Categories
ଆଜିର ଖବର ଜାତୀୟ ଖବର

ସିବିଏସଇ ଦଶମ ପରୀକ୍ଷା ଫଳ ଜାରି: ଏଥର ପାସ୍ କଲେ 93.12 ପ୍ରତିଶତ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଅପେକ୍ଷା ସମାପ୍ତ ହୋଇଛି, ବୋର୍ଡ ଫଳାଫଳ ପ୍ରକାଶ କରିଛି। ଏହି ବର୍ଷ ସମୁଦାୟ 93.12 ଛାତ୍ରଛାତ୍ରୀ CBSE ର ଦଶମ ଶ୍ରେଣୀ ପରୀକ୍ଷାରେ ସଫଳ ହୋଇଛନ୍ତି। ସିବିଏସ୍ଇ ଦଶମ ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ପ୍ରଦର୍ଶନ 1.98% ଭଲ ଅଛି। ଏହି ବର୍ଷ 21,65,805 ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ। ସେଥିମଧ୍ୟରୁ 20,16,779 ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟର ଦଶମ ପରୀକ୍ଷା ଫଳ, ଜାଣନ୍ତୁ କିଏ ହେଲା ଟପର

ଭୁବନେଶ୍ବର, ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ସମୁଦାୟ ୯୫୫୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୩୭୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କେଉଁଝର ଜିଲ୍ଲା ଆନନ୍ଦପୁର ଶାଳପଡା ଆଦର୍ଶ ବିଦ୍ୟାଳୟ ଛାତ୍ର ଶ୍ରୀ ଅମ୍ରିତ୍ ରାଜ ବିଶ୍ବାଳ ୯୯.୪୦ ପ୍ରତିଶତ ନମ୍ବର ରଖି ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ଛାତ୍ରୀମାନଙ୍କଠାରୁ ଛାତ୍ରମାନେ ଭଲ ଫଳ କରିଛନ୍ତି।

ଆଦର୍ଶ ବିଦ୍ୟାଳୟର ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ସିବିଏସ୍ଇ ବୋର୍ଡର ଦଶମ ପରୀକ୍ଷା ଫଳ: ଏଭଳି ଯାଞ୍ଚ କରନ୍ତୁ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ସିବିଏସ୍ଇ ବୋର୍ଡର ଲକ୍ଷ ଲକ୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଶେଷ ହୋଇଛି। ନିଜର ଅଫିସିଆଲ ୱେବସାଇଟରେ ଅଗଷ୍ଟ ୩ ତାରିଖ ଅର୍ଥାତ୍ ଆଜି ବୋର୍ଡ ଫଳାଫଳ ପ୍ରକାଶ କରିଛି। ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ cbseresults.nic.in ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ବୋର୍ଡ ଦ୍ୱାରା ଫଳାଫଳ ଘୋଷଣା ହେବା ସହିତ ଅଫିସିଆଲ୍ ୱେବସାଇଟରେ ଲିଙ୍କ୍ ସକ୍ରିୟ ହୋଇଛି। ନିମ୍ନରେ ଅଫିସିଆଲ୍ ୱେବସାଇଟ୍ ର ସମସ୍ତ ଲିଙ୍କ୍ ଅଛି ଯେଉଁଠାରେ ଛାତ୍ରମାନେ ସେମାନଙ୍କର ରୋଲ୍ ନମ୍ବର ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।

ବୋର୍ଡ ଫଳାଫଳ ୱେବସାଇଟ୍: ଏହି ୱେବସାଇଟଗୁଡିକରେ ଫଳାଫଳ ଦେଖନ୍ତୁ:
> cbse.gov.in
> cbseresults.nic.in

CBSE ଦଶମ ବୋର୍ଡ ଫଳାଫଳ ୨୦୨୧ ଫଳାଫଳ କିପରି ଯାଞ୍ଚ କରିବେ

୧: ସର୍ବପ୍ରଥମେ CBSE cbse.gov.in ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ

୨: CBSE ଦଶମ ବୋର୍ଡ ଫଳାଫଳ ୨୦୨୧ ଲିଙ୍କରେ କ୍ଲିକ୍ କରନ୍ତୁ

୩: ଏଠାରେ ପଚରାଯାଇଥିବା ଆବଶ୍ୟକୀୟ ବିବରଣୀ ପ୍ରବେଶ କରନ୍ତୁ

୪: ବର୍ତ୍ତମାନ ଦଶମ ଶ୍ରେଣୀର ବିକଳ୍ପ ଚୟନ କରନ୍ତୁ ଏବଂ ଅନୁରୋଧ କରାଯାଇଥିବା ବିବରଣୀଗୁଡିକ ପୂରଣ କରନ୍ତୁ

୪: ବର୍ତ୍ତମାନ ଆପଣଙ୍କର CBSE ଦଶମ ବୋର୍ଡ ଫଳାଫଳ ୨୦୨୧ ସ୍କ୍ରିନରେ ଦେଖାଯିବ

୫: ବର୍ତ୍ତମାନ ଆପଣଙ୍କର ଫଳାଫଳକୁ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତର ସନ୍ଦର୍ଭ ପାଇଁ ଏହାକୁ ସଂରକ୍ଷଣ କରନ୍ତୁ।

ଯଦି ରୋଲ୍ ନମ୍ବର ନାହିଁ, ତେବେ ଶୀଘ୍ର ଏଭଳି ଯାଞ୍ଚ କରନ୍ତୁ:

୧: CBSE ର ଅଫିସିଆଲ୍ ୱେବସାଇଟ୍, cbse.gov.in ପରିଦର୍ଶନ କରନ୍ତୁ

୨: ମୂଳପୃଷ୍ଠାରେ, ନିମ୍ନରେ ଦିଆଯାଇଥିବା ରୋଲ୍ ନମ୍ବର ଫାଇଣ୍ଡର୍ ୨୦୨୧ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

୩: ସର୍ଭର ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ

୪: ବର୍ତ୍ତମାନ ଦଶମ ଶ୍ରେଣୀର ବିକଳ୍ପ ଚୟନ କରନ୍ତୁ ଏବଂ ଅନୁରୋଧ କରାଯାଇଥିବା ବିବରଣୀଗୁଡିକ ପୂରଣ କରନ୍ତୁ

୫: ବର୍ତ୍ତମାନ ତୁମର ରୋଲ୍ ନମ୍ବର ଦାଖଲ କରିବା ପରେ ସ୍କ୍ରିନରେ ଖୋଲିବ

୬: ରୋଲ୍ ନମ୍ବର ଡାଉନଲୋଡ୍ କରନ୍ତୁ ଏବଂ ଏହା ମାଧ୍ୟମରେ ଆପଣଙ୍କର ଫଳାଫଳ ଯାଞ୍ଚ କରନ୍ତୁ

Categories
ଆଜିର ଖବର

ପ୍ରକାଶ ପାଇଲା ଦଶମ ପରୀକ୍ଷା ଫଳ: ଉତ୍ତୀର୍ଣ୍ଣ ହେଲେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦଶମ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ତେବେ ମୋଟ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ପାସ୍ କରିଛନ୍ତି। ସେହିପରି ଚଳିତ ବର୍ଷ ଏକ୍ସରେଗୁଲାରରେ ୮୮.୩୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଚଳିତ ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହୋଇଥିବା ବେଳେ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ବିଫଳ ହୋଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ ଏ-୧ ଗ୍ରେଡ୍‌ ପାଇଥିବା ବେଳେ, ୨୨ ହଜାର ୧୩୧ ଜଣ ଏ-୨ ଗ୍ରେଡ୍, ୫୨ ହଜାର ୧୯୯ ଜଣ ବି-୧ ଗ୍ରେଡ୍, ୯୪ ହଜାର ୪୭୫ ଜଣ ବି-୨ ଗ୍ରେଡ୍‌ ପାଇଛନ୍ତି। ସେହିଭଳି ଏକ୍ସରେଗୁଲାରରେ ୫୩ ହଜାର ୨୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ହଜାର ୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ କୌଣସି ବିଦ୍ୟାଳୟରେ ଶୂନ୍ୟ ରେଜଲ୍ଟ ହୋଇନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଏହି ପରୀକ୍ଷା ଫଳକୁ ନେଇ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନହେବେ, ସ୍ଥିତି ଠିକ ହେବା ପରେ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ତେବେ ୱେବସାଇଟରେ ଏହାରରେଜଲ୍ଟ ଉପଲବ୍ଧ ହେଉଛି। www.bseodisha.ac.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଏହାସହ www.bseodisha.nic.in ୱେବସାଇଟରେ ମଧ୍ୟ ପରୀକ୍ଷା ଫଳ ଛାତ୍ରଛାତ୍ରୀ ଦେଖିପାରିବେ। ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR01<ROLL NO> ଲେଖି ଛାତ୍ରଛାତ୍ରୀମାନେ ୫୬୭୬୭୫୦କୁ ଏସଏମଏସ କଲେ ପରୀକ୍ଷା ଫଳ ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ: ଇଣ୍ଟରନେଟ୍ ସୁବିଧା ନଥିଲେ ଏଭଳି ଦେଖିବେ ରେଜଲ୍ଟ

ଭୁବନେଶ୍ବର: ଆଜି ରାଜ୍ୟରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ଦଶମ ପରୀକ୍ଷା ଫଳ ସନ୍ଧ୍ୟା ୬ ଟା ପରେ ୱେବସାଇଟରେ ଉପଲବ୍ଧ ହେବ। www.bseodisha.ac.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏହାସହ www.bseodisha.nic.in ୱେବସାଇଟରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ। ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR01<ROLL NO> ଲେଖି ଛାତ୍ରଛାତ୍ରୀମାନେ ୫୬୭୬୭୫୦କୁ ଏସଏମଏସ କଲେ ପରୀକ୍ଷା ଫଳ ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଜୁନ ୩୦ ଭିତରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର: ଜୁନ ୩୦ ତାରିଖ ଭିତରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେ ବୋଲି ଆଶା କରାଯାଉଛି। ଯେଉଁମାନେ ଏହି ପରୀକ୍ଷା ଫଳରେ ସନ୍ତୁଷ୍ଟ ନ ହୁଅନ୍ତି, ସେମାନେ ସ୍ଥିତି ସୁଧୁରିଲେ ପରୀକ୍ଷା ଦେଇପାରିବେ। ମହାମାରୀ ସମୟରେ ଅଧିକ ବିକଳ୍ପ ନଥିବାରୁ ବୋର୍ଡ ଏଭଳି ବ୍ୟବସ୍ଥା ଗ୍ରହଣ କରିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।