Categories
ଆଞ୍ଚଳିକ

ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ସୀତାରାମ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତାଲୁକା ପଙ୍କାଳ ମୁଠା ଷୋଳହ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଏସ୍ ଛଚିନା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ପାଳିତ ହେଉଥିବା ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବିଜେଡି ନେତା ସୀତାରାମ ପାଣିଗ୍ରାହୀ।

ସୂଚନା ମୁତାବକ ବିଜେଡି ନେତା ଶ୍ରୀ ପାଣିଗ୍ରାହୀ ଗୋପାଳ ସମାଜର ନିମନ୍ତ୍ରଣ ରକ୍ଷା କରି ତାଙ୍କର ଶତାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ମନ୍ଦିର ପରିସରରେ ବୃକ୍ଷ ରୋପଣ କରିବା ସହ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏଥିରେ ବିଜେଡ଼ି ନେତା ସିମାଞ୍ଚଳ ନାୟକ, କାମଦେବ ବିଶୋୟୀ, ଖଣ୍ଡିଆନଇ ସମିତିସଭ୍ୟା କୁନି ପଲେଇ, ରଘୁନାଥ ଆଚାର୍ଯ୍ୟ, ଗୋପାଳ କୃଷ୍ଣ ମହାନ୍ତି, ବେଗୁନିଆପଡା ବ୍ଲକ ପୂର୍ବତନ ସାଂସଦ ପ୍ରତିନିଧି ଦିନେଶ କୁମାର ମହାରଣା, ପ୍ରଭାକର ପ୍ରଧାନ, ରାଜୀବ ପ୍ରଧାନ, ମନୋଜ କୁମାର ରାଉତ, ମହିଳା ନେତ୍ରୀ ଛାୟାବତୀ ବେହେରା ସମେତ ଶତାଧିକ କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ପାଳିତ ହେଲା ନନ୍ଦ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ନନ୍ଦରାଜାଙ୍କ ଘରେ ଉତ୍ସବ ଅନୁଷ୍ଠିତ ହୁଏ।  ଠାକୁରଙ୍କ ସେହି ପରମ୍ପରା ଅନୁଯାୟୀ ବାଣପୁରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ପରମ୍ପରା ମୁତାବକ ନନ୍ଦ ଉତ୍ସବ ପାଳନ କରାଯାଇଛି। ଭୋର ସମୟରେ ମଙ୍ଗଳ ଆଳତି, ଅବକାଶ, ଗୋପାଲବଲ୍ଳଭ କରାଯାଇ ଠାକୁରଙ୍କର ମଧ୍ୟାହ୍ନ ଧୂପ ହୋଇଥିଲା। ପରେ ମଦନମୋହନ ଓ ରାମକୃଷ୍ଣ ବଲଭଦ୍ର ଓ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଖଟ ଦୋଳିକୁ ବିଜେ କରିଥିଲେ।

ମଦନମୋହନ ଓ ରାମକୃଷ୍ଣଙ୍କୁ ଦୋଳିରେ ବିଭିନ୍ନ ଫୁଲ ମାଧ୍ୟମରେ ଅପୂର୍ବ ବେଶରେ ସଜାଯାଇ ଥିଲା। ପରେ ଠାକୁରଙ୍କ ନିକଟରେ କ୍ଷୀର, ସର, ଲହୁଣୀ ଓ ଖିରୀ କାକରା ଦ୍ୱାରା ନୈବେଦ୍ୟ ସମାପନ କରାଯାଇଥିଲା। ଠାକୁରଙ୍କ ଦର୍ଶନ ନିମିତ୍ତ ଭକ୍ତ ମାନଙ୍କର ସମାଗମ ବଢିଥିଲା। ସନ୍ଧ୍ୟାରେ ଆଳତି ବନ୍ଦାପନା ହୋଇ ଓ ସନ୍ଧ୍ୟା ଧୂପ ବଢିବାପରେ ମଦନମୋହନ ପୁନଃ ରତ୍ନ ସିଂହାସନକୁ ବିଜେ କରିଥିଲେ।

ଠାକୁରଙ୍କ ପ୍ରସାଦ ଭାବରେ ଖିରି କାକରା ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବା ପରେ ଶ୍ରୀ ଜିଉଙ୍କର ତ୍ରିମୁଣ୍ଡି ଚନ୍ଦନ ଲାଗି,ବଡ଼ସିଂହାର ବେଶ ହୋଇ ରାତ୍ର ଧୂପ ଶେଷ ହେବାପରେ ଠାକୁରଙ୍କର ପହୁଡ଼ ହୋଇଥିଲା। ମନ୍ଦିର ପରିଚାଳନା କମିଟି ଓ ସର୍ବ ସାଧାରଣଙ୍କ ସହଯୋଗରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପନ କରାଯାଇଥିଲା।