Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କିଏ କହୁଛି ଭାରତ ଗରିବ ଦେଶ- ପ୍ରତି ମିନଟରେ ୯ଟି କାର ବିକ୍ରି

ଭୁବନେଶ୍ୱର: ଚଳିତ ବର୍ଷ ଓନମରୁ ଆରମ୍ଭ ହୋଇଥିବା ପାର୍ବଣଋତୁ ଦୀପାବଳୀରେ ଶେଷ ହୋଇଛି। ଏଥର ପର୍ବପର୍ବାଣୀ ଋତୁରେ ଭାରତୀୟମାନେ ରେକର୍ଡ ସଂଖ୍ୟକ କାର କିଣିଛନ୍ତି। ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ସୂଚନା ଅନୁଯାୟୀ, ପାର୍ବଣ ଋତୁରେ ହାରାହାରି ୧ ମିନିଟରେ ୯ଟି କାର ବିକ୍ରି ହୋଇଛି। ଚଳିତ ବର୍ଷ ୯୦ ଦିନିଆ ପାର୍ବଣ ଋତୁରେ ଭାରତରେ ମୋଟ ୧୧.୪ ଲକ୍ଷ କାର ବିକ୍ରି ହୋଇଛି। ଯଦି ଶିଳ୍ପର ରାଜସ୍ୱ ବିଷୟରେ କହିବା ତେବେ ଅଟୋମୋବାଇଲ ଶିଳ୍ପ ୧୧.୪ ଲକ୍ଷ କାର ବିକ୍ରିରୁ ୧.୩ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆୟ କରିଛି।

ଚଳିତ ବର୍ଷର ପାର୍ବଣ ଋତୁରେ ପ୍ରିମିୟମ ଓ ହାଇ-ଏଣ୍ଡ କାର ବିକ୍ରି ଅଧିକ ହୋଇଥିବାରୁ ଅଟୋମୋବାଇଲ ଶିଳ୍ପର ରାଜସ୍ୱ ବୃଦ୍ଧି ରହିଛି। ଚଳିତ ବର୍ଷର ପର୍ବପର୍ବାଣୀ ଋତୁରେ ଲୋକଙ୍କ ମଧ୍ୟରେ ସ୍ପୋର୍ଟସ ୟୁଟିଲିଟି ଯାନକୁ ନେଇ ପ୍ରବଳ କ୍ରେଜ ଦେଖିବାକୁ ମିଳିଛି। ଯଦି ଆମେ ୯୦ ଦିନର ପାର୍ବଣ ଋତୁ ବିଷୟରେ କହିବା ତେବେ ଦୈନିକ ପ୍ରାୟ ୧୩୦୦୦ ୟୁନିଟ୍ କାର ବିକ୍ରି ହେଉଛି।

କରୋନା ସଙ୍କଟ ସମୟରେ କାର ଉତ୍ପାଦନ ଉପରେ ପ୍ରଭାବ ଏବଂ ଏହା ପରେ ଗ୍ରାହକଙ୍କ ଦୃଢ଼ ଚାହିଦା ଯୋଗୁଁ ଚଳିତ ବର୍ଷ ପାର୍ବଣ ଋତୁରେ କାର ବିକ୍ରି ସଂଖ୍ୟା ୧୧.୪ ଲକ୍ଷ ଅତିକ୍ରମ କରିଛି।

ନୂଆ ଫିଚର ଓ ଆଧୁନିକ ଫିଚର ଥିବା କାରର ଚାହିଦା ଭାରତର ଯୁବପୀଢ଼ିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି। ଯଦି ଆମେ ଭାରତରେ ପର୍ବପର୍ବାଣୀ ଋତୁରେ ବିକ୍ରି ହେଉଥିବା କାରର ହାରାହାରି ମୂଲ୍ୟ ବିଷୟରେ କହିବା ତେବେ ଗତବର୍ଷ କାର ପିଛା ୧୦.୫ ଲକ୍ଷ ଟଙ୍କା ଥିବାବେଳେ ଚଳିତ ବର୍ଷ ଏହା ୧୧.୫ ଲକ୍ଷ ଟଙ୍କା ହୋଇଛି।

ତେବେ ଆଗାମୀ ଦିନରେ କାରର ଚାହିଦା ବୃଦ୍ଧି ହାର ଦୁର୍ବଳ ହେବାର ସମ୍ଭାବନାକୁ ନେଇ ଅଟୋମୋବାଇଲ କମ୍ପାନୀଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି। ୨୦୧୬ ପାର୍ବଣ ଋତୁରେ ୭୭ ଦିନରେ ୭.୬ ଲକ୍ଷ କାର ବିକ୍ରି ହୋଇଥିବା ବେଳେ ୨୦୧୭ରେ ପାର୍ବଣ ଋତୁର ୬୬ ଦିନରେ ୭ ଲକ୍ଷ କାର ବିକ୍ରି ହୋଇଥିଲା।

୨୦୧୮ରେ ପାର୍ବଣ ଋତୁ ୮୫ ଦିନ ଥିଲା ଏବଂ ଏଥିରେ ୮.୩ ଲକ୍ଷ କାର ବିକ୍ରି ହୋଇଥିଲା। ୨୦୧୯ର ପର୍ବ ଋତୁରେ ୭୪ ଦିନ ଥିଲା ଏବଂ ଏହି ସମୟରେ ୬.୮ ଲକ୍ଷ କାର ବିକ୍ରି ହୋଇଥିଲା। ୨୦୨୦ରେ ପାର୍ବଣ ଋତୁ ୯୨ ଦିନ ଥିଲା ଏବଂ ୯.୩ ଲକ୍ଷ କାର ବିକ୍ରି ହୋଇଥିବାବେଳେ ୨୦୨୧ରେ ପାର୍ବଣ ଋତୁ ୮୨ ଦିନ ଥିଲା ଏବଂ ୭.୫ ଲକ୍ଷ କାର ବିକ୍ରି ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଲା ଓଡ଼ିଶା

ଭୁବନେଶ୍ୱର: ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଟକଣା ଜାରି କରିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି ।

ଦୀପାବଳି ପାଳନ ସମୟରେ କେବଳ ସବୁଜ ବାଣ ବ୍ୟବହାରକୁ ଅନୁମତି ଦିଆଯାଇଥିବା ବେଳେ ବେରିୟମ୍ ନାଇଟ୍ରେଟ୍ ଥିବା ରାସାୟନିକ ବାଣ ବ୍ୟବହାରକୁ ନିଷିଦ୍ଧ କରାଯାଇଛି।
ମଙ୍ଗଳବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ଯେ ବେରିୟମ୍ ନାଇଟ୍ରେଟ୍ ଥିବା ବାଣକୁ ନିଷିଦ୍ଧ କରିବା ଆଦେଶ ପ୍ରତ୍ୟେକ ରାଜ୍ୟକୁ ବାନ୍ଧି ରଖିଛି ଏବଂ ଏହା କେବଳ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସୀମିତ ନୁହେଁ।

ଗାଇଡଲାଇନ ଅନୁଯାୟୀ, ଦୀପାବଳି ଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ଲୋକେ ବାଣ ଫୁଟାଇପାରିବେ। ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ସେବା ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିବ ନାହିଁ। ଜିଲ୍ଲା ପ୍ରଶାସନ ଗାଇଡଲାଇନ ପାଳନକୁ ସୁନିଶ୍ଚିତ କରିବ।

ଉଲ୍ଲଂଘନ ରୋକିବା ପାଇଁ ପ୍ରଶାସନ ସ୍କ୍ୱାଡ୍ ଗଠନ କରିବ। ବାଣରୁ ବାହାରୁଥିବା ଶବ୍ଦକୁ ମାପିବା ପାଇଁ ବୋର୍ଡର ସଦସ୍ୟମାନେ ସ୍କ୍ୱାଡରେ ସାମିଲ ହେବେ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ପାଖେଇଲା ଦୀପାବଳି, ଦୟାକରି ଏହି ସାତୋଟି କଥା ଉପରେ ଧ୍ୟାନ ରଖନ୍ତୁ

ଭୁବନେଶ୍ବର: ଦୀପାବଳି ଦିନ ମୁଖ୍ୟତଃ ମା ଲକ୍ଷ୍ମୀ ଏବଂ ମା କାଳୀଙ୍କୁ ପୂଜା କରାଯାଏ। ହେଲେ ଧ୍ୟାନ ରଖିବା ଉଚିତ ଯେ, ପୂଜା ଯେପରି ବିଧି ମୁତାବିକ ହେବା ଦରକାର। ଫଳରେ ଧନ ଏବଂ ସମୃଦ୍ଧତା ସହିତ ସୁଖ ଏବଂ ଶାନ୍ତି ବର୍ଷସାରା ରହିଥାଏ। ପୂଜା ସମୟରେ ଏହି କେତୋଟି କଥା ଭୁଲରେ କରିବା ଉଚିତ ନୁହେଁ।

ମଇଳା: ଦୀପାବଳି ଦିନ ଘରଟି ସଂପୂର୍ଣ୍ଣ ପରିସ୍କାର କରିବା ଉଚିତ। ଏହି ଦିନ ଘରେ ମଇଳା ରହିଲେ ଦେବୀ ଲକ୍ଷ୍ମୀ ରାଗିଯାଆନ୍ତି ବୋଲି ବିଶ୍ବାସ ରହିଛି। ଦୀପାବଳି ଦିନ, ମା ଲକ୍ଷ୍ମୀ ଘରେ ମଇଳା, ଅଳିଆ ଆବର୍ଜନା ଥିଲେ ସେ ଗୃହରେ ପ୍ରବେଶ କରନ୍ତି ନାହିଁ। ତେଣୁ ଏହି ଦିନ ଘରକୁ ସଫା ଏବଂ ପରିଷ୍କାର ରଖନ୍ତୁ।

ଉପହାର: ଦିୱାଲିରେ, ଛୁରୀ, କଞ୍ଚା, ବ୍ଲେଡ୍, ପେନ୍ ଇତ୍ୟାଦି କୈଣସି ତୀକ୍ଷ୍ଣ ଜିନିଷ କେବେବି ଉପହାର ଦେବା ଉଚିତ୍ ନୁହେଁ। ଏହା ଦୁର୍ଭାଗ୍ୟ ସୃଷ୍ଟି କରେ। ଏହି ଦିନ ରୁମାଲ ମଧ୍ୟ ଉପହାର ଦେବା ଉଚିତ୍ ନୁହେଁ।

ମୂର୍ତ୍ତିମାନଙ୍କର କ୍ରମ: ଦିୱାଲୀ ଦିନ ଚିତ୍ର କିମ୍ବା ମୂର୍ତ୍ତିଗୁଡିକୁ ଏକ ନିର୍ଦ୍ଦିଷ୍ଟ କ୍ରମରେ ରଖାଯାଏ। ବାମରୁ ଡାହାଣକୁ ଭଗବାନ ଗଣେଶ, ମା ଲକ୍ଷ୍ମୀ , ଭଗବାନ ବିଷ୍ଣୁ, ମା ସରସ୍ୱତୀ ଏବଂ ମା କାଳୀଙ୍କ ମୂର୍ତ୍ତି ରଖାଯାଏ। ଏହା ପରେ ଲକ୍ଷ୍ମଣ, ରାମ ଏବଂ ପରେ ସୀତାଙ୍କ ଫଟୋ ବା ପ୍ରତିମୂର୍ତ୍ତି ରଖାଯାଏ।

ପୂଜା ସମୟରେ ଶବ୍ଦ କର ନାହିଁ: କୁହାଯାଏ ଯେ ମା ଲକ୍ଷ୍ମୀଙ୍କ ଆରତୀ ସମୟରେ ଉଚ୍ଚ ସ୍ୱରରେ କରତାଳି ଦିଅନ୍ତି ନାହିଁ କିମ୍ବା ଗୀତ ଗାଆନ୍ତି ନାହିଁ। ମାତା ଲକ୍ଷ୍ମୀ ଉଚ୍ଚ ଶବ୍ଦ ପସନ୍ଦ କରନ୍ତି ନାହିଁ। ଏଥିସହ ମନେରଖନ୍ତୁ ଯେ ପୂଜା କରିବା ସମୟରେ ବାଣ ଜାଳନ୍ତି ନାହିଁ କିମ୍ବା ପୂଜା ପରେ ପରେ ଶବ୍ଦ କରନ୍ତି ନାହିଁ।

ଭଗବାନ ବିଷ୍ଣୁଙ୍କ ସହିତ ଉପାସନା: ଯେଉଁମାନେ ସ୍ୱାମୀ ଶ୍ରୀ ହରି ବିଷ୍ଣୁଙ୍କୁ ପୂଜା କରନ୍ତି ନାହିଁ ସେହି ପୂଜାକୁ ମା ଲକ୍ଷ୍ମୀ ଗ୍ରହଣ କରନ୍ତି ନାହିଁ। ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରି ଦିୱାଲୀ ପୂଜା ଆରମ୍ଭ କରନ୍ତୁ।

ରାତିସାରା ଏକ ଦୀପ ଜାଳନ୍ତୁ: ଦିୱାଲୀ ଦିନ, ଅନେକ ଲୋକ ରାତି ସାରା ଦୀପ ଜାଳିବାକୁ  ଭୁଲିଯାଆନ୍ତି। ହେଲେ ଦୀପାବଳି ଦିନ ରାତିସାରା ଦୀପ ଜଳିବା ଉଚିତ। ଏକ ଦୀପକୁ ଏପରି ଆଲୋକିତ କରନ୍ତୁ ଯେ ଏହା ରାତିସାରା ଜଳି ରହିବ। ଘରର ଦକ୍ଷିଣ-ପୂର୍ବ କୋଣରେ ଘିଅ କିମ୍ବା ତେଲର ଦୀପ ଜାଳନ୍ତୁ।

ଶୋଇବା ପୂର୍ବରୁ ଘରକୁ ସଜାନ୍ତୁ: ଦିୱାଲୀ ଦିନ, ପୂଜାପାଠ ତଥା ବାଣ ଦୀପ ଯୋଗୁ ଘରେ ମଇଳା ହୋଇଯାଏ। ଅନେକ ସେହି ମଇଳାକୁ ସେମିତ ଛାଡି ଶୋଇପଡନ୍ତି। ହେଲେ ସେପରି କରିବା ବଡ ଭୁଲ। ଦୀପାବଳି ଦିନ ଅନ୍ଧାର ହେବା ପୂର୍ବରୁ ଘରର ଅଳିଆ ସଫା କରି ଏକ କୋଣରେ ରଖନ୍ତୁ ଏବଂ ସକାଳେ ଫୋପାଡି ଦିଅନ୍ତୁ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏହି ଦୀପାବଳୀରେ ହେବ ସୁନାର ବର୍ଷା: ଜୀ ସାର୍ଥକ ଦେଖନ୍ତୁ, ସୁନା ଜିତନ୍ତୁ

ଭୁବନେଶ୍ବର: ଏହି ଦୀପାବଳୀରେ ଜୀ ସାର୍ଥକ ନେଇ ଆସିଛି ସୁନା ଜିତିବାର ସୁଯୋଗ। କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଆପଣ ହୋଇପାରିବେ ଭାଗ୍ୟଶାଳୀ ବିଜେତା। ଏନେଇ ଏକ ପ୍ରତିଯୋଗିତା ଆରମ୍ଭ ହେଉଛି। ‘ଦୀପାବଳିରେ ସୁନାର ବର୍ଷା’ ପ୍ରତିଯୋଗୀତା ପାଇଁ ଦର୍ଶକଙ୍କୁ ଜୀ ସାର୍ଥକ ଦେଖିବାକୁ ପଡିବ। ସଂଧ୍ୟା ୫ଟାରୁ ରାତି ୧୦ ଟା ଭିତରେ ପ୍ରସାରିତ ଧାରାବାହିକରୁ କିଛି ସରଳ ପ୍ରଶ୍ନ ପଚରାଯିବ। ଉତ୍ତରଦାତାଙ୍କ ମଧ୍ୟରୁ ପ୍ରତିଦିନ ୩ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ୧ଗ୍ରାମର ଗୋଲ୍ଡ କଏନ। ସେହିଭଳି ପ୍ରତିଯୋଗୀତା ଶେଷରେ ଜଣେ ମେଗା ବିଜେତାଙ୍କୁ ୧୦ ଗ୍ରାମର ଗୋଲ୍ଡ କଏନ ପ୍ରଦାନ କରାଯିବ। ଅରୁନ୍ଧତୀ ଜୁଏଲର୍ସ ତରଫରୁ ଏହି ଗୋଲଡ଼ କଏନ ଦିଆଯିବ। ଅକ୍ଟୋବର ୧୪ରୁ ଅକ୍ଟୋବର ୨୩ ଯାଏଁ ଏହି ପ୍ରତିଯୋଗୀତା ଚାଲିବ।

ଜୀ ସାର୍ଥକରେ ଏବେ ଅନେକ ନୂଆ ମେଗା ସିରିୟଲ ମଧ୍ୟ ଆରମ୍ଭ ହୋଇଛି। ଏମିତିକି ପ୍ରାଇମଟାଇମରେ ପ୍ରସାରିତ ସମସ୍ତ ଓଡିଆ ମେଗା ଧାରାବାହିକ ଗୁଡିକ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି। ସଂଧ୍ୟା ୫ଟାରୁ ରାତି ୧୦ଟା ଭିତରେ ଦିଦି ନମ୍ବର ୱାନ, ଶ୍ୟାମା, ବିଜୟିନୀ, ଝିଲି, ସୁନା ଝିଅ, ସାଥିରେ, ମା ଯାହାର ସାହା, ସର୍ବଜିତା ଅନୁ, ଭୋଳା ଓ ସବୁଠାରୁ ଲୋକପ୍ରିୟ ସୋ ସାରେଗାମାପା ସ୍ୱରର ମହାମଞ୍ଚ ପ୍ରସାରିତ ହେଉଛି।
ଯାହାକୁ ଦେଖି ଚ୍ୟାନେଲ ତରଫରୁ ପଚରା ଯାଇଥିବା ସରଳ ପ୍ରଶ୍ନର ଉତ୍ତର ଦେଇ ଦର୍ଶକେ ସୁନା କଏନ ଜିତିପାରିବେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି: ଓଡିଶାରେ ରହିବେନି କଣ୍ଟ୍ରାକଚ୍ୟୁଆଲ, ସମସ୍ତେ ହେବେ ସ୍ଥାୟୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପାବଳୀ ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି। ଏଣିକି ରାଜ୍ୟରେ କୌଣସି ଠିକା କର୍ମଚାରୀ ନିଯୁକ୍ତି ହେବ ନାହିଁ। ରାଜ୍ୟରେ ଯାହା ସବୁ ନିଯୁକ୍ତି ହେବ, ତାହା ସ୍ଥାୟୀ ନିଯୁକ୍ତି ହେବ। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ରାଜ୍ୟରେ ବର୍ତ୍ତମାନ ୫୩ ହଜାର କଣ୍ଟ୍ରାକଚ୍ୟୁଆଲ କର୍ମଚାର କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସମସ୍ତଙ୍କୁ ରାଜ୍ୟ ସରକାର ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ କରାଯିବ। ସେଥିପାଇଁ ରାଜ୍ୟ ରାଜକୋଷରୁ ୧୪ ଶହ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଏପରି ଐତିହାସିକ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଯାହା ସବୁ କହିଛନ୍ତି, ଆସନ୍ତୁ ଜାଣିବା….

ପ୍ରିୟ ଭାଇ ଓ ଭଉଣୀମାନେ,

ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା। ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା। ନିତି ଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା।

ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା। ରାଜକୋଷ ଖାଲି ଥିଲା। ଅର୍ଥନୀତି ଉପରେ ବହୁତ ଚାପ ଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ।

ବନ୍ୟା ବାତ୍ୟା ମରୁଡି ଲାଗି ରହି ଥିଲା ଗରିବୀ ବହୁ ଅଧିକ ଥିଲା.

ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା।

ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା। ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା। ଏହା ମୋ ପାଇଁ ବହୁତ କଷ୍ଟକର ଥିଲା। ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ। ଏହା ମୋତେ ବହୁତ ଦୁଃଖ ଦେଉଥିଲା। ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ ?

ଆପଣମାନଙ୍କର ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ଆମର ସବୁଠାରୁ ବଡ ଶକ୍ତି। ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା। ୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ। ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା। ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି। ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ଗତ ବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି କୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟି କରିଥିଲୁ।

ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି। ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ଏଥିପାଇଁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି।

ଆଜି ଓଡିଶା ଆତ୍ମବିଶ୍ବାସର ସହ ଆଗକୁ ବଢୁଛି। ସଶକ୍ତ ହେଉଛି। ଓଡିଶା ଇତିହାସର ଏହା ଏକ ସୁବର୍ଣ୍ଣ ମୂହୁର୍ତ୍ତ।

ସରକାରୀ କର୍ମଚାରୀ ମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଭଲ କାମ କରନ୍ତୁ। ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ । ଦାୟିତ୍ବ ପାଳନ କରିବାବେଳେ, ୫-ଟି ଉପକ୍ରମ – ଟିମ୍‌ ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍‌ସପ୍ୟାରେନ୍‌ସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ। ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖନ୍ତୁ।

ବନ୍ଦେ ଉତ୍କଳ ଜନନୀ

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌

ମୁମ୍ବାଇ: ଦୀପାବଳୀ ପୂର୍ବରୁ ରିଲାଏନ୍ସ ଜିଓ ପକ୍ଷରୁ ‘ମେକିଂ ଅଫ୍ ଜିଓଫୋନ ନେକ୍ସଟ’ ଭିଡିଓ ରିଲିଜ୍ କରାଯାଇଛି। ଏହି କ୍ଷୁଦ୍ର ଭିଡିଓରେ ଚଳିତ ସମୟର ଅନ୍ୟତମ ସର୍ବାଧିକ ପ୍ରତୀକ୍ଷିତ ଫୋନ ‘ଜିଓଫୋନ ନେକ୍ସଟ୍‌’ ପ୍ରଚଳନ କରିବାର ଲକ୍ଷ୍ୟ ଏବଂ ଚିନ୍ତାଧାରା ପଛରେ ରହିଥିବା ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି। ଏହି ନୂଆ ଫୋନ୍ ଭାରତକୁ ତାହାର ହୃଦୟ ମଧ୍ୟରେ ରଖି ଡିଜାଇନ କରାଯାଇଛି ଏବଂ ଏହା ବିଶ୍ୱସ୍ତରରେ ଦୃଷ୍ଟି ଆକର୍ଷଣ କରିବା ଆରମ୍ଭ କରିଛି।

ମାତ୍ର ୫ ବର୍ଷ ମଧ୍ୟରେ ଜିଓ ଭାରତରେ ଘରେ ଘରେ ପରିଚିତ ଏକ ନାମ ହୋଇପାରିଛି। ୪୩୦ ନିୟୁତ ବ୍ୟବହାରକାରୀଙ୍କୁ ନେଇ ଏହାର ସେବା ସମସ୍ତ ଭୌଗୋଳିକ ଅଂଚଳଅର୍ଥନୀତି ଏବଂ ସାମାଜିକ ବର୍ଗଙ୍କ ମଧ୍ୟରେ ପରିବ୍ୟାପ୍ତ ହୋଇଛି। ଜିଓଫୋନ ନେକ୍ସଟ୍ ସହିତ ଜିଓ ଭାରତରେ ଡିଜିଟାଲ ସଂଯୋଗୀକରଣକୁ ସାର୍ବଜନୀନ କରିବା ଦିଗରେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ଯୋଜନା କରିଛି।

ଜିଓଫୋନ ନେକ୍ସଟ୍ ଭାରତରେ ତିଆରିଭାରତ ପାଇଁ ତିଆରି ଏବଂ ଭାରତୀୟଙ୍କ ଦ୍ୱାରା ତିଆରି ହୋଇଛି। ପ୍ରତ୍ୟେକ ଭାରତୀୟ ଡିଜିଟାଲ ପ୍ରଯୁକ୍ତିରେ ସମାନ ସୁଯୋଗ ଏବଂ ସମାନ ବ୍ୟବହାର ସୁବିଧା ଯେଭଳି ପାଇପାରିବେ ତାହା ଜିଓଫୋନ ନେକ୍ସଟ୍ ସୁନିଶ୍ଚିତ କରିବ। ଏହି ଭିଡିଓରେ ଜିଓଫୋନ ନେକ୍ସଟ କିଭଳି କୋଟି କୋଟି ସଂଖ୍ୟକ ଭାରତୀୟଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି ତାହା ଦର୍ଶାଯାଇଛି।

ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ପ୍ରଗତି ଓଏସ୍ (ଅପରେଟିଂ ସିଷ୍ଟମ)ଏକ ବିଶ୍ୱଶ୍ରେଣୀର ଅପରେଟିଂ ସିଷ୍ଟମ ଯାହା ଭାରତ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଛି ଏବଂ ଏହା ଜିଓଫୋନ ନେକ୍ସଟ୍ ର ମୂଳରେ ରହିଛି। ଏହା ଜିଓ ଏବଂ ଗୁଗଲର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ସୁଲଭ ମୂଲ୍ୟରେ ବାସ୍ତବରେ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ ସହିତ ସମସ୍ତଙ୍କ ପାଇଁ ପ୍ରଗତି ଆଣିଦେବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି।

ଜିଓଫୋନ ନେକ୍ସଟ୍‌ର ପ୍ରୋସେସର ବିିଶ୍ୱର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତି ସଂସ୍ଥା କ୍ୱାଲକମ୍ ପ୍ରସ୍ତୁତ। ଜିଓଫୋନ୍ ନେକ୍ସଟ୍‌ରେ କ୍ୱାଲକମ୍ ପ୍ରୋସେସର ଦ୍ୱାରା ଉପକରଣର ପ୍ରଦର୍ଶନଅଡିଓ ଏବଂ ବ୍ୟାଟେରୀର କାର୍ଯ୍ୟଦକ୍ଷତା ସର୍ବାଧିକ କରିବା ସହିତ ସର୍ବୋତମ କନେକ୍ଟିଭିଟି ଓ ଅବସ୍ଥିତି ପ୍ରଯୁକ୍ତି ପ୍ରଦାନ ଉପରେ ଦୃଷ୍ଟିନିବଦ୍ଧ କରୁଛି। ଜିଓଫୋନ ନେକ୍ସଟ୍‌ର ସମୃଦ୍ଧ ବୈଶିଷ୍ଟ୍ୟାବଳୀ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ଭାବ ବିନିମୟକୁ ସମର୍ଥ କରାଇବ।

ଜିଓଫୋନ ନେକ୍ସଟର କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ:

ଭଏସ ଆସିଷ୍ଟାଂଟ: ଭଏସ ଆସିଷ୍ଟାଂଟ ବ୍ୟବହାରକାରୀଙ୍କୁ ହ୍ୟାଣ୍ଡ୍‌ସେଟ ପରିଚାଳନା (ଆପ୍ ଖୋଲିବାସେଟିଂ ପରିଚାଳନା ଆଦି) କରିବା ଏବଂ ସେମାନଙ୍କ ପାଇଁ ପରିଚିତ ଭାଷାରେ ସୂଚନା / ବିଷୟବସ୍ତୁ ଇଂଟରନେଟରୁ ସହଜରେ ପାଇବାରେ ସହାୟତା କରୁଛି।

ରିଡ୍ ଆଲାଉଡ୍: ଶୁଣିବା ସୁବିଧା ବ୍ୟବହାରକାରୀଙ୍କୁ ଯେକୌଣସି ପରଦାରେ ଥିବା ବିଷୟବସ୍ତୁକୁ ସେମାନଙ୍କ ହ୍ୟାଣ୍ଡସେଟ ଦ୍ୱାରା ପଢି ଶୁଣାଇବାକୁ ସୁଯୋଗ ପ୍ରଦାନ କରୁଛି। ଏହା ବ୍ୟବହାରକାରୀଙ୍କୁ ସେମାନେ ବୁଝିପାରୁଥିବା ଭଳି ଭାଷାରେ ବିଷୟବସ୍ତୁକୁ ଶୁଣିବାର ସୁଯୋଗ ଦେଉଛି।

ଟ୍ରାନ୍ସଲେଟ: ‘ଟ୍ରାନ୍ସଲେଟ’ ସୁବିଧା ବ୍ୟବହାରକାରୀଙ୍କୁ ପରଦାରେ ଥିବା ଯେକୌଣସି ବିଷୟକୁ ତାଙ୍କ ପସନ୍ଦର ଭାଷାରେ ଅନୁବାଦ କରିବାର ସୁଯୋଗ ଦେଉଛି। ଏହା ବ୍ୟବହାରକାରୀଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଯେକୌଣସି ବିଷୟ ପଢିବାକୁ ସୁଯୋଗ ଦେଉଛି।

ଇଜି ଆଣ୍ଡ ସ୍ମାର୍ଟ କ୍ୟାମେରା: ହ୍ୟାଣ୍ଡସେଟରେ ଏକ ସ୍ମାର୍ଟ ଓ ଶକ୍ତିଶାଳୀ କ୍ୟାମେରା ଅଛି ଯାହା ପୋଟ୍ରେଟ୍ ମୋଡ ଭଳି ବିବିଧ ଫଟୋ ଉଠାଇବା ମୋଡକୁ ସମର୍ଥନ କରୁଛି ତଥା ବ୍ୟବହାରକାରୀଙ୍କୁ ଆପେଆପେ ଝାପସା ହୋଇଯାଉଥିବା ପୃଷ୍ଠଭୂମିରେ ଭଲ ରିଜଲ୍ୟୁସନ୍‌ର ଫଟୋ ଉଠାଇବା ସୁଯୋଗ ଦେଉଛି। ନାଇଟ୍ ମୋଡ ବ୍ୟବହାରକାରୀଙ୍କୁ କମ୍ ଆଲୋକରେ ମଧ୍ୟ ଭଲ ରିଜଲ୍ୟୁସନ୍‌ର ଫଟୋ ଉତୋଳନ କରିବାକୁ ସୁଯୋଗ ଦେଉଛି। କ୍ୟାମେରା ଆପ୍ ଭାବପ୍ରବଣତା ଏବଂ ପାର୍ବଣ ସମ୍ପର୍କିତ ଫଟୋ ସମୃଦ୍ଧ କରିବାକୁ ଭାରତୀୟତା ବୈଶିଷ୍ଟ୍ୟ ଥିବା ରିଅଲିଟି ଫିଲଟର ସହିତ ପୂର୍ବରୁ ଲୋଡ୍ ହୋଇ ଆସୁଛି।

ଜିଓ ଓ ଗୁଗଲ ଆପ୍ ସମୂହ ପ୍ରିଲୋଡେଡ: ଏହି ହ୍ୟାଣ୍ଡ୍‌ସେଟ ସମସ୍ତ ଉପଲବ୍ଧ ଆଣ୍ଡ୍ରଏଡ ଆପ୍‌କୁ ସମର୍ଥନ କରୁଛି ଯାହାକୁ ବ୍ୟବହାରକାରୀ ଡାଉନଲୋଡ କରି ତାଙ୍କ ହ୍ୟାଣ୍ଡସେଟରେ ଗୁଗଲ ପ୍ଲୋ ଷ୍ଟୋର ଜରିଆରେ ବ୍ୟବହାର କରିପାରିବେ ଏବଂ ଏହା ସେମାନଙ୍କୁ ପ୍ଲେ ଷ୍ଟୋରରେ ଉପଲବ୍ଧ ଲକ୍ଷ ଲକ୍ଷ୍ ଆପ ମଧ୍ୟରୁ ପସନ୍ଦ କରିବାର ସ୍ୱାଧୀନତା ପ୍ରଦାନ କରୁଛି। ଏହା ମଧ୍ୟ ଏକାଧିକ ଜିଓ ଏବଂ ଗୁଗଲ ଆପ୍ ସହ ପୂର୍ବରୁ ଲୋଡ୍ ହୋଇ ଆସୁଛି।

ଅଟୋମାଟିକ ସଫ୍ଟୱେର ଅପଗ୍ରେଡ୍‌: ଜିଓଫୋନ ନେକ୍ସଟ୍ ଆପେ ଆପେ ସଫ୍ଟୱେର ଅପ୍‌ଡେଟ୍ କରିବା ପାଇଁ ନିଜକୁ ପ୍ରସ୍ତୁତ କରି ରଖିଛି। ସମୟକ୍ରମେ ସର୍ବାଧୁନିକ ବୈଶିଷ୍ଟ୍ୟ ଆପେ ଆପେ ପ୍ରଦାନ କରିବା ସହିତ ଏହି ଅନୁଭୂତି ଅଧିକ ଉନ୍ନତ ହେବାକୁ ଯାଉଛି। ଏହା ମଧ୍ୟ ସୁରକ୍ଷା ଅପ୍‌ଡେଟ ସହିତ ଆସୁଛି ଯାହା ଏକ ତ୍ରୁଟିଶୂନ୍ୟ ଅନୁଭୂତି ସୁନିଶ୍ଚିତ କରୁଛି।

ଅଭୁତପୂର୍ବ ବ୍ୟାଟେରୀ ଲାଇଫ: ନୂଆକରି ଡିଜାଇନ କରାଯାଇଥିବା ପ୍ରଗତି ଓଏସ୍ ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ହେଉଥିବାବେଳେ ଦୀର୍ଘ ବ୍ୟାଟେରୀ କାର୍ଯ୍ୟକାଳ ସୁନିଶ୍ଚିତ କରିବା ସହିତ ସର୍ବୋଚ୍ଚ ପ୍ରଦର୍ଶନ କରୁଛି।