Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ମଧ୍ୟ କରୋନାର ଦ୍ଵିତୀୟ ଲହର ସରିନି। ଆଜି ରାଜ୍ୟରେ ୧ ହଜାର ୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ଭିତରେ ତୃତୀୟ ଲହର ଆସିବା ନେଇ କଳ୍ପନା ଜଳ୍ପନା ଜାରି ରହିଛି। ହେଲେ ଆସନ୍ତା ଅଗଷ୍ଟ ମାସରୁ ଅକ୍ଟୋବର ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଅଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ଟୀକା ନେବା ପାଇଁ ଲୋକଙ୍କ ମନରେ ଭୟ: ଦିଆଗଲା ୫ ଲକ୍ଷ ଟଙ୍କାର ବୀମା ଅଫର

ମୁମ୍ବାଇ: କରୋନାର ଦ୍ଵିତୀୟ ଲହରରେ ମହାରାଷ୍ଟ୍ରର ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଆହୁରି ଅନେକ ଲୋକ ଏହି ମାହାମାରୀରୁ ରକ୍ଷା ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏହାପରେ ମଧ୍ୟ କେତେ ଲୋକ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଯଦିବା ଟୀକାକରଣ ପ୍ରକ୍ରିୟାରେ ମହାରାଷ୍ଟ୍ର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ଅଛି, ତଥାପି ରାଜ୍ୟର ମୋଟ ଜନସଂଖ୍ୟାର ମାତ୍ର ୩.୬୯ ପ୍ରତିଶତ ଲୋକଙ୍କୁ ଏପର୍ଯ୍ୟନ୍ତ ଟୀକା ଦିଆଯାଇଛି। ହିଙ୍ଗୋଲି, ପାଲଘର, ନନ୍ଦୁରବାର, ପରଭନୀ, ଜଲଗାଁଓ, ଗଢଚିରେଲିରେ ୩ ପ୍ରତିଶତରୁ କମ ଲୋକଙ୍କୁ ଏପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦିଆଯାଇଛି। ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳରେ କୋଭିଡ ଟୀକାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ ରହିଛି।

ତେଣୁ ପ୍ରଶାସନ ପକ୍ଷରୁ ଟୀକା ବାବଦରେ ଲୋକଙ୍କୁ ସଚେତନ କରାଯାଉଛି। ଏପରି ଲୋକଙ୍କୁ ଟୀକା ଦେବା ପାଇଁ ବୀମା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅଫର ମଧ୍ୟ ଘୋଷଣା କରାଯାଉଛି। ତେବେ ବର୍ତ୍ତମାନ ମହାରାଷ୍ଟ୍ରର ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳର ଲୋକଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ୫ ଲକ୍ଷ ଟଙ୍କାର ବୀମା ଅଫର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ଦ୍ଵିତୀୟ ଲହରରେ କମ ବୟସ୍କ ରୁହନ୍ତୁ ସତର୍କ: ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ସରକାର

ଭୁବନେଶ୍ବର: ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି।ବିଶେଷକରି ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ କମ ବୟସ୍କମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଲୋକେ ଠିକରେ ମାସ୍କ ପିନ୍ଧୁନଥିବାରୁ ରାଜ୍ୟରେ ଅଧିକ ସଂକ୍ରମିତ ହେଉଛନ୍ତି। ସଠିକ ଭାବେ ମାସ୍କ ପିନ୍ଧିଲେ ସଂକ୍ରମଣକୁ ରୋକା ଯାଇପାରିବା। ସର୍ଜିକାଲ ମାସ୍କ ଠାରୁ କପଡ଼ାରେ ତିଆରି ମାସ୍କ ଅଧିକ ନିରାପଦ। ଏହା ବାୟୁରେ ଅଧିକ ବ୍ୟାପୁଥିବାରୁ ବନ୍ଦ କୋଠରିରେ ଅଧିକ ଲୋକ ବସି ବୈଠକ ନକରିବା ପାଇଁ କୁହାଯାଇଛି। ତେଣୁ ବନ୍ଦ କୋଠରି କିମ୍ବା ଗାଡି ମଧ୍ୟରେ ବସିଲେ ମଧ୍ୟ ମାସ୍କକୁ ଠିକ ଭାବେ ପରିଧାନ କରିବା ଉଚିତ।

ତେବେ ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହରରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭିନ୍ନ ଲକ୍ଷଣ ଦେଖାଯାଉଛି। ବାନ୍ତି ହେବା, ପତଳା ଝାଡା ହେବା ଲକ୍ଷଣ ରୋଗୀଙ୍କ ନିକଟରେ ଦେଖାଯାଉଛି। ଟୀକା ନେଇସାରିଥିବା ଲୋକଙ୍କୁ ପୁନଃ ସଂକ୍ରମଣ ସମ୍ଭାବନା ମଧ୍ୟ ରହିଛି। କିନ୍ତୁ ଟୀକା ନେଇଥିବା ଲୋକ ଆକ୍ରାନ୍ତ ହେଲେ ଗୁରୁତର ହୋଇନଥିବା ଦେଖାଯାଉଛି।

ଜ୍ଵର ହୋଇ ଶରୀରର ତାପମାତ୍ରା ୧୦୦ ଉପରେ କିମ୍ବା ଅମ୍ଳଜାନ ସ୍ତର ୯୦ ତଳକୁ ଖସିଲେ ହସ୍ପିଟାଲ ଯାଅନ୍ତୁ। ଲକ୍ଷଣ ଦେଖାଗଲେ ୧୯୨୯କୁ ଫୋନ କରି ଡାକ୍ତରଖାନା ଯାଇପାରିବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦୁଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

କରୋନା ସଂକ୍ରମଣକୁ ଦେଖି ବାଣପୁର ଏନ୍.ଏ.ସି ର ବହୁ ସରକାରୀ କାର୍ଯ୍ୟାଳୟକୁ କରାଗଲା ବିଶୋଧିତ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନାର ଦ୍ଵିତୀୟ ଲହର ଏବେ ସାରା ଦେଶରେ ଶିଖରରେ ପହଁଚିଛି।  ଓଡ଼ିଶାରେ ମଧ୍ୟ ଲଗାତାର ଭାବେ କିଛି ଦିନ ହେବ ୬ ହଜାରରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚି଼ହ୍ନଟ ହେଉଛନ୍ତି ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ଏକ ନମ୍ବରରେ ରହୁଛି। ତେବେ ସଂକ୍ରମଣକୁ ରୋକ ଲଗାଇବା ପାଇଁ ସରକାର ପ୍ରତି ଶନି ଏବଂ ରବିବାର ସଟ ଡ଼ାଉନ ଘୋଷଣା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ସଂକ୍ରମଣ ଧୀରେ ଧୀରେ ଉପର ମୁହାଁ ହେଉଥିବାବେଳେ ଏହାକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ରୂପେ ଆଜି ସହରର ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅନୁଷ୍ଠାନ ଗୁଡିକୁ ଏନଏସି ପକ୍ଷରୁ ବିଶୋଧନ କରାଯାଇଅଛି।

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ବିଚାର ବିଭାଗୀୟ ଅଦାଲତ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବିଶୋଧନ କରିଛନ୍ତି। ଅଗ୍ନିଶମ ବାହିନୀର ଏକ ଟିମ ଆଜି ସକାଳୁ ଉକ୍ତ ୩ କାର୍ଯ୍ୟାଳୟକୁ ବିଶୋଧିତ କରିଛନ୍ତି।

ତେବେ ଏହିପରି ବିଶୋଧନ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ତେବେ ବାଣପୁର ସହରକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ସହ ପ୍ରତ୍ୟେକ ଦିନ ସଂଧ୍ୟାରେ ସହରରେ ଏନଏସି ପକ୍ଷରୁ ମଶାତେଲ ପକାଇବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁରକୁ ଫେରିଲା କରୋନାର ଦ୍ଵିତୀୟ ଲହର: ଜଣେ ପଜିଟିଭ ଚି଼ହ୍ନଟ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ କୋଭିଡର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଓଡ଼ିଶାରେ ହୁ ହୁ ହୋଇ ବଢୁଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି।

ସେହିଭଳି ଆଜି ବାଣପୁରରୁ ଜଣେ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାର ସୂଚନା ରହିଛି। ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି।

ତେବେ ଏହି ଆକ୍ରାନ୍ତ ଜଣଙ୍କ ମଧ୍ୟରେ କୌଣସି ଲକ୍ଷଣ ନାହିଁ। କିନ୍ତୁ ସେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବାରୁ ବର୍ତ୍ତମାନ ଏହା ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।