Categories
ଆଞ୍ଚଳିକ

ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ଦେବ ଦୀପାବଳୀ, ପିତୃପୁରୁଷଙ୍କୁ କଲେ ପିଣ୍ଡଦାନ

ବାଣପୁର (ସୀତାରାମ ଅଗ୍ରୱାଲ): ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା, ଶୁକ୍ଳ ପ୍ରତିପଦା ତିଥିରେ ତିନି ଦିନ ଧରି ଲୀଳା କ୍ଷେତ୍ର ବାଣପୁରର ବ୍ରହ୍ମସ୍ପର୍ଶୀ ଆରାଧ୍ୟ ଠାକୁର ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ମହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ଦେବଦୀପାବଳୀ ଉତ୍ସବ। ଏହି ଦିନମାନଙ୍କରେ ପ୍ରତ୍ୟହ ଶ୍ରୀଜୀଉମାନଙ୍କର ଦୈନକ ନୀତିକାନ୍ତି ସାରି ସଂଧ୍ୟା ଧୂପ ପରେ ଜୀଉମାନଙ୍କୁ ଧଳା ବସ୍ତ୍ର ପରିଧାନ କରାଇ ଶ୍ରାଦ୍ଧ ବେଶରେ ବେଶ କରାଯାଇଥିଲା। ରତ୍ନସିଂହାସନ ତଳେ ପୂଜକ ସାମନ୍ତ ଚାଉଳରେ କଦଳୀ ବୃକ୍ଷ କରିବା ପରେ ଦୀପମାନ ସ୍ଥାପନ କରାଇ ପିତୃପୁରୁଷଙ୍କୁ ପିଣ୍ଡଦାନପୂର୍ବକଶ୍ରାଦ୍ଧ ନୀତିକାନ୍ତି ସମାପନ କରିଥିଲେ।

ଚତୁର୍ଦ୍ଦଶୀରେ ସତ୍ୟ ଯୁଗର ମାତା ପିତା ଅଦିତି, କାଶ୍ୟପ ଅମାବାସ୍ୟାରେ ତ୍ରେତୟା ଯୁଗର ମାତା ପିତା କୌଶଲ୍ୟା, ଦଶରଥ ଏବଂ ପ୍ରତିପଦାରେ ଦ୍ଵାପର ଯୁଗର ମାତାପିତା ଦେବକୀ ବସୁଦେବ, ଯଶୋଦା, ନନ୍ଦରାଜା ଏବଂ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପଦାନ ନୀତିକାନ୍ତି ସମାପନ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପ୍ରତୀକ ଏହି ଉତ୍ସବରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦାନ କରି ମନ୍ଦିର ପ୍ରାଙ୍ଗଣରେ ସହସ୍ରାଧିକ ଜୀବପ୍ରଜ୍ଜୋଳନ କରି ଜୀଉମାନଙ୍କୁ ଦର୍ଶନ ପୂର୍ବକ ପୂର୍ଣ୍ୟ ଅର୍ଜନ କରିଥିଲେ।

ଏହି ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ଏକ ମନୋଜ୍ଞ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ମନ୍ଦିର କାର୍ଯ୍ୟାଳୟ ତରଫରୁ ଦାଶରଥି ସାହୁ,ଦେବଦତ୍ତ ପାଣି ବାଳମୁକୁନ୍ଦ ଦାସ, ପଦ୍ମଚରଣ ମହାପାତ୍ର, ସୋମନାଥ ହୋତା ଓ ସତ୍ୟ ମିଶ୍ର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଦେବ ଦୀପାବଳୀ ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ରଙ୍କନାଥଙ୍କର ମାନବୀୟ ଲୀଳାର ଅନ୍ୟତମ ପ୍ରତୀକ ଦେବ ଦୀପାବଳୀ ଉତ୍ସବ ତିନିଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ମାର୍ଗଶୀର ମାସ କୃଷ୍ଣ ଚତୁର୍ଦ୍ଦଶୀ ଅମାବାସ୍ୟା ଶୁକ୍ଳପକ୍ଷ ପ୍ରତିପଦା ଠାରୁ ତିନିଦିନ ବ୍ୟାପୀ ପ୍ରତ୍ୟହ ଶ୍ରୀଜୀଉ ମାନଙ୍କ ସନ୍ଧ୍ୟା ଧୂପପରେ ଶ୍ରାଦ୍ଧ ବେଶ କରାଯାଇ ସିଂହାସନ ତଳେ ଚାଉଳରେ କଦଳୀଗଛ କରି ଜୀଉ ମାନଙ୍କ ପିତୃପୁରୁଷ ନାମରେ ଘିଅ ଦୀପ ସ୍ଥାପନ ସହିତ ପିଣ୍ଡ ବଢାଯାଇଥିଲା।

ପ୍ରଥମ ଦିନରେ ସତ୍ୟ ଯୁଗର କାଶ୍ୟପ ଅଦ୍ୱିତୀଙ୍କ ନାମରେ, ଦ୍ୱିତୀୟ ଦିନରେ ତ୍ରେତୟା ଯୁଗର ଦଶରଥ ଓ କୌଶଲ୍ୟାଙ୍କ ନାମରେ, ଏବଂ ତୃତୀୟ ଦିନରେ ଦ୍ୱାପର ଯୁଗର ବସୁଦେବ ଦେବକୀ, ନନ୍ଦ ଯଶୋଦା ଓ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ପରି ପିତୃପୁରୁଷଙ୍କ ନାମରେ ପିଣ୍ଡଦାନ କରାଯାଇ ୨୮ ଟି ଦୀପ ପ୍ରଜ୍ବଳନ କରାଯାଇଥିଲା। ଜୀଉ ମାନେ ଶୁଭ୍ରବସ୍ତ୍ର ପରିଧାନ ପୂର୍ବକ ପିଣ୍ଡଦାନ କରି ପିତୃପୁରୁଷଙ୍କୁ ସ୍ମରଣ କରିଥିଲେ। ପରେ ପରେ ପ୍ରାଚୀନ ବଙ୍କାଡ଼ ଗଡ଼ ରାଜବଂଶ ଅଧୁନା ପରିକୁଦ ରାଜପରିବାରର ରାଜା ତଥା ମନ୍ଦିର ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ହରିଶ୍ଚନ୍ଦ୍ର ଭ୍ରମରବର ରାୟଙ୍କ ମଙ୍ଗଳ କାମନା ପୁର୍ବକଦୀପ ଚଢାଯାଇ ଥିଲା। ତତସହିତ ବାଣପୁର ତଥା ସଂସାରର ମଙ୍ଗଳପାଇଁ ସାମୁହିକ ପ୍ରାଥନା ମଧ୍ୟ ହୋଇଥିଲା। ସଭାପତି ଦାଶରଥି ସାହୁ, ସମ୍ପାଦକ ଦେବରାଜ ପାଣି ଏବଂ ସଭ୍ୟ ବାଳମୁକୁନ୍ଦ ଦାସ ଏହାକୁ ପରିଚାଳନା କରିଥିଲେ।