Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜମିସ୍ତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାସିବିଲି ଉଚ୍ଚ ବିଦ୍ୟାଳୟ ନିକଟରେ ନିରାକାର ବେହେରା ନାମକ ଜଣେ ଯୁବକଙ୍କୁ କମାଶାସନ ଗାଁ ର ପାଣ୍ଡା ରେଡ୍ଡୀ ଓ ତାର ଭାଇ ମିଳିତ ଭାବେ ମାରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଆହତ ନିରାକାର ପେଶାରେ ଜଣେ ରାଜମିସ୍ତ୍ରୀ ଓ କାଳଷଣ୍ଢପୁର ଠାରୁ କାମ ସାରି ନିଜ ଗାଁ କମାଶାସନ ଘରକୁ ଫେରୁଥିବା ବେଳେ ଉକ୍ତ ଦୁଇ ଭାଇ ଆତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଫଳରେ ନିରାକାର ଗୁରୁତର ଆହତ ହୋଇ ପ୍ରଥମେ ଆସ୍କା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ସୁଶାନ୍ତ ରେଡ଼ି ନିଜ ଦୋକାନ ବନ୍ଦ କରି ଘରକୁ ଗଲା ବେଳେ ହଠାତ୍ ତିନି ଜଣ ଯୁବକ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଯାହା ଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୁଶାନ୍ତଙ୍କ ସ୍ତ୍ରୀ ବନିତା ରେଡି ଦିଗପହଣ୍ଡି ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ମାନଙ୍କର ଅନୁସନ୍ଧାନ ଚଳାଇଥିଲା। ଗତକାଲି ସୁନୀଲ ନାୟକ ଓ ନାରାୟଣ ସେଠୀ ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହେଲେ ମୁଖ୍ୟ ଅଭିଯୁକ୍ତ ମଙ୍ଗଳା ସେଠୀ ଘଟଣା ପରଠାରୁ ଫେରାର ଅଛି।

ଘଟଣାରୁ ପ୍ରକାଶ ଯେ ଆହତ ସୁଶାନ୍ତ ସହ ମଙ୍ଗଳା ସହ ପୁର୍ବରୁ ଶତ୍ରୁତା ଥିଲା। ଯ’ଦ୍ଵାରା ମଙ୍ଗଳା ଅନ୍ୟ ଦୁଇ ସାଙ୍ଗକୁ ନେଇ ବାଟରେ ଛକି ଆକ୍ରମଣ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୋହୂ ମାଡରେ ଶାଶୁ ଗୁରୁତର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କୋଦଳାରେ ରହୁଥିବା ଶୁରେଖା ବେହେରା ନାମ୍ନୀ ଜନୈକ ବୃଦ୍ଧାଙ୍କୁ ବୋହୂ ମମି ମାରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଛି। ଯାହା ଫଳରେ ଶାଶୁମା ଜଣକ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇ କୋଦଳା ଥାନାରେ ଅଭିଯୋଗ କରିବାକୁ ଯାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଆହତ ବୃଦ୍ଧାଙ୍କର ସ୍ବାମୀ ବିୟୋଗ ଘଟିଥିବା ବେଳେ ପୁଅ ବୋହୁ ଅଛନ୍ତି। କିନ୍ତୁ ସେମାନେ ଅଲଗା ଘର କରି ରହୁଥିବା ବେଳେ ବୃଦ୍ଧା ଜଣକ ଏକାକୀ ରନ୍ଧାବଢ଼ା କରି ଚଳୁଛନ୍ତି। କିନ୍ତୁ ହଠାତ୍ ବୋହୂ ମମି ଘରେ ଏକୁଟିଆ ଥିବା ଶାଶୁକୁ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରି ମୁଣ୍ଡ ଫଟାଇ ଲହୁଲୁହାଣ କରିଦେଇଛି। ଏହି ଭଳି ପରିସ୍ଥିତିରେ ଶାଶୁମା ଏକାକୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଛନ୍ତି।

Categories
ଆଞ୍ଚଳିକ

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ ନୁଆ ଦିଗି ଗ୍ରାମରେ କୌଣସି କାରଣରୁ ଦୁଇ ଯୁବକ ମଧ୍ୟରେ ଝଗଡ଼ା ହୋଇଥିଲା ଓ ପରେ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇ ମନୋଜ ପ୍ରଧାନ ନାମକ ଜଣେ ଯୁବକ ସେହି ଗ୍ରାମର ଅର୍ଜୁନ ସ୍ବାଇଁ ନାମକ ଅନ୍ୟ ଜଣେ ଯୁବକକୁ ମାରଣାନ୍ତକ ଆକ୍ରମଣ କରିଥିଲା। ଯ’ଦ୍ଵାରା ଅର୍ଜୁନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ପାଇ କୋଦଳା ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମନୋଜକୁ ଉଠାଇ ଆଣି ତାଠାରୁ ଏକ ଲୁହା କାତି ଜବତ୍ କରିବା ସହ ଏତଲା ନଂ ୨୭୨/୨୩ ଓ ଧାରା ୨୯୪, ୩୦୭, ୩୨୬ ଓ ୫୦୬ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି।