Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚାଲଙ୍କା‌ ଓଟିଟି ପ୍ଲାଟଫର୍ମରେ‌ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ

ଭୁବନେଶ୍ୱର: ଅନେକ ଚଳଚ୍ଚିତ୍ର, ଧାରାବାହିକରେ ଅଭିନୟ ପରେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଏବେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ନୂଆ ୱେବସିରିଜ ବ୍ରେକଅପ ରୁଲସରେ ଅଭିନୟ କରୁଛନ୍ତି।

ସବୁ ନିୟମ ତିଆରି ହୁଏ ଭଙ୍ଗା ବି ଯାଏ। ତେବେ ନିୟମ ହୁଏ କଣ ପାଇଁ? ପ୍ରେମରେ କିଛି ଅଲଗା କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ। କେତେବେଳେ ପ୍ରେମ ଆଉ କେତେବେଳେ ବ୍ରେକଅପ। ଏମିତି ପ୍ରେମ ଆଉ ବ୍ରେକ-ଅପର ନିୟମ କାନୁନ ଘଟଣା ଗୁଡିକୁ ସଜେଇଛନ୍ତି କାହାଣୀକାର ଚିତ୍ରା ପଟ୍ଟନାୟକ ଓ ଜନ୍ମେଞ୍ଜୟ ସିଂ। ଶ୍ରଦ୍ଧାଙ୍କ ସହ ଶୋଭନ ସାମଲ, ପ୍ରସନଜିତ ମହାପାତ୍ର, ଆରତୀ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି।

ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜା ଡି। ପ୍ରଯୋଜନା କରିଛନ୍ତି ସଂଜୀବ ଦ୍ବିବେଦୀ, ସଂଗୀତ ନିର୍ଦେଶନା ଦେଇଛନ୍ତି ସନ୍ଦୀପ ପଣ୍ଡା। ୱେବସିରିଜଟି ଆସନ୍ତା ୧୦ ରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ମୁକ୍ତିଲାଭ କରିବ। ଏହା ପୂର୍ବରୁ ପପୁ ପମ ପମ ଓ ଅଙ୍କିତା ଅଭିନୀତ ହାଲୋ ରାବଣ ଓ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ୨ ଚକୋଲେଟରେ ଲୋହିତଙ୍ଗ, ସ୍ୱପ୍ନା, ନିତୁ ସିଂ ଓ ଚିତ୍ତ ରଞ୍ଜନ ତ୍ରିପାଠୀ ଅଭିନିତ ଚଳଚିତ୍ର ମୁକ୍ତିଲାଭ କରି ଲୋକପ୍ରିୟତା ଶୀର୍ଷରେ ପହଁଚିଛି।