Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ଶ୍ରୀମନ୍ଦିର ନିକଟରେ ପହଚିଂଲା ତାଳଧ୍ୱଜ
ଆଜିର ଖବର

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ଶ୍ରୀମନ୍ଦିର ନିକଟରେ ପହଚିଂଲା ତାଳଧ୍ୱଜ

June 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାରେ ଆଜି ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି। ଗୁଣ୍ଡିଚା ଭଳି ବାହୁଡାରେ ଭଲ ପାଗ ଦେଇଥିବା ରୁ ଲୋକ ଙ୍କ ଭିଡ ଜମିଥିଲା। ଯାହାଫଳରେ ଆଜି ରଣପୁର ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ସମା୍‌ଗମ ହୋଇଥିବା ଦେଖିବାକୁ ମିଳିଛି। ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା ବେଳେ ଶୁଭଦ୍ରା ଙ୍କ ଦେବଦୋଳନ ସନ୍ଧ୍ୟା ହୋଇଯିବାରୁ ମଝିଦାଣ୍ଡରେ ଅଟକି ରହିଛି।

ଗତକାଲି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ନବମୀ ନିତି ସମାପନ୍ନ କରାଯାଇଥିଲା। ଆଜି ସକାଳୁ ଅବକାଶ, ବଲ୍ଲଭ ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହୋଇଥିଲା। ଦିନ ୯.୩୦ ରେ ପହଣ୍ଡି ପାଇଁ ପ୍ରଶାସନ ନିଷ୍ପତି ନେଇଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଦିନ ୧ଟା ପରେ ଶ୍ରୀଜିଉ ପହଣ୍ଡି ହୋଇଥିଲା। ପ୍ରଥମେ ସୁଦର୍ଶନ ପହଣ୍ଡି କରାଯାଇଥିଲା। ପରେ ଘରବାହୁ ଠାକୁର ଙ୍କୁ ପହଣ୍ଡି କରାଯାଇଥିଲା। ଶେଷ ରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଯାଇଥିଲା।

ତିନି ଠାକୁର ରଥା ରୂଢ ପରେ ଅପରାହ୍ନ ୪ ଟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂଦେଓ ତିନି ରଥକୁ ଛେରା ପହଁରା କରିବା ପାଇଁ ରାଜବାଟିରୁ ବିମାନ ରେ ବାହାରିଥିଲେ। ୩ ରଥ ର ଛେରାପହଁରା ପରେ ପ୍ରଥମେ ବଳଭଦ୍ର ଙ୍କ ରଥ ଟଣାଯାଇଥିଲା। ଅପରାହ୍ନ ୫.୩୦ ଟାରେ ବଳଭଦ୍ର ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଚିଂଥିଲା।

ପରେ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣିଥିଲେ। କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ସୁଭଦ୍ରା ଙ୍କ ରଥ ଚଣ୍ଡେଶ୍ୱର ସାହି ଛକ ଠାରେ ଅଟକିଥିଲା। ଗୁରୁବାର ବଡଏକାଦଶି ଥିବାରୁ ରଥ ଟଣାଯିବ ନାହିଁ।

ଶୁକ୍ରବାର ଜଗନ୍ନାଥଙ୍କ ନନ୍ଦିଘୋଷ ଓ ସୁଭଦ୍ରାଙ୍କ ଦେବଦୋଳନ ଟଣାଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି।

ସେହିପରି ଗୁରବାର ସଂନ୍ଧ୍ୟାରେ ପଞ୍ଚୁଦୋଳ ପଡିଆ ସ୍ଥିତ ଜଗନ୍ନାଥ ରଥ ସମ୍ମୁଖରେ ଓଡିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କୁ ନେଇ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ରହିଛି। ଏଥିରେ ଇରା ମହାନ୍ତି, ପିନାକି ନାୟକ ଓ ଶ୍ରୀ ଚରଣ ମହାନ୍ତି ଆଦି ଓଡିଶାର ପ୍ରତିଷ୍ଠିତ କଳାକାର ମାନେ ଯୋଗ ଦେଇଥିବା ଜଣାଯାଇଛି।

ଆଜି ରଥ ଟଣାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ,ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ, ଏନଏସି ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, ତହସିଲାଦାରଇପସିତ ସାହୁ, ରାଜା ମହାନ୍ତି, ଆଇଆଇସି ନିହାର ରଞନ ମହାନ୍ତି, ଲିଙ୍ଗରାଜ ଜେନା, ରଥ ଯାତ୍ରା ରେ ବିସି ହାଇସ୍କୁଲର ସ୍କାଉଟ୍ ଛାତ୍ର ଛାତ୍ରୀ ମାନେ ଶାନ୍ତିଶୃଙ୍ଖଳାରେ ସହଯାଗ କରିଥିବା ବେଳେ ଛାତ୍ରୀ ମାନେ ପଣା ବଟଂନ କରିଥିଲେ।

ତାଳଧ୍ୱଜ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା ରଣପୁର ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.