Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ଆକ୍ରମଣକୁ କଡା ନିନ୍ଦା କଲେ ନବୀନ : ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 6/1: ଗତକାଲି ରାତ୍ରିରେ ଜେନେୟୁ ବିଶ୍ବବିଦ୍ୟାଳୟରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଏବେ ବିରୋଧ ପ୍ରଦର୍ଶନ ଚାଲିଛି। ଶିକ୍ଷାନୁଷ୍ଠାନରେ ଏଭଳି କାଣ୍ଡକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଆକ୍ରମଣକୁ କଡା ନିନ୍ଦା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଆଇନ ଅନୁସାରେ ଦଣ୍ଡ ଦିଆଯାଉ। ଏହାସହ ଆହତ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।