Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ରାଲିରେ ପିଲାମାନଙ୍କୁ ବ୍ୟବହାର କରିବା ବିରୋଧରେ ବିଜେଡିର ଅଭିଯୋଗ
ଆଜିର ଖବର

ବିଜେପି ରାଲିରେ ପିଲାମାନଙ୍କୁ ବ୍ୟବହାର କରିବା ବିରୋଧରେ ବିଜେଡିର ଅଭିଯୋଗ

October 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ରାଲିରେ ପିଲାମାନଙ୍କୁ ବ୍ୟବହାର କରିବା ବିରୋଧରେ ବିଜେଡିର ଅଭିଯୋଗ

ଭୁବନେଶ୍ବର: ଆଜି ବିଜେପି ତରଫରୁ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ନେଇ ଏକ ରାଲିର ଆୟୋଜନ କରିଥିଲା। ଏଥିରେ ପିଲାମାନେ ରାଲିରେ ସାମିଲ ହେବା ଏବଂ ସେମାନେ ପତାକା ଧରିବାକୁ ନେଇ ଅଭିଯୋଗ କରିଛି ବିଜେଡି। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ନେତା ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଦୃଢ ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ, ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ରାଜନୀତି କରିଆସୁଛି ଏବଂ ଓଡିଶାର ଲୋକମାନେ ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଆଜି ଓଡ଼ିଶା ବିଜେପି ସମ୍ବେଦନଶୀଳ ପ୍ରସଙ୍ଗରେ ଭୁବନେଶ୍ୱରରେ ଏକ ରାଲି କରିଥିବାବେଳେ ଏହି ରାଲିରେ ଛୋଟ ପିଲାଙ୍କ ହାତରେ ଦଳୀୟ ପତାକା ଧରାଇ ଚଲାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଧର୍ମେନ୍ଦ୍ର ସାହୁ ମାମଲାରେ ତାଙ୍କ ପରିବାର ସଦସ୍ୟ ଘଟଣାର ରାଜନୀତିକରଣ ନକରିବାକୁ ଅନୁରୋଧ କରିଛନ୍ତି । ତେବେ ଓଡ଼ିଶା ବିଜେପି ଏଥିପ୍ରତି ଏପର୍ଯ୍ୟନ୍ତ କର୍ଣ୍ଣପାତ କରି ନାହିଁ ଏବଂ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସେହିଭଳି ଆଜିର ରାଲିରେ ବିଜେପି କ୍ୟାଡର ଅଳ୍ପ ସଂଖ୍ୟାରେ ଥିଲେ ଏବଂ ତାହା ବିଫଳ ହୋଇଥିଲା । ଏହି ରାଲିରେ ସେମାନଙ୍କ କ୍ୟାଡର ଅଭାବକୁ ଘୋଡାଇବା ପାଇଁ ଓଡ଼ିଶା ବିଜେପି ଛୋଟ ପିଲାମାନଙ୍କୁ ବ୍ୟବହାର କରିଥିଲା ଏବଂ ବିଫଳତାକୁ ଲୁଚାଇବା ପାଇଁ ଛୋଟ ଛୋଟ ପିଲାଙ୍କ ହାତରେ ଦଳୀୟ ପତାକା ଧରାଇ ଦେଇଥିଲା । ଓଡ଼ିଶା ବିଜେପି ନେତୃତ୍ୱ ପିଲାମାନଙ୍କୁ ସେମାନଙ୍କ ରାଲିରେ ବ୍ୟବହାର କରିବା ପାଇଁ ତଳ ସ୍ତରକୁ ଯାଇ ଯେଭଳି ସେମାନଙ୍କ ହାତରେ ଦଳୀୟ ପତାକା ଧରାଇଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଯନ୍ତ୍ରଣାଦାୟକ ।

ବିଜେଡି ଏ ସଂକ୍ରାନ୍ତରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର) ର ଅଧ୍ୟକ୍ଷାଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ ଦାଖଲ କରିଛି । ଏହି ଦୁର୍ଭାଗ୍ୟଜନକ ପରିସ୍ଥିତି ସହିତ ଆଉ ଏକ ଭୟଙ୍କର କାର୍ଯ୍ୟ ଯାହା ଆଜି ଓଡ଼ିଶା ବିଜେପି ନିଜର ରାଲିରେ କରିଛି । ଏକ ଗାଡିକୁ ନଷ୍ଟ କରିବା ସହିତ କିଛି ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ମାଡ ମରାଯାଇଛି । ଏହା ଓଡିଶା ବିଜେପିର ହତାଶା ଏବଂ ଗୁଣ୍ଡାମିକୁ ଦର୍ଶାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଧର୍ମେନ୍ଦ୍ର ସାହୁ ବିଜେଡି ଅଭିଯୋଗ ଲେନିନ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.