Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସାବଧାନ!, ଆପଣ ମଧ୍ୟ ଖାଉ ନାହାଁନ୍ତି ତ ନକଲି ଔଷଧ, କିପରି ଚିହ୍ନଟ କରିବେ ଅସଲି?

ଭୁବନେଶ୍ଵର: ରୋଗରୁ ଆରୋଗ୍ୟ ପାଇବା ପାଇଁ ଲୋକମାନେ ଔଷଧ ସେବନ କରନ୍ତି। ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରି ଶରୀରର ରୋଗ ଶୀଘ୍ର ଭଲ ହୋଇଯାଏ, କିନ୍ତୁ ଆଜିକାଲି ଅନେକ ନକଲି ଔଷଧ ମଧ୍ୟ ବଜାରକୁ ଆସିଛି, ଯାହା ପ୍ରଚୁର ପରିମାଣରେ ବିକ୍ରି ହେଉଛି। ସେମାନଙ୍କର ବ୍ୟବହାର ସାଂଘାତିକ ହୋଇପାରେ। ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ଔଷଧ କିଣିବାକୁ ମେଡିକାଲ ଦୋକାନକୁ ଯାଉଛନ୍ତି, ସେତେବେଳେ ଅସଲି ଏବଂ ନକଲି ଔଷଧକୁ ଏହି ଉପାୟରେ ଚିହ୍ନଟ କରନ୍ତୁ।

ୟୁନିକ କୋଡ୍ ଦ୍ଵାରା ଅସଲି ଏବଂ ନକଲି ଚିହ୍ନଟ:

ଔଷଧ କିଣିବା ପୂର୍ବରୁ ଗୋଟିଏ କଥା ଜାଣନ୍ତୁ ଯେ, ମୂଳ ଔଷଧ ଉପରେ ୟୁନିକ କୋଡ୍ ଛପା ହୋଇଛି। ଏହି କୋଡରେ ଔଷଧର ଉତ୍ପାଦନ ତାରିଖ ଏବଂ ଅବସ୍ଥାନ ଠାରୁ ଯୋଗାଣ ଶୃଙ୍ଖଳା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଉପଲବ୍ଧ। ଏହି ତାଲିକାରେ ଆଣ୍ଟିବାୟୋଟିକ୍, ଯନ୍ତ୍ରଣା ଉପଶମକାରୀ ବଟିକା, ଆଣ୍ଟି ଆଲର୍ଜି ଔଷଧ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ଔଷଧ କିଣନ୍ତି, ସେଥିରେ ନିର୍ମିତ QR କୋଡ୍ ସ୍କାନ୍ କରିବାକୁ ଭୁଲନ୍ତୁ ନାହିଁ। ଏହା ସହିତ, ଆପଣ ସହଜରେ ଔଷଧ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ ଏବଂ ଆପଣ tଔଷଧଟି ଅସଲି କି ନୁହେଁ ତାହା ଜାଣିପାରିବେ। ଅନେକ ଥର QR କୋଡ୍ ନକଲି ଔଷଧ ଉପରେ ରଖାଯାଏ ନାହିଁ।

QR କୋଡ୍ ସୁରକ୍ଷିତ କି?:

କିଛି ଲୋକ ଏହା ମଧ୍ୟ ଭାବନ୍ତି ଯେ, ଯେତେବେଳେ ନକଲି ଔଷଧ ତିଆରି କରିବା ସହଜ ହୁଏ, ସେତେବେଳେ QR କୋଡ୍ କପି କରିବାକୁ କେତେ ସମୟ ଲାଗିବ। ସର୍ବଶେଷରେ, QR କୋଡ୍ ଗୁଡିକ ଅସଲି ଏବଂ ନକଲି କିପରି ଚିହ୍ନଟ କରିପାରିବ? QR କୋଡ୍ ମଧ୍ୟ କପି କରାଯାଇପାରିବ। ପ୍ରକାଶ ଯେ, ଏହା ସେପରି ନୁହେଁ, କାରଣ ଔଷଧ ଉପରେ ନିର୍ମିତ ୟୁନିକ କୋଡ୍ ଉନ୍ନତ ସଂସ୍କରଣର ଅଟେ, ଏବଂ ଏହା ମଧ୍ୟ କେନ୍ଦ୍ରୀୟ ଡାଟାବେସ୍ ଏଜେନ୍ସିରୁ ଜାରି କରାଯାଇଛି। ପ୍ରତ୍ୟେକ ଔଷଧ ସହିତ ଏହାର ୟୁନିକ QR କୋଡ୍ ମଧ୍ୟ ପରିବର୍ତ୍ତନ କରାଯାଇଥାଏ। ଏପରି ପରିସ୍ଥିତିରେ ବାରକୋଡ୍ କେବଳ ଥରେ କୌଣସି ଔଷଧରେ ବ୍ୟବହୃତ ହୁଏ। ଏହାକୁ କପି କରିବା କାହାର ସାମର୍ଥ୍ୟରେ ନାହିଁ। ୧୦୦ ଟଙ୍କାରୁ ଅଧିକ ସମସ୍ତ ଔଷଧ ଉପରେ ବାରକୋଡ୍ ଲଗାଇବା ବାଧ୍ୟତାମୂଳକ। ଏପରି ପରିସ୍ଥିତିରେ, ବାରକୋଡ୍ ବିନା କୌଣସି ଔଷଧ କିଣିବା ଠାରୁ ଦୂରେଇ ରୁହନ୍ତୁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନକଲି ଔଷଧର ଉତ୍ତରପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ: ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍

ଭୁବନେଶ୍ୱର: ନକଲି ଔଷଧ କାରବାର ବିରୁଦ୍ଧରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉତ୍ତର ପ୍ରଦେଶ ଲିଙ୍କ୍ ସଙ୍କେତ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ୍ ଟାକ୍ସ ଫୋର୍ସ ସନ୍ଦେହ ଜନକ ସ୍ଥାନରେ ଗତକାଲି ଚଢାଉ କରିଥିଲେ। ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ମିଳିଥିବା ସମସ୍ତ ଔଷଧ ଉତ୍ତର ପ୍ରଦେଶରୁ ଅଣାଯାଇଥିବାର ଏହି ଚଢାଉରୁ ଜଣାପଡିଥିଲା।

ସିକନ୍ଦରାବାଦ ପୋଲିସ ଷ୍ଟେସନ୍ ଅନ୍ତର୍ଗତ ବୁଲନ୍ଦସହରର ଅଶୋକ କୁମାରଙ୍କର ଏକ ଘର ଚଢାଉରୁ ସେ ସମସ୍ତ ଔଷଧର ମହଜୁଦି ବିଷୟ ଜଣାପଡିଥିଲା। ତାଙ୍କୁ ଗିରଫ୍ କରାଯାଇ ତାଙ୍କର ସ୍ୱୀକାରୋକ୍ତି ଭିତ୍ତିରେ ଲହତାରା ଥାନା ଅନ୍ତର୍ଗତ ଅନ୍ୟ ଏକ ଗୋଦାମ ଉପରେ ମଧ୍ୟ ଚଢାଉ କାରଯାଇଥିଲା। ସେଠାରୁ ବହୁ ପରିମାଣର ନକଲି ଔଷଧ ଓ ନଗଦ ଟଙ୍କା ଜବତ ହୋଇଥିଲା। ଜବତ ହୋଇଥିବା ଔଷଧର ମୂଲ୍ୟ ପ୍ରାୟ ୭.୩୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନଗଦ ଆକାରରେ ଚଢଉସ୍ଥାନରୁ ୪ ଲକ୍ଷ ଟଙ୍କା ମିଳିଛି। ଏହି ଚଢାଉ ଏକ ବଡ଼ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାଶ୍ କରିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମଧ୍ୟ ଭାଗରେ ଆନ୍ତଃରାଜ୍ୟ ନକଲି ଔଷଧ ଅନୁସନ୍ଧାନ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରି ଉତ୍ତର ପ୍ରଦେଶ ପଠାଇଥିଲେ। ଏହି ତଦନ୍ତରେ ସହାୟତା ନିମନ୍ତେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ। ଓଡ଼ିଶା ଟିମଙ୍କଠାରୁ ପ୍ରାପ୍ତ ସୂଚନା ଭିତ୍ତିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ, ଗିରଫ୍ ଓ ପଚରା ଉଚୁରା ଜାରି ରହିଛି। ରାଜ୍ୟ ସରକାର ପଠାଇଥିବା ସ୍ୱତନ୍ତ୍ର ଟିମ୍ ତାଙ୍କର ଅନୁସନ୍ଧାନ କାର୍ଯ୍ୟ ଚଳାଇ ରଖିଛନ୍ତି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ନକଲି ଔଷଧ କାରବାରର ଲିଙ୍କ ପାଇଲା ଏସଟିଏଫ, ଯିବ ଉତ୍ତର ପ୍ରଦେଶ

ଭୁବନେଶ୍ୱର: ନକଲି ଔଷଧ କାରବାର ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ଭାବେ ଔଷଧ ପ୍ରବର୍ତ୍ତକ ସ୍ୱ୍କାର୍ଡ଼ (ଡ୍ରଗ୍ସ୍ ଏନଫୋର୍ସମେଣ୍ଟ ଟିମ୍) ଏହାର ଆନ୍ତଃ-ରାଜ୍ୟ ଯୋଗାଣ ଓ କାରବାର ବିଷୟ ଜାଣିବାକୁ ପାଇଛି। ତଦନ୍ତ ସମୟରେ ଏ ବିଷୟରେ ବିଶ୍ୱାସ ଯୋଗ୍ୟ ସୂଚନା ମିଳିବାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନ୍ତଃ-ରାଜ୍ୟ ତଦନ୍ତ ନିମନ୍ତେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି।

ସହକାରୀ ଔଷଧ ନିୟନ୍ତ୍ରକ (ଡ୍ରଗ୍ସ୍ କଣ୍ଟୋଲର) ଡାକ୍ତର ସୁଦର୍ଶନ ବିଶ୍ୱାଳ, ତୁଷାର ରଂଜନ ପାଣିଗ୍ରାହୀ ଏବଂ ଧର୍ମଦେବ ପୁହାଣଙ୍କ ସମେତ ପୋଲିସ୍ ଅଧିକାରୀମାନଙ୍କୁ ଏହି ଟିମର ସଦସ୍ୟ ଭାବେ ସାମିଲ କରାଯାଇଛି। ଏହି ଟିମ୍ ଖୁବଶିଘ୍ର ପରବର୍ତ୍ତୀ ପର୍ଯ୍ୟାୟ ତଦନ୍ତ ପାଇଁ ବାରଣାସୀ ଯିବେ ବୋଲି ଜଣାପଡିଛି।

ସୂଚନା ଯୋଗ୍ୟ, ବରଗଡ଼ ଜିଲ୍ଲାର ଅଶୋକ ମେଡ଼ିକାଲ ହଲ୍ ଏବଂ ଝାରସୁଗୁଡ଼ା ଜିଲ୍ଲାର ଅମୀତ ମେଡ଼ିକାଲ ଏଜେନସୀ ନିକଟରୁ ଜବତ ହୋଇଥିବା ନକଲି ଔଷଧ ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେବି ମେଡ଼ିକାଲସ୍ ଏବଂ ଗୁରୁକୃପା ମେଡ଼ିକାଲ ଆଦିରୁ କାରବାର ହୋଇଥିବା ଜଣାପଡ଼ିଛି। ତେଣୁ ଏହି କାରବାରର ମୂଳରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

ଏ ସମ୍ବନ୍ଧରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ବାରଣାସୀରେ ହେବାକୁ ଥିବା ତଦନ୍ତରେ ଆବଶ୍ୟକୀୟ ସହଯୋଗ ଲୋଡ଼ିଛନ୍ତି। ଶ୍ରୀମତୀ ପଣ୍ଡିତ୍ ଲେଖିଛନ୍ତି ଯେ “ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ନକଲି ଔଷଧ ସମ୍ବନ୍ଧିତ ବିଷୟ ବିଶେଷ ଗୁରୁତ୍ଵ ବହନ କରେ।

ଏ ବିଷୟ ତଦନ୍ତ ଅଗ୍ରାଧିକାର ଭିତ୍ତିରେ ଦେବା ଦରକାର। ଏଥି ନିମନ୍ତେ ଓଡ଼ିଶାରୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବାରଣାସୀ ପଠାଯାଉଛି।” ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତରେ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗ ଓ କର୍ତ୍ତୁପକ୍ଷମାନେ ସମସ୍ତ ସହଯୋଗ ଯୋଗାଇବା ପାଇଁ ନିର୍ଦେଶ ଦେବା ନିମନ୍ତେ ଶ୍ରୀମତୀ ପଣ୍ଡିତ୍ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଇ-ଫାର୍ମାସି ଉପରେ ହୋଇପାରେ କଠୋର କାର୍ଯ୍ୟାନୁଷ୍ଠାନ: ଅନଲାଇନ ଔଷଧ ବିକ୍ରୟ ଉପରେ ଲାଗିବ ରୋକ୍

ନୂଆଦିଲ୍ଲୀ: ଇ-ଫାର୍ମାସି ବିରୋଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନରେ ଥିବା ଜଣାପଡିଛି। ଇ-ଫାର୍ମାସି ଦ୍ୱାରା ଔଷଧର ଅପବ୍ୟବହାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ଇ-ଫାର୍ମାସି କମ୍ପାନୀଗୁଡିକ ବର୍ତ୍ତମାନ ଅନୁସରଣ କରୁଥିବା ବ୍ୟବସାୟ ମଡେଲରେ ଔଷଧର ଅପବ୍ୟବହାର ହେବାର ସମ୍ଭାବନା ଅଧିକ।

ଅନଲାଇନ୍ ରେ ଔଷଧ ଅର୍ଡର କରିବା ଠାରୁ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟର ବିପଦ ମଧ୍ୟ ଅଛି ଏବଂ ଔଷଧର ଅପବ୍ୟବହାର ହୋଇପାରେ। ଏଭଳି ପରିସ୍ଥିତିରେ ଇଣ୍ଟରନେଟ୍ ମାଧ୍ୟମରେ ଔଷଧ ବିକ୍ରୟ କରୁଥିବା ଇ-ଫାର୍ମାସି ବିରୋଧରେ ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଫେବୃଆରୀ ୮ ତାରିଖରେ DCGI ଦ୍ଵାରା ଏହି ବିଜ୍ଞପ୍ତି ଜାରି କରାଯାଇଛି।

DCGI ଦ୍ଵାରା ଜାରି କରାଯାଇଥିବା କାରଣ ଦର୍ଶାଅ ବିଜ୍ଞପ୍ତିରେ ୨ ଦିନ ମଧ୍ୟରେ ଉତ୍ତର ମଗାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତାଗିଦ କରି କୁହାଯାଇଛି ଯେ, ଯଦି ଦେଶରେ ଔଷଧ ବିକ୍ରୟ ଏବଂ ବିତରଣ ଉପରେ କାରଣ ନ ଦିଆଯାଏ, ତେବେ କୌଣସି ସୂଚନା ନଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେନ୍ଦ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, ଔଷଧ କମ୍ପାନୀଗୁଡ଼ିକ ୧୯୪୦ ମସିହାରୁ ଡ୍ରଗ୍ସ ଏବଂ କସ୍ମେଟିକ୍ସର ବିଭିନ୍ନ ଧାରାର ଉଲ୍ଲଂଘନ କରୁଛନ୍ତି। ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ୨୦ ରୁ ଅଧିକ ଅନଲାଇନ୍ ଫାର୍ମାସିରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏଥିରେ ଟାଟା ୧ ଏମଜି, ପ୍ରାକ୍ଟୋ, ଆପୋଲୋ, ଆମାଜନ ଏବଂ ଫ୍ଲିପକାର୍ଟ ଭଳି କମ୍ପାନୀ ଅନ୍ତର୍ଭୁକ୍ତ।

ନକଲି ଔଷଧ ବିକ୍ରୟ ଭୟ:

AIOCD ର ଏକ ବିବୃତ୍ତିରେ କୁହାଯାଇଛି ଯେ, ଇ-ଔଷଧ ବଣ୍ଟନ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ଏହି ନିୟମ କଦାପି ଔଷଧର ଅନଲାଇନ୍ ବିକ୍ରୟ ଏବଂ ବିଜ୍ଞାପନକୁ ଅନୁମତି ଦିଏ ନାହିଁ। ବିବୃତ୍ତିରେ କୁହାଯାଇଛି ଯେ, ନକଲି ଔଷଧର ବିକ୍ରି ମଧ୍ୟ ଆରମ୍ଭ ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁଣି ନକଲି ଔଷଧ ଜବତ, ଆଜି କଟକ ଏବଂ ବରଗଡରେ ସ୍ବାସ୍ଥ୍ୟ ବିଭାଗର ଚଢାଉ

ଭୁବନେଶ୍ବର: ନକଲି ଔଷଧ ବିରୁଦ୍ଧରେ ରାଜ୍ୟବ୍ୟାପୀ ଲଢେଇ ଜାରି ରହିଛି । ଏହି କ୍ରମରେ ଆଜି କଟକ ଓ ବରଗଡର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି ।
ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ କହିଥିଲେ ଯେ ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ ଔଷଧର ପରୀକ୍ଷା ବିବରଣୀ ସହ ସବିଶେଷ ତଥ୍ୟ ଦେବା ପାଇଁ କୁହାଯାଇଥିଲା ।

ତାଙ୍କଠାରୁ ମିଳିଥିବା ତଥ୍ୟର ବୈଧତା ତନଖି କରି ପ୍ରାୟ ୧୧ ପ୍ରକାର ସନ୍ଦେହାତ୍ମକ ଔଷଧ କଟକ ପୁରୀଘାଟସ୍ଥିତ ଏମ୍.ଏଚ୍. ଫାର୍ମାସୁଟିକାଲ୍ ଷ୍ଟୋରରୁ ଜବତ କରାଯାଇଛି । ଜବତ ଔଷଧର ମୂଲ୍ୟପ୍ରାୟ ୨୩.୨୩ ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି । ଏହିସବୁ ଔଷଧ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶରୁ ଆସିଥିବାର ଜଣାପଡିଥିଲା ।

ଏହାଛଡା ବରଗଡର ଅଶୋକ ମେଡିକାଲ ଷ୍ଟୋରରୁ ମଧ୍ୟ ସନ୍ଦେହାତ୍ମକ ଔଷଧ ଜବତ କରାଯାଇଛି । ଅଶୋକ ମେଡିକାଲରୁ ଜବତ ଔଷଧକୁ ସନ୍ଦେହାତ୍ମକ ଭିତ୍ତିରେ ପୂର୍ବରୁ ଅଲଗାକରି ତାହାର ବିକ୍ରୀ ବନ୍ଦ କରାଯାଇଥିଲା ।

ଶ୍ରୀମତି ପଣ୍ଡିତ୍ ଆହୁରି ମଧ୍ୟ କହିଥିଲେ ଯେ ଓଡିଶାର ପ୍ରବର୍ତ୍ତନ ଟିମଙ୍କୁ ଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥାସହ ଯୋଗାଯୋଗ ସଘନ କରିବାକୁ କୁହାଯାଇଛି। ଏହାଦ୍ବାରା ନକଲି ଔଷଧର ଆମଦାନି ଓ ଯୋଗାଣକୁ ବନ୍ଦ କରାଯାଇ ପାରିବ। ଧରାପଡିଥିବା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ଵରାନ୍ବିତ ହେବ ।

ଔଷଧ ପ୍ରବର୍ତ୍ତନ ଟିମମାନେ ବଜାରରେ ଉପଲବ୍ଧ ଔଷଧ ଗୁଡିକର ଯାଂଚ୍ ବ୍ୟାପକ କରିବାସହ କୈାଣସି ପ୍ରକାର ସନ୍ଦେହାତ୍ମକ କାର୍ଯ୍ୟ ଦୂଷ୍ଟିକୁ ଆସିବାମାତ୍ରେ ବିକ୍ରିବନ୍ଦ ନିର୍ଦେଶ ଜାରି କରିବେ ବୋଲି ଶ୍ରୀମତି ପଣ୍ଡିତ୍ କହିଥିଲେ ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନକଲି ଔଷଧ ଧରପଗଡ, ରାଜ୍ୟ ବାହାର କଂପାନୀ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ଉପରେ ଚଢ଼ଉ ଓ ଧରପଗଡ ଜୋରଦାର କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡ଼ା ନଜର ରଖିବା ସହ ସମସ୍ତ ସମ୍ବେଦନଶୀଳ ଓ ସନ୍ଦେହାତ୍ମକ ଗୋଦାମ ଉପରେ ସଘନ ଚଢ଼ାଉ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଔଷଧ ଗୋଦାମ ସହ ଖୁଚୁରା ବ୍ୟବସାୟ କେନ୍ଦ୍ର ଓ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ ଜାରି ରହିଛି। ଇତି ମଧ୍ୟରେ କଟକରେ ୬ ଟି, କେନ୍ଦ୍ରାପଡାରେ ୧ ଟି, ଝାରସୁଗୁଡାରେ ୨ ଟି,ଏବଂ ସୁନ୍ଦରଗଡ, ବରଗଡ ଓ ସମ୍ବଲପୁରରେ ୧ ଟି ଲେଖାଏଁ ଯାଗାରୁ ନକଲି ଔଷଧ ଧରାଯାଇ ଆଇନଗତ ମକଦ୍ଦମା ରୁଜୁ କରାଯାଇଛି। ଦୋକାନମାନଙ୍କରେ ଥିବା ପ୍ରତି ଔଷଧ ଷ୍ଟ୍ରିପ୍କୁ ଯାଞ୍ଚ କରାଯାଉଛି। ଲଗାତର ଭାବେ ଚଢ଼ାଉ ଜାରି ରଖି ନକଲି କାରବାର କରୁଥିବା ଲୋକ ଓ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନାରୁ ଜଣାପଡିଛି, କଟକର ଭି.ଆର୍.ଏଜେନ୍ସି, ପୁଜା ଏଣ୍ଟରପ୍ରାଇଜରସ୍, କୟାଲ ଏଜେନ୍ସି, ମହାବୀର ପ୍ରସାଦ ରାଧେଶ୍ୟାମ, ଶ୍ରୀ ଡିଷ୍ଟ୍ରିବ୍ୟୁଟରସ୍ ଏବଂ ଶ୍ରୀ ଏମ୍.ଏଚ୍ ଆଦି ଗୋଦାମରୁ ଚଢ଼ଉପରେ ନକଲି ଔଷଧ ମିଳିଛି ।

ସେହିପରି ଝାରସୁଗୁଡା ଜିଲ୍ଲାର ଶ୍ୟାମ ମେଡ଼ିକାଲ ଓ ଅମିତ୍ ଏଜେନ୍ସି, ସୁନ୍ଦରଗଡ଼ର ପ୍ରକାଶ ମେଡିକାଲ ପ୍ରା.ଲିଃ, ବରଗଡର ଅଶୋକ ମେଡିକାଲ ହଲ୍, ସମ୍ବଲପୁରର ଦୁର୍ଗା ଏଜେନ୍ସି ଏବଂ କେନ୍ଦ୍ରାପଡାର ସାଇ ଆଦି ଗୋଦାମରୁ ଚଢ଼ାଉ ପରେ ନକଲି ଔଷଧ ମିଳିଛି। ଏସବୁ ଏଜେନ୍ସି, ଗୋଦାମ ଓ ଦୋକାନ ବିରୁଦ୍ଧରେ ଡ୍ରଗ୍ସ୍ ନିୟନ୍ତ୍ରଣ ଆଇନ୍ ଅନୁସାରେ ମକଦ୍ଦମା ରୁଜୁ କରାଯାଇଛି ।