Categories
ଆଞ୍ଚଳିକ

ବାଣପୁରରେ ପୋଲିସ ଓ ଅବକାରୀର ମିଳିତ ଚଢ଼ାଉ, ୭ ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଏସପି ବି ଯୁଗଳ କିଶୋରଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଣପୁର ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ଚଢ଼ାଉରେ ବାଣପୁର ପୋଲିସ, ଏକ ପ୍ଲାଟୁନ ଫୋର୍ସ ସମସ୍ତ ଖୋର୍ଦ୍ଧା, ଟାଙ୍ଗୀ ଏବଂ ବାଲୁଗାଁ ଅବକାରୀ ମାନେ ସାମିଲ ଥିଲେ।

ବାଣପୁର ଥାନାର ଦାଶରଥିପୁର, ନୀଳାଦ୍ରି, କୋଷରଡ଼ା ଏବଂ ଦାମିଆ ବରବରା ଗ୍ରାମରେ ଏହି ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଜଙ୍ଗଲ ଅଞ୍ଚଳରୁ ସମୁଦାୟ ୧୫୫୦୦ ଲିଟର ପୋଚ ଏବଂ ୧୨୦୦ ଲିଟର ଦେଶୀମଦ ଜବତ କରାଯାଇ ନଷ୍ଟ କରାଯାଇଥଲା।

ଅନୁରୂପ ଭାବେ ଗ୍ରାମାଞ୍ଚଳରୁ ସମୁଦାୟ ୨୧୭ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୭ ଅଭିଯୁକ୍ତଙ୍କୁ ପୋଲିସ ଏବଂ ଅବକାରୀ ଗିରଫ କରିଛି। ଉଭୟ ବିଭାଗ ଏହି ପରିପ୍ରେକ୍ଷୀରେ ୭ ଗୋଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବାଣପୁର ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବେଗୁନିଆ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ମହୁଲି ପୋଚ ଏବଂ ଦେଶୀ ମଦ ଜବତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରପଦା ଜଙ୍ଗଲ ଅଞ୍ଚଳରେ ବେଗୁନିଆ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ସନ୍ତୋଷ ସାହୁ ଏବଂ ବେଗୁନିଆ ଅବକାରୀ ଅଧିକାରୀ ଏନ.ଜେଗିନୀ ରାଓ ଙ୍କ ତତ୍ୱାବଧାନରେ ଚଢ଼ାଉ କରାଯାଇଥିଲା।

ଉକ୍ତ ଚଢ଼ାଉରେ ୪୦୦୦ କେଜି ମହୁଲି ପୋଚ ଏବଂ ୨୨୦ ଲିଟର ଦେଶୀ ମଦ ଜବତ ହୋଇଛି। ଉକ୍ତ ଜବତ ସାମଗ୍ରୀକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି। ତେବେ ଜଙ୍ଗଲ ଫାଇଦା ନେଇ ଅଭିଯୁକ୍ତ ମାନେ ବେଆଇନ ମଦ ଭାଟି ଅଞ୍ଚଳରୁ ଫେରାର ହେବାକୁ ସକ୍ଷମ ହୋଇଯାଇଛନ୍ତି। ଉକ୍ତ ଘଟଣାରେ ଅବକାରୀ ବିଭାଗ ଦୁଇ ଗୋଟି ମାମଲା ରୁଜୁ କରିଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଓ ପୋଚ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନାଙ୍କ ନେତୃତ୍ୱରେ ଶାଳିଆ ଡ୍ୟାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ୯୮୦୦ ଲିଟର ପୋଚ ଏବଂ ୧୦୮୦ ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରିଦିଆଯାଇଛି।

ଅନୁରୂପ ଭାବେ ଦାଶରଥିପୁର ଗ୍ରାମରେ ଚଢ଼ାଉ କରାଯାଇ ଦୁଇ ଅଭିଯୁକ୍ତ ସୁକାନ୍ତି ନାୟକ ଏବଂ ବାପି ନାୟକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀମଦ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇ।

ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ୟୁନିଟ ଇନ୍ସପେକ୍ଟର ତପସ୍ୱିନୀ ବରାଳ, ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା, ଜିଲ୍ଲା ମୋବାଇଲ ୟୁନିଟ ଏସଆଇ ରୋହିତ ଦଣ୍ଡସେନା ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ଦେଶୀ ମଦ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବାଲୁଗାଁ ଅବକାରୀ ବିଭାଗ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ ଚଢ଼ାଉ କରି ଦୁଇ ମଦ ବେପାରୀଙ୍କୁ ଗିରଫ କରିଛି। ଉକ୍ତ ଚଢ଼ାଉରେ ବାଣପୁର ଥାନା କୋଷରଡା ରୋଡରୁ ଦେବରାଜ ନାୟକ (୭୨) ୨୨ ଲିଟର ଦେଶୀ ମଦ ସହ ଗିରଫ ହୋଇଥିବା ବେଳେ ବାଲୁଗାଁ ଥାନା ଆଙ୍କୁଲାଚଟି ଗ୍ରାମରୁ ଅଭିଯୁକ୍ତ ଦୀପକ ନାୟକ (୩୨) ୬୦ ଲିଟର ଦେଶୀ ମଦ ସହ ଗିରଫ ହୋଇଛନ୍ତି।

ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଇ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଓ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଚଢ଼ାଉ କରି ଆଜି ଅବକାରୀ ବିଭାଗ ବିପୁଳ ପରିମାଣରେ ଦେଶୀ ମଦ ଓ ଗଞ୍ଜେଇ ଜବତ କରିଛି। ଗଡ଼ମାଣିତ୍ରି ଗ୍ରାମ ନିକଟରୁ ଚଢ଼ାଉ କରି ୧୭୫ ଲିଟର ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ପୁରୁଷୋତ୍ତମ ବଳବନ୍ତରାୟ (୫୯) ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ।

ସେହିପରି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ୭.୧ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ରଞ୍ଜିତ ସାହୁଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୧ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Categories
ଅପରାଧ ଆଞ୍ଚଳିକ

ବାଣପୁର: ଦେଶୀ ମଦ ବୋଝେଇ ଅଟୋ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଏକ ଦେଶୀ ମଦ ବୋଝେଇ ଯାତ୍ରୀବାହି ଅଟୋ ଜବତ କରିବା ସହ ଅଟୋ ଚାଳକଙ୍କୁ ଗିରଫ କରିଛି। ଏ ନେଇ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେଣ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବାଲୁଗାଁ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ଏକ ଯାତ୍ରୀବାହି ଅଟୋଟି ଆସୁଥିବା ବେଳେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଏହାର ତାଲାସି ନେଇଥିଲା। ତାଲାସି ବେଳେ ଅଟୋରୁ ୨୩୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଅଟୋ ଚାଳକ ରଞ୍ଜନ ସାହୁଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୋଧରେ ପିଆର ନମ୍ବର ୧୩୫/୨୨-୨୩ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଅବକାରୀ ଅଧିକାରୀ ଶ୍ରୀ ଦଣ୍ଡସେଣ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରୁ ନକଲି ବିଦେଶୀ ସହ ଦେଶୀ ମଦ ଓ ଜିଂଜର ଜବତ, ୩ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ରାତିରେ ପୋଲିସ ଓ ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢାଉ କରି ବହୁ ପରିମାଣରେ ନକଲି ବିଦେଶୀ ମଦ, ଦେଶୀ ମଦ ସମେତ ଜିଂଜର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ ହୋଇଥିବା ବେଳେ ନୀଳାଦ୍ରିପ୍ରସାଦ ଅଞ୍ଚଳର ଅମିତ ନାୟକଙ୍କ ନିକଟରୁ ୧୪.୯୪ ଲିଟର ନକଲି ବିଦେଶୀ ମଦ, ଗମେଇ ଗ୍ରାମର ଦିଲ୍ଲୀପ ଲେଙ୍କାଙ୍କ ନିକଟରୁ ୫୨ ଲିଟର ଦେଶୀ ମଦ ଓ ଗୋଟେ ବାଇକ ଏବଂ ମନ୍ଦାର ଗ୍ରାମର ସୁରେନ୍ଦ୍ର ଶବରଙ୍କ ନିକଟରୁ ୧୭.୧୦ ଲିଟର ଜିଂଜର ଜବତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ତିନି ଗୋଟି ମାମଲା ରୁଜୁ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ଜଣାପଡିଛି। ଉକ୍ତ ଚଢାଉରେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ବାଣପୁର ଥାନା ଏଏସଆଇ ଗଙ୍ଗାଧର ହେମ୍ବ୍ରମ ଏବଂ ଅନ୍ୟ ଅବକାରୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆ: କାରରୁ ୧୦୨୦ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଅବକାରୀ ବିଭାଗ ବେଗୁନିଆ ଥାନା ରସୋଳ ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ବୋଝେଇ କାର ଜବତ କରିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ରଜନୀକାନ୍ତ ରାଉତରାୟ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରୁ ଦେଶୀ ମଦ ଏକ କାରରେ ନେଇ ଆସୁଥିବାର ଖବର ପାଇଥିଲା ଅବକାରୀ ବିଭାଗ। ବିଳମ୍ବ ନକରି ଅବକାରୀ ଅଧିକାରୀ ମାନେ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ରାସୋଳ ଗ୍ରାମରେ ଡେରା ପକାଇଥିଲେ।

ତେବେ ଗ୍ରାମରେ ପହଞ୍ଚିବା ପୁର୍ବରୁ ଦୁରରୁ ଅବକାରୀ ଅଧିକାରୀଙ୍କୁ ଦେଖି କାରରୁ ଡିଆଁ ମାରି ଫେରାର ହୋଇଯାଇଥିଲେ ରଜନୀକାନ୍ତ। ଅବକାରୀ ବିଭାଗ ଘଟଣାସ୍ଥଳରୁ ୧୦୨୦ ଲିଟର ଦେଶୀ ମଦ ସମେତ ଏକ ମାରୁତି ୮୦୦ କାର ଜବତ କରିବା ସହ ଫେରାର ଅଭିଯୁକ୍ତଙ୍କ ବିରୋଧରେ ପିଆର ନମ୍ବର ୬୯/୨୨-୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ , ଜିଲ୍ଲା ମୋବାଇଲ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା, ବେଗୁନିଆ ମୋବାଇଲ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ପୋଲିସ ଏବଂ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ମହୁଲି ପୋଚ ଓ ଦେଶୀ ମଦ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ପଞ୍ଚାୟତ ଅଧିନସ୍ଥ ହାତିବାରୀ ଓ ବାଜଡିହ ଗ୍ରାମରେ ଆଜି ସକାଳ ୬.୩୦ ଘଟିକାରୁ ମଧ୍ୟାହ୍ନ ୧୨.୩୦ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା।

ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ୬୩ ଡ୍ରମରୁ ମୋଟ ୪ ହଜାର ୮ ଶହ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ୩୭୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ଅବକାରୀ ସବ ଇନ୍ସପେକ୍ଟର ସୁନିତା ଦଳାଇ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ଦୁଇ ସେକ୍ସନ ପୋଲିସ ଫୋର୍ସ ସାମିଲ ଥିଲେ। କିନ୍ତୁ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୨୨ ଏବଂ ୮୨ ରେ ଦୁଇ ଗୋଟି ଦାବିହୀନ ମାମଲା ରୁଜୁ କରିଛି।

Categories
ଆଜିର ଖବର ଆଞ୍ଚଳିକ

ନାଚୁଣୀ ଶୂଳିଆ ଜଙ୍ଗଲରେ ପୋଲିସ ଏବଂ ଅବକାରୀର ମିଳିତ ଚଢ଼ାଉ: ୧୨ ଶହ ଲିଟର ପୋଚ ଜବତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସଲପଡିହ ଗ୍ରାମ ଶୂଳିଆ ଜଙ୍ଗଲରେ ନାଚୁଣୀ ଫାଣ୍ଡି ପୋଲିସ ଏବଂ ବାଲୁଗାଁ ଅବକାରି ବିଭାଗର ମିଳିତ ଚଢ଼ାଉ ହୋଇଥିଲା। ଦେଶୀ ମଦ ତିଆରି ହେଉଥିବାର ଖବର ପାଇ ଉକ୍ତ ସ୍ଥାନରେ ଉଭୟ ବିଭାଗ ଚଢାଉ ଆରମ୍ଭ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ସକାଳ ୬ ଘଟିକାରୁ ୮ ଘଟିକା ଯାଏଁ ଦୁଇ ଘଣ୍ଟା ଚଢ଼ାଉରେ ୨୮ ଲିଟର ଦେଶୀ ମଦ ସହ ୧୨ ଶହ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି।

ଉକ୍ତ ସ୍ଥାନରେ ଦେଶୀ ମଦ ତିଆରି କରିବା ଅଭିଯୋଗରେ ଲକ୍ଷ୍ମୀଧର ସେଠି (୫୮) ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରି ବିଭାଗ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ପିଆର ନମ୍ବର ୧୯/୨୧-୨୨ ରେ ମାମଲା ରୁଜୁ କରିଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ବିଭାଗ ନିରୀକ୍ଷକ ଆଲୋକ ପ୍ରଧାନ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ବାଲୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ମନୋଜ ବାରିକ ଏବଂ ଅନ୍ୟ ପୋଲିସ ଓ ଅବକାରି କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦେଶୀ ମଦ ପିଇ 5 ମୃତ, ତିନି ଗୁରୁତର

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଶୀ ମଦ ପିଇ 5ଜଣଙ୍କର ଜୀବନ ଯାଇଥିବାବେଳେ ତିନିଜଣ ଗୁରୁତର ରହିଛନ୍ତି । ବିଷାକ୍ତ ମଦ ପିଇ ସେମାନଙ୍କର ମୃତ୍ୟୁହୋଇଥିବାର ଅଭିଯୋଗ ହୋଇଛି । ଫୁଲପୁର ଥାନା ଇମିଲିଆ ଗ୍ରାମରୁ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବର ଖବର ମିଳିଛି । ମଦ ମୃତ୍ୟୁ ଘଟଣାକୁ ନେଇ ପ୍ରଶାସନ ତଦନ୍ତ ଜାରି ରଖିଛି । ତେବେ ଗ୍ରାମରେ ମଦ ବିକ୍ରି କରୁଥିବା ଶ୍ୟାମବାବୁ ଓ ସଙ୍ଗୀତା ଦୁହେଁ ଫେରାର୍‌ ହୋଇଛନ୍ତି ।ଶ୍ୟାମବାବୁ ସ୍ଥାନୀୟ ପୋଲିସ୍‌ଙ୍କ ସହ ମିଶି ଅବୈଧ ଉପାୟରେ ବିଷାକ୍ତ ମଦ କାରବାର କରୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ଓଲଟିଲା ଅଟୋ: ଉଦ୍ଧାର କରିବାକୁ ଯାଇଥିବା ପୋଲିସକୁ ମିଳିଲା ଦେଶୀ ମଦ

ସୀତାରାମ ଅଗ୍ରୱାଲ

ଚିଲିକା: ଆଳୁ ଖୋଳୁ ଖୋଳୁ ମହାଦେବ। ଏକ ଅଟୋ ଦୁର୍ଘଟଣା ହୋଇ ଓଲଟିପଡିଲା ଏବଂ ତାକୁ ଉଦ୍ଧାର କରିବାରୁ ଧରା ପଡିଲା ଅଟୋ ଭିତରେ ଥିବା ଦେଶୀ ମହୁଲି ବୋଝେଇ ବସ୍ତା। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସୁନାଖେଳା ବାଇପାସରେ ଏପରି ଏକ ଘଟଣା ଘଟିଯାଇଛି।

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ୪:୧୦ ମିନିଟରେ ଓଡ଼ି-୦୨-ଏଇଉ ୫୦୪୧ ନମ୍ବର ବିଶିଷ୍ଟ ଏକ ଅଟୋ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସୁନାଖେଳା ନର୍ସରୀ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ଏହି ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଅଟୋ ଏବଂ ସେଥିରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସର ଯାଞ୍ଚବେଳେ ଉକ୍ତ ଅଟୋରୁ ତିନି ଗୋଟି ବ୍ୟାଗ ଯେଉଁଥିରେ ୯୦ ଲିଟର ଦେଶୀ ମହୁଲି ଏବଂ ଗୋଟିଏ ସିମେଣ୍ଟ ବସ୍ତା ମିଳିଥିଲା।

ଏହାକୁ କେନ୍ଦ୍ରକରି ନାଚୁଣୀ ପୋଲିସ ଅଟୋରେ ଉପସ୍ଥିତ ଥିବା ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅଟୋ ଜବତ କରିଛି। ଗିରଫ ଡ୍ରାଇଭର ଜଣକ ହେଲେ ଭୁବନେଶ୍ୱରର ଜଗନ୍ନାଥ ରଣା(୩୪) ଏବଂ ଯାତ୍ରୀ ଜଣକ ହେଲେ ବିହାରର ରଞ୍ଜିତ ଶର୍ମା (୨୫)। ଉଭୟେ ଖଲିକୋଟ ନିର୍ମଳଝର ଅଞ୍ଚଳରୁ ଦେଶୀ ମହୁଲି ନେଇ ଭୁବନେଶ୍ୱରରେ ବିକିବା ଉଦ୍ଦେଶ୍ୟରେ ଯାଉଥିବାର ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ଉଭୟଙ୍କ ନାମରେ ଓଡିଶା ଅବକାରୀ ଆଇନ ୨୦୦୮ ଅନୁଯାୟୀ କେସ ନମ୍ବର ୩୩୧/୨୦ ରେ ବାଣପୁର ଥାନାରେ ମାମଲା ରୁଜୁକରି ପୋଲିସ ତଦନ୍ତ ଜାରିରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପୋଲିସ ଜବତ କଲା ୨୯୦ ଲିଟର ଦେଶୀ ମଦ : ପାଞ୍ଚ ଗିରଫ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ପୋଲିସ ଗତ ଦୁଇ ଦିନ ମଧ୍ୟରେ ବାଣପୁର ଥାନା ଅନ୍ତର୍ଗତ ବିଭିନ୍ନ ଜାଗାରେ ଚଢ଼ାଉ କରି ୨୯୦ ଲିଟର ଦେଶୀ ମଦ  ଜବତ ସହ ପାଞ୍ଚ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଲକ ଡ଼ାଉନ ଉଠିବାପରେ ଦେଶୀ ଚୋରା ମଦ ବେପାରୀମାନେ ଖୁଲମଖୁଲା ମଦ ବିକୁଥିବାର ଅଭିଯୋଗ ପାଇଥଲା ବାଣପୁର ପୋଲିସ। ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏସ.ଆଇ ପ୍ରସନ୍ନ ଜେନା ଏବଂ ଏସ.ଆଇ ରାଜକିଶୋର ବେହେରା ଦୁଇ ଗୋଟି ଟିମ ନେଇ ଗତ ଦୁଇ ଦିନ ହେଲା ବାଣପୁରର କୋଷରଡା, ସାନ ହନ୍ତୁଆଡ଼, ପୋଡା ସାହି ଆଦି  ବିଭିନ୍ନ ଅଞ୍ଚଳରେ ଦିନ ରାତି ଚଢ଼ାଉ ଜାରି ରଖିଥିଲେ। ଉକ୍ତ ଦୁଇ ଦିନ ମଧ୍ୟରେ ୫ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହ ସମସ୍ତଙ୍କ ଠାରୁ ସର୍ବମୋଟ ୨୯୦ ଲିଟର ଦେଶୀ ମଦ ଜବତ କରିଛି ବାଣପୁର ପୋଲିସ। ସମସ୍ତ ପାଞ୍ଚ  ଅଭିଯୁକ୍ତଙ୍କ ନାମରେ କେସ ନମ୍ବର ୨୮୩, ୨୮୪, ୨୮୫, ୨୮୬ ଏବଂ ୨୮୭ ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରାଯାଇଅଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ନାଚୁଣୀ ପୋଲିସ ଜବତ କଲା ୨୫ ପେଟି ଚୋରା ଦେଶୀ ମଦ: ଦୁଇ ଗିରଫ

ସୀତାରାମ ଅଗ୍ରୱାଲ 

ଚିଲିକା: ବର୍ତ୍ତମାନ ସମଗ୍ର ରାଜ୍ୟରେ ଲକ ଡ଼ାଉନ ଚାଲିଥିବାବେଳେ ଏଥିରୁ ବାଦ ପଡିନି ଚିଲିକା ନିର୍ବାଚନମଣ୍ଡଳୀ। ବାଣପୁର, ବାଲୁଗାଁ ଅଞ୍ଚଳ ବର୍ତ୍ତମାନ ହଟସ୍ପଟ ଅଞ୍ଚଳ ଥିବାବେଳେ ଏସବୁ ନିୟମକୁ ଫୁ କରି ଉଡାଇଦେଉଛନ୍ତି ଚୋରା ମଦ ବେପାରୀମାନେ। ଲକ ଡ଼ାଉନ ଅଧିକାଂଶ ଲୋକଙ୍କ ପାଇଁ ସର୍ବନାଶ ସାଜିଥିବାବେଳେ ସତେ ଯେମିତି ଏହି ଚୋରା ମଦବେପାରୀ ଙ୍କ ପାଇଁ ଏହା ପୁଷ ମାସ। କରୋନା ମହାମାରୀ ର ପ୍ରକୋପ କୁ ଖାତିର ନକରି ଏମାନେ ବେଧଡକ ବେପାର ଚଳାଉଛନ୍ତି।

ଆଜି ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ଅନ୍ତର୍ଗତ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ ସଦଳବଳ ସହିତ ସାନନଈରୀରୁ ବଉଳାବନ୍ଧ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତାରେ ଛପି ରହିଥିଲେ। ସେହି ସମୟରେ ସାନନଈରୀରୁ ବଉଳାବନ୍ଧ ଆଡେ ଆସୁଥିବା (ଓ.ଆର.୦୨.ବି.ଏକ୍ସ.୫୧୦୪) ନମ୍ବର ବିଶିଷ୍ଟ ଏକ ଅଟୋ ସହ ୨୫ ପେଟି(୬୨୫ ବୋତଲ) ଚୋରା ଦେଶୀ ମଦ କୁ ଜବତ ଏବଂ ଦୁଇ ଜଣଙ୍କୁ ଗିରଫ କରିଛି ନାଚୁଣୀ ପୋଲିସ। ଗିରଫ ଦ୍ବୟ ହେଲେ ଅଟୋ ଚାଳକ ଟୁଲୁ ବେହେରା ଏବଂ ଚୋରା ଦେଶୀ ମଦ ବେପାରୀ ସୋନୁ ବେହେରା। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଅବକାରୀ ଚଢ଼ାଉ: ୫ହଜାର ଲିଟିର ଦେଶୀ ମଦ ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଏକ ବଡ଼ଧରଣର ଅବକାରୀ ଚଢ଼ାଉ ହୋଇ ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ କମ୍ଭଝରୀ ଗ୍ରାମରେ ବ୍ୟାପକ ଦେଶୀ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ଏବଂ ତହସିଲ୍‌ଦାର ଖବର ପାଇଥିଲେ। ଉଭୟ ବିଭାଗର ବହୁ କର୍ମଚାରୀଙ୍କ ସହ ଅତିର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ପ୍ରାୟ ୫୦୦୦ ଲିଟର ଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଦେଶୀ ମଦର ହେବ ହୋମ୍‌ ଡେଲିଭରି : ଜାଣନ୍ତୁ, ଏନେଇ କେତେ ପଡିବ ଚାର୍ଜ

ଭୁବନେଶ୍ବର : 

ମଦର ହୋମ୍‌ ଡେଲିଭରିକୁ ଅନୁମତି ମିଳିବା ପରେ ଏବେ ଦେଶୀ ମଦକୁ ଆପଣ ଘରେ ବସି ମଗାଇପାରିବେ । ଏଣିକି ଦେଶୀ ମଦର ବି ହେବ ହୋମ୍‌ ଡେଲିଭରି । ଦେଶୀ ମଦ ଓ ଆଉଟ ଷ୍ଟିଲ୍‌ ମଦ ହୋମ୍‌ ଡେଲିଭରି କରିବାକୁ ନିଷ୍ପତ୍ତି  ନିଆଯାଇଛି। ହୋମ୍‌ ଡେଲିଭରି ନିଷ୍ପତ୍ତି ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସକାଳ 7ଟାରୁ ସନ୍ଧ୍ୟା 6ଟା ମଧ୍ୟେର ଏହି ମଦର ହୋମ୍‌ ଡେଲିଭରି ହୋଇପାରିବ ବୋଲି ସୂଚନା ରହିଛି । ବୋତଲ ବା ପାଉଚ ପିଛା 10ଟଙ୍କା ଡେଲିଭରି ଚାର୍ଜ ପଡିବ ବୋଲି ସୂଚନା ରହିଛି । ସର୍ବାଧିକ ଡେଲିଭରି ଚାର୍ଜ 50 ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି ସୂଚନା ରହିଛି।  ତେବେ କାଉଣ୍ଟରରେ ଦେଶୀ ମଦ ବିକ୍ରି ପାଇଁ ଏଯାବତ୍‌ ଅନୁମତି ମିଳିନାହିଁ।