ରାଜମିସ୍ତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ

Published: Jul 14, 2023, 1:02 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାସିବିଲି ଉଚ୍ଚ ବିଦ୍ୟାଳୟ ନିକଟରେ ନିରାକାର ବେହେରା ନାମକ ଜଣେ ଯୁବକଙ୍କୁ କମାଶାସନ ଗାଁ ର ପାଣ୍ଡା ରେଡ୍ଡୀ ଓ ତାର ଭାଇ ମିଳିତ ଭାବେ ମାରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଆହତ ନିରାକାର ପେଶାରେ ଜଣେ ରାଜମିସ୍ତ୍ରୀ ଓ କାଳଷଣ୍ଢପୁର ଠାରୁ କାମ ସାରି ନିଜ ଗାଁ କମାଶାସନ ଘରକୁ ଫେରୁଥିବା ବେଳେ ଉକ୍ତ ଦୁଇ ଭାଇ ଆତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଫଳରେ ନିରାକାର ଗୁରୁତର ଆହତ ହୋଇ ପ୍ରଥମେ ଆସ୍କା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related posts