Categories
ଆଜିର ଖବର ରାଜ୍ୟ ଖବର

ଧରାକୋଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭାରତୀୟ ଯବାନଙ୍କ ପ୍ରାଣହାନୀ

ଆସିକା: ଧରାକୋଟ ଥାନା ବରଡ଼ାବିଲିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ବସ୍‌ ଧକ୍କାରେ ଭାରତୀୟ ଯବାନଙ୍କ ମୃତ ହୋଇଛି। ମୃତ ଯବାନଙ୍କ ନାମ ଜିତେନ୍ଦ୍ର ପାଢ଼ୀ ବୋଲି ଜଣାପଡିଛି। ସେ ପଞ୍ଜାବରେ ବିଏସଏଫ ଯବାନ ଭାବେ କାର୍ଯ୍ୟକରୁଥିଲେ।

ସୂଚନା ଅନୁଯାୟୀ, ଜିତେନ୍ଦ୍ର ବାଇକ ଯୋଗେ ସୋରଡ଼ାରୁ ନିଜ ଗ୍ରାମ କୁଶରାବ ଯିବା ବେଳେ ଆସ୍କା ପଟରୁ ଆସୁଥିବା ସାଇକ୍ରିଷ୍ଣା ନାମକ ବସ୍ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବର୍ତ୍ତମାନ ଧରାକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜମିସ୍ତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାସିବିଲି ଉଚ୍ଚ ବିଦ୍ୟାଳୟ ନିକଟରେ ନିରାକାର ବେହେରା ନାମକ ଜଣେ ଯୁବକଙ୍କୁ କମାଶାସନ ଗାଁ ର ପାଣ୍ଡା ରେଡ୍ଡୀ ଓ ତାର ଭାଇ ମିଳିତ ଭାବେ ମାରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଆହତ ନିରାକାର ପେଶାରେ ଜଣେ ରାଜମିସ୍ତ୍ରୀ ଓ କାଳଷଣ୍ଢପୁର ଠାରୁ କାମ ସାରି ନିଜ ଗାଁ କମାଶାସନ ଘରକୁ ଫେରୁଥିବା ବେଳେ ଉକ୍ତ ଦୁଇ ଭାଇ ଆତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଫଳରେ ନିରାକାର ଗୁରୁତର ଆହତ ହୋଇ ପ୍ରଥମେ ଆସ୍କା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଚର୍ଚ୍ଚାରେ ଥାନା ଅଧିକାରୀ: ଲୋକଙ୍କ ସହ ପୋଲିସର ସମ୍ପର୍କ ସୁଦୃଢ କରିବା ପାଇଁ ନେଲେ ଏଭଳି ପଦକ୍ଷେପ

ଗଞ୍ଜାମ: ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଆଇଆଇସି ଉମାକାନ୍ତ ସାହୁ। ଥାନା ପରିସରକୁ ସରସ ସୁନ୍ଦର କରିବା ସହ ନାଗରିକମାନଙ୍କ ସହ ପୋଲିସର ସମ୍ପର୍କ ସୁଦୃଢ କରିବା ପାଇଁ ହାତକୁ ନେଇଛନ୍ତି ଏକାଧିକ ପଦକ୍ଷେପ। ଉମାକାନ୍ତ ସାହୁ ଗତବର୍ଷ ଡିସେମ୍ବର ୯ ତାରିଖରେ ଧରାକୋଟ ଆଇଆଇସି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି। ତେବେ ମାତ୍ର ୩ ମାସ ମଧ୍ୟରେ ଥାନାର ରୁପରେଖ ବଦଳାଇଦେଇଛନ୍ତି।

ଥାନାରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସାଧରଣତଃ ଥାନାକୁ ଯିବା ପାଇଁ ନାଗରିକ ମାନେ ଭୟ କରୁଥିବା ବେଳେ ଧରାକୋଟ ଥାନା ପରିସରକୁ ଛୁଟୁଛି ବର୍ତ୍ତମାନ ନାଗରିକଙ୍କ ସୁଅ। ତେବେ ଥାନାକୁ ଅଭିଯୋଗ ଉଦ୍ଦେଶ୍ୟରେ ନାଇଁ ମନୋରଞ୍ଜନ ଉଦ୍ଦେଶ୍ୟରେ ଯାଉଛନ୍ତି ନାଗରିକ ମାନେ।

ଖବର ମୁତାବକ ଧରାକୋଟ ଥାନାକୁ ପୂର୍ବରୁ ବହୁତ କମ ଅଭିଯୋଗକାରି ଆସୁଥିଲେ।  ତେବେ ପୋଲିସ ଭୟରେ ହେଉ କିମ୍ବା ଅନ୍ୟ କେଉଁ କାରଣରୁ ହେଉ ଜନସାଧାରଣଙ୍କ ବିଶ୍ୱାସଭାଜନ ହେଇପାରୁନଥିଲା ପୋଲିସ। ଶ୍ରୀ ସାହୁ ଉକ୍ତ ବିଷୟକୁ ଗମ୍ଭୀରତାର ସହ ନେଇ ଥାନା ପରିସରରେ ଏକ ଶିଶୁ ଉଦ୍ୟାନ ଏବଂ ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ନିଜ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଇଛନ୍ତି। ଯାହା ଫଳରେ ବର୍ତ୍ତମାନ ପ୍ରତ୍ୟେକ ଦିନ ଥାନାରେ ଜନସାଧାରଣଙ୍କ ଭିଡ଼ ଜମୁଛି। ଛୋଟ ଶିଶୁ ଠୁ ନେଇ ବରିଷ୍ଠ ନାଗରିକମାନେ ନିର୍ଭୟର ସହ ଥାନାକୁ ଆସୁଛନ୍ତି ଏବଂ ନିଜ ଅଭିଯୋଗ ମଧ୍ୟ ପଞ୍ଜିକୃତ କରାଉଛନ୍ତି। ଏତତ ବ୍ୟତୀତ ଥାନା ପରିସରରେ ସୁନ୍ଦର ବଗିଚା, ବ୍ୟାଟମିଣ୍ଟନ କୋର୍ଟ ନିର୍ମାଣ, କାନ୍ଥ ଲିଖନ, ଆଲୋକୀକରଣ ଏବଂ ସୌନ୍ଦ୍ୟର୍ଜକରଣ କରାଇଛନ୍ତି ଉକ୍ତ ଅଧିକାରୀ। ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଇଆଇସି ଶ୍ରୀ ସାହୁଙ୍କ ଉକ୍ତ ପଦକ୍ଷେପକୁ ଭୂୟାଁସୀ ପ୍ରଶଂସା କରାଯାଉଛି।

ସୂଚନା ଥାଉକି ଶ୍ରୀ ସାହୁ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଏବଂ ନାଚୁଣୀ ଫାଣ୍ଡିରେ ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ନାଚୁଣୀ ଫାଣ୍ଡିକୁ ଏକ ଆଦର୍ଶ ଫାଣ୍ଡି ଭାବେ ଗଢ଼ିତୋଳିଥିବା ହେତୁ ସେ ତତ୍କାଳୀନ ଖୋର୍ଦ୍ଧା ଏସପିଙ୍କୁ ଠାରୁ ପ୍ରଶଂସାପତ୍ର ମଧ୍ୟ ପାଇଥିଲେ। ତେବେ ଧରାକୋଟ ଥାନାରେ ଜନତା ଏବଂ ପୋଲିସ ମଧ୍ୟରେ ସମ୍ପର୍କ ବଢାଇବା ସହ ଆଇଆଇସି ଜନତାଙ୍କ ଆସ୍ଥାଭାଜନ ହେଉଥିବାର ପରିଲକ୍ଷିତ ହେଉଛି।