Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କନିଷ୍ଠ ଯନ୍ତ୍ରୀଙ୍କ ପିସି କାରବାର ଘଟଣା: ଦୁର୍ନୀତି ନିବାରଣ ବିଭାଗର ତଦନ୍ତ ଆରମ୍ଭ
ଆଜିର ଖବର

କନିଷ୍ଠ ଯନ୍ତ୍ରୀଙ୍କ ପିସି କାରବାର ଘଟଣା: ଦୁର୍ନୀତି ନିବାରଣ ବିଭାଗର ତଦନ୍ତ ଆରମ୍ଭ

September 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିିଦିନ ତଳେ ଗୁରୁଣ୍ଠି ଗ୍ରାମର ଏକ ୩ ଲକ୍ଷ ଟଙ୍କାର ରାସ୍ତାକାମ ପାଇଁ ଜନୈକ ବ୍ୟକ୍ତିଙ୍କଠାରୁ ୩୦ ହଜାର ପିସି ମାଗିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ସହ ଭିଜିଲାନସ ତଦନ୍ତ ପାଇଁ ଦାବି ହୋଇଥିଲା। ତେବେ ଆଜି ଏହି ଘଟଣାର ତଦନ୍ତ କରିବା ପାଇଁ ବ୍ଲକ୍ ପରିସରରେ ଦୁର୍ନୀତି ନିବାରଣ ବିଭାଗ ପହଞ୍ଚିଥିବା ଜଣାପଡ଼ିଛି। ଫଳରେ ଏଭଳି ଦୁର୍ନୀତି କରୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି।

ସୂଚନାଯୋଗ୍ୟ ୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌. ମୋହନ ରାଓ ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ଗୁରୁଣ୍ଠି ଗ୍ରାମର ଦଣ୍ଡପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଉକ୍ତ ଗ୍ରାମର ଟି. ଫକୀର ପାତ୍ରଙ୍କୁ କାର୍ଯ୍ୟ ଦେଖାଶୁଣା କରିବା ଦାୟିତ୍ୱ ଦେଇଥିଲେ। କାର୍ଯ୍ୟଶେଷ ହେବା ପରେ ବିଲ୍ ହୋଇଥିବା ଅର୍ଥରାଶି ମାଗିବାକୁ ଗଲା ପରେ ସିକୁରିଟି ୧୮ ହଜାର ଟଙ୍କା ଏବଂ କମିଶନର ୩୦ ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀ ମହୋଦୟ କାଟିଦେଇଥିବା ନେଇ ଟି. ଫକୀର ପାତ୍ର ଜିଲ୍ଲା ପରିଷଦଙ୍କୁ କହିଥିଲେ।

ଏହାସହ ଟି. ଫକୀର ପାତ୍ର କାହିଁକି ଏତେଟଙ୍କା କାଟୁଛନ୍ତି ବୋଲି ପଚାରିବାରେ ଯନ୍ତ୍ରୀ କହିଥିଲେ ଏହି ପିସି କେବଳ ମୋର ନୁହେଁ ବ୍ଲକ୍‌ର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଏଥିରେ ଭାଗିଦାର ଅଛନ୍ତି ବୋଲି କନିଷ୍ଠ ଯନ୍ତ୍ରୀ କହିଥିବା ନେଇ ଫକୀର ଅଭିଯୋଗ କରିଥିଲେ ଏବଂ ଗୋଟିଏ ହାତଲେଖା କାଗଜରେ ସମସ୍ତ ହିସାବ କରି ବଳକା ଟଙ୍କା ଚେକ୍ ଆକାରରେ ଫକୀର ପାତ୍ରଙ୍କୁ ପ୍ରଦାନ କରିଥିଲେ। ଏନେଇ ଫକୀର ଜିଲ୍ଲା ପରିଷଦ ଏଲ୍ ମୋହନ ଦାସଙ୍କୁ ଜଣାଇବା ପରେ ଶ୍ରୀ ଦାସ ଏହି ଘଟଣାର ଭିଜିଲାନସ ତଦନ୍ତ ଦାବି କରିଥିଲେ। ଘଟଣା ପରଦିନ ଟି. ଫକୀରଙ୍କୁ ବ୍ଲକ୍ କାର୍ଯ୍ୟାଳୟକୁ ଡ଼ାକି ବିଡ଼ିଓ, ଚେୟାରମ୍ୟାନ, ସରପଞ୍ଚ, ସମିତିସଭ୍ୟ ଭୟଭୀତ କରି ଅନ୍ୟ ଏକ କାଗଜରେ କିଛି ଲେଖିବା ପାଇଁ ମଧ୍ୟ କହିଥିବା ନେଇ ଟି. ଫକୀର ପାତ୍ର ଅଭିଯୋଗ କରିଥିଲେ। ଫଳରେ ଘଟଣାଟି ବେଶ୍ ଚର୍ଚ୍ଚା ହୋଇଥିଲା। ତେବେ କୁକୁଡ଼ାଖଣ୍ଡି ବ୍ଲକ୍‌ଟି ଦୁର୍ନୀତିରେ ଉବୁଟୁବୁ ହୋଇଥିବା ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଉଥିଲେ ସୁଦ୍ଧା କୌଣସି ତଦନ୍ତ ହେଉନଥିଲା। ବର୍ତ୍ତମାନର ତଦନ୍ତ କେତେଦୂର ଯାଇ ଦୋଷୀ ଦଣ୍ଡ ପାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

କନିଷ୍ଠ ଯନ୍ତ୍ରୀ ଦୁର୍ନୀତି ନିବାରଣ ବିଭାଗ ପିସି କାରବାର
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.