Categories
ଆଜିର ଖବର ଜାତୀୟ ଖବର

ଆଜି ନବନିଯୁକ୍ତ ମାନଙ୍କୁ ୫୧,୦୦୦ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଏଜେଆଇ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ।

ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ଦେଶବ୍ୟାପୀ ଚୟନ ହୋଇଥିବା ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍‍ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସରକାରଙ୍କ ସହ ଯୋଗ ଦେବେ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ। ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତୀକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ଡିଭାଇସ୍’ ଶିକ୍ଷଣ ଫର୍ମାଟ ପାଇଁ ୬୮୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନବନିଯୁକ୍ତ ଶିକ୍ଷା ସେବା ଅଧିକାରୀଙ୍କ ‘ଶ୍ରମଦାନ’ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଶିଖରଚଣ୍ଡୀ ମନ୍ଦିର ପରିସରରେ ନବ ନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀ-୨ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନଙ୍କ ସହଯୋଗରେ ଏକ ‘ଶ୍ରମଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ. ଟ୍ରେନିଂ ଅଫିସର ମାନଙ୍କୁ ଉଦବୋଧନ ଦେଇ ଶ୍ରମର ମହତ୍ଵ ଉପରେ ଗୁରୁତ୍ବାରୋପ କରିଥିଲେ। ନବନିଯୁକ୍ତ ଅଧିକାରୀ ମାନେ ବିଦ୍ୟାଳୟର ଶିକ୍ଷକ ମାନେ କିଭଳି ବିଦ୍ୟାଳୟ ପରିବେଶକୁ ସ୍ବଚ୍ଛ ରଖିବେ ସେ ବିଷୟରେ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର‌୍ୟ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ନୂତନ ଟ୍ରେନିଂ ଅଫିସର ମାନଙ୍କୁ ସ୍ବାଗତ ଭାଷଣ ଦେଇ ଶ୍ରମଦାନ ଏକ ମହତ୍ଵ କାର‌୍ୟ୍ୟ ବୋଲି ଟ୍ରେନିଂ ଅଫିସର ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଏଠାରେ ପ୍ରକାଶ ଥାଉ କି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନିଯୁକ୍ତି ପାଇଥିବା ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କୁ  ଭୁବନେଶ୍ବର ସ୍ଥିତ ମଧୁସୂଦନ ଦାସ ରିଜିଓନାଲ ଏକାଡ଼େମୀ ମ୍ୟାନେଜମେଣ୍ଟ ଠାରେ ତାଲିମ ପ୍ରଦାନ କରାଯାଉଅଛି।

ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମର ଶ୍ରମଦାନ ଓ ପାହାଡ ଚଢା ଏକ ଅଂଶ ବିଶେଷ  ଅଟେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ମହାନଗର ନିଗମର ଏକ ନମ୍ବର ୱାଡର କର୍ପୋରେଟର ଶ୍ରୀ ମିହିର କୁମାର ରାଉତ ଯୋଗଦାନ କରି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ଟ୍ରେନିଂ ଅଫିସର ମାନଙ୍କ ଦ୍ବାରା ମନ୍ଦିର ପାଦ ଦେଶରେ ଏକ ସ୍ବତନ୍ତ୍ର ସଫେଇ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପରିଶେଷରେ ଓସେପାର ଯୁଗ୍ମ ନିର୍ଦେଶକ ଶ୍ରୀ ସରୋଜ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୮୦ ଜଣ ନବନିଯୁକ୍ତ ଶିକ୍ଷା ଅଧିକାରୀଙ୍କ ସମେତ ୧୭୦ରୁ ଉର୍ଦ୍ଧ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ କାର‌୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Categories
ବିଶେଷ ଖବର

ଆଜି ପ୍ରାୟ ୭୧ ହଜାର ନବନିଯୁକ୍ତମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରୋଜଗାର ମେଳା ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୦.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରାୟ ୭୧ ହଜାର ନବ ନିଯୁକ୍ତମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ସମ୍ବୋଧିତ ମଧ୍ୟ କରିବେ।

ରୋଜଗାର ସୃଷ୍ଟି ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ପରବର୍ତ୍ତି ନିଯୁକ୍ତି ସୃଷ୍ଟିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ସିଧାସଳଖ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଅକ୍ଟୋବରରେ, ରୋଜଗାର ମେଳା ଅଧୀନରେ ୭୫ ହଜାର ନୂତନ ନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।

ନୂତନ ନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ରର ଭୌତିକ କପି ଦେଶର ୪୫ ଟି ସ୍ଥାନରେ (ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବ୍ୟତୀତ) ହସ୍ତାନ୍ତର କରାଯିବ। ଏହାପୂର୍ବରୁ ପୂର୍ଣ୍ଣ ହୋଇଥିବା ବର୍ଗ ବ୍ୟତୀତ ଶିକ୍ଷକ, ଅଧ୍ୟାପକ, ନର୍ସ, ନର୍ସିଂ ଅଫିସର, ଡାକ୍ତର, ଫାର୍ମାସିଷ୍ଟ, ରେଡିଓଗ୍ରାଫର ଏବଂ ଅନ୍ୟାନ୍ୟ ବୈଷୟିକ ଏବଂ ପାରାମେଡିକାଲ୍ ପୋଷ୍ଟଗୁଡିକ ମଧ୍ୟ ପୂରଣ କରାଯାଉଛି। ବିଭିନ୍ନ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ (ସିଏପିଏଫ୍‌) ରେ ଗୃହ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବହୁ ସଂଖ୍ୟକ ପଦବୀ ପୂରଣ କରାଯାଉଛି।

ପ୍ରଧାନମନ୍ତ୍ରୀ କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍ ମଧ୍ୟ ଶୁଭାରମ୍ଭ କରିବେ। ବିଭିନ୍ନ ସରକାରୀ ବିଭାଗର ସମସ୍ତ ନବନିଯୁକ୍ତଙ୍କ ପାଇଁ ମଡ୍ୟୁଲ୍ ହେଉଛି ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ। ଏଥିରେ ସରକାରୀ କର୍ମଚାରୀଙ୍କ ପାଇଁ ଆଚରଣ ସଂହିତା, କର୍ମକ୍ଷେତ୍ରର ନୈତିକତା ଏବଂ ଅଖଣ୍ଡତା, ମାନବ ସମ୍ବଳ ନୀତି ଏବଂ ଅନ୍ୟାନ୍ୟ ସୁବିଧା ଏବଂ ଭତ୍ତା ଅନ୍ତର୍ଭୂକ୍ତ ହେବ ଯାହା ସେମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସହାୟତା ପ୍ରଦାନ କରିବ ଏବଂ ନୂତନ ଭୂମିକାକୁ ସୁଗମ କରିବାରେ ସାହାଯ୍ୟ କରିବ । ସେମାନେ ସେମାନଙ୍କର ଜ୍ଞାନ, କୌଶଳ ଏବଂ ଦକ୍ଷତା ବୃଦ୍ଧି ପାଇଁ igotkarmayogi.gov.in ପ୍ଲାଟଫର୍ମରେ ଅନ୍ୟାନ୍ୟ ପାଠ୍ୟକ୍ରମ ଅନୁସନ୍ଧାନ କରିବାର ସୁଯୋଗ ପାଇବେ।

Categories
ଆଜିର ଖବର ଜାତୀୟ ଖବର

ଶପଥ ଗ୍ରହଣ କଲେ ନବନିଯୁକ୍ତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ନବନିଯୁକ୍ତ ପ୍ରଧାନ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ନେଭି ରମନା ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପ୍ରଧାନ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଅଗଷ୍ଟ ୨୬ ତାରିଖ ୨୦୨୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନ୍ୟାୟାଧୀଶ ଏନଭି ରମନା ଦାୟିତ୍ଵରେ ରହିବେ।