Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ଅସ୍ଥି ଯୁକ୍ତ ପୁଚ୍ଛ ବିଶିଷ୍ଟ ନବଜାତର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ନ୍ୟୁରୋ ସର୍ଜନମାନେ ଏକ ନବଜାତ ଶିଶୁଠାରେ ଥୋରାସିକ ଅଂଚଳରେ ବିରଳ ଅସ୍ଥିଯୁକ୍ତ ଲାଞ୍ଜ ଦେଖିବାକୁ ପାଇଛନ୍ତି ଯାହାକୁ ପୃଥିବୀର ପ୍ରଥମ ଏପରି ଘଟଣା କୁହାଯାଉଛି।

ଜନ୍ମ ସମୟରେ ଶିଶୁମାନଙ୍କ ପୃଷ୍ଠ ଭାଗରେ ଲାଞ୍ଜ ଭଳି ବୃଦ୍ଧି ପାଉଥିବା ଅଂଶ ଏ ପର୍ଯ୍ୟନ୍ତ ୧୯୫ଟି ଘଟଣାରେ ଦେଖାଯାଇଛି ଯାହା ମଧ୍ୟରୁ ୨୬ ଜଣ ଶିଶୁଙ୍କ କ୍ଷେତ୍ରରେ ଏହି ବୃଦ୍ଧି ମେରୁଦଣ୍ଡର ଶେଷ ଅଂଶ ଅର୍ଥାତ୍ କକ୍ସିଜିଲ୍ ଅଂଚଳରେ ଦେଖିବାକୁ ମିଳିଥିଲା ବୋଲି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ଼) ଅଶୋକ କୁମାର ମହାପାତ୍ର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ମାତ୍ର ଏହି ଶିଶୁ କ୍ଷେତ୍ରରେ ଏହି ବୃଦ୍ଧି ଥୋରାସିକ ଅଂଚଳରେ ଦେଖିବାକୁ ମିଳିଥିଲା ଯାହା ବିଶ୍ୱର ପ୍ରଥମ ଏପରି ଘଟଣା ବୋଲି ପ୍ରଫେସର (ଡ) ମହାପାତ୍ର କହିଛନ୍ତି।

ଏହିପରି ଲାଞ୍ଜ ଏକ ବିରଳ କନଜେନିଟାଲ ଅବସ୍ଥା। ସମ୍ ହସ୍ପିଟାଲରେ ପ୍ରଫେସର (ଡ) ମହାପାତ୍ର ଓ ଡକ୍ଟର ରାମଚନ୍ଦ୍ର ଦେଓ ଶିଶୁଟିର ସଫଳ ଅସ୍ତ୍ରୋପଚାର କରି ଏହି ଲାଞ୍ଜକୁ ବାହାର କରିପାରିଛନ୍ତି। ଗତ ନଭେମ୍ବର ୨୫ ତାରିଖରେ ଶିଶୁଟିର ଏକା ଥରେ ୩ଟି ଅସ୍ତ୍ରୋପଚାର କରାଯାଇଥିଲା। ଶିଶୁଟିର ଅବସ୍ଥା ଭଲ ରହିଛି।

ପ୍ରଫେସର (ଡ଼) ମହାପାତ୍ର ଏହିପରି ଘଟଣା ଘଟିଥାଏ ଓ ଏ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ଆବଶ୍ୟକ ବୋଲି କହିଥିଲେ। ସାଧାରଣତଃ ଶିଶୁମାନଙ୍କ ଜନ୍ମ ପୂର୍ବରୁ ଏହି ଲାଞ୍ଜଟି ଉଭେଇଯାଇଥାଏ ଓ ଟେଲ ବୋନ ଭାବରେ ଶରୀରରେ ରହିଥାଏ ବୋଲି ସେ କହିଥିଲେ।

ନ୍ୟୁରୋସର୍ଜନ ଡକ୍ଟର ସୌଭାଗ୍ୟ ପାଣିଗ୍ରାହୀ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରପଡାର ଏକ ଘରୋଇ ନର୍ସିଙ୍ଗ ହୋମରୁ ଅଦ୍ଭୂତ ଶିଶୁ କନ୍ୟା ଜନ୍ମ

ଭୁବନେଶ୍ବର: କେନ୍ଦ୍ରପଡାର ଘରୋଇ ନର୍ସିଙ୍ଗ ହୋମରୁ ଏକ ଅଦ୍ଭୂତ ଶିଶୁ କନ୍ୟା ଜନ୍ମ ହୋଇଥିବା ସୂଚନା ରହିଛି। ନବଜାତ ଶିଶୁକନ୍ୟାର ଦୁଇଟି ମୁଣ୍ଡ, ୩ ଟି ହାତ, ୪ ଟି ଆଖି ଏବଂ ୪ ଟି କାନ ଥିବା ଜଣାପଡିଛି। ବର୍ତ୍ତମାନ ନବଜାତ ଶିଶୁକନ୍ୟଟି ସୁସ୍ଥ ଅଛି। କିନ୍ତୁ ଏବେ ତାକୁ କଟକ ସ୍ଥାନାନ୍ତରିତ କରାଯାଉଛି।

Categories
ଆଜିର ଖବର ଆଞ୍ଚଳିକ

ଅଲୋଡା ହେଲା ନବଜାତ: ଶାଳିଆ ନଈରୁ ଶିଶୁପୁତ୍ରର ଶବ ଉଦ୍ଧାର

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଆଜି ଶାଳିଆ ନଈ କୂଳରୁ ନବଜାତ ଶିଶୁ ପୁତ୍ରର ଶବକୁ ଉଦ୍ଧାର କରାଯାଇଛି। ଅଚ୍ୟୁତରାଜପୁର ଗ୍ରାମ ନିକଟରୁ ଏହି ନବଜାତର ମୃତଦେହକୁ ଉଦ୍ଧାର କରାଯାଇଛି। କେଉଁ ଦୂରରୁ ଭାସି ଆସି ଶିଶୁଟି ଏହି ଗ୍ରାମର କୂଳରେ ଲାଗିଛି। ଅବୈଧ ସମ୍ପର୍କର ପରିଣତି ସ୍ବରୂପ ଏହି ଶିଶୁଟିକୁ କେହି ଜନ୍ମ ଦେଇ ନଦୀରେ ଭସାଇ ଦେଇଥିବାର ଅନୁମାନ କରାଯାଉଛି। ନବଜାତର ଶବକୁ ଦେଖିଲେ ଏହା ଦିନେ ଦୁଇଦିନରୁ ମୃତ ହୋଇଥିବାର ଜଣାପଡିଛି। ତେବେ ଏହି ନବଜାତର ମୃତଦେହ ଏଠାକୁ କିପରି ଆସିଲା ତାହାକୁ ନେଇ କିଛି ଜଣାପଡିନାହିଁ। ଗ୍ରାମବାସୀମାନେ ନବଜାତର ଶବକୁ ଦେଖି ପୋଲିସ୍‌ରେ ଖବର ଦେଇଛନ୍ତି।

 

କରୋନା ଭାଇରସ୍‌ ପାଇଁ ଚାରିଆଡେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ହଠାତ୍‌ ଶାଳିଆ ନଈରେ ନବଜାତର ଶବ ଭାସିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚାରିଆଡେ ପୋଲିସ୍‌ର କଡା ପ୍ରହାର ରହିଥିବାବେଳେ ଏହା ଏକ ଅବୈଧ ସମ୍ପର୍କରେ କୁପରିଣତି ବୋଲି ସ୍ଥାନୀୟରେ ଚର୍ଚ୍ଚା ହେଉଛି।