Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଓଡିଶାରେ ନକଲି ଔଷଧ କାରବାରର ଲିଙ୍କ ପାଇଲା ଏସଟିଏଫ, ଯିବ ଉତ୍ତର ପ୍ରଦେଶ
ଅପରାଧ

ଓଡିଶାରେ ନକଲି ଔଷଧ କାରବାରର ଲିଙ୍କ ପାଇଲା ଏସଟିଏଫ, ଯିବ ଉତ୍ତର ପ୍ରଦେଶ

February 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ନକଲି ଔଷଧ କାରବାରର ଲିଙ୍କ ପାଇଲା ଏସଟିଏଫ, ଯିବ ଉତ୍ତର ପ୍ରଦେଶ

ଭୁବନେଶ୍ୱର: ନକଲି ଔଷଧ କାରବାର ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ଭାବେ ଔଷଧ ପ୍ରବର୍ତ୍ତକ ସ୍ୱ୍କାର୍ଡ଼ (ଡ୍ରଗ୍ସ୍ ଏନଫୋର୍ସମେଣ୍ଟ ଟିମ୍) ଏହାର ଆନ୍ତଃ-ରାଜ୍ୟ ଯୋଗାଣ ଓ କାରବାର ବିଷୟ ଜାଣିବାକୁ ପାଇଛି। ତଦନ୍ତ ସମୟରେ ଏ ବିଷୟରେ ବିଶ୍ୱାସ ଯୋଗ୍ୟ ସୂଚନା ମିଳିବାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନ୍ତଃ-ରାଜ୍ୟ ତଦନ୍ତ ନିମନ୍ତେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି।

ସହକାରୀ ଔଷଧ ନିୟନ୍ତ୍ରକ (ଡ୍ରଗ୍ସ୍ କଣ୍ଟୋଲର) ଡାକ୍ତର ସୁଦର୍ଶନ ବିଶ୍ୱାଳ, ତୁଷାର ରଂଜନ ପାଣିଗ୍ରାହୀ ଏବଂ ଧର୍ମଦେବ ପୁହାଣଙ୍କ ସମେତ ପୋଲିସ୍ ଅଧିକାରୀମାନଙ୍କୁ ଏହି ଟିମର ସଦସ୍ୟ ଭାବେ ସାମିଲ କରାଯାଇଛି। ଏହି ଟିମ୍ ଖୁବଶିଘ୍ର ପରବର୍ତ୍ତୀ ପର୍ଯ୍ୟାୟ ତଦନ୍ତ ପାଇଁ ବାରଣାସୀ ଯିବେ ବୋଲି ଜଣାପଡିଛି।

ସୂଚନା ଯୋଗ୍ୟ, ବରଗଡ଼ ଜିଲ୍ଲାର ଅଶୋକ ମେଡ଼ିକାଲ ହଲ୍ ଏବଂ ଝାରସୁଗୁଡ଼ା ଜିଲ୍ଲାର ଅମୀତ ମେଡ଼ିକାଲ ଏଜେନସୀ ନିକଟରୁ ଜବତ ହୋଇଥିବା ନକଲି ଔଷଧ ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେବି ମେଡ଼ିକାଲସ୍ ଏବଂ ଗୁରୁକୃପା ମେଡ଼ିକାଲ ଆଦିରୁ କାରବାର ହୋଇଥିବା ଜଣାପଡ଼ିଛି। ତେଣୁ ଏହି କାରବାରର ମୂଳରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

ଏ ସମ୍ବନ୍ଧରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ବାରଣାସୀରେ ହେବାକୁ ଥିବା ତଦନ୍ତରେ ଆବଶ୍ୟକୀୟ ସହଯୋଗ ଲୋଡ଼ିଛନ୍ତି। ଶ୍ରୀମତୀ ପଣ୍ଡିତ୍ ଲେଖିଛନ୍ତି ଯେ “ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ନକଲି ଔଷଧ ସମ୍ବନ୍ଧିତ ବିଷୟ ବିଶେଷ ଗୁରୁତ୍ଵ ବହନ କରେ।

ଏ ବିଷୟ ତଦନ୍ତ ଅଗ୍ରାଧିକାର ଭିତ୍ତିରେ ଦେବା ଦରକାର। ଏଥି ନିମନ୍ତେ ଓଡ଼ିଶାରୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବାରଣାସୀ ପଠାଯାଉଛି।” ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତରେ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗ ଓ କର୍ତ୍ତୁପକ୍ଷମାନେ ସମସ୍ତ ସହଯୋଗ ଯୋଗାଇବା ପାଇଁ ନିର୍ଦେଶ ଦେବା ନିମନ୍ତେ ଶ୍ରୀମତୀ ପଣ୍ଡିତ୍ ଅନୁରୋଧ କରିଛନ୍ତି।

ନକଲି ଔଷଧ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ କିପରି ସରକାର ଗଠନ କରିବ ଟିଭିକେ?: ଜାଣନ୍ତୁ ୩ ଟି ବିକଳ୍ପ

May 5, 2026

ଇରାନର ଡ୍ରୋନ୍ ଆକ୍ରମଣରେ ତିନି ଭାରତୀୟ ଆହତ: ଭାରତର ଚେତାବନୀ, ନିନ୍ଦା କଲେ ପ୍ରଧାନମନ୍ତ୍ରୀ

May 5, 2026

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ବଙ୍ଗଳାରେ କିପରି ଭୁଶୁଡ଼ି ପଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ?: ଜାଣନ୍ତୁ ଏହି ପାଞ୍ଚଟି ପ୍ରମୁଖ କାରଣ

May 5, 2026
Latest News

ତାମିଲନାଡୁରେ କିପରି ସରକାର ଗଠନ କରିବ ଟିଭିକେ?: ଜାଣନ୍ତୁ ୩ ଟି ବିକଳ୍ପ

May 5, 2026

ଇରାନର ଡ୍ରୋନ୍ ଆକ୍ରମଣରେ ତିନି ଭାରତୀୟ ଆହତ: ଭାରତର ଚେତାବନୀ, ନିନ୍ଦା କଲେ ପ୍ରଧାନମନ୍ତ୍ରୀ

May 5, 2026

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ବଙ୍ଗଳାରେ କିପରି ଭୁଶୁଡ଼ି ପଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ?: ଜାଣନ୍ତୁ ଏହି ପାଞ୍ଚଟି ପ୍ରମୁଖ କାରଣ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.