Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ରାଲିରେ ପିଲାମାନଙ୍କୁ ବ୍ୟବହାର କରିବା ବିରୋଧରେ ବିଜେଡିର ଅଭିଯୋଗ

ଭୁବନେଶ୍ବର: ଆଜି ବିଜେପି ତରଫରୁ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ନେଇ ଏକ ରାଲିର ଆୟୋଜନ କରିଥିଲା। ଏଥିରେ ପିଲାମାନେ ରାଲିରେ ସାମିଲ ହେବା ଏବଂ ସେମାନେ ପତାକା ଧରିବାକୁ ନେଇ ଅଭିଯୋଗ କରିଛି ବିଜେଡି। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ନେତା ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଦୃଢ ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ, ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ରାଜନୀତି କରିଆସୁଛି ଏବଂ ଓଡିଶାର ଲୋକମାନେ ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଆଜି ଓଡ଼ିଶା ବିଜେପି ସମ୍ବେଦନଶୀଳ ପ୍ରସଙ୍ଗରେ ଭୁବନେଶ୍ୱରରେ ଏକ ରାଲି କରିଥିବାବେଳେ ଏହି ରାଲିରେ ଛୋଟ ପିଲାଙ୍କ ହାତରେ ଦଳୀୟ ପତାକା ଧରାଇ ଚଲାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଧର୍ମେନ୍ଦ୍ର ସାହୁ ମାମଲାରେ ତାଙ୍କ ପରିବାର ସଦସ୍ୟ ଘଟଣାର ରାଜନୀତିକରଣ ନକରିବାକୁ ଅନୁରୋଧ କରିଛନ୍ତି । ତେବେ ଓଡ଼ିଶା ବିଜେପି ଏଥିପ୍ରତି ଏପର୍ଯ୍ୟନ୍ତ କର୍ଣ୍ଣପାତ କରି ନାହିଁ ଏବଂ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସେହିଭଳି ଆଜିର ରାଲିରେ ବିଜେପି କ୍ୟାଡର ଅଳ୍ପ ସଂଖ୍ୟାରେ ଥିଲେ ଏବଂ ତାହା ବିଫଳ ହୋଇଥିଲା । ଏହି ରାଲିରେ ସେମାନଙ୍କ କ୍ୟାଡର ଅଭାବକୁ ଘୋଡାଇବା ପାଇଁ ଓଡ଼ିଶା ବିଜେପି ଛୋଟ ପିଲାମାନଙ୍କୁ ବ୍ୟବହାର କରିଥିଲା ଏବଂ ବିଫଳତାକୁ ଲୁଚାଇବା ପାଇଁ ଛୋଟ ଛୋଟ ପିଲାଙ୍କ ହାତରେ ଦଳୀୟ ପତାକା ଧରାଇ ଦେଇଥିଲା । ଓଡ଼ିଶା ବିଜେପି ନେତୃତ୍ୱ ପିଲାମାନଙ୍କୁ ସେମାନଙ୍କ ରାଲିରେ ବ୍ୟବହାର କରିବା ପାଇଁ ତଳ ସ୍ତରକୁ ଯାଇ ଯେଭଳି ସେମାନଙ୍କ ହାତରେ ଦଳୀୟ ପତାକା ଧରାଇଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଯନ୍ତ୍ରଣାଦାୟକ ।

ବିଜେଡି ଏ ସଂକ୍ରାନ୍ତରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର) ର ଅଧ୍ୟକ୍ଷାଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ ଦାଖଲ କରିଛି । ଏହି ଦୁର୍ଭାଗ୍ୟଜନକ ପରିସ୍ଥିତି ସହିତ ଆଉ ଏକ ଭୟଙ୍କର କାର୍ଯ୍ୟ ଯାହା ଆଜି ଓଡ଼ିଶା ବିଜେପି ନିଜର ରାଲିରେ କରିଛି । ଏକ ଗାଡିକୁ ନଷ୍ଟ କରିବା ସହିତ କିଛି ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ମାଡ ମରାଯାଇଛି । ଏହା ଓଡିଶା ବିଜେପିର ହତାଶା ଏବଂ ଗୁଣ୍ଡାମିକୁ ଦର୍ଶାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ଆତ୍ମହତ୍ୟା, ଅର୍ଚ୍ଚନା ବ୍ଲାକମେଲିଂର ନିରପକ୍ଷ ତଦନ୍ତ ଦାବୀ କରି ସବ୍‌ଡିଭିଜନ ଘେରିବ ବିଜେପି

ଭୁବନେଶ୍ୱର : ନିମାପଡା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ଭୁବନେଶ୍ୱରର ଅର୍ଚ୍ଚନା ନାଗ କେଳେଙ୍କାରୀ ସମେତ ରାଜ୍ୟରେ ଘଟିଥିବା ଯୌନ କେଳେଙ୍କାରୀ, ଦୁର୍ନୀତି ବିରୋଧରେ ସବଜିଭିଜନ ଘେରିବ ବିଜେପି। ଆଦି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ

ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ସମୀର ଦାଶ ସ୍ୱର୍ଗତଃ ସାହୁଙ୍କ ପତ୍ନୀଙ୍କୁ ଡ୍ରଗ୍ସ ଦେଇ ଅନୈତିକ ସମ୍ପର୍କ ରଖିବା, ସ୍ୱର୍ଗତଃ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା କାରବାର ଓ ବିନ୍ଦାସ ଚିନୁ ସେହି ଭିଡିଓ ଦେଖାଇ ସ୍ୱର୍ଗତଃ ସାହୁଙ୍କୁ ବ୍ଲାକମେଲିଂ କରି ପ୍ରତିମାସ ହଜାର ହଜାର ଟଙ୍କା ନେଉଥିବା ଅନ୍‌ଲାଇନ ଟ୍ରାଜେକ୍ସନ୍ ଓ ଅଡିଓ ଭାଇରାଲ ହେଉଛି ।

ସେହିପରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଏସିପି, ଡିସିପି ଓ ପୋଲିସ କମିଶନରଙ୍କୁ ବାରମ୍ବାର ଭେଟି ଅଭିଯୋଗ ଦେବା ସତ୍ୱେ କାହିଁକି କେସ୍‌ର ତଦନ୍ତ ଆଗଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପୋଲିସ ଡିଜି ଏହାର ଉତର ରଖନ୍ତୁ । ଓଡ଼ିଶା ପୋଲିସ ସମ୍ବିଧାନକୁ ମାନିବା ସହ ନିଜର ବିବେକାନୁମୋଦିତ କାର୍ଯ୍ୟ କରିବା ଲାଗି ଲେଖାଶ୍ରୀ ଆହ୍ୱାନ ଦେଇଛନ୍ତି ।

ଯଦି ରାଜ୍ୟ ସରକାର ଏସବୁ ନିରପେକ୍ଷ ତଦନ୍ତ ନ କରନ୍ତି ତାହାଲେ ଆଗାମୀ ୭ଦିନ ଭିତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ସମସ୍ତ ୫୮ଟି ସବଡିଭିଜନରେ ଆନ୍ଦୋଳନ ପ୍ରତିବାଦ କରାଯିବ ବୋଲି ଲେଖାଶ୍ରୀ ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ବରିଷ୍ଠ ନେତା ତଥା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସଜ୍ଜନ ଶର୍ମା, ବରିଷ୍ଠ ନେତା ଶ୍ରୀ ସୁଦର୍ଶନ ନାୟକ, ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଏବଂ ଅର୍ଚ୍ଚାନା ନାଗଙ୍କ ବ୍ଲାକମେଲିଂ ବିରୋଧରେ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ୱର: ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ପୋଲିସ କମିଶନରେଟ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ କରିଛି। ଏଥିରେ ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

ଆସନ୍ତା ୪୮ ଘଂଟା ମଧ୍ୟରେ ଅର୍ଚ୍ଚନା ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ତାଲିକା ଏବଂ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଆଜି ବିଜେଡିର ଜଣେ ଜିଲ୍ଲାପରିଷଦ ସଭ୍ୟ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ଗୋପ ବ୍ଲକର 11 ନମ୍ବର ଜିଲ୍ଲାପରିଷଦ ସଭା ଧର୍ମେନ୍ଦ୍ର ସାହୁ। ସେ ଭୁବନେଶ୍ବରର ଶିଶୁପାଳଗଡ ଲକ୍ଷ୍ମୀବିହାର ଘରେ ଆତ୍ମହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଏହାର କାରଣ ପରିବାରିକ କଳହ ବୋଲି ଅନୁମାନ କରାଯାଇଛି।

ତେବେ ସେ ଫେସବୁକରେ ଏକ ପୋଷ୍ଟିଂ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୋବାଇଲରେ ଦୁଇଟି ଭିଡିଓ ରହିଛି। ତାହା ଦେଖିଲେ ଜାଣିପାରିବେ ବୋଲି ସେ କହିଛନ୍ତି। ତେବେ ସେ ଏହି ଭିଡିଓରେ ଆତ୍ମହତ୍ୟାର କାରଣ କଣ ତାହା ରେକଡିଂ କରିଥିବାର ଜଣାପଡିଛି। ତେବେ ଏ ନେଇ ପୋଲିସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।