Categories
ଆଜିର ଖବର ଜାତୀୟ ଖବର

କେଜ୍ରିୱାଲଙ୍କ ଜେରା ପୂର୍ବରୁ ଅନ୍ୟ ଜଣେ ମନ୍ତ୍ରୀଙ୍କ ଘରେ ଇଡି: ୯ ଟି ସ୍ଥାନରେ ଜାରି ରହିଛି ଚଢାଉ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ସରକାରୀ ବାସଭବନରେ ଇଡି ଚଢାଉ କରିଛି। ତେବେ କେଉଁ ପରିସ୍ଥିତିରେ ଇଡି ଦଳ ରାଜକୁମାର ଆନନ୍ଦଙ୍କ ଘରେ ପହଞ୍ଚିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଇଡି ତାଙ୍କର ୯ ଟି ସ୍ଥାନ ଉପରେ ଚଢାଉ କରୁଛି।

ଆଜି ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେରା କରାଯିବ। ତେବେ କେଜ୍ରିୱାଲ ଆଜି ଇଡି ଆଗରେ ହାଜର ହେବେ କି ନାହିଁ ସେ ନେଇ ସନ୍ଦେହ ରହିଛି। କୁହାଯାଉଛି ଯେ, ଆଜି କେଜ୍ରିୱାଲ ମଧ୍ୟପ୍ରଦେଶରେ ଏକ ନିର୍ବାଚନ ଗସ୍ତ କରିଛନ୍ତି, ତେଣୁ ତାଙ୍କ ଓକିଲ ଇଡିରୁ ସମୟ ମାଗି ପାରନ୍ତି। ଏଥି ସହିତ ଆମ୍ ଆଦମୀ ପାର୍ଟି କହିଛି ଯେ, ନଭେମ୍ବର ୨ ତାରିଖରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାର ଦୃଢ ସମ୍ଭାବନା ରହିଛି।

ବିଜେପି ଏହି ନେତାମାନଙ୍କୁ ଗିରଫ କରିବ:

AAP ସାଂସଦ ରାଘବ ଚଢା କହିଛନ୍ତି ଯେ, ‘ଦିଲ୍ଲୀର ସମସ୍ତ ସାତୋଟି ଲୋକସଭା ଆସନ ହରାଉଛି ବୋଲି ବିଜେପି ଜାଣିସାରିଛି। ସେଥିପାଇଁ ସେମାନେ କେଜ୍ରିୱାଲଙ୍କୁ ଗିରଫ କରିବାକୁ ଯୋଜନା କରୁଛନ୍ତି। ଯାହା ଦ୍ଵାରା AAP ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘କେଜ୍ରିୱାଲଙ୍କ ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବ ଏବଂ ପରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଗିରଫ କରାଯିବ।

ଏହି ନେତାଙ୍କ ପରେ କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ ଷ୍ଟାଲିନ ଏବଂ ପରେ ମହାରାଷ୍ଟ୍ରର ଶିବସେନା ଏବଂ ଏନସିପି ର ବରିଷ୍ଠ ନେତାମାନଙ୍କୁ ଗିରଫ କରାଯିବ।

Categories
ବିଶେଷ ଖବର

ଯଦି ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରେ ତେବେ ପ୍ଲାନ ବି କ’ଣ ହେବ? AAP ମନ୍ତ୍ରୀ ଦେଲେ ଏହି ଉତ୍ତର

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ନଭେମ୍ବର ୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜେରା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଯାଇଛି। ଏହି ମାମଲାରେ ସିବିଆଇ ଏପ୍ରିଲରେ କେଜ୍ରିୱାଲଙ୍କୁ ପ୍ରାୟ ୯.୫ ଘଣ୍ଟା ଜେରା କରିଥିଲା। ଅବକାରୀ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ଏବଂ ଏଏପି ସାଂସଦ ସଞ୍ଜୟ ସିଂ ଜେଲରେ ଅଛନ୍ତି। ବିଜେପି ଲୋକମାନେ ଜୋରରେ ଦାବି କରୁଛନ୍ତି ଯେ, ସିସୋଦିଆ ଏବଂ ସଞ୍ଜୟ ସିଂଙ୍କ ପରେ ବର୍ତ୍ତମାନ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କ ପର୍ଯ୍ୟାୟ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଯେ, ଯଦି ଇଡି କେଜ୍ରିୱାଲଙ୍କୁ ଜେରା ପରେ ଗିରଫ କରନ୍ତି, ତେବେ ଆମ୍ ଆଦମୀ ପାର୍ଟି ଏବଂ ଦିଲ୍ଲୀ ସରକାରଙ୍କ ଯୋଜନା କ’ଣ ହେବ? ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ଏହାର ଜବାବ ଦେଇ କହିଛନ୍ତି ଯେ, “ବର୍ତ୍ତମାନ ମୁଁ ଜାଣେ ନାହିଁ। ମୁଁ ଭାବୁ ନାହିଁ ଯେ, ଏହା ବିଷୟରେ କୌଣସି ଆଲୋଚନା ହୋଇ ନାହିଁ। କେଜ୍ରିୱାଲ ଆମର ନେତା। ଏବଂ ଆମେ ସେମାନଙ୍କ ଅଧୀନରେ କାର୍ଯ୍ୟ କରିବୁ।”

NDTV ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୌରଭ ଭରଦ୍ବାଜ ଏହି କଥା କହିଛନ୍ତି। ସେ କହିଛନ୍ତି ଯେ, ମନୀଷ ସିସୋଦିଆଙ୍କୁ ଜାମିନ ନାମଞ୍ଜୁର କରାଯାଇଛି। ତା’ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେରା ପାଇଁ ଡକାଇଛି … ଆମ୍ ଆଦମୀ ପାର୍ଟିକୁ ରାଜନୈତିକ ସ୍ତରରେ ଦଣ୍ଡିତ କରିବା ପାଇଁ ଏହା କେବଳ ଏକ ଷଡଯନ୍ତ୍ର। ଭରଦ୍ବାଜ କହିଛନ୍ତି ଯେ, ଏହା କରାଯାଉଛି ଯାହାଦ୍ୱାରା ସେମାନେ ରାଜନୈତିକ ସ୍ତରରେ AAP ରୁ ମୁକ୍ତି ପାଇପାରିବେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସାଂସଦ ସଞ୍ଜୟ ସିଂଙ୍କୁ ଝଟକା: ଅକ୍ଟୋବର ୨୭ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ କୋର୍ଟ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ହେପାଜତ ଶୁଣାଣି ସମୟରେ ସିଂ ଜଣେ ମଧୁମେହ ରୋଗୀ ହୋଇଥିବାରୁ ଔଷଧ ପାଇଁ ପୃଥକ ଆବେଦନ କରାଯାଇଥିଲା।

ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସିଂଙ୍କ ଇଡି ହେପାଜତକୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେପାଜତର ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି କର୍ମୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆମ୍ ଆଦମୀ ପାର୍ଟି (ଏଏପି) କର୍ମୀ ଚରଣପ୍ରୀତ ସିଂଙ୍କୁ ଗିରଫ କରିଛି। ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସିବିଆଇ ଅଭିଯୋଗ କରିଛି ଯେ, ଦିଲ୍ଲୀରେ ଅବସ୍ଥାପିତ ଚରଣପ୍ରୀତ ସିଂ ହାୱାଲା ସଞ୍ଚାଳକଙ୍କ ଠାରୁ ଟଙ୍କା ସଂଗ୍ରହ କରୁଥିଲେ ଏବଂ ଦଳର ୨୦୨୨ ଗୋଆ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ହୋଇଥିବା ଖର୍ଚ୍ଚ ପାଇଁ ଏହାକୁ ବଣ୍ଟନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କଂସ ଜାଣିଥିଲା କୃଷ୍ଣ ତାଙ୍କୁ ବଧ କରିବେ, ସେହିଭଳି ବିଜେପି ଜାଣିଛି କେଜ୍ରିୱାଲ ତାଙ୍କୁ ଅନ୍ତ କରିବେ: ଆପ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ତଦନ୍ତ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସିବିଆଇ ନିକଟରେ ହାଜର ହୋଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଆପ କୁ ଭଗବାନ କୃଷ୍ଣ ଏବଂ ବିଜେପିକୁ କଂସ ବୋଲି କହିଛନ୍ତି।

ରାଘବ ଚଢା କହିଛନ୍ତି ଯେ, “କଂସ ଜାଣିଥିଲେ ଯେ କୃଷ୍ଣ ତାଙ୍କୁ ବଧ କରିବେ, ସେହିପରି ବିଜେପି ଜାଣିଛି ଯେ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଶେଷ କରିବେ। ତେଣୁ ବିଜେପି କେଜ୍ରିୱାଲଙ୍କୁ ରାଜନୈତିକ ସ୍ତରରେ ହତ୍ୟା କରିବାକୁ ଚେଷ୍ଟା କରୁଛି। ଯେଭଳି କଂସ କୃଷ୍ଣଙ୍କର ବାଳ ବାଙ୍କ କରିପାରିନଥିଲା, ସେଇଭଳି କେଜ୍ରିୱାଲଙ୍କର ବିଜେପି କିଛି ବି କରିପାରିବ ନାହିଁ।”

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦକ୍ଷିଣ ପର୍ଯ୍ୟନ୍ତ ପହଞ୍ଚିଲା ଦିଲ୍ଲୀର ଅବକାରୀ ଦୁର୍ନୀତିର ଉତ୍ତାପ, କେସିଆର ଝିଅ କବିତାଙ୍କୁ ଜେରା କରୁଛି ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଉପରେ ବିଆରସି ଏମଏଲସିର କବିତା ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଏହି ମାମଲାରେ ତାଙ୍କ ଭୂମିକା ସମ୍ପର୍କରେ ପଚରାଯାଉଛି। ଇଡି ସୂତ୍ରରୁ ପ୍ରକାଶ ଯେ, ଏହି ମାମଲା ସହ ଜଡିତ ଅନିୟମିତତାରେ କବିତାଙ୍କ ସିଧାସଳଖ ଲିଙ୍କ ଅଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଅବକାରୀ ନୀତି ମାମଲା: ଅଭିଯୁକ୍ତଙ୍କ ଘରୁ ୧ କୋଟି ଜବତ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ଇଡି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଦିଲ୍ଲୀରେ ସର୍ଚ୍ଚ ଅପରେସନ ବେଳେ ଅଭିଯୁକ୍ତଙ୍କ ବାସଭବନରୁ ୧ କୋଟି ଟଙ୍କା ଜବତ କରିଛି। ଇଡି ଅଧିକାରୀମାନେ ଆଜି ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିବେ। ଦିଲ୍ଲୀର ନୂତନ ଅବକାରୀ ନୀତିରେ ଅନିୟମିତତା ତଥା ଦୁର୍ନୀତି ଅଭିଯୋଗରେ ଗତକାଲି ଦିଲ୍ଲୀ ସମେତ ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବର ୩୫ ଟି ସ୍ଥାନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା। ଏହି ନୀତି ସହିତ ଜଡିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଅନେକଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି।

ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ମଧ୍ୟ ସିବିଆଇ ଚଢାଉ କରିଛି। ବର୍ତ୍ତମାନ ଇଡି ଏହି ମାମଲା ସହ ଜଡିତ ଅନ୍ୟ ଲୋକଙ୍କୁ ଚଢାଉ କରି ପ୍ରମାଣ ସଂଗ୍ରହରେ ନିୟୋଜିତ ଅଛି। ପ୍ରକାଶ ଯେ କିଛି ଦିନ ପୂର୍ବରୁ ଇଡି ଏହି ଦୁର୍ନୀତି ଅଭିଯୋଗରେ ଅର୍ଥ ହେରଫେର ମାମଲା ରୁଜୁ କରିଥିଲା। ଏହା ପରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ଗିରଫ କରିଥିଲା। ଅବକାରୀ ନୀତିରେ ହୋଇଥିବା ଏହି ଦୁର୍ନୀତିର ଅଭିଯୁକ୍ତ ବିଜୟ ନାୟାରଙ୍କୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହାପୂର୍ବରୁ ତାଙ୍କର ନ୍ୟାୟିକ ହେପାଜତ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ରହିଥିଲା। ସେ ଆମ୍ ଆଦମୀ ପାର୍ଟି (AAP) ର ସଂଚାର ପ୍ରଭାରୀ ଅଛନ୍ତି।