Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ

ଡ. ଫକୀର ମୋହନ ନାହାକ

‘କେବଳ ଉତ୍କଳୀୟ ଜନଜୀବନ ନୁହେଁ, ପୂର୍ବଭାରତର ବଙ୍ଗ, ଆସାମ, ମଣିପୁର, ତ୍ରିପୁରା ଆଦି ଅଞ୍ଚଳରେ ଶ୍ରୀକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କ ଅନୁଗାମୀ ଅନେକ । ଦୋଳପୂର୍ଣ୍ଣିମାରେ ଧରାବତରଣ କରିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ ।

ରାହୁଗ୍ରସ୍ତେ ଜଡ଼ ଶଶଧରେ ଫାଲଗୁନେ ପୂର୍ଣ୍ଣିମାୟାଂ , ଗୌଡ଼େଶାକେ ମନୁଶତମିତେ ସପ୍ତବର୍ଷାଧିକେ ଯଃ

ମାୟାପୁର୍ଯ୍ୟାଂ ସମଜନୀ ଶଚୀ ଗର୍ଭସିନ୍ଧୌ ପ୍ରଦୋଷେ, ତଂ ଚିଚ୍ଛକ୍ତି ପ୍ରକଟିତ ତନୁଂ ମିଶ୍ରସୂନୁଂ ସ୍ମରାମି ।।   

ଫାଲଗୁନ ପୂର୍ଣ୍ଣିମାର ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କାଳରେ ଗୌଡ଼ୀୟ ଶକାବ୍ଦ 1407 ବା 1485 ଖ୍ରୀଷ୍ଟାବ୍ଦରେ ନଦୀୟା ଜିଲ୍ଲାର ମାୟାପୁରୀରେ ଶଚୀଦେବୀଙ୍କ ଗର୍ଭରୂପକ ସିନ୍ଧୁରୁ ସନ୍ଧ୍ୟାକାଳରେ ମିଶ୍ରପୁତ୍ର ଶ୍ରୀଚୈତନ୍ୟ ନିଜ ଶରୀରକୁ ପ୍ରକଟ କଲେ । ସେହି ସଚ୍ଚିଦାନନ୍ଦ ସ୍ୱରୂପ ଶ୍ରୀଚୈତନ୍ୟଙ୍କୁ ଆମ୍ଭେ ସ୍ମରଣ କରୁଛୁ। ସେହି ଶ୍ରୀଚୈତନ୍ୟ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ। ନଦୀୟା ନବଦ୍ୱୀପରୁ ହରିନାମ ସଂକୀର୍ତ୍ତନ କରି 1510 ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ଆସିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ।

ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ଉତ୍କଳୀୟ ଭୂଖଣ୍ଡରେ ବୈଷ୍ଣବ ଧର୍ମର ପ୍ରଚାର କରିଥିଲେ ଶ୍ରୀଚୈତନ୍ୟ । ପୁରୀର ରାଧାକାନ୍ତ ମଠ ଥିଲା ଶ୍ରୀଚୈତନ୍ୟଙ୍କ ସାଧନା ସ୍ଥଳୀ। ତେଣୁ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଶ୍ରୀକ୍ଷେତ୍ର ଓ ଉତ୍କଳରେ ଘଟିଥିଲା ଉତ୍କଳୀୟ ଓ ବଙ୍ଗୀୟ କଳା, ସାହିତ୍ୟ ଓ ସଂସ୍କୃତିର ସଂଗମ। ତେଣୁ ଆଜି ବି ଗାଁ ଗାଁରେ ଦୋଳ ଉତ୍ସବରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ସ୍ମରଣ କରାଯାଏ। କେତେକ ସ୍ଥାନରେ ରଙ୍ଗ ଅବିର ଖେଳ ସାଙ୍ଗକୁ ହରେକୃଷ୍ଣ ନାମଯଜ୍ଞର ଆୟୋଜନ କରାଯାଏ। ଈଶ୍ୱର ପ୍ରେମରେ ତଲ୍ଲୀନ ହୋଇ ଭକ୍ତ ଗାଇଉଠନ୍ତି ଅଖଣ୍ଡ ନାମ ..

ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ । ହରେ କୃଷ୍ଣ ହରେ ରାମ ଶ୍ରୀରାଧେ ଗୋବିନ୍ଦ ।।

ଉତ୍ତର ଭାରତରେ ହୋଲିକା ଦହନ

ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ।

ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ।

ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ। ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

ବୃନ୍ଦାବନରେ ବାଙ୍କେବିହାରୀ

ରାଧାଗୋବିନ୍ଦଙ୍କ ପରମ ପ୍ରେମର ପ୍ରତୀକ ରଙ୍ଗଉତ୍ସବ ଦେଶର ବିଭିନ୍ନ ଭାଗରେ ପାଳନ ହେଉଥିଲେ ବି ବୃନ୍ଦାବନରେ ଏହାର ମାଦକତା କିଛି ଭିନ୍ନ। ବାଙ୍କେବିହାରୀଙ୍କ ଏହି ଧାମରେ କେବଳ ରଙ୍ଗ ଅବିରରେ ହୋଲି ଖେଳାଯାଏନି, ବରଂ ଏଠାରେ କାଳ କାଳ ଧରି ହୋଲି ପାଳିତ ହୁଏ ଫୁଲରେ, ଚନ୍ଦନରେ, କାଦୁଅରେ ଆଉ ଯମୁନାର ଜଳରେ।

ଦେଶ ଦେଶାନ୍ତରରୁ ଭକ୍ତ, ଦର୍ଶକ ଓ ପର୍ଯ୍ୟଟକ ଆସନ୍ତି ଏଠାକୁ ରଙ୍ଗପର୍ବର ଅନୁଭବ ସାଉଁଟିବା ପାଇଁ। ଏପରିକି ଏଠାରେ ହୋଲିଉତ୍ସବରେ ମହିଳାମାନେ ପୁରୁଷଙ୍କ ମୁଣ୍ଡକୁ ଲାଠିରେ ପିଟିବାର ଏକ ଅନନ୍ୟ ପରମ୍ପରା ରହିଛି। ଏହି ହୋଲି ଲଠ୍ ମାର ହୋଲି ରୂପେ ବିଶ୍ୱବିଦିତ। ଆଜି ବି ମଥୁରା ଓ ବୃନ୍ଦାବନର କୋଣ ଅନୁକୋଣରେ ହୋଲି ଖେଳିଲା ବେଳେ ରାଧାକୃଷ୍ଣଙ୍କ ଉପସ୍ଥିତି ଅନୁଭବ କରିହୁଏ।

ମନସ୍ତତ୍ତ୍ୱବିତ୍ ମାନଙ୍କ ଭାଷାରେ ହୋଲି ଏମିତି ଏକ ପର୍ବ, ଯେଉଁଠି ତରୁଣ ତରୁଣୀଙ୍କ ମନରେ ସାଇତା ହୋଇ ରହିଥିବା ଭଲପାଇବା ଏହି ଅବସରରେ ଫଳବତୀ ହୁଏ । ଉଭୟେ ଉଭୟଙ୍କୁ ନିଜ ମନକଥା କହିବାରେ ସକ୍ଷମ ହୁଅନ୍ତି। ତେଣୁ ନବୀନ ପଲ୍ଲବ ନବ କୁସୁମକୁ ନେଇ ଆସିଥିବା ବସନ୍ତ ମଧୁମୟ ହୋଇଉଠେ। ମନ୍ଦ ମନ୍ଦ ମଳୟର ମହମହ ବାସ୍ନାରେ ଆନମନା ହୁଏ ମନ। ମନର ମଣିଷ ପାଇଁ ମତୁଆଲା ହୁଏ। ପ୍ରେମ ପ୍ରଣୟର ପୃଷ୍ଠାକୁ ପରିପୂର୍ଣ୍ଣ କରିଦିଏ ବସନ୍ତ। …

(ଲେଖକ ହେଉଛନ୍ତି ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ )

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା। ଆଜି ଗାଁ ଗଣ୍ଡାରେ ଦୋଳ ଉତ୍ସବ ବେଶ ଧୂମଧାମରେ ପାଳିତ ହେଉଛି। ଠାକୁର ବିମାନରେ ବିଜେ କରି ଚାରିଦିନ ଧରି ଭୋଗ ଖାଇଥାଆନ୍ତି। ଯାହା ଦୋଳପୂର୍ଣ୍ଣିମାରେ ଶେଷ ହୋଇଥାଏ। ଏହି ଦିନ ଠାକୁର ଅଗ୍ନି ପରୀକ୍ଷା ଦେଇ ଦୋଳ ମଣ୍ଡପକୁ ବିଜେ କରିଥାନ୍ତି।

ଏହି ଦୋଳ ପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତା ଦେଇ ସେ କହିଛନ୍ତି ଯେ, ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ

ଡ. ଫକୀର ମୋହନ ନାହାକ

‘କେବଳ ଉତ୍କଳୀୟ ଜନଜୀବନ ନୁହେଁ, ପୂର୍ବଭାରତର ବଙ୍ଗ, ଆସାମ, ମଣିପୁର, ତ୍ରିପୁରା ଆଦି ଅଞ୍ଚଳରେ ଶ୍ରୀକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କ ଅନୁଗାମୀ ଅନେକ । ଦୋଳପୂର୍ଣ୍ଣିମାରେ ଧରାବତରଣ କରିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ ।

ରାହୁଗ୍ରସ୍ତେ ଜଡ଼ ଶଶଧରେ ଫାଲଗୁନେ ପୂର୍ଣ୍ଣିମାୟାଂ , ଗୌଡ଼େଶାକେ ମନୁଶତମିତେ ସପ୍ତବର୍ଷାଧିକେ ଯଃ

ମାୟାପୁର୍ଯ୍ୟାଂ ସମଜନୀ ଶଚୀ ଗର୍ଭସିନ୍ଧୌ ପ୍ରଦୋଷେ, ତଂ ଚିଚ୍ଛକ୍ତି ପ୍ରକଟିତ ତନୁଂ ମିଶ୍ରସୂନୁଂ ସ୍ମରାମି ।।   

ଫାଲଗୁନ ପୂର୍ଣ୍ଣିମାର ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କାଳରେ ଗୌଡ଼ୀୟ ଶକାବ୍ଦ 1407 ବା 1485 ଖ୍ରୀଷ୍ଟାବ୍ଦରେ ନଦୀୟା ଜିଲ୍ଲାର ମାୟାପୁରୀରେ ଶଚୀଦେବୀଙ୍କ ଗର୍ଭରୂପକ ସିନ୍ଧୁରୁ ସନ୍ଧ୍ୟାକାଳରେ ମିଶ୍ରପୁତ୍ର ଶ୍ରୀଚୈତନ୍ୟ ନିଜ ଶରୀରକୁ ପ୍ରକଟ କଲେ । ସେହି ସଚ୍ଚିଦାନନ୍ଦ ସ୍ୱରୂପ ଶ୍ରୀଚୈତନ୍ୟଙ୍କୁ ଆମ୍ଭେ ସ୍ମରଣ କରୁଛୁ। ସେହି ଶ୍ରୀଚୈତନ୍ୟ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ। ନଦୀୟା ନବଦ୍ୱୀପରୁ ହରିନାମ ସଂକୀର୍ତ୍ତନ କରି 1510 ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ଆସିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ।

ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ଉତ୍କଳୀୟ ଭୂଖଣ୍ଡରେ ବୈଷ୍ଣବ ଧର୍ମର ପ୍ରଚାର କରିଥିଲେ ଶ୍ରୀଚୈତନ୍ୟ । ପୁରୀର ରାଧାକାନ୍ତ ମଠ ଥିଲା ଶ୍ରୀଚୈତନ୍ୟଙ୍କ ସାଧନା ସ୍ଥଳୀ। ତେଣୁ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଶ୍ରୀକ୍ଷେତ୍ର ଓ ଉତ୍କଳରେ ଘଟିଥିଲା ଉତ୍କଳୀୟ ଓ ବଙ୍ଗୀୟ କଳା, ସାହିତ୍ୟ ଓ ସଂସ୍କୃତିର ସଂଗମ। ତେଣୁ ଆଜି ବି ଗାଁ ଗାଁରେ ଦୋଳ ଉତ୍ସବରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ସ୍ମରଣ କରାଯାଏ। କେତେକ ସ୍ଥାନରେ ରଙ୍ଗ ଅବିର ଖେଳ ସାଙ୍ଗକୁ ହରେକୃଷ୍ଣ ନାମଯଜ୍ଞର ଆୟୋଜନ କରାଯାଏ। ଈଶ୍ୱର ପ୍ରେମରେ ତଲ୍ଲୀନ ହୋଇ ଭକ୍ତ ଗାଇଉଠନ୍ତି ଅଖଣ୍ଡ ନାମ ..

ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ । ହରେ କୃଷ୍ଣ ହରେ ରାମ ଶ୍ରୀରାଧେ ଗୋବିନ୍ଦ ।।

ଉତ୍ତର ଭାରତରେ ହୋଲିକା ଦହନ

ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ।

ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ।

ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ। ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

ବୃନ୍ଦାବନରେ ବାଙ୍କେବିହାରୀ

ରାଧାଗୋବିନ୍ଦଙ୍କ ପରମ ପ୍ରେମର ପ୍ରତୀକ ରଙ୍ଗଉତ୍ସବ ଦେଶର ବିଭିନ୍ନ ଭାଗରେ ପାଳନ ହେଉଥିଲେ ବି ବୃନ୍ଦାବନରେ ଏହାର ମାଦକତା କିଛି ଭିନ୍ନ। ବାଙ୍କେବିହାରୀଙ୍କ ଏହି ଧାମରେ କେବଳ ରଙ୍ଗ ଅବିରରେ ହୋଲି ଖେଳାଯାଏନି, ବରଂ ଏଠାରେ କାଳ କାଳ ଧରି ହୋଲି ପାଳିତ ହୁଏ ଫୁଲରେ, ଚନ୍ଦନରେ, କାଦୁଅରେ ଆଉ ଯମୁନାର ଜଳରେ।

ଦେଶ ଦେଶାନ୍ତରରୁ ଭକ୍ତ, ଦର୍ଶକ ଓ ପର୍ଯ୍ୟଟକ ଆସନ୍ତି ଏଠାକୁ ରଙ୍ଗପର୍ବର ଅନୁଭବ ସାଉଁଟିବା ପାଇଁ। ଏପରିକି ଏଠାରେ ହୋଲିଉତ୍ସବରେ ମହିଳାମାନେ ପୁରୁଷଙ୍କ ମୁଣ୍ଡକୁ ଲାଠିରେ ପିଟିବାର ଏକ ଅନନ୍ୟ ପରମ୍ପରା ରହିଛି। ଏହି ହୋଲି ଲଠ୍ ମାର ହୋଲି ରୂପେ ବିଶ୍ୱବିଦିତ। ଆଜି ବି ମଥୁରା ଓ ବୃନ୍ଦାବନର କୋଣ ଅନୁକୋଣରେ ହୋଲି ଖେଳିଲା ବେଳେ ରାଧାକୃଷ୍ଣଙ୍କ ଉପସ୍ଥିତି ଅନୁଭବ କରିହୁଏ।

ମନସ୍ତତ୍ତ୍ୱବିତ୍ ମାନଙ୍କ ଭାଷାରେ ହୋଲି ଏମିତି ଏକ ପର୍ବ, ଯେଉଁଠି ତରୁଣ ତରୁଣୀଙ୍କ ମନରେ ସାଇତା ହୋଇ ରହିଥିବା ଭଲପାଇବା ଏହି ଅବସରରେ ଫଳବତୀ ହୁଏ । ଉଭୟେ ଉଭୟଙ୍କୁ ନିଜ ମନକଥା କହିବାରେ ସକ୍ଷମ ହୁଅନ୍ତି। ତେଣୁ ନବୀନ ପଲ୍ଲବ ନବ କୁସୁମକୁ ନେଇ ଆସିଥିବା ବସନ୍ତ ମଧୁମୟ ହୋଇଉଠେ। ମନ୍ଦ ମନ୍ଦ ମଳୟର ମହମହ ବାସ୍ନାରେ ଆନମନା ହୁଏ ମନ। ମନର ମଣିଷ ପାଇଁ ମତୁଆଲା ହୁଏ। ପ୍ରେମ ପ୍ରଣୟର ପୃଷ୍ଠାକୁ ପରିପୂର୍ଣ୍ଣ କରିଦିଏ ବସନ୍ତ। …

(ଲେଖକ ହେଉଛନ୍ତି ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ )

Categories
ଧର୍ମ ବିଶେଷ ଖବର

ଉତ୍କଳୀୟ ଭୂଖଣ୍ଡରେ ବସନ୍ତ ପର୍ବ

  

ଡକ୍ଟର ଫକୀର ମୋହନ ନାହାକ

 

ଉତ୍କଳୀୟ ଭୂଖଣ୍ଡରେ ବସନ୍ତର ବିଭା ହିଁ ବିଚିତ୍ର। ଆମ ଜନଜୀବନ ସହିତ ସହସ୍ର ବର୍ଷରୁ ସଂଯୁକ୍ତ ହୋଇ ରହିଛି ଏହି ବସନ୍ତ ଉତ୍ସବ। ଉତ୍କଳର ମଉଡ଼ମଣି ସ୍ୱୟଂ ଶ୍ରୀଜଗନ୍ନାଥ ଖେଳନ୍ତି ହୋଲି। ଦୋଳବେଦୀରେ ଦୋଳଗୋବିନ୍ଦ ରୂପରେ ଦର୍ଶନ ଦେଇ ଦୀନ ଦୁଃଖୀ ଦରିଦ୍ରଙ୍କ ଦୂରକରନ୍ତି ଦୁଃଖ। ସେହି ଦୋଳଗୋବିନ୍ଦଙ୍କ ଦର୍ଶନରେ ଜନ୍ମମୃତ୍ୟୁର ଚିରଘୂର୍ଣ୍ଣାୟମାନ ଚକ୍ରରୁ ମୁକ୍ତିମିଳେ ବୋଲି ଶାସ୍ତ୍ର କହେ।

ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍, ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମଂ ନବିଦ୍ୟତେ ।।    

ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ତ୍ରିବିକ୍ରମଙ୍କ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ଟିକକ ନେଇ କାଳ କାଳରୁ ରାଧାଗୋବିନ୍ଦଙ୍କୁ ନେଇ ଦୋଳବିମାନରେ ନଗର ପରିକ୍ରମା କରାଉଛି ଉତ୍କଳୀୟ ଜୀବନ । ଆଜି ବି ଓଡ଼ିଶାର ପଲ୍ଲୀ ଜୀବନରେ ପ୍ରଚଳିତ ଲୋକଗୀତରେ କୁଆଁରୀ ଓ ଯୁବତୀମାନେ କହନ୍ତି,

ଆଦ୍ୟମାର୍ଗଶିର ଶିଶିର ଶୀତ, ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ ।।

ପୌଷେ ଚନ୍ଦ୍ରାବଳୀ ଜପଇ ବସି, ହସ୍ତେ ବନମାଳା ଗଳେ ତୁଳସୀ ।।

ଆସିବେ ମାଧୋଇ ମାଘରେ ବୋଲି, ସଜାଇଥିଲି ମୁଁ କାନନ ମଲ୍ଲୀ ।।

ଫଗୁଣ ମାସରେ ରାଧାଗୋବିନ୍ଦ, ଫଗୁ ଖେଳନ୍ତି ହୋଇଣ ଆନନ୍ଦ ।।  

ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀରୁ ଗାଁ ଗାଁରେ ଆରମ୍ଭ ହୁଏ ଦୋଳଯାତ୍ରା। ଠାକୁର ବିମାନରେ ବସି ନଗର ପରିକ୍ରମା କରିବା ସହ ଦ୍ୱାରେ ଦ୍ୱାରେ ଭୋଗ ଖାଆନ୍ତି। ପୁଣି ଦୋଳପୂର୍ଣ୍ଣିମାରୁ ଚୈତ୍ର କୃଷ୍ଣ ପଞ୍ଚମୀ ଯାଏଁ ଏହି ନୀତି ସମ୍ପନ୍ନ ହୁଏ ଏବଂ ଶେଷରେ ହୁଏ ପଞ୍ଚଦୋଳ।

ସେହିପରି କେତେକ ସ୍ଥାନରେ ଚୈତ୍ର କୃଷ୍ଣ ଦଶମୀ ଯାଏଁ ଦୋଳଯାତ୍ରା ଆୟୋଜନ ହେବାର ପରମ୍ପରା ରହିଛି। ଯାହାକୁ ମିଳିଛି ଦଶଦୋଳର ମାନ୍ୟତା। ଦୋଳ ଉତ୍ସବର ଏକ ବିଚିତ୍ର ପରମ୍ପରା ହେଉଛି ଯେ, ଏଠାରେ ମଣିଷ ଓ ଦେବତା ଏକା ସାଙ୍ଗରେ ରଙ୍ଗ ଅବିର ଖେଳନ୍ତି। ରାଧା-କୃଷ୍ଣଙ୍କ ପରମ ପ୍ରେମରେ ପ୍ରେମମୟ ହୋଇଉଠେ ପରିବେଶ। ସମାଜିକ ଜନଜୀବନରେ ସଦଭାବ, ସହୃଦୟତା, ଆପଣାପଣର ଚରମ ନିଦର୍ଶନ ଦୋଳଉତ୍ସବ।

ଯେତେବେଳେ ମେଳଣ ପଡ଼ିଆରେ ଆଖ ପାଖ ଗାଁର ମନ୍ଦିରରୁ ବାହାରି ରାଧାଗୋବିନ୍ଦ ଦୋଳବିମାନରେ କାନ୍ଧରେ ବୁହାହୋଇ ଗୋଟିଏ ଯାଗାରେ ଏକାଠି ହୁଅନ୍ତି, ସେଇଠି ମିଳେଇ ଯାଏ ସବୁ ମାନ ଅଭିମାନ। ଘଣ୍ଟ, ଘଣ୍ଟା, କାହାଳୀ, ଖୋଳ କରତାଳ ଓ ମୃଦଙ୍ଗର ତାଳରେ ଉଦଣ୍ଡ କୀର୍ତ୍ତନ କରନ୍ତି ସମସ୍ତେ।

ଠାକୁର, ମଣିଷ ଏବଂ ପ୍ରକୃତି ସମସ୍ତେ ଏକାକାର ହୋଇ ଯାଆନ୍ତି ରଙ୍ଗରେ, ଅବିରରେ, ଫଗୁରେ, ଫଗୁଣର ମିଠା ମିଠା ଛୁଆଁରେ ଏବଂ ପ୍ରକୃତିର ପରଶରେ। ଗାଁ ଗାଁ ପାଲଟିଯାଏ ବୃନ୍ଦାବନ। ରାଧାଗୋବିନ୍ଦଙ୍କ ସାଙ୍ଗରେ ଗାଁଲୋକେ ପାଲଟିଯାଆନ୍ତି ଗୋପାଳ ଗୋପାଙ୍ଗନା। ମଧୁ ମଳୟରେ ରାଧାଗୋବିନ୍ଦଙ୍କ ସାନ୍ନିଧ୍ୟର ଏ ମଧୁର ଅନୁଭବ ପିଣ୍ଡିକ ଶ୍ରୀଚନ୍ଦନଙ୍କ ବସନ୍ତରାସରେ ବିସ୍ତରିଯାଏ ବହୁଦିଗ ।

ମଳୟ ଅଚଳ ସମ୍ପ୍ରତି ପ୍ରଚଳ ଦକ୍ଷିଣା ପବନ ବହିଲା । ତରୁ ଲତା ସବୁ ନୂତନ ପଲ୍ଲବ ରସାଳ ମୁକୁଳ ଧଇଲା ।।

ନବ ବସନ୍ତ ସମୟ .. ନବ ବୃନ୍ଦାବନ ରସମୟ ହେ .. ନବ ବସନ୍ତ ସମୟ ।।

ପ୍ରକୃତି ସହିତ ନିବିଡ଼ ଭାବେ ଜଡ଼ିତ ଦୋଳ ଉତ୍ସବରେ ବୃନ୍ଦାବନବିହାରୀ ରାଧାଗୋବିନ୍ଦଙ୍କୁ କଞ୍ଚାଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତକୁ ନୈବେଦ୍ୟ ରୂପରେ ବାଢ଼ିଦେଇ ପୂଜା କରିବା ପରମ୍ପରା ଉତ୍କଳର ।  ମୂଳତଃ ଦୋଳ ଉତ୍ସବ, ବସନ୍ତ ଉତ୍ସବ ବା ରଙ୍ଗ ଉତ୍ସବ ପନ୍ଦର ଦିନ ଧରି ସମସ୍ତଙ୍କୁ ବିମୋହିତ କରି ରଖେ ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Categories
ଫଟୋ ଖବର

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଠାକୁରଙ୍କ ଗ୍ରାମ୍ୟ ପରିକ୍ରମା ଏବଂ ଭୋଗଖିଆ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଠାକୁରଙ୍କ ଗ୍ରାମ୍ୟ ପରିକ୍ରମା ଏବଂ ଭୋଗଖିଆ

Categories
ଆଜିର ଖବର ରାଜ୍ୟ ଖବର

ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଦୁଇ ଦିନ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଗଣଶିକ୍ଷା ବିଭାଗ ଛୁଟି ଘୋଷଣା କରିଛନ୍ତି। ଗଣଶିକ୍ଷା ଅଧିନରେ ଆସୁଥିବା ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ୨ ଦିନ ଗଣ ଶିକ୍ଷା ବିଭାଗ ଛୁଟି ଘୋଷଣା କରିଛି। ଆସନ୍ତା ୨୮ ଏବଂ ୨୯ ତାରିଖରେ ସ୍କୁଲ ବନ୍ଦ ରହିବ। ସମସ୍ତ ଶିକ୍ଷା ଅଧିକାରୀଙ୍କି ଚିଠି ଲେଖି ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହୋଲି ଓ ଦୋଳ ପୂର୍ଣ୍ଣିମା ପାଇଁ କଟକଣା ଜାରି କଲେ ସ୍ଵତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର:

କରୋନା ସଂକ୍ରମଣକୁ ଦେଖି ଚଳିତ ବର୍ଷ ହୋଲି ଓ ଦୋଳ ପୂର୍ଣ୍ଣିମା ପାଇଁ କଟକଣା ଲାଗିଛି। ସାରା ରାଜ୍ୟରେ କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ କମିଶନର କଟକଣା ଜାରି କରିଛନ୍ତି। କୈଣସି ସାଧାରଣ ସ୍ଥାନରେ ହୋଲି ଓ ଦୋଳ ମିଳନ ପାଇଁ ବାରାଁ କରାଯାଇଛି। କେବଳ ପରମ୍ପରା ରକ୍ଷା ପାଇଁ ଯାତ୍ରା ହେବ। ଏକାଠି ରଙ୍ଗ ଖେଳିବାକୁ ମନା କରାଯାଇଛି। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ତେବେ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଅଧିକ କଟକଣା କରିପାରିବେ ବୋଲି ଏସଆରସି ଉଲ୍ଲେଖ କରିଛନ୍ତି।