ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ସହର ଉପକଣ୍ଠ ରୁଷିକଲ୍ୟା ପୋଲ ଉପରେ ମାଁ ନାମକ ଏକ ଘରୋଇ ବସ୍ ର କଣ୍ଡକ୍ଟର ରାଜା ଭୁୟାଁକୁ କିଛି ଦୁର୍ବୃତ୍ତ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଆହତ କଣ୍ଡକ୍ଟରର ଘର ବଡ଼ଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମ ଓ ସେ ଉକ୍ତ ବସ୍ ରେ କଣ୍ଡକ୍ଟର ଭାବେ କାର୍ଯ୍ୟରତ।
ପୋଲ ଉପରେ ବସ୍ ଚାଲୁଥିବା ବେଳେ କିଛି ଯୁବକ ବସ୍ ଅଟକାଇ ଭିତରୁ ଟାଣି ଆଣି ଆକ୍ରମଣ କରିଥିଲେ। ଆକ୍ରମଣ ଘଟଣାର କାରଣ ଜଣାପଡିନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ କଣ୍ଡକ୍ଟରକୁ ଚିକିତ୍ସା ପାଇଁ ଆସ୍କା ଡାକ୍ତରଖାନାରେ ଭର୍ତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।


