷଣିିୟ ହୋଇଥିଲା। ରଙ୍ଗ ବେରଙ୍ଗିର ଝରା ଲଗେଇ କାଳିଆ ସାଆନ୍ତ ଝୁଲି ଝୁଲି ଗୁଣ୍ଡିଚା ମନ୍ଦିର ରୁ ଆସିଥିଲେ। ଏହି ସମୟରେ ବାହାରେ ହଜାର ହଜାର ଲୋକ ରୁଣ୍ଡ ହୋଇ ହରି ବୋଲ ,ହୁଳହୁଳିରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟିୁ ହୋଇଥିଲା। ବିଶେଷ କରି ଜଗନ୍ନାଥଙ୍କ ପହଣ୍ଡି ଆଗରେ ଓଡିଶୀ ନୃତ୍ୟ , ଘଂଟ,ଘଂଟା ଓ ମହୁରି ର ଶଦ୍ଦ ବେଶ ମନ୍ତମୁଗ୍ଧ ତଥା ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ତିନି ଠାକୁର ଅପରାହ୍ନ ୫ ଟାରେ ରଥା ରୂଢ ପରେ ରଥକୁ ଛେରା ପହଁରା କରାଯାଇଥିଲା। କିନ୍ତୁ ରାଜା ଓ ରାଜ-ପୁରୋହିତ ଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇ ନ ଥିବା ଯୋଗୁଁ ରାଜା ଛେରା ପହଁରା କରିବାକୁ ଆସି ନ ଥିଲେ। ଫଳରେ ବାହୁଡାରେ ରାଜ ପୁରୋହିତ ରଥରେ ଛେରା ପହଁରା କରିଥିଲେ। ଏହାକୁ ନେଇ ଭକ୍ତ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି।

ତିନି ରଥ ର ଛେରାପହଁରା ପରେ ବଳଭଦ୍ର ଙ୍କ ରଥ ଟଣାଯାଇଥିଲା। ସନ୍ଧ୍ୟା ୬.୫୦ ଟାରେ ବଳଭଦ୍ର ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଚିଂଥିଲା। ସୋମବାର ଦିନ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣିବେ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି । ଆଜି ଅର୍ଥାତ୍ ରବିବାର ସନ୍ଧ୍ୟାରେ ପଚୁଂଦୋଳ ପଡିଆ ଠାରେ ଜଗନ୍ନାଥ ରଥ ସମ୍ମୁଖରେ ଓଡିଶାର ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଠିତ ହେବ। ରବିବାର ଦିନ ଶ୍ରୀଜିଉ ଙ୍କର ଏକାଦଶୀ ନିଥି ସମ୍ପନ୍ନ ହେବ ବୋଲି ପ୍ରଶାସନ ଠାରୁ ଜଣାଯାଇଛି। କିମ୍ବଦନ୍ତୀ ଓ ମାଦଳା ପାଞ୍ଜୀ ଅନୁଯାୟୀ ପୁରୀର ଷୋହଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି। ପୁରୀ ଭଳି ରଣପୁରରେ ଚତୁର୍ଦ୍ଧା ମୂର୍ତ୍ତି , ବଡ ଦେଉଳ, ବଡ ଦାଣ୍ଡ ଓ ରଥଯାତ୍ରା ଅନୁଷ୍ଠିତ ହୁଏ।

ପୁରୀରେ ଶ୍ରୀ ଜୀଉଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ ରଣପୁରରେ ଦର୍ଶନ କଲେ ସେହି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତିବର୍ଷ ଭିଡ ଜମେ। ଆଜି ବାହୁଡା ଯାତ୍ରାରେ ଓଡିଶାର ବାଚସ୍ପତି ସୁରମା ପାଢୀ, ପୂର୍ବତନ ସାଂସଦ ରବି ନାରାୟଣ ମହାପାତ୍ର, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସାଂସଦ ପ୍ରତିନିଧି ପ୍ରୟବ୍ରତ ପ୍ରହରାଜଙ୍କ ସମେତ ବିଭିନ୍ନ ସମାଜସେବୀ, ସାମ୍ବାଦିକ, କାଉନସିଲର ପ୍ରମୂଖ ଯୋଗ ଦେଇ ରଥ ଟାଣି ଥିଲେ। ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ଶ୍ରୀମନ୍ଦିର ନିକଟରେ ପହଚିଂଲା ତାଳଧ୍ୱଜ

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାରେ ଆଜି ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି। ଗୁଣ୍ଡିଚା ଭଳି ବାହୁଡାରେ ଭଲ ପାଗ ଦେଇଥିବା ରୁ ଲୋକ ଙ୍କ ଭିଡ ଜମିଥିଲା। ଯାହାଫଳରେ ଆଜି ରଣପୁର ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ସମା୍‌ଗମ ହୋଇଥିବା ଦେଖିବାକୁ ମିଳିଛି। ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା ବେଳେ ଶୁଭଦ୍ରା ଙ୍କ ଦେବଦୋଳନ ସନ୍ଧ୍ୟା ହୋଇଯିବାରୁ ମଝିଦାଣ୍ଡରେ ଅଟକି ରହିଛି।

ଗତକାଲି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ନବମୀ ନିତି ସମାପନ୍ନ କରାଯାଇଥିଲା। ଆଜି ସକାଳୁ ଅବକାଶ, ବଲ୍ଲଭ ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହୋଇଥିଲା। ଦିନ ୯.୩୦ ରେ ପହଣ୍ଡି ପାଇଁ ପ୍ରଶାସନ ନିଷ୍ପତି ନେଇଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଦିନ ୧ଟା ପରେ ଶ୍ରୀଜିଉ ପହଣ୍ଡି ହୋଇଥିଲା। ପ୍ରଥମେ ସୁଦର୍ଶନ ପହଣ୍ଡି କରାଯାଇଥିଲା। ପରେ ଘରବାହୁ ଠାକୁର ଙ୍କୁ ପହଣ୍ଡି କରାଯାଇଥିଲା। ଶେଷ ରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଯାଇଥିଲା।

ତିନି ଠାକୁର ରଥା ରୂଢ ପରେ ଅପରାହ୍ନ ୪ ଟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂଦେଓ ତିନି ରଥକୁ ଛେରା ପହଁରା କରିବା ପାଇଁ ରାଜବାଟିରୁ ବିମାନ ରେ ବାହାରିଥିଲେ। ୩ ରଥ ର ଛେରାପହଁରା ପରେ ପ୍ରଥମେ ବଳଭଦ୍ର ଙ୍କ ରଥ ଟଣାଯାଇଥିଲା। ଅପରାହ୍ନ ୫.୩୦ ଟାରେ ବଳଭଦ୍ର ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଚିଂଥିଲା।

ପରେ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣିଥିଲେ। କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ସୁଭଦ୍ରା ଙ୍କ ରଥ ଚଣ୍ଡେଶ୍ୱର ସାହି ଛକ ଠାରେ ଅଟକିଥିଲା। ଗୁରୁବାର ବଡଏକାଦଶି ଥିବାରୁ ରଥ ଟଣାଯିବ ନାହିଁ।

ଶୁକ୍ରବାର ଜଗନ୍ନାଥଙ୍କ ନନ୍ଦିଘୋଷ ଓ ସୁଭଦ୍ରାଙ୍କ ଦେବଦୋଳନ ଟଣାଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି।

ସେହିପରି ଗୁରବାର ସଂନ୍ଧ୍ୟାରେ ପଞ୍ଚୁଦୋଳ ପଡିଆ ସ୍ଥିତ ଜଗନ୍ନାଥ ରଥ ସମ୍ମୁଖରେ ଓଡିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କୁ ନେଇ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ରହିଛି। ଏଥିରେ ଇରା ମହାନ୍ତି, ପିନାକି ନାୟକ ଓ ଶ୍ରୀ ଚରଣ ମହାନ୍ତି ଆଦି ଓଡିଶାର ପ୍ରତିଷ୍ଠିତ କଳାକାର ମାନେ ଯୋଗ ଦେଇଥିବା ଜଣାଯାଇଛି।

ଆଜି ରଥ ଟଣାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ,ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ, ଏନଏସି ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, ତହସିଲାଦାରଇପସିତ ସାହୁ, ରାଜା ମହାନ୍ତି, ଆଇଆଇସି ନିହାର ରଞନ ମହାନ୍ତି, ଲିଙ୍ଗରାଜ ଜେନା, ରଥ ଯାତ୍ରା ରେ ବିସି ହାଇସ୍କୁଲର ସ୍କାଉଟ୍ ଛାତ୍ର ଛାତ୍ରୀ ମାନେ ଶାନ୍ତିଶୃଙ୍ଖଳାରେ ସହଯାଗ କରିଥିବା ବେଳେ ଛାତ୍ରୀ ମାନେ ପଣା ବଟଂନ କରିଥିଲେ।