Categories
ଆଜିର ଖବର ରାଜ୍ୟ ଖବର

ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ମତଦାନ, କଡା ସୁରକ୍ଷା ସହିତ ଷ୍ଟ୍ରଙ୍ଗରୁମରେ ରଖାଗଲା ଇଭିଏମ

ଭୁବନେଶ୍ବର, ବେଶ୍ ଶାନ୍ତ ଶୃଙ୍ଖଳାର ସହିତ ଶେଷ ହେଲା ଓଡିଶାର ଦୁଇଟି ଆସନର ଉପନିର୍ବାଚନ। ଆଜି ସକାଳ 6 ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଥିଲା। ତେବେ ବାଲେଶ୍ବର କେତେକ ଆସନରେ ସଂଧ୍ୟା 6 ଟା ପରେ ମଧ୍ୟ ମତଦାନ ପକ୍ରିୟା ଚାଲୁ ରହିଛି। ତେବେ ସଦ୍ୟ ସୂଚନା ଅନୁସାରେ ବାଲେଶ୍ବରରେ ୭୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଚୁଡାନ୍ତ ମତଦାନ ପ୍ରତିଶତ କେତେ ହେଲା ସଂପୂର୍ଣ୍ଣ ଭୋଟ ଗ୍ରହଣ ସରିବା ପରେ ଆସନ୍ତାକାଲି ଜଣାପଡିବ।

ଗତ ସାଧାରଣ ନିର୍ବାଚନ ବେଳେ ବାଲେଶ୍ୱରରେ ୭୧.୨୯ ପ୍ରତିଶତ ଏବଂ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ମତଦାନ ହୋଇଥିଲା। ଆଜି ଯେଉଁ ବୁଥଗୁଡିକରେ ନିର୍ଦ୍ଧାରିତ ସମୟରେ ମତଦାନ ହୋଇଯାଇଛି ସେହି ଇଭିଏମଗୁଡିକ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଆସନ୍ତା 10 ତାରିଖରେ ଉଭୟ ଆସନ ଭୋଟ ଗଣନା କରାଯାଇ ସେହିଦିନ ଫଳାଫଳ ଘୋଷଣା କରାଯିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ପାଇଁ ବଡ ଘୋଷଣା, ବ୍ରିଜ ନିର୍ମାଣ ନିମନ୍ତେ ୧୧୮ କୋଟି ଟଙ୍କା ମଂଜୁର, ଜାଣନ୍ତୁ ବିଜ୍ଞପ୍ତିରେ କଣ ଅଛି

ଭୁବନେଶ୍ବର, ଠିକ ଉପନିର୍ବାଚନ ତାରିଖ ଘୋଷଣା ହେବାର କିଛି ସମୟ ପୂର୍ବରୁ ରାଜ୍ୟ ସରକାର ତିର୍ତ୍ତୋଲ ପାଇଁ ବଡ ଘୋଷଣା କରିଛନ୍ତି। ତିର୍ତ୍ତୋଳ ନିର୍ବାଚନ ମଣ୍ଡଳିର ଲୋକଙ୍କ ପାଇଁ ଘୋଷଣା ହୋଇଛି ୧୧୮. ୫୬ କୋଟି ଟଙ୍କାର ବ୍ରିଜ ନିର୍ମାଣ କାମ। ପୋଷଳ ଶଙ୍ଖେଶ୍ବର ରାସ୍ତାର ମହାନଦୀ ଉପରେ ଏହି ବ୍ରିଜ ନିର୍ମାଣ ହେବ। ଏହାର ଲମ୍ବ ହେବ ୮୮୮.୮୯ ମିଟର। ଏନେଇ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଆଉ କିଛି ସମୟ ପରେ ଭାରତ ନିର୍ବାଚନ କମିଶନର ଓଡିଶାର ତିର୍ତ୍ତୋଲ ଏବଂ ବାଲେଶ୍ବର ଉପନିର୍ବାଚନ ତାରିଖ ଘୋଷଣା କରିବେ। ଏହା ଘୋଷଣା ହେବା ମାତ୍ରେ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ଆଚରଣ ବିଧି ଲାଗୁ ହୋଇଯିବ। ସେଥିପାଇଁ ସରକାର ତା ପୂର୍ବରୁ ତିର୍ତ୍ତୋଲ ପାଇଁ ଏହି ବଡ ଘୋଷଣା କରିଛନ୍ତି।