ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ମୁଖ୍ୟ ରାସ୍ତା କାଳୀ ମନ୍ଦିର ଛକ ଏକ ମୋଟରସାଇକେଲ ଗେରେଜ୍ ନିକଟରେ ବଣ୍ଟି ବାରିକ ନାମକ ଜଣେ ଯୁବକଙ୍କୁ ୩ ଜଣ ଯୁବକ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁରୁତର ଆହତ ବଣ୍ଟି ପୁରୁଷୋତ୍ତମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଗୁରୁତର ବଣ୍ଟିଙ୍କ ଘର କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବଡ ଖରିଡା ହୋଇଥିଲା ବେଳେ ସେ ନିଜର ମୋଟରସାଇକେଲ ତିଆରି କରିବା ପାଇଁ ଉକ୍ତ ଗେରେଜ୍ କୁ ଆସି ପହଞ୍ଚିବା କ୍ଷଣି ୩ ଜଣ ଯୁବକ ଏକ ସ୍କୁଟି ଗାଡିରେ ଆସି ତାକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ବଣ୍ଟି ଜୀବନ ବିକଳରେ ଧାଉଁଥିବା ବେଳେ ଏକ ଲଟାବୁଦା ଗଛରେ ପକାଇ ତାକୁ ଖଣ୍ଡାରେ ଆକ୍ରମଣ କରିଥିଲେ ଓ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।
ଖବର ପାଇ ପୋଲିସ ଏସଡିପିଓ ସୁଜିତ ନାୟକ ଓ ଥାନା ଅଧିକାରୀ କୁଳମଣି ସେଠି ଘଟଣାସ୍ଥଳରେ ପହଞ୍ଚି ଅଚେତ ବଣ୍ଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଓ ପୋଲିସ ତଦନ୍ତ ଆରମ୍ଭ କରିଛି।


