ନୂଆଦିଲ୍ଲୀ: ବୁଧବାର ରାତିରେ କାନାଡାର ମୋଗା ଜିଲ୍ଲାର ଦଭିନ୍ଦର ବମ୍ବିହା ଗ୍ୟାଙ୍ଗର ସୁଖଦୁଲ ସିଂ (ସୁଖା ଦୁନିକେ) ଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ଜୁନ୍ ୧୯ ତାରିଖରେ ସରେ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ସହିତ ସମାନ। ଅଭିଯୁକ୍ତମାନେ ସୁଖା ଦୁନିକେଙ୍କ ଉପରକୁ ୧୫ ଟି ଗୁଳି ଚଳାଇଥିଲେ।
ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ମିଳିଥିବା ଗୁପ୍ତଚର ସୂଚନା ଅନୁଯାୟୀ, ନକଲି ଦଲିଲ ସାହାଯ୍ୟରେ ଦୁନିକେ ୨୦୧୭ରେ ଭାରତରୁ କାନାଡାକୁ ପଳାଇଥିଲେ। ସୁଖଦୁଲ ସିଂଙ୍କ ବିରୋଧରେ ୭ ଟି ଅପରାଧିକ ମାମଲା ରୁଜୁ ହୋଇଛି। ପଞ୍ଜାବ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରୁ ଅତି କମରେ ୨୯ ଜଣ ଗ୍ୟାଙ୍ଗଷ୍ଟର ଅଛନ୍ତି, ଯେଉଁମାନେ ଏହି ଆଇନରୁ ବଞ୍ଚିବା ପାଇଁ ଭାରତ ବାହାରେ ଆଶ୍ରୟ ନେଉଛନ୍ତି। ସେମାନେ ବହୁ ବର୍ଷ ପୂର୍ବେ ନେପାଳ ଦେଇ ଭାରତ ଛାଡି ଅନ୍ୟ ଦେଶକୁ ଯାଇଥିଲେ।