Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବନିଯୁକ୍ତ ଶିକ୍ଷା ସେବା ଅଧିକାରୀଙ୍କ ‘ଶ୍ରମଦାନ’ କାର୍ଯ୍ୟକ୍ରମ
ଆଜିର ଖବର

ନବନିଯୁକ୍ତ ଶିକ୍ଷା ସେବା ଅଧିକାରୀଙ୍କ ‘ଶ୍ରମଦାନ’ କାର୍ଯ୍ୟକ୍ରମ

July 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଶିଖରଚଣ୍ଡୀ ମନ୍ଦିର ପରିସରରେ ନବ ନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀ-୨ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନଙ୍କ ସହଯୋଗରେ ଏକ ‘ଶ୍ରମଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ. ଟ୍ରେନିଂ ଅଫିସର ମାନଙ୍କୁ ଉଦବୋଧନ ଦେଇ ଶ୍ରମର ମହତ୍ଵ ଉପରେ ଗୁରୁତ୍ବାରୋପ କରିଥିଲେ। ନବନିଯୁକ୍ତ ଅଧିକାରୀ ମାନେ ବିଦ୍ୟାଳୟର ଶିକ୍ଷକ ମାନେ କିଭଳି ବିଦ୍ୟାଳୟ ପରିବେଶକୁ ସ୍ବଚ୍ଛ ରଖିବେ ସେ ବିଷୟରେ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର‌୍ୟ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ନୂତନ ଟ୍ରେନିଂ ଅଫିସର ମାନଙ୍କୁ ସ୍ବାଗତ ଭାଷଣ ଦେଇ ଶ୍ରମଦାନ ଏକ ମହତ୍ଵ କାର‌୍ୟ୍ୟ ବୋଲି ଟ୍ରେନିଂ ଅଫିସର ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଏଠାରେ ପ୍ରକାଶ ଥାଉ କି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନିଯୁକ୍ତି ପାଇଥିବା ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କୁ  ଭୁବନେଶ୍ବର ସ୍ଥିତ ମଧୁସୂଦନ ଦାସ ରିଜିଓନାଲ ଏକାଡ଼େମୀ ମ୍ୟାନେଜମେଣ୍ଟ ଠାରେ ତାଲିମ ପ୍ରଦାନ କରାଯାଉଅଛି।

ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମର ଶ୍ରମଦାନ ଓ ପାହାଡ ଚଢା ଏକ ଅଂଶ ବିଶେଷ  ଅଟେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ମହାନଗର ନିଗମର ଏକ ନମ୍ବର ୱାଡର କର୍ପୋରେଟର ଶ୍ରୀ ମିହିର କୁମାର ରାଉତ ଯୋଗଦାନ କରି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ଟ୍ରେନିଂ ଅଫିସର ମାନଙ୍କ ଦ୍ବାରା ମନ୍ଦିର ପାଦ ଦେଶରେ ଏକ ସ୍ବତନ୍ତ୍ର ସଫେଇ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପରିଶେଷରେ ଓସେପାର ଯୁଗ୍ମ ନିର୍ଦେଶକ ଶ୍ରୀ ସରୋଜ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୮୦ ଜଣ ନବନିଯୁକ୍ତ ଶିକ୍ଷା ଅଧିକାରୀଙ୍କ ସମେତ ୧୭୦ରୁ ଉର୍ଦ୍ଧ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ କାର‌୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ନବନିଯୁକ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.