Categories
ଆଜିର ଖବର ରାଜ୍ୟ ଖବର

ବଟି ଆଦାୟ ବେଳେ ଧରାପଡ଼ିଲା ନକଲି ପୋଲିସ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ନକଲି ହୋମ୍‌ଗାର୍ଡ଼କୁ ବଟି ଆଦାୟ ସମୟରେ ବୈଦ୍ୟନାଥପୁର ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ନକଲି ପୋଲିସ୍ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁମାରୀ ଗାଁ ଅଂଚଳର ବନମାଳୀ ନାୟକ।

ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁର ଷ୍ଟେଟବ୍ୟାଙ୍କ ଛକ ନିକଟ ବାବାଜୀ ତୋଟାସାହି ଛକଠାରେ ଜଣେ ବ୍ୟକ୍ତି ହୋମ୍‌ଗାର୍ଡ଼ ଡ଼୍ରେସ ପରିଧାନ ନିଜ ନେମ୍‌ପ୍ଲେଟ୍‌ରେ ଅରୁଣ ନାୟକ (କନେଷ୍ଟବଲ) ନାମ ଲେଖାଇ ଏହି ଅଂଚଳର କିଛି ଦୋକାନୀଙ୍କୁ ଜୋର୍‌ଜବରଦସ୍ତ ଟଙ୍କା ଆଦାୟ କରୁଥିଲା। କିନ୍ତୁ ସେତ ନକଲି। ଯେତେହେଲେ ବି ନିଜର ପ୍ରକୃତିଗତ କାରଣରୁ କିଛି ବ୍ୟବସାୟୀ ତାକୁ ସଂଦେହ କରିଥିଲେ ଏବଂ ସଂଗେ ସଂଗେ ବୈଦ୍ୟନାଥପୁର ଥାନାକୁ ଏହି ବିଷୟ ଜଣାଇଥିଲେ।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନକଲି ପୋଲିସ୍‌କୁ ଥାନାକୁ ଆଣିଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ ୬/୨୧ରେ ଏକ ମାମଲା ରୁଜୁ ହୋଇ ବନମାଳୀ ନାୟକକୁ ଗିରଫ କରାଯାଇଥିବା ଥାନାଧିକାରୀ ଶାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।