Categories
ଆଜିର ଖବର ଜାତୀୟ ଖବର

ମାତ୍ର ଛଅ ଦିନରେ କରୋନାକୁ ମାତ୍‌ ଦେଲେ ନଅ ମାସର ଶିଶୁ

ଡେରାଡୁନ୍‌ : ଦେଶରେ କରୋନା ଭାରଇସ୍‌ ଯୋଗୁଁ ସ୍ଥିତି ବିଗିଡି ଥିବାବେଳେ ଉତ୍ତରାଖଣ୍ଡରେ ନଅମାସର ଶିଶୁଟି କରୋନା ଭାଇରସକୁ ମାତ ଦେଇଛି । ପ୍ରଦେଶର ସର୍ବକନିଷ୍ଠ ଭାବେ ରୋଗରୁ ସୁସ୍ଥ ଲାଭ କରି ରେକର୍ଡ କରିଛି ଏହି ଶିଶୁଟି ।

ପ୍ରଦେଶର ରାଜଧାନୀ ଡେରାଡୁନରର ଗତ ସପ୍ତାହରେ ନଅ ମାସର ଏକ ଶିଶୁଟି ଭୟାନକ କରୋନାର କବଳରେ ଆସିଥିଲା । ଏହା ପରେ ଏହି ଶିଶୁକୁ ଡୁନ୍‌ ମେଡ଼ିକାଲ୍‌ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କରୋନା ଯୁଦ୍ଧରେ ନା ହାର ମାନିଛି ଏହି ଶିଶୁଟି ନା ଡାକ୍ତରମାନେ। ମାତ୍ର ଛଅ ଦିନରେ ଏହି ଶିଶୁଟି କରୋନାକୁ ମାତ୍‌ ଦେବାରେ ସଫଳ ହୋଇଛି। ଶିଶୁଟିର ଲଗାତାର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହା ପରେ ଡାକ୍ତରଖାନାରୁ ଏହି ଶିଶୁକୁ ଡିସ୍‌ଚାର୍ଜ କରିଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ ସହରର ଭଗତ ସିଂହ କଲୋନୀର ଜଣେ ମସଜିଦ୍‌ରେ କାମ କରୁଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ  ହୋଇଥିଲେ। ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଏହି ଶିଶୁଟି ଆସିବା ପରେ ସଂକ୍ରମିତ ହୋଇଥିଲା। ମାତ୍ର ଛଅ ଦିନରେ ଏହି ଶିଶୁଟି ସୁସ୍ଥ ହୋଇ ରେକର୍ଡ ସୃଷ୍ଟି କରିଛି। ଏହା ପୂର୍ବରୁ ଜଣେ ଟ୍ରେନି ଆଇଏଫଏସ୍‌ ଅଫିସର କରୋନାରେ ସଂକ୍ରମିତ ହୋଇଥିଲେ। ଯିଏ ମାତ୍ର ସାତ ଦିନରେ ଏହି କରୋନା କବଳରୁ ମୁକ୍ତି ଲାଭ କରିଥିଲେ। ତେବେ ଏହି ନଅ ମାସର ଶିଶୁଟି ଛଅ ଦିନରେ ସୁସ୍ଥ ହୋଇ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। (ଏଜେନ୍ସି)