Categories
ଆଜିର ଖବର ଜାତୀୟ ଖବର

କୋଝିକୋଡିରେ ଦୁର୍ଘଟଣା ବିମାନର ମିଳିଲା ବ୍ଲାକ ବକ୍ସ, ଅଧିକ ତଦନ୍ତ ଜାରୀ

ନୂଆଦିଲ୍ଲୀ, ଗତକାଲି ଦୁର୍ଘଟଣା ଗସ୍ତ ହୋଇଥିବା ଏୟାର ଇଣ୍ଡିଆର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଆଜି ସକାଳେ ନୂଆଦିଲ୍ଲୀରୁ ଏକ ତଦନ୍ତ ଦଳ ଦୁର୍ଘଟଣା ସ୍ଥଳରେ ପହଁଚିଥିଲେ। ସେଠାରେ ସେମାନେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ବ୍ଲାକ ବକ୍ସଟି ହାସଲ କରିଥିଲେ। ଏହି ବ୍ଲାକ ବକ୍ସ ମିଳିଛି ବୋଲି ଡିଜିସିଏ ସ୍ପଷ୍ଟ କରିଛି। ଏହି ବକ୍ସରୁ ଜଣାପଡିବ ସେତେବେଳେ ପାଇଲଟ କଂଣ୍ଟ୍ରୋଲ ରୁମ ସହିତ କଣ ଆଲୋଚନା କରିଥିଲେ। ଦୁର୍ଘଟଣା ପୂର୍ବରୁ ପାଇଲଟ କି ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହାର ତଥ୍ୟ ମିଳିପାରିବ।

ଏହି ବିମାନର ଥିବା ଦୁଇଜଣ ପାଇଲଟ ହେଲେ ଦୀପକ ସେଠ୍ ଏବଂ କୋପାଇଲଟ ଅଖିଲେଶ କୁମାର। ଉଭୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନଟି ରନୱେ ସ୍ପର୍ଶ କରିବା ପରେ 35 ଫୁଟ ତଳକୁ ଖସିପଡିଥିଲା।