Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୁଣି ପୁରୀରେ ଅଘଟଣ: ଗୁଣ୍ଡିଚା ମନ୍ଦିରର ୨୦ରୁ ଅଧିକ ଚୂଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ: ପୁଣି ପୁରୀରେ ଅଭାବନୀୟ ଘଟଣା ଘଟିଛି। ଗୁଣ୍ଡିଚା ମନ୍ଦିରର ରୋଷଘର ଚୂଲି ଭାଙ୍ଗିଥିବା ସୂଚନା ରହିଛି। ୨୦ରୁ ଅଧିକ ଚୂଲି ଭାଙ୍ଗିଥିବା ସୂଚନା ମିଳିଛି। ଆଡପ ଅବଢା ପାଇଁ ତିଆରି ହୋଇଥିବା ଚୂଲିକୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। କିନ୍ତୁ କୋଠଭୋଗ ଚୂଲି ସୁରକ୍ଷିତ ଥିବା ବେଳେ ଆଉ ବାକି ସବୁ ଚୂଲିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି।

ଏହି ଘଟଣା ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚିଛନ୍ତି। ଏହାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହି ସମୟରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ରୁଣ୍ଡ ହୋଇଥିବା ବେଳେ ଆଡପ ଅବଢା ପାଇଁ ଚାହିଁବସିଛନ୍ତି। ତେଣୁ ଚୂଲିଗୁଡିକ କିପରି ଯଥାଶୀଘ୍ର ମରାମତି ହେଇପାରିବ ସେ ନେଇ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ଚୂଲି ଗୁଡିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାକି ମାଗିବାରୁ ବଚସା: ଦୋକାନୀର ଘରେ ପଶି ହତ୍ୟା କଲେ ଦୁର୍ବୃତ୍ତ

ହେମାଙ୍ଗ ପ୍ରସାଦ ରାଉଳ

କୁକୁଡାଖଣ୍ଡି: ପ୍ରଥମେ ଦୋକନରୁ ବାକିରେ ଖାଇଲେ ପଇସା ମାଗିବାରୁ ସଂଘବଦ୍ଧ ହୋଇ ଆସି ଘରେ ପଶି ହତ୍ୟା କଲେ। ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି କୁକୁଡାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଅନ୍ତଗତ ନୁଆ ଅନନ୍ତେଇ ଗ୍ରାମରେ। ହତ୍ୟାର ଶିକାର ହୋଇଛନ୍ତି ୪୦ ବର୍ଷୀୟ ଦୁଷ୍ମନ୍ତ ବେହେରା।

ଘଟଣାରୁ ପ୍ରକାଶ ଯେ, ରବିବାର ରାତ୍ର ୯ଟା ସମୟରେ ଦୁଷ୍ମନ୍ତ କରିଥିବା ପାନ ଦୋକାନକୁ ଦୁଇ ଜଣ ବ୍ୟକ୍ତି ଯାଇ ପାଣି ଓ ସିଗାରେଟ ମାଗିଥିଲେ। ପଇସା ମାଗିବାରୁ ବାକିରେ ଦେବାକୁ କହିଥିଲେ। ସେଠାରେ ସାମାନ୍ୟ ବଚସା ହୋଇଥିଲା। ପରେ ଦୁଷ୍ମନ୍ତ ଦୋକାନ ବନ୍ଦକରି ଘରକୁ ଚାଲିଯାଇଥିଲେ। ବାକି ମାଗିଥିବା ଦୁଇ ଯୁବକଙ୍କ ସହ ୧୦ ଜଣରୁ ଊର୍ଦ୍ଧ୍ଵ ବ୍ୟକ୍ତି ଆସି ଘରେ ପଶି ଦୁଷ୍ମନ୍ତଙ୍କୁ ଲୁହା ରଡ ଓ ଖଣ୍ଡାରେ ଆକ୍ରମଣ ସହ ପଥର ଛେଚି ଦେଇଥିଲେ।

ଏହା ଦେଖି ତାଙ୍କ ଭାଇ ବିକ୍ରମ ଚୌଧୁରୀ ଛଡାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଉଭୟକୁଂ ଛଡାଇବାକୁ ଯାଇ ତାଙ୍କ ମା ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ଦୁଇ ଭାଇ ଆହାତ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ  ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠା, ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁରମୁ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ମା ସାତଭଉଣୀ ମନ୍ଦିର କାମକୁ ନେଇ ଆକ୍ରମଣକାରୀ ଦୁର୍ବୃତ୍ତ ଓ ଦୁଷ୍ମନ୍ତଙ୍କ ମଧ୍ୟରେ ଶତୃତା ଲାଗିରହିଥିଲା। ଦୁଷ୍ମନ୍ତ ଏକ ରାଜନୈତିକ ଦଳର କର୍ମୀ ଥିବା ବେଳେ ଆକ୍ରମଣକାରୀ ଦୁର୍ବୃତ୍ତମାନେ ଉକ୍ତ ଦଳର ହୋଇଥିବା ସୂଚନା ମିଳିଛି।

ପୂର୍ବରୁ ଉକ୍ତ ଅଞ୍ଚଳର ଚାଞ୍ଚଡାପଲ୍ଲୀ ଗ୍ରାମରେ ଜଣେ ଯୁବକ ବଚନ ସ୍ବାଇଁକୁ ତାସ ଖେଳ ଲାଗିଥିବା ବେଳେ ସଂଘବଦ୍ଧ ଆକ୍ରମଣ କରି ମାରିଥିଲେ। ଉକ୍ତ ଘଟଣାରେ ପୋଲିସ ଦୁଇଜଣକୁଂ ଗିରଫ କରିଥିଲା। ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ବଢାଇବା ପାଇଁ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ନିକଟରୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଖବର ଶୁଣିବାକୁ ମିଳିଛି। ପଲସର ବାଇକରେ ଆସି ମାଛ ଗୋଦାମ କର୍ମଚାରୀଙ୍କ ଠାରୁ ୩ ଲକ୍ଷ ଟଙ୍କା  ଲୁଟିନେଲେ ଦୁର୍ବୃତ୍ତ।

ସୂଚନା ମୁତାବକ, ମାଛ ଗୋଦାମର କର୍ମଚାରୀ ସନ୍ତୋଷ ପରିଡା ପ୍ରତିଦିନ ମାଛ  ଟ୍ରକ୍ ରେ କୋଲକତା ଯାଇ ମାଛ ବିକ୍ରି କରିଥାନ୍ତି। ଗତ କାଲି କୋଲକତାରେ ମାଛ ବିକ୍ରି ସାରି ଟ୍ରକ୍ ରେ ଫେରିଥିଲେ। ମାଛ ଟ୍ରକ୍  ବଡ ପୋଖରିଆ ପେଟ୍ରୋଲ ପଂପ୍ ଠାରେ ଅଟକି ରହିଥିଲା। ସେଠାରୁ ନିଜ ବାଇକ୍ ରେ ସନ୍ତୋଷ ୩ ଲକ୍ଷ ଟଙ୍କା ଧରି ବାଇକ୍ ରେ ଟାଙ୍ଗୀ ଫେରୁଥିବା ବେଳେ ୧୬ ନଂ ଜାତୀୟ ରାଜପଥର  କଟରାପଲି ଛକ ନିକଟରେ ଗୋଟିଏ ପଲସର ବାଇକ୍ ରେ ୨ ଜଣ ଦୁର୍ବୃତ୍ତ ସନ୍ତୋଷଙ୍କୁ ବନ୍ଧୁକ ଦେଖାଇ ଅଟକାଇଥିଲେ।

ସନ୍ତୋଷ ବାଇକ୍ ଅଟକାଇବା କ୍ଷଣି ପଲସର ଗାଡିରୁ ଜଣେ ଲୁଟେରା ଓହ୍ଲାଇ ସନ୍ତୋଷଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲା। ପ୍ରାଣ ବିକଳରେ ସନ୍ତୋଷ ଟଙ୍କା ବ୍ୟାଗକୁ ଦୁର୍ବୃତ୍ତଙ୍କ ହାତକୁ ବଢାଇ ଦେଇଥିଲେ। ଏହି ଘଟଣା ନେଇ ସନ୍ତୋଷ ଚାନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବନ୍ଧୁକ ମୁନରେ ଡକାୟତି: ଶିକ୍ଷକଙ୍କ ଘରୁ ୪୦ ଭରି ସୁନା ଲୁଟିଲେ ଦୁର୍ବୃତ୍ତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ପାଶ୍ୱର୍ରେ ଥିବା ଜନୈକ ଶିକ୍ଷକଙ୍କ ଘରୁ ବନ୍ଧୁକ ମୁନରେ ଶୁକ୍ରବାର ରାତିରେ ବଡ ଧରଣର ଡକାୟତି ହୋଇଯାଇଛି। କୋକସରା ପୋଲିସ ଥାନା ଅଧିନସ୍ଥ ମୋଟେର ଫାଣ୍ଡି ଅଂଚଳରେ ଶିକ୍ଷକ ଯଯାତି ପଟ୍ଟଯୋଷୀଙ୍କ ଘରେ ଗତକାଲି ବିଲମ୍ବିତ ରାତିରେ ପାଞ୍ଚ ଛଅ ଜଣ ମୁଖାଧାରୀ ବ୍ୟକ୍ତି କୌଣସି ଉପାୟରେ ଘର ଭିତରକୁ ପଶିବା ପରେ ବନ୍ଧୁକ ମୁନରେ ପରିବାର ଲୋକଙ୍କୁ ବନ୍ଦ କରିଦେଇ ଆଲମାରୀ ଚାବି ମାଗି ଘରେ ଥିବା ପ୍ରାୟ ୪୦ ଭରି ସୁନା ଅଳଂକାର ଏବଂ ଏକ ବୁଲେଟ ମଟରସାଇକେଲ, ଏଲଇଡି ଟିଭି ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଘର ଲୋକେ ଡକାୟତ ମାନଙ୍କ ଧମକରେ ଭୟଭୀତ ହୋଇ କୌଣସି ମତେ ଘରୁ ବାହାରି ପାଖ ଲୋକମାନଙ୍କୁ ଡକାଡକି କରିଥିଲେ। ପରେ ପୋଲିସକୁ ଖବର ଦେବାରେ ତୁରନ୍ତ ମୋଟେର ଫାଣ୍ଡି ପୋଲିସ, କୋକସରା ଥାନା ପୋଲିସ ଏବଂ ଧର୍ମଗଡ ଏସଡିପିଓ ଘଟଣାସ୍ଥଳକୁ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ପ୍ରକାଶ।

ଏସଂପର୍କରେ କୋକସରା ଥାନା କେଶ ନଂ. ୨୮୬/୨୦୨୦ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚାଲିଥିବା କୋକସରା ଥାନାଧିକାରୀ ବାସୁଦେବ ଛତ୍ରୀଆଙ୍କ ସୂତ୍ରରୁ ପ୍ରକାଶ। ଡକାୟତମାନେ ମୁଖା ପିନ୍ଧିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ କଳାହାଣ୍ଡିଆ ଭାଷାରେ କଥା ହେଉଥିବା ସହିତ ଜଣେ ମୁଖା ପିନ୍ଧି ନଥିବା ପରିବାର ଲୋକେ ପୋଲିସ ପାଖରେ ଜଣାଇଥିବା ପ୍ରକାଶ। ପୋଲିସ ପକ୍ଷରୁ କଳାହାଣ୍ଡିର ସମସ୍ତ ସୀମା ବନ୍ଦ କରାଯାଇ ତନାଘନା ତଦନ୍ତ ଚାଲିଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୋଲିସ୍‌କୁ ଦେଖି ଗାଡି ଛାଡି ପଳାଇଲେ ଦୁର୍ବୃତ୍ତ: ଗାଡି ଚୋରିକୁ ନେଇ ସୃଷ୍ଟି ହେଲା ସନ୍ଦେହ !

ରଞ୍ଜିତ୍‌ କୁମାର ପଣ୍ଡା

କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳଠାରେ ଦୁର୍ବୃତ୍ତମାନେ ଛାଡି ପଳାଇଥିବା ଏକ ଆଇ ଟ୍ବେଣ୍ଟି କାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳ ରାସ୍ତା ପାର୍ଶ୍ବରେ ପୋଲିସ୍‌ ପାଟ୍ରୋଲିଂ କରୁଥିବା ସମୟରେ କିଛି ଦୁର୍ବୃତ୍ତ ଏହି ଗାଡିଟିକୁ ଛାଡି ପଳାୟନ କରିଛନ୍ତି। ତେବେ ଏହି ଗାଡିଟିକୁ ଜଙ୍ଗଲିଆ ରାସ୍ତାରେ ଛାଡି ଦୁର୍ବୃତ୍ତମାନେ ପଳାୟନ କରିଥିବାବେଳେ ଅପରପକ୍ଷରେ ଜନୈକ ବ୍ୟକ୍ତି ଏହି ଗାଡିଟି ତାଙ୍କର ବୋଲି ଦାବି କରିଛନ୍ତି। ଗାଡି ଚୋରି ହୋଇଥିବାର ନେଇ ସେ ଦୁଇ  ଦିନ ଆଗରୁ  କୁଜଙ୍ଗ ଥାନାରେ ଅଭିଯୋଗ କରିଥିବାର କହିଛନ୍ତି। କିନ୍ତୁ ଗାଡି ଚୋରି ନେଇ କୁଜଙ୍ଗ ଥାନାରେ କୌଣସି ଲିଖିତ ପ୍ରମାଣ ନଥିବାବେଳେ ଗାଡି ଚୋରିକୁ ନେଇ ଫୋନ୍ ଯୋଗେ ଅଭିଯୋଗ କରିଥିବାର କହିଛନ୍ତି କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ।

OD31 B 8055 ନମ୍ବରର ଗାଡିଟି ସୋନପୁରର ସୌମ୍ୟରଞ୍ଜନ ମହାପାତ୍ରଙ୍କ ନାମରେ ପଞ୍ଜିକୃତ ରହିଛି ।  ଅପରପକ୍ଷରେ ଏହି ଗାଡିଟିରେ ଏମସ୍‌ ମେଡିକାଲ୍ ରୁ ତିର୍ତ୍ତୋଲ୍‌ର ଏକ ପାସ୍‌ ମଧ୍ୟ ଗାଡ଼ି ଆଗରେ ମରାଯାଇଛି। ପୁନଶ୍ଚ ଏହି ଗାଡିଟି ଗଞ୍ଜେଇର ଫେଣ୍ଠସ୍ଥଳ ରହିଥିବା ସୋନପୁର ଅଞ୍ଚଳର ହୋଇଥିବାବେଳେ  ଗାଡି ଚୋରି କୌଣସି ଲିଖିତ ଅଭିଯୋଗ ନଥିବାରୁ ଏହାକୁ ନେଇ ସନ୍ଦେହ ଘନୀଭୂତ ହେଉଛି । ଏହି ଗାଡିଟିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସନ୍ଦେହ କରାଯାଉଛି । ଗାଡିଟିର ଚୋରି ତଥା ଗାଡି ସମ୍ପର୍କରେ ସବିଶେଷ ତଥ୍ୟ ଏ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ଗାଡି ଚୋରିକୁ ନେଇ ଦୁଇ ଥାନା ମଧ୍ୟରେ ତଥ୍ୟରେ ମଧ୍ୟ ତାଳମେଳ ନାହିଁ । ତେବେ ଏହି ଗାଡିଟି ଏପର୍ଯନ୍ତ ରାସ୍ତା କଡରେ ରହିଥିବାବେଳେ ପ୍ରକୃତରେ ଏହି ଗାଡିର ମାଲିକ କିଏ ଓ କେଉଁ କାର୍ଯ୍ୟରେ ଏହି ଗାଡିଟି ଉପଯୋଗ ହେଉଥିଲା, ତାହାର ତୁରନ୍ତ ତଦନ୍ତ ହେବା ଉଚିତ୍‌ ।

Categories
ଆଜିର ଖବର ରାଜ୍ୟ ଖବର

ବାହା ହେବାକୁ ଯାଉଥିବାବେଳେ, ରାସ୍ତାରୁ ବରକୁ ଅପହରଣ କଲେ ଦୁର୍ବୃତ୍ତ

ସମୀକ୍ଷା ବ୍ୟୁରୋ

ଆଠଗଡ : ବାହାହେବାକୁ ଯାଉଥିବା ବରକୁ ଅପହରଣ କରିନେଇଛନ୍ତି କିଛି ଦୁର୍ବୃତ୍ତ । ମଝି ରାସ୍ତାରେ ଗାଡ଼ି ଅଟକାଇ ବରକୁ ଉଠାଇ ନେଲେ ଦୁର୍ବୃତ୍ତ। ସାପୁଆ ପୋଲ ଉପରୁ ଜବରଦସ୍ତ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ସାତ/ଆଠ ଜଣ ଦୁର୍ବୃତ୍ତ ବୋଲେରୋରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣ ନେଇ ଆଠଗଡ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳରୁ ଆଠଗଡ ଆସୁଥିଲେ। ସାଙ୍ଗରେ ମଧ୍ୟ ବରଯାତ୍ରୀ ରହିଥିଲେ । ତେବେ ବରକୁ କିଏ କ’ଣ ପାଇଁ ଉଠାଇ ନେଇଛନ୍ତି, ଏସମ୍ପର୍କରେ କିଛି ଜଣାପଡିନାହିଁ।