Categories
ଆଜିର ଖବର ଜାତୀୟ ଖବର

ଲାଲ କିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ

ନୂଆଦିଲ୍ଲୀ: ଲାଲ କିଲ୍ଲାରେ ହୋଇଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ମଧ୍ୟରୁ ଜଣେ ଥିଲେ ଦୀପ ସିଦ୍ଧୁ। ଆଜି ଦିଲ୍ଲୀ ପୋଲିସ ତାଙ୍କୁ ପଞ୍ଜାବରୁ ଗିରଫ କରିଛି। ତାଙ୍କୁ ଧରିବା ପାଇଁ ଏକ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା। ଦୀପ ସିଦ୍ଧୁ ପାଖାପାଖି ୧୫ ଦିନ ଧରି ଫେରାର ଥିଲେ । ଆଜି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଧରିବାରେ ସଫଳ ହୋଇଛି।

ପୋଲିସ ଅନୁଯାୟୀ, ଦୀପ ସିଦ୍ଧୁ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିଲେ। କିନ୍ତୁ ଏହି ସବୁ ଭିଡ଼ିଓକୁ ବିଦେଶରେ ରହୁଥିବା ତାଙ୍କର ଜଣେ ଝିଅ ବନ୍ଧୁ ଅପଲୋଡ଼ କରୁଥିଲେ। ସେ ଜଣେ ପେଶାଦାର ଅପରାଧୀ ଭଳି ପୋଲିସ ସାମ୍ନାରେ ଲୁଚାଲୁଚି ଖେଳୁଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲାଲକିଲ୍ଲାରେ ଧାର୍ମିକ ପତାକା ଉଡାଇବା ଘଟଣା: ଅଭିନେତା ଦୀପ ସିଦ୍ଧୁଙ୍କୁ ଧରିବା ପାଇଁ ପୁରଷ୍କାର ଘୋଷଣା

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ସେଥିପାଇଁ ଆଜି ଦିଲ୍ଲୀ ପୋଲିସ କିଛି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁରଷ୍କାର ରାଶି ଘୋଷଣା କରିଛି। ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଉପରେ ଏକ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଛି। ଏହା ବ୍ୟତୀତ ଗୁରଜୋତ ସିଂହ, ଗୁରଞ୍ଜତ ସିଂହଙ୍କ ପାଇଁ ମଧ୍ୟ ଏକ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରିଛି। ସେହିପରି ଜଜବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକବାଲ ସିଂହ ଉପରେ ୫୦ ହଜାର ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀଙ୍କୁ ଲାଲକିଲ୍ଲାରେ ଧାର୍ମିକ ପତାକା ଉଡାଇବା ପାଇଁ ଦୀପ ସିଦ୍ଧୁ ପ୍ରବର୍ତ୍ତାଇଥିବାର ଅଭିଯୋଗ ହୋଇଛି।