Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିଗପହଣ୍ଡି ବନାଞ୍ଚଳ ଅଧିକାରୀଙ୍କ ଘରେ ଦୁର୍ନୀତି ନିବାରଣ ବିଭାଗର ଚଢ଼ାଉ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ବିଭାଗର ଚଢ଼ାଉ ଜାରି ରହିଛି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଅଧ୍ୟକ୍ଷ କାର୍ଯ୍ୟାଳୟ ତରଫରୁ ଅଧିକାରୀଙ୍କ ଦିଗପହଣ୍ଡି ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ବ୍ରହ୍ମପୁର ବାସଭବନରେ ଏକକାଳୀନ ଚଢ଼ଉ ଜାରି ରହିଛି ଓ ବର୍ତ୍ତମାନ ସୁଦ୍ଧା କୌଣସି ଖବର ବାହାରକୁ ଆସିନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଏସିବିର ବଡ କାର୍ଯ୍ୟାନୁଷ୍ଠାନ: ନିର୍ବାଚନରେ ​​ଟିକେଟ ବିକ୍ରି କରି ଗିରଫ ହେଲେ ଆପ୍ ବିଧାୟକଙ୍କ ସମ୍ପର୍କୀୟ

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ​​ଟିକେଟ୍ ବିକ୍ରି ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁର୍ନୀତି ନିବାରଣ ବ୍ୟୁରୋ ଦ୍ୱାରା ଆମ୍ ଆଦମୀ ପାର୍ଟି ନେତା ଅଖିଳେଶ ତ୍ରିପାଠୀଙ୍କ ଘନିଷ୍ଠ ସହଯୋଗୀ ଓମ୍ ସିଂଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ଓମ ସିଂଙ୍କ ସହଯୋଗୀ ଶଙ୍କର ପାଣ୍ଡେ ଏବଂ ପ୍ରିନ୍ସ ରଘୁବଂଶୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ, ଟିକେଟ୍ ପାଇଁ ଅଖିଳେଶ ପତି ତ୍ରିପାଠୀ ୯୦ ଲକ୍ଷ ଟଙ୍କା ମାଗିଥିଲେ, ସେଥିମଧ୍ୟରୁ ସେ ଅଖିଳେଶ ପତି ତ୍ରିପାଠୀଙ୍କୁ ୩୫ ଲକ୍ଷ ଟଙ୍କା ଏବଂ ଅଖିଳେଶଙ୍କ ନିର୍ଦ୍ଦେଶରେ ୱଜିରପୁର ବିଧାୟକ ରାଜେଶ ଗୁପ୍ତାଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

ଦିଲ୍ଲୀର ଦୁର୍ନୀତି ନିବାରଣ ଶାଖା ଆମ୍ ଆଦମୀ ପାର୍ଟି ନେତା ଅଖିଳେଶ ପତି ତ୍ରିପାଠୀଙ୍କ ଘନିଷ୍ଠ ସହଯୋଗୀ ଓମ୍ ସିଂ, ଶଙ୍କର ପାଣ୍ଡେ ଏବଂ ପ୍ରିନ୍ସ ରଘୁବଂଶୀଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ଏମସିଡି ନିର୍ବାଚନରେ ​​ଗୋପାଳ ଖରିଙ୍କ ପତ୍ନୀ ଶୋଭା ଖରୀଙ୍କୁ ୱାର୍ଡ ନମ୍ବର ୬୯ ରେ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇ ଏହି ତିନିଜଣ ଲାଞ୍ଚ ନେଇଥିଲେ।

ତେବେ ଆମ୍ ଆଦମୀ ପାର୍ଟି ସୂତ୍ରରୁ ପ୍ରକାଶ ଯେ, ଓମ ସିଂ ଅଖିଳେଶ ପତି ତ୍ରିପାଠୀଙ୍କ ଶଳା ନୁହଁନ୍ତି। ଅନ୍ୟପକ୍ଷରେ ଏସିବି ଓମ ସିଂଙ୍କୁ ଅଖିଳେଶ ପତି ତ୍ରିପାଠୀଙ୍କ ଶଳା ବୋଲି ବର୍ଣ୍ଣନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କନିଷ୍ଠ ଯନ୍ତ୍ରୀଙ୍କ ପିସି କାରବାର ଘଟଣା: ଦୁର୍ନୀତି ନିବାରଣ ବିଭାଗର ତଦନ୍ତ ଆରମ୍ଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିିଦିନ ତଳେ ଗୁରୁଣ୍ଠି ଗ୍ରାମର ଏକ ୩ ଲକ୍ଷ ଟଙ୍କାର ରାସ୍ତାକାମ ପାଇଁ ଜନୈକ ବ୍ୟକ୍ତିଙ୍କଠାରୁ ୩୦ ହଜାର ପିସି ମାଗିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ସହ ଭିଜିଲାନସ ତଦନ୍ତ ପାଇଁ ଦାବି ହୋଇଥିଲା। ତେବେ ଆଜି ଏହି ଘଟଣାର ତଦନ୍ତ କରିବା ପାଇଁ ବ୍ଲକ୍ ପରିସରରେ ଦୁର୍ନୀତି ନିବାରଣ ବିଭାଗ ପହଞ୍ଚିଥିବା ଜଣାପଡ଼ିଛି। ଫଳରେ ଏଭଳି ଦୁର୍ନୀତି କରୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି।

ସୂଚନାଯୋଗ୍ୟ ୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌. ମୋହନ ରାଓ ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ଗୁରୁଣ୍ଠି ଗ୍ରାମର ଦଣ୍ଡପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଉକ୍ତ ଗ୍ରାମର ଟି. ଫକୀର ପାତ୍ରଙ୍କୁ କାର୍ଯ୍ୟ ଦେଖାଶୁଣା କରିବା ଦାୟିତ୍ୱ ଦେଇଥିଲେ। କାର୍ଯ୍ୟଶେଷ ହେବା ପରେ ବିଲ୍ ହୋଇଥିବା ଅର୍ଥରାଶି ମାଗିବାକୁ ଗଲା ପରେ ସିକୁରିଟି ୧୮ ହଜାର ଟଙ୍କା ଏବଂ କମିଶନର ୩୦ ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀ ମହୋଦୟ କାଟିଦେଇଥିବା ନେଇ ଟି. ଫକୀର ପାତ୍ର ଜିଲ୍ଲା ପରିଷଦଙ୍କୁ କହିଥିଲେ।

ଏହାସହ ଟି. ଫକୀର ପାତ୍ର କାହିଁକି ଏତେଟଙ୍କା କାଟୁଛନ୍ତି ବୋଲି ପଚାରିବାରେ ଯନ୍ତ୍ରୀ କହିଥିଲେ ଏହି ପିସି କେବଳ ମୋର ନୁହେଁ ବ୍ଲକ୍‌ର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଏଥିରେ ଭାଗିଦାର ଅଛନ୍ତି ବୋଲି କନିଷ୍ଠ ଯନ୍ତ୍ରୀ କହିଥିବା ନେଇ ଫକୀର ଅଭିଯୋଗ କରିଥିଲେ ଏବଂ ଗୋଟିଏ ହାତଲେଖା କାଗଜରେ ସମସ୍ତ ହିସାବ କରି ବଳକା ଟଙ୍କା ଚେକ୍ ଆକାରରେ ଫକୀର ପାତ୍ରଙ୍କୁ ପ୍ରଦାନ କରିଥିଲେ। ଏନେଇ ଫକୀର ଜିଲ୍ଲା ପରିଷଦ ଏଲ୍ ମୋହନ ଦାସଙ୍କୁ ଜଣାଇବା ପରେ ଶ୍ରୀ ଦାସ ଏହି ଘଟଣାର ଭିଜିଲାନସ ତଦନ୍ତ ଦାବି କରିଥିଲେ। ଘଟଣା ପରଦିନ ଟି. ଫକୀରଙ୍କୁ ବ୍ଲକ୍ କାର୍ଯ୍ୟାଳୟକୁ ଡ଼ାକି ବିଡ଼ିଓ, ଚେୟାରମ୍ୟାନ, ସରପଞ୍ଚ, ସମିତିସଭ୍ୟ ଭୟଭୀତ କରି ଅନ୍ୟ ଏକ କାଗଜରେ କିଛି ଲେଖିବା ପାଇଁ ମଧ୍ୟ କହିଥିବା ନେଇ ଟି. ଫକୀର ପାତ୍ର ଅଭିଯୋଗ କରିଥିଲେ। ଫଳରେ ଘଟଣାଟି ବେଶ୍ ଚର୍ଚ୍ଚା ହୋଇଥିଲା। ତେବେ କୁକୁଡ଼ାଖଣ୍ଡି ବ୍ଲକ୍‌ଟି ଦୁର୍ନୀତିରେ ଉବୁଟୁବୁ ହୋଇଥିବା ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଉଥିଲେ ସୁଦ୍ଧା କୌଣସି ତଦନ୍ତ ହେଉନଥିଲା। ବର୍ତ୍ତମାନର ତଦନ୍ତ କେତେଦୂର ଯାଇ ଦୋଷୀ ଦଣ୍ଡ ପାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।