Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ‘ଦେଶଭକ୍ତି ପାଠ୍ୟକ୍ରମ’ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ‘ଦେଶଭକ୍ତି ପାଠ୍ୟକ୍ରମ’ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକର ପିଲାମାନଙ୍କୁ ଦେଶଭକ୍ତି ଏବଂ ଦେଶପ୍ରେମର ଶିକ୍ଷା ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୭୪ ବର୍ଷ ମଧ୍ୟରେ ଆମେ ଆମ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଶିକ୍ଷା ଦେଇଛୁ। କିନ୍ତୁ ପିଲାମାନଙ୍କୁ ଦେଶପ୍ରେମ ଶିକ୍ଷା ଦେଇନାହୁଁ। ଦେଶଭକ୍ତ ପାଠ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟରେ ନିଜ ଦେଶକୁ ଭଲ ପାଇବା ଶିକ୍ଷା ଦିଆଯିବ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଗତ ୭୪ ବର୍ଷ ମଧ୍ୟରେ ଆମେ ଆମ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଶିକ୍ଷା ଦେଇଛୁ। କିନ୍ତୁ ଆମ ପିଲାମାନଙ୍କୁ ଦେଶପ୍ରେମ ଶିକ୍ଷା ଦେଇନାହୁଁ, ମୁଁ ଖୁସି ଯେ ଆଜି ଦିଲ୍ଲୀ ସରକାର ଏହା ଆରମ୍ଭ କରିଛନ୍ତି। ଦେଶଭକ୍ତ ପାଠ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟରେ ନିଜ ଦେଶକୁ ଭଲ ପାଇବା ଶିକ୍ଷା ଦିଆଯିବ।

ଏହି ଅବସରରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ଏହି ପାଠ୍ୟକ୍ରମ ଖାଲି ଦେଶପ୍ରେମ ବିଷୟରେ କହିବ ନାହିଁ, ଏହା ଭାବନା ସୃଷ୍ଟି କରିବ। ଏହା ଏପରି ଛାତ୍ରମାନଙ୍କୁ ପ୍ରସ୍ତୁତ କରିବ, ଯେଉଁମାନଙ୍କ ହୃଦୟରେ ଦେଶଭକ୍ତି ରହିବ, ଏବଂ ସେମାନଙ୍କ ହୃଦୟରେ ଦେଶପ୍ରେମ ରହିବ।

Categories
ଆଜିର ଖବର ଜାତୀୟ ଖବର

ଗୋଆବାସୀଙ୍କ ପାଇଁ କେଜ୍ରିୱାଲଙ୍କ ଆଉ ଏକ ବଡ ଘୋଷଣା: ମାଗଣାରେ ବିଦ୍ୟୁତ ଏବଂ ବେକାରୀଙ୍କୁ ୩ ହଜାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଉ ଏକ ବଡ ଘୋଷଣା କରିଛନ୍ତି। ଏହି ଘୋଷଣା ଗୋଆ ରାଜ୍ୟର ଜନତାଙ୍କ ପାଇଁ କରିଛନ୍ତି। କ୍ଷମତାକୁ ଆସିବା ପରେ ଗୋଆବାସୀଙ୍କୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି। ଏହାସହ ବେକାରୀଙ୍କୁ ମାସକୁ ୩ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ, ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ସ୍ଥାନୀୟ ଲୋକଙ୍କୁ ଘରୋଇ ଚାକିରିରେ ୮୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ଆସନ୍ତା ବର୍ଷ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଗୋଆ ଅନ୍ତର୍ଭୁକ୍ତ। କେଜ୍ରିୱାଲ ଗୋଆକୁ ନେଇ ବହୁତ ଆଶାବାଦୀ ଅଛନ୍ତି। ସେଥିପାଇଁ ସେ ଗୋଆରେ ପହଞ୍ଚିଛନ୍ତି।

ଶାସକ ବିଜେପି ଏବଂ କଂଗ୍ରେସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅରବିନ୍ଦ କେଜ୍ରିୱାଲ ଗୋଆରେ ସାତୋଟି ବଡ଼ ଘୋଷଣା କରିଛନ୍ତି। ଏଥି ସହ କେଜ୍ରିୱାଲ ଲୋକମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ, ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ଏହା ଦୁର୍ନୀତି ବନ୍ଦ କରିବ ଏବଂ ରାଜ୍ୟର ଯୁବକମାନଙ୍କ ପାଇଁ ଚାକିରୀ ସୁନିଶ୍ଚିତ କରିବ।

Categories
ଆଜିର ଖବର ଜାତୀୟ ଖବର

ଅମ୍ଳଜାନ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିବା ସହିତ ଦିଲ୍ଲୀରେ ଏବେ ଅମ୍ଳଜାନର ଘୋର ଅଭାବ ଦେଖାଯାଉଛି। ସେଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଯେଉଁ ରାଜ୍ୟରେ ବଳକା ଅମ୍ଳଜାନ ଅଛି, ଦିଲ୍ଲୀକୁ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ସାହାଯ୍ୟ କରୁଥିଲେ ମଧ୍ୟ ତାହା ଏବେ ପର୍ଯ୍ୟାପ୍ତ ହେଉନି। ତେଣୁ ଯାହା ପାଖରେ ଅମ୍ଳଜାନ ଅଛି, ଦିଲ୍ଲୀକୁ ଦେବା ପାଇଁ ସେ ନିବେଦନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏବେ ଦେଶରେ ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି। ରାଜସ୍ଥାନର ଏକ ହସ୍ପିଟାଲରେ ୨୦ ଜଣ ରୋଗୀଙ୍କ ଅମ୍ଳଜାନ ଅଭାବରୁ ଆଜି ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ସମୟରେ ଓଡିଶା ଏବେ ଦିଲ୍ଲୀ ସମେତ ୮ ଟି ରାଜ୍ୟକୁ ଅମ୍ଳଜାନ ଯୋଗାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନବୀନଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ: ଧନ୍ୟବାଦ ଦେଲେ ଆଉ ଜଣେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନବୀନଙ୍କୁ ପୁଣିଥରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶଂସା କରିବାର କିଛି ଘଣ୍ଟା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ଅକ୍ସିଜେନ ଯୋଗାଣ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧବ ଠାକରେ ଧନ୍ୟବାଦ ଦେଇଛନ୍ତି।

ପୂର୍ବରୁ ମହାରାଷ୍ଟ୍ର ସରକାର ଓଡିଶା ଠାରୁ ଅକ୍ସିଜେନ ମାଗିଥିଲା। ଯାହାଫଳରେ ମହାରାଷ୍ଟ୍ରର ଅନୁରୋଧକୁ ଓଡିଶା ସରକାର ବିଚାର କରି ଆଜି ଅକ୍ସିଜେନ ଯୋଗାଇଛି। ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହେଉଛନ୍ତି। ସେଠାରେ କରୋନା ସ୍ଥିତି ଉଦବେଗଜନକ ଅଛି। ହସ୍ପିଟାଲରେ ରୋଗୀଙ୍କ ପାଇଁ ବର୍ତ୍ତମାନ ଅକ୍ସିଜେନ ଅଭାବ ଦେଖାଯାଉଛି। ଫଳରେ ରୋଗୀମାନେ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅକ୍ସିଜେନ ପାଇଁ ଓଡିଶାକୁ ପ୍ରଶଂସା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନ ଯୋଗାଣ ପାଇଁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଓଡିଶାରୁ ଦିଲ୍ଲୀକୁ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମିଳିଛି। ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକକୁ କୌଣସି ରାଜ୍ୟ ଅଟକାଇବା ଠିକ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି। ବିମାନ ଯୋଗେ ଓଡିଶାରୁ ଅକ୍ସିଜେନ ଆସୁ ବୋଲି ସେ ଅନୁରୋଧ କରିଛନ୍ତି। ଦିଲ୍ଲୀରୁ ଯାହା ସହଯୋଗ ଓଡିଶା ମାଗିବା ଆମେ ଦେବାକୁ ଅଛୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସମୟରେ ସବୁ ରାଜ୍ୟ ମିଳିମିଶି ପରସ୍ପରକୁ ସହଯୋଗ କଲେ ଆମେ କରୋନା ଲଢେଇରେ ନିଶ୍ଚିତ ଜିତିବା ବୋଲି ସେ କହିଛନ୍ତି।

ସେହିଭଳି ଦିଲ୍ଲୀର ଅକ୍ସିଜେନ କୋଟା ୪୮୦ ଟନକୁ ବୃଦ୍ଧି କରିଥିବାରୁ କେନ୍ଦ୍ର ସରକାରକୁ କେଜ୍ରିୱାଲ ମଧ୍ୟ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନିଜ ବାସଭବନରେ ଗୃହବନ୍ଦୀ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଆପ୍‌ ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରିଛି। ଏନେଇ ଆମ ଆଦମୀ ପାର୍ଟି  ସୂଚନା ଦେଇଛି।  କେନ୍ଦ୍ର ଗୃହ ମନ୍ତ୍ରାଳୟ ଇଶାରାରେ ଅରବିନ୍ଦ କେଜ୍ରରୀଓ୍ବାଲଙ୍କୁ କେନ୍ଦ୍ରୀୟ ପୋଲିସ୍‌ ବାହିନୀ ତାଙ୍କୁ ନିଜ ବାସଭବନରେ ଅଟକ ରଖିଥିବା ନେଇ ଅଭିଯୋଗ କରିଛି ଆପ୍‌ । ଗତକାଲି ଦିଲ୍ଲୀ ସୀମା ସଂଘୁରେ ଚାଷୀଙ୍କୁ ଅରବିନ୍ଦ କେଜରୀଓ୍ବାଲ ଭେଟି ଆସିବା ପରେ ତାଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ନେଇ ମଧ୍ୟ ଅଭିଯୋଗ କରିଛି ଆପ୍‌ । ମୁଖ୍ୟମନ୍ତ୍ରୀଙ୍କ ବସଭାବନକୁ କାହାକୁ ଭିତରକୁ ଛଡା ଯାଉନଥିବାବେଳେ ବାସଭବନ ବାହାରକୁ ମଧ୍ୟ କାହାକୁ ଛଡାଯାଉନାହିଁ ।

ଅପରପକ୍ଷରେ ଦିଲ୍ଲୀ ପୋଲିସ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛି । ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବ୍ୟାରିକେଡ୍‌ ଓ ପୋଲିସ୍‌ ନିୟୋଜିତ ରହିଥିବା ନେଇ ସୂଚନା ଦେଇଛି । (ଏଜେନ୍ସି)