Categories
ଆଞ୍ଚଳିକ

ବାଣପୁର ନୂତନ ଥାନାଧିକାରୀ ଭାବେ ଯୋଗଦେଲେ ରମେଶ କୁମାର ଦେବତା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ନୂତନ ଥାନାଧିକାରୀ ଭାବେ ରମେଶ କୁମାର ଦେବତା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଦେବତା ଏହା ପୁର୍ବରୁ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନାଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ନିକଟରେ ତାଙ୍କର ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହୋଇଥିଲା। ଏହାପରେ ଏସପି ତାଙ୍କୁ ବାଣପୁର ଥାନାଧିକାରୀ ଭାବେ ନୂତନ ନିଯୁକ୍ତି ଦେଇଥିଲେ।

ତେବେ କାର୍ଯ୍ୟରେ ଯୋଗଦେବା ପରେ ସମସ୍ତ ଥାନା କର୍ମଚାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଅନେକ ରାଜନେତା ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ସାଧାରଣ ନିର୍ବାଚନ ନିକଟତର ଥିବା ବେଳେ ବାଣପୁର ଅଞ୍ଚଳରେ ରାଜନୈତିକ ପାଣିପାଗ ସରଗରମ ରହିଛି।

ଅନୁରୂପ ଭାବେ ଗତକାଲି ଏକ ଜଘନ୍ୟ ହତ୍ୟାକାଣ୍ଡ ମଧ୍ୟ ଉକ୍ତ ଅଞ୍ଚଳରେ ଘଟିଯାଇଛି। ତେଣୁ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ବାଣପୁରକୁ ଅପରାଧ ମୁକ୍ତ କରିବା ନୂତନ ଆଇଆଇସିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ ବୋଲି ଚର୍ଚ୍ଚା ହେଉଛି।

ସେହିପରି ଭାବେ ବାଣପୁର ପୂର୍ବତନ ଆଇଆଇସି ଜୟ ପ୍ରକାଶ ପରିଡ଼ା ଆଜି ବାଲୁଗାଁ ଥାନାର ନୂତନ ଆଇଆଇସି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଥାନାଧିକାରୀଙ୍କ କ୍ଷମତା ଅପବ୍ୟବହାର ନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ କଲେ ଆଇନଜୀବୀ ମଙ୍ଗରାଜ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଜଣେ କର୍ତ୍ତବ୍ୟନିଷ୍ଠ ଆଇନଜୀବୀ, ପୂର୍ବତନ ସେନାଧିକାରୀଙ୍କୁ ଜଣେ ଥାନାଧିକାରୀ ନିଜର କ୍ଷମତା ବଳରେ କିଭଳି ଉଦ୍ଦେଶ୍ୟମୂଳକ ଭାବେ ଅପଦସ୍ତ କରୁଛନ୍ତି ତାହାର ନିରପେକ୍ଷ ତଦନ୍ତ ପାଇଁ ଆଜି ଆଇନଜୀବୀ ଲଳିତ ମଙ୍ଗରାଜ ବ୍ରହ୍ମପୁର ଏସ୍‌ପିଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ଜଣେ ଥାନାଧିକାରୀ ହୋଇ ଅଂଚଳର ମୋଷ୍ଟ ୱାଣ୍ଟେଡ଼୍ କ୍ରିମିନାଲ୍‌ଙ୍କ ସହ ମଧୁଚନ୍ଦ୍ରିକା ରଖି ସାକ୍ଷୀଙ୍କୁ ଧମକାଇ, କ୍ଷମତାର ଅପବ୍ୟବହାର କରି ମିଛ ମାମଲା ରୁଜୁ କରିବାକୁ ନେଇ ଆଇନଜୀବୀ ଏବଂ ସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଗୋଷାଣିନୂଆଗାଁ ଥାନାଧିକାରୀ ସୁମିତ୍‌ କୁମାର ସୋରେନ୍ ନିଜ କ୍ଷମତା ଅପବ୍ୟବହାର କରୁଥିବାର ଅଭିଯୋଗ କରିଛନ୍ତି ଆଇନଜୀବୀ ଲଳିତ ମଙ୍ଗରାଜ। ଗତ ୨୭.୦୩.୨୦୨୦ରେ ମଧ୍ୟ କ୍ଷମତାର ଅପବ୍ୟହାର କରି ଶ୍ରୀ ମଙ୍ଗରାଜଙ୍କ ସଂପର୍କୀୟଙ୍କୁ ହଇରାଣ କରିଥିଲେ। ଏନେଇ ଶ୍ରୀ ମଙ୍ଗରାଜ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗ ଗ୍ରହଣ କରାଯାଇନଥିଲା। ଫଳରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ ଅଧିକାରୀ ଆଇଆଇସି ବିରୋଧରେ ସଂଗୀନ ଦଫା ଲଗାଇବା ସହ ୯.୧୨.୨୦୨୦ରେ ମାମଲା ରୁଜୁ ହୋଇଥିଲା। ଏହି ରାଗକୁ ରଖି ଆଇଆଇସି ବର୍ତ୍ତମାନ ତାଙ୍କ ସହ ଉଦ୍ଦେଶ୍ୟମୂଳକ ମିଥ୍ୟା ମାମଲାକୁ ଛନ୍ଦୁଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି ମଙ୍ଗରାଜ।

ସୂଚନାଯୋଗ୍ୟ, ମଙ୍ଗରାଜଙ୍କ ନାମରେ ଗତ ୧୮.୧୨.୨୦୨୦ ତାରିଖ ଦିନ ଗୋଷାଣିନୂଆଗାଁ ଥାନା ଠାକୁରାଣି ମନ୍ଦିର ସାହିର ସ୍ୱର୍ଗତ ନାରାୟଣ ପାତ୍ରଙ୍କ ପତ୍ନୀ ସାବିତ୍ରୀ ପାତ୍ର (୨୭) ଗୋଷାଣିନୂଆଗାଁ ଥାନାକୁ ଆସି ଶ୍ରୀ ମଙ୍ଗରାଜ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗରାଜ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ସାବିତ୍ରୀ।

Categories
ଆଜିର ଖବର ରାଜ୍ୟ ଖବର

ବୀରମିତ୍ରପୁର ଥାନାଧିକାରୀ ନିଲମ୍ବିତ

ବୀରମିତ୍ରପୁର: ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ରେଂଜ ଡିଆଇଜି କବିତା ଜଲାନ୍।ଏହି ଘଟଣାର ତଦନ୍ତ ଭାର ଜଣେ ମହିଳା ଡିଏସ୍‌ପିଙ୍କୁ ଦିଆଯାଇଛି ବୋଲି ସୂଚନା ରହିଛି । ଏହି ମାମଲାରେ ଥାନାଧିକାରୀଙ୍କ ସମେତ 6ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।