Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନୁଗୁଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭେଟି ଦେବେ ୧୮୦୫ କୋଟି ଟଙ୍କା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଗସ୍ତରେ ଯାଉଛନ୍ତି। ସେଠାରେ ସେ ଏକ ଜନସଭାକୁ ସମ୍ବୋଧନ କରିବା ସହିତ ୧୮୦୫ କୋଟି ଟଙ୍କାର ମୋଟ ୨୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିପରି ମହିଳା ଏସ୍‌ଏଚ୍‌ଜିମାନଙ୍କୁ ମୋଟ ୨୪୨ କୋଟି ଟଙ୍କାର ଋଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପରେ ରେଳ ବିଭାଗର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ସେଠାରେ ସେ ତାଳଚେର ବଳରାମ ଦେଇ ଅନୁଗୁଳ ପର୍ଯ୍ୟନ୍ତ ନୂତନ ରେଳପଥ ଉଦ୍‌ଘାଟନ, ସମ୍ବଲପୁର-ସାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ କରିବେ। ଏହି ଉତ୍ସବରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଯୋଗ ଦେବେ।