Categories
ଆଜିର ଖବର ନିର୍ବାଚନ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

ନବୀନ ନିବାସରେ ଅଭିନେତା ବାବୁଶାନଙ୍କ ସହ ଗଣ୍ଡାଗଣ୍ଡା ସିନେ ତାରକା, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ନବୀନ ନିବାସ ଆଗରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା। ଆଜି ନବୀନ ନିବାସରେ ନେତାଙ୍କ ବଦଳରେ ଅଭିନେତାଙ୍କୁ ବେଶୀ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଜଣେ କିମ୍ବା ଦୁଇ ଜଣ ଅଭିନେତା ଆସିଥିଲେ ଜଣାପଡିଥାଆନ୍ତା ଯେ ସେମାନେ ଦଳରେ ମିଶିବେ। ହେଲେ ବହୁ ତାରକାଙ୍କ ଉପସ୍ଥିତି ଦେଖି ଜଣାପଡିଥିଲା ଯେ, ବିଜେଡି ନିର୍ବାଚନ ପ୍ରଚାର ପାଇଁ ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛି।

ନବୀନ ନିବାସ ଭିତରକୁ ଯାଇଥିବା କଳାକାରଙ୍କ ମଧ୍ୟରେ ଥିଲେ ପପୁ ପମ୍‌ପମ୍‌, ବାବୁଶାନ୍‌, ଅମ୍ଳାନ୍‌ ଦାସ, ଶୈଳେନ୍ଦ୍ର, ଅଶ୍ୱିନୀ ତ୍ରିପାଠୀ, ପ୍ରଜ୍ଞା, ଭୂମିକା, ସୁପ୍ରିୟା, ପ୍ରେରଣା, ତାରିକ ଅଜିଜ ପ୍ରମୁଖ ରହିଛନ୍ତି। ସମସ୍ତେ ଦୀର୍ଘ ସମୟ ଧରି ନବୀନ ନିବାସରେ ହୋଇଥିବା ବୈଠକରେ ଯୋଗ ଦେଇଥିଲେ। କୁହାଯାଉଛି, ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଲୋଚନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କଲେ ନବ ଗଠିତ ମ୍ୟୁନିସିପାଲିଟି, ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣ

ଭୁବନେଶ୍ବର: ଆଜି ରାଜ୍ୟର ୨ଟି ନବ ଗଠିତ ମ୍ୟୁନିସିପାଲିଟି, ୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣ ଓ ୪ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ନବୀନ ନିବାସଠାରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ।

୫-ଟି ଅଧ୍ୟକ୍ଷ ସେମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ସମସ୍ତଙ୍କୁ ସେ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି। ସମସ୍ତେ ମିଳି ମିଶି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓଡିଶା ଗଠନ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ରାଜ୍ୟରେ ୩୫ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଓ ୩ଟି ବିଜ୍ଞପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ଭାବେ ଉନ୍ନୀତ କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ନବଗଠିତ ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦ ଓ ମ୍ୟୁନିସିପାଲିଟିର ଜନସାଧାରଣ ନବୀନ ନିବାସଠାରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଥିଲେ। ସେମାନଙ୍କ ସହିତ କୃଷକସାଥୀ ସଂଘ, ଓମଫେଡ ରିଟେଲର ସଂଘ, ନିଖିଳ ଓଡିଶା ଲେଫ୍ଟ ଆଉଟ ଗଣ ଶିକ୍ଷକ ମହାସଂଘ ଏବଂ ଓଡିଶା ପ୍ରଦେଶ ଲକ୍ଷେ ଘର ଦଳିତ ଜାତି ସମାଜ ମହାସଂଘର କର୍ମକର୍ତ୍ତାମାନେ ମଧ୍ୟ ୫-ଟି ଅଧ୍ୟକ୍ଷଙ୍କୁ ଭେଟି କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ, ନବ ଗଠିତ ବୌଦ୍ଧଗଡ ମ୍ୟୁନିସିପାଲିଟି, କରଞ୍ଜିଆ ମ୍ୟୁନିସିପାଲିଟି, ବେତନଟି, ପାଣିକୋଇଲି, ଜାରକା, ବସ୍ତା, ସିମୁଳିଆ, କଣ୍ଟାମାଳ, ଶେରଗଡ ଓ ରାଇକିଆ ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସହିତ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ଅଶୋକ କୁମାର ବଳ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ମହିଧର ରଣା ପୂର୍ବତନ ଏମପି ରବିନ୍ଦ୍ର ଜେନା .ବିହନ ନିଗମ ଅଧ୍ୟକ୍ଷ ବିଜଯ ନାୟକ ଏବଂ ଅନ୍ୟ ନେତୃବୃନ୍ଦ ଆଜି ନବୀନ ନିବାସଠାରେ ୫-ଟି ଅଧ୍ୟକ୍ଷଙ୍କୁ ଭେଟିଥିଲେ।

Categories
ବିଶେଷ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ

ଭୁବନେଶ୍ବର: ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ। ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ପୁରା ପରିସର। ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଏକ ୫୦ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଥିଲେ।

ଆଜି ଭୁବନେଶ୍ବରରେ ପହଞ୍ଚି ସେବାୟତ ଓ ଅନ୍ୟମାନେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରି ନବୀନ ନିବାସକୁ ଆସିଥିଲେ।

ନିମନ୍ତ୍ରଣ ପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିକ୍ରମା ପ୍ରକଳ୍ପ ଆପଣମାନଙ୍କ କାମ। ସେବାୟତ ବନ୍ଧୁମାନଙ୍କ କାମ। ପୁରୀବାସୀଙ୍କ କାମ। ଏହି ପବିତ୍ର କାମ ପାଇଁ ଯାହା  ଆବଶ୍ୟକ ସବୁ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେବାୟତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ “ଆପଣ ଇତିହାସ ରଚିଲେ। ଯୁଗ ଯୁଗ ପାଇଁ ଆପଣଙ୍କ ନାମ ଲିପିବଦ୍ଧ ହୋଇରହିବ।” ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ବୋଲି ମତଦେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଆପଣଙ୍କ ନିର୍ଦ୍ଦେଶରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଦିନରାତି ପରିଶ୍ରମ କରି ବହୁତ ଭଲ କାମ କରୁଛନ୍ତି। ସାରା ଓଡିଶାର ରୂପରେଖରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେମାନେ ଆନନ୍ଦର ସହ ମତବ୍ୟକ୍ତ କରିଥିଲେ।

ସେବାୟତ ମାନଙ୍କ ସହିତ ଆଲୋଚନା କରି ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଲେ ଯେ ପରିକ୍ରମା ପ୍ରକଳ୍ପ ସମ୍ଭବ ହୋଇପାରିଛି ପୁରୀ ବାସୀଙ୍କ ତ୍ୟାଗ  ଯୋଗୁଁ। ସେବାୟତମାନଙ୍କ ତ୍ୟାଗ ଯୋଗୁ। ଆପଣମାନଙ୍କ ଅତୁଳନୀୟ ତ୍ୟାଗ ସବୁଦିନ ପାଇଁ  ସମସ୍ତେ ଶ୍ରଦ୍ଧାର ସହ ମନେରଖିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ। ପରିକ୍ରମା ପ୍ରକଳ୍ପ କାମ ସମୟରେ ଅନେକ ବାର ବହୁତ ଅସୁବିଧା କିପରି ମହାପ୍ରଭୁଙ୍କ ଆଶୀର୍ବାଦରେ ଦୂର ହୋଇଛି ଏବଂ କାମ ସବୁ ଭଲ ଭାବରେ ଆଗେଇ ଚାଲିଥିଲା ସେ ବିଷୟରେ ଶ୍ରୀ ପାଣ୍ଡିଆନ ନିଜ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ।

ପୁରୀ ସହରର ବିକାଶ ପାଇଁ  ତଥା ସେବାୟତ ମାନଙ୍କ କଲ୍ୟାଣ ପାଇଁ ଯାହାକିଛି ଆବଶ୍ୟକ, ମୁଖ୍ୟମନ୍ତ୍ରୀ ସବୁକିଛି କରିବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ସବୁ ସେବାୟତ ମାନଙ୍କୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ସେମାନଙ୍କ ପାଇଁ ଏକ ଦିବ୍ୟ ଅନୁଭବ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ କରାଯାଇଛି। ୨୦୨୧ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ସାଧୁ ସନ୍ଥ ,ବିଭିନ୍ନ ରାଜନୈତିକ  ଦଳର  ପ୍ରତିନିଧି  ତଥା  ବିଶିଷ୍ଟ  ବ୍ୟକ୍ତି  ମାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।  ଲୋକାର୍ପଣ  କାର୍ଯ୍ୟ  ମଧ୍ୟ  ସେହିପରି  ସାଧୁ  ସନ୍ଥ  ଏବଂ ସବୁ  ରାଜନୈତିକ  ଦଳ ଓ  ସମାଜ ର  ସବୁ  ବର୍ଗର   ଲୋକଙ୍କୁ  ସାମିଲ କରାଯିବ. ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ  ସମୟରେ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ପ୍ରକଳ୍ପ କାମର ନିୟମିତ ସମୀକ୍ଷା କରୁଛନ୍ତି।

Categories
ବିଶେଷ ଖବର

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର ସଦସ୍ୟ 

ଭୁବନେଶ୍ବର: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ ପୂର୍ବରୁ  ଅନ୍ୟ  ଦୁଇ ଶ୍ରମିକଙ୍କ  ପରିବାର ଉତ୍ତର କାଶୀରେ ପହଂଚି ସାରିଛନ୍ତି। ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୧୩ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ୪୧ ଜଣ ଶ୍ରମିକ  ଫସି ରହିଛନ୍ତି। ଏଥିରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି। ଏହି ଶ୍ରମିକ ମାନେ ହେଲେ – ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା  ଏବଂ ମୟୁରଭଂଜର ବିଶେଶ୍ବର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ।

ଏହି ଶ୍ରମିକଙ୍କ ପରିବାର ସଦସ୍ୟ ୫-ଟି ଅଧ୍ୟକ୍ଷଙ୍କୁ ନବୀନ  ନିବାସ  ରେ ସାକ୍ଷାତ କରିଥିଲେ।  ୫-ଟି ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ  ଶ୍ରମିକଙ୍କ  ସୁରକ୍ଷା   ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ। ରାଜ୍ୟ ସରକାରଙ୍କ ଅଫିସର ଓ ସ୍ବତନ୍ତ୍ର ଟିମ୍‌ ଉଦ୍ଧାରସ୍ଥଳୀକୁ ଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି। ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଶ୍ରମିକ ମାନଙ୍କ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ନିୟମିତ ଖବର ନେଉଛନ୍ତି ବୋଲି ସେ ପରିବାର ସଦସ୍ୟ ମାନଙ୍କୁ  କହିଥିଲେ।

ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଏବଂ  ଖୁବ ଶୀଘ୍ର ସେମାନେ  ପରିବାରକୁ ଫେରି ଆସିବେ ବୋଲି  ୫-ଟି ଅଧ୍ୟକ୍ଷ ସେମାନଙ୍କୁ ଆଶ୍ବାସନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Video News: ନବୀନ ନିବାସକୁ କାହିଁକି ଗଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଓଡିଶାର ରାଜ୍ୟପାଳ ହେବା ପରେ ଗତକାଲି ରଘୁବର ଦାସ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସେ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇବା ସହିତ କିଛି ସମୟ ଧରି ଉଭୟ ଆଲୋଚନା ମଧ୍ୟ କରିଛନ୍ତି।

ରାଜ୍ୟପାଳ ନବୀନ ନିବାସ ଭିତରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦୁଆର ମୁହଁରୁ ପାଛୋଟି ନେଇଥିଲେ। ଏହାପରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ କିଛି ସମୟ ଧରି ଆଲୋଚନା କରିଥିଲେ।

ତେବେ ଏଥିରେ ଓଡିଶା ବିକାଶ ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜ୍ବିଗାଟୋ ଚଳଚ୍ଚିତ୍ର ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ଜ୍ବିଗାଟୋ ଚଳଚ୍ଚିତ୍ରର ସ୍ବତନ୍ତ୍ର ଉପସ୍ଥାପନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ନନ୍ଦିତା ଦାସ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଜ୍ବିଗାଟୋର ସୁଟିଂ ସଂପୂର୍ଣ୍ଣ ଭାବରେ ଭୁବନେଶ୍ବରରେ କରାଯାଇଛି । ବିଶିଷ୍ଟ ଅଭିନେତା କପିଲ ଶର୍ମା ଓ ଅଭିନେତ୍ରୀ ସାହାନା ଗୋସ୍ବାମୀ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଚଳଚ୍ଚିତ୍ରରେ ସଫଳ ଭାବରେ ଉପସ୍ଥାପିତ କରାଯିବା ସହ କଳାତ୍ମକ ଦିଗ ପ୍ରତି ଉଚିତ୍ ଧ୍ୟାନ ଦିଆ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରର ଉଚ୍ଚପ୍ରଶଂସା କରିଥିଲେ । ସାମାଜିକ ପରିବର୍ତ୍ତନ ଦିଗରେ ଜ୍ବିଗାଟୋ ଏକ ସକରାତ୍ମକ ବାର୍ତ୍ତା ଦେବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଏଥର ନୂଆବର୍ଷରେ ଖୋଲିଲା ନବୀନ ନିବାସ, ଶୁଭେଚ୍ଛୁଙ୍କ ପ୍ରବଳ ଭିଡ

ଭୁବନେଶ୍ବର: ବହୁ ବର୍ଷ ପରେ ଏଥର ନବୀନ ନିବାସ ନୂଆ ବର୍ଷ ପାଇଁ ଖୋଲିଛି। କାରଣ ଗତ ଦୁଇ ବର୍ଷ ଧରି କରୋନା ପାଇଁ ବନ୍ଦ ଥିଲା। ସେହିପରି ଅନ୍ୟ ବର୍ଷଗୁଡିକରେ ମଧ୍ୟ ବିଭିନ୍ନ କାରଣ ପାଇଁ ଶୁଭେଚ୍ଛୁମାନେ ନବୀନଙ୍କୁ ଅଭିନନ୍ଦନ ଜଣାଇ ପାରୁ ନ ଥିଲେ। ହେଲେ ଏଥର କୌଣସି କାରଣ ନ ଥିବାରୁ ନବୀନ ନିବାସକୁ ସମସ୍ତଙ୍କୁ ଛଡାଯାଇଥିଲା।

ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ ବିଧାୟକଙ୍କ ଠାରୁ ଆରମ୍ଭ କରି କରପୋରେଟର, କାଉନସିଲର ପର୍ଯ୍ୟନ୍ତ ନେତାମାନେ ଆସି ଭିଡ କରିଥିଲେ। ସେହିପରି କେତେକ ଭିନ୍ନକ୍ଷମ ଅନୁଷ୍ଠାର ଛାତ୍ରଛାତ୍ରୀମାନେ ମଧ୍ୟ ନବୀନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଉପଲକ୍ଷେ ନବୀନ ସମବେତ ନେତାଙ୍କୁ ମାଇକ ଯୋଗେ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ।

Categories
ବିଶେଷ ଖବର

ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମା’ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଭୁବନେଶ୍ବରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଏହାଦ୍ବାରା ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ବିଭିନ୍ନ ବ୍ୟବସାୟ ଜରିଆରେ ଆର୍ଥିକ ଉନ୍ନତି ଆସିପାରିଛି। ନିଜେ ରୋଜଗାର କରିପାରୁଥିବା ଯୋଗୁ ଆଜି ସମାଜରେ ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇଛି ବୋଲି ସେମାନେ ଖୁସି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରିଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ କାମର ପ୍ରଶଂସା କରିବା ସହିତ ଓଡିଶାର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳର ମା ମାନେ ବହୁତ ଭଲ କାମ କରୁଛନ୍ତି ଓ ଆଗକୁ ଏହିପରି କାମ ଜାରି ରଖିବେ ବୋଲି ସେ ଆଶାପ୍ରକାଶ କରିଥିଲେ।

ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୬ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରି କହିଥିଲେ ଯେ ଖୁବ କମ୍‌ ସମୟ ମଧ୍ୟରେ ଜାତୀୟ ପତାକା ପ୍ରସ୍ତୁତ କରିବା ଏକ ଗୁରୁ ଦାୟିତ୍ବ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଉପରେ ଭରସା ରଖି ଏ ଦାୟିତ୍ବ ଦେଇଥିଲେ ଏବଂ ଆପଣମାନେ ମଧ୍ୟ ଏହାକୁ ସଫଳତାର ସହ ନିର୍ବାହ କରି ମୁଖ୍ୟମନ୍ତ୍ରୀଙ୍କ ଭରସାକୁ ସାକାର କରିପାରିଛନ୍ତି।

ଏପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ମହିଳା ମାନଙ୍କ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନେ ଆଜି ବିଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇପାରିଛନ୍ତି ବୋଲି ମତ ଦେଇଥିଲେ। ଏହି ଗୁରୁତ୍ବପୂର୍ଣ୍ଣ ଅବଦାନ ଯୋଗୁ ସେମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ଓ ସବୁବେଳେ ରହିବେ ବୋଲି ସେମାନେ କହିଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଛ ଜିଲ୍ଲାର ମିଶନ ଶକ୍ତି ମା: ଜାଣନ୍ତୁ କାରଣ

ଭୁବନେଶ୍ବର: ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ ଗର୍ବିତ। ମୁଖ୍ୟମନ୍ତ୍ରୀ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ। ଆଜି ନବୀନ ନିବାସରେ ୬ଟି ଜିଲ୍ଲାର ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହା କହିଛନ୍ତି।

ଆଜି ସଂଧ୍ୟାରେ ନବୀନ ନିବାସଠାରେ ଗଞ୍ଜାମ, ଗଜପତି, ନୂଆପଡା, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୪ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଉପରେ ମୋର ପୁରା ଭରସା ରହିଛି। ଆପଣମାନଙ୍କ ଭିତରେ ବହୁତ କିଛି କରିବାର ସାମର୍ଥ ରହିଛି । ବହୁତ କମ୍ ସମୟ ପାଇ ମଧ୍ୟ ଆପଣମାନେ ୩୦ ଲକ୍ଷ ଜାତୀୟ ପତାକା ତିଆରି କରି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।

ମିଶନ ଶକ୍ତିର ମା ମାନେ କହିଥିଲେ ଯେ ଜାତୀୟ ପତାକା ତିଆରି କରିବାର ଆନନ୍ଦ ପାଇ ଆମେ ବହୁତ ଖୁସି। ଆମେ ଏବଂ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଅଙ୍ଗନବାଡୀ ପିଲାଙ୍କ ଡ୍ରେସ୍ ସିଲେଇ କରିବା, ଇଲ୍କ୍ଟ୍ରି ବିଲ୍ ଆଦାୟ କରିବା ଆଦି କାମ ବହୁତ ଭଲ ଭାବରେ କରିପାରୁଛୁ। ନୂଆପଡାରେ ଆମେ ଡ୍ରାଇଭିଂ ଶିକ୍ଷା ମଧ୍ୟ ନେଉଛୁ। ଆମେ ବି ପାରିବୁ, ଏ ବିଶ୍ବାସ ଆମର ବଢିଛି। ଆମେ ସମସ୍ତେ ଏବେ କିଛି ନା କିଛି ଉପଯୋଗୀ କାର୍ଯ୍ୟରେ ନିୟୋଜିତ ହୋଇପାରିଛୁ ବୋଲି ସେମାନେ କହିଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Categories
ବିଶେଷ ଖବର

୪ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଏହି କାମ ପାଇଁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଆସ୍ଥା ରଖି ଜାତୀୟ ପତାକା ପ୍ରସ୍ତୁତ ପରି ଏକ ଗୁରୁଦାୟିତ୍ବ ଅର୍ପଣ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ।

ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ। ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଓ ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଶ୍ରୀ ମୁଦୁଲି କହିଲେ ଯେ, ଶ୍ରୀମତୀ ମୁର୍ମୁ
ଆମ ଆଦିବାସୀ ସମାଜର ଗର୍ବ ଓ ଗୌରବ। ତାଙ୍କୁ ସମର୍ଥନ ଦେଇ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ନିବାସରେ ପହଁଞ୍ଚିଲେ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ନେତା: ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ଵର: ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ନେତା ନବୀନ ନିବାସରେ ପହଁଞ୍ଚିଛନ୍ତି। କେବଳ ବିକ୍ରମ କେଶରୀ ଆରୁକ୍ଷୀଙ୍କୁ ବାଦ ଦେଲେ ବାକି ସମସ୍ତ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଆଗାମୀ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି।

ତେବେ ବାଦ ପଡିଥିବ ମନ୍ତ୍ରୀମାନଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି। ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ ଓ ପଦ୍ମିନୀ ଦିଆନ ନବୀନ ନିବାସରେ ପହଞ୍ଚିସାରିଛନ୍ତି। ସୂଚନା ମୁତାବକ ବିଜେଡ଼ିର ସଂଗଠନ ପାଇଁ ସେମାନେ କାମ କରିବେ ବୋଲି ଜଣାପଡିଛି।

Categories
Municipal Election ଆଜିର ଖବର ରାଜ୍ୟ ଖବର

ନବ ନିର୍ବାଚିତ ପୌର ପ୍ରତିନିଧୀଙ୍କୁ ଅଭିନନ୍ଦନ କରି କଣ କହିଲେ ନବୀନ, ଭିତର ଭିଡିଓ କ୍ଲିକ କରି ଶୁଣନ୍ତୁ

ଭୁବନେଶ୍ବର: ଆଜି ପୌର ତଥା ମହାନଗର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ବାଜିମାତ କରିଛି। ଆଜି ସଂଧ୍ୟାରେ ନବୀନ ନିବାସରେ ଭୁବନେଶ୍ବରର ନିର୍ବାଚିତ ପ୍ରତିନିଧୀ ତଥା କର୍ମିମାନେ ସାକ୍ଷାତ କରିଥିଲେ। ଭୁବନେଶ୍ବର ନିର୍ବାଚିତ ମେୟର ସୁଲୋଚନା ଦାସଙ୍କ ସହିତ ବିଜେଡି କରର୍ପୋରେଟରମାନେ ସାକ୍ଷାତ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଅଭିନନ୍ଦନ ଜଣାଇଥିଲେ।

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡି ବେଶ ଭଲ ସଫଳତା ହାସଲ କରିଛି। ମୁଖ୍ୟତଃ ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ମହାନଗର ମେୟର ପଦବୀ ବିଜେଡି ହାତକୁ ଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମମିତା ହତ୍ୟା ଘଟଣା: ରାଜ୍ୟପାଳଙ୍କୁ ଭେଟିଲା ରାଜ୍ୟ ବିଜେପି, ନବୀନ ନିବାସ ଆଗରେ ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ବର: ମମିତା ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ବିଜେପି ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ଵରେ ରାଜ୍ୟପାଳଙ୍କୁ ବିଜେପି ନେତାମାନେ ଭେଟିଛନ୍ତି।

ଏହି ଅବସରରେ ରାଜ୍ୟପାଳଙ୍କ ନିକଟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ବିଜେପି ଦାବି କରିଛି। ଏହା ସହ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କୁ ବିଜେପି ନିବେଦନ କରିଛି। ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ଏହାର ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି କୁହାଯାଇଛି। ତେଣୁ ରାଜ୍ୟପାଳ ଏହି ଘଟଣାକୁ ଗୁରୁତ୍ଵର ସହ ବିଚାର କରିବାକୁ ବିଜେପି ନେତାଙ୍କୁ କହିଛନ୍ତି।

ତେବେ ଏହି ଘଟଣାରେ ଆସନ୍ତାକାଲି ବଲାଙ୍ଗୀରି ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକାରା ଦିଆଯାଇଛି। ଅନ୍ୟପଟେ ମହାଲିଙ୍ଗ ମିଷ୍ଟ୍ରିକୁ  ନେଇ ବିଜେପି କର୍ମୀମାନେ ନବୀନ ନିବାସରେ ବିକ୍ଷୋଭ ମଧ୍ୟ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୧ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ବେଲଗାମ ଦରଦାମ ବୃଦ୍ଧି ଓ ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଭାପତି ନିରଜ କୁନ୍ଦନଜୀ, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଂପାଦକ ତଥା ତ୍ତ୍ୱଓଡ଼ିଶା ପ୍ରଭାରୀ ରୋସନଲାଲ ବିଟୁ ଯୋଗଦେବେ। ଶ୍ରୀ କୁନ୍ଦନ ପ୍ରଥମେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଉକ୍ତ ଦିନ ପୂର୍ବାହ୍ନରେ ଉଦ୍‌ବୋଧନ ଦେବେ। ଏହା ପରେ ଦିନ ୧୨ ଘଂଟା ସମୟରେ କଂଗ୍ରେସ ଭବନରୁ ଏକ ବିକ୍ଷୋଭ ରାଲି ନବୀନ ନିବାସ ଅଭିମୁଖେ ଯିବ।

Categories
ଆଜିର ଖବର ରାଜ୍ୟ ଖବର

ନବୀନଙ୍କ ଦେଶୀ ଓଡ଼ିଆ ଖାଦ୍ୟରେ ଶାହା ଖୁସ୍‌

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ନବୀନ ନିବାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭବ୍ୟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶୀ ଓଡ଼ିଆ ଖାଦ୍ୟ ଖାଇ ଶାହା ବେଶ୍‌ ଖୁସ୍‌ ରହିଥିବାର ଜଣାଯାଇଛି। ଡାଲି, ଭଜା ତରକାରୀ ସହିତ ମିଠା ଖାଦ୍ୟରେ ଶାହାକୁ ଆପ୍ୟାୟିତ କରାଯାଇଛି। ସମ୍ପୂର୍ଣ୍ଣ ଓଡ଼ିଆ ଘରୋଇ ଶୈଳୀରେ ପ୍ରସ୍ତୁତ ଖାଦ୍ୟକୁ ଶାହା ବେଶ୍‌ ପସନ୍ଦ କରିଛନ୍ତି। ଉଭୟ ଆମିଷ ଓ ନିରାମିଶ ବ୍ୟଞ୍ଜନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଏହି ଖାଦ୍ୟରେ ରହିଥିଲା ସମ୍ପୂର୍ଣ୍ଣ ଓଡ଼ିଆ ଶୁଦ୍ଧ ଖାଦ୍ୟ । ମଧ୍ୟାହ୍ନ ଭୋଜନରେ ପରସା ଯାଇଥିବା ଖାଦ୍ୟ ମଧ୍ୟରେ ରହିଥିଲା-

1. ବାଇଗଣ ଭଜା

2. ଆଳୁ ମଟର ମସଲା (ଓଡ଼ିଆ ଶୈଳୀରେ ପ୍ରସ୍ତୁତ)

3. ଗୁଚ୍ଚି ପନୀର୍‌

4. ଡାଲି

5. ଟମୋଟା ଚଟଣୀ

6. ପାମ୍ପଡ

7. ରୁଟି

8. ବୁନ୍ଦି ରାଇତା

9. ଭାତ ଓ ମାଛ ତରକାରୀ (ସମ୍ପୂର୍ଣ୍ଣ ଓଡ଼ିଆ ଶୈଳୀରେ ପ୍ରସ୍ତୁତ ମାଛ ବେସର)

10. ଛେନା ପୋଡ

11. ରସ ମଲାଇ

ଏହି ରୟାଲ୍‌ ମଧ୍ୟାହ୍ନ ଭୋଜନରେ ଅମିତ୍‌ ଶାହାଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ୍‌ ରହିଥିଲେ ।