ଲାଲକିଲ୍ଲାରେ ଧାର୍ମିକ ପତାକା ଉଡାଇବା ଘଟଣା: ଅଭିନେତା ଦୀପ ସିଦ୍ଧୁଙ୍କୁ ଧରିବା ପାଇଁ ପୁରଷ୍କାର ଘୋଷଣା

Published: Feb 3, 2021, 1:08 pm IST

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ସେଥିପାଇଁ ଆଜି ଦିଲ୍ଲୀ ପୋଲିସ କିଛି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁରଷ୍କାର ରାଶି ଘୋଷଣା କରିଛି। ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଉପରେ ଏକ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଛି। ଏହା ବ୍ୟତୀତ ଗୁରଜୋତ ସିଂହ, ଗୁରଞ୍ଜତ ସିଂହଙ୍କ ପାଇଁ ମଧ୍ୟ ଏକ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରିଛି। ସେହିପରି ଜଜବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକବାଲ ସିଂହ ଉପରେ ୫୦ ହଜାର ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀଙ୍କୁ ଲାଲକିଲ୍ଲାରେ ଧାର୍ମିକ ପତାକା ଉଡାଇବା ପାଇଁ ଦୀପ ସିଦ୍ଧୁ ପ୍ରବର୍ତ୍ତାଇଥିବାର ଅଭିଯୋଗ ହୋଇଛି।

Related posts