Categories
ଆଜିର ଖବର ରାଜ୍ୟ ଖବର

ନବୀନଙ୍କ ଘୋଷଣା: ବିଭିନ୍ନ ନଦୀ ସ୍ରୋତରେ ନିର୍ମାଣ ହେବ ବ୍ୟାରେଜ, ଖର୍ଚ୍ଚ ୧୧,୭୦୦ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ Construction of in-stream Storage Structure ଯୋଜନା ଆରମ୍ଭ କରିଛନ୍ତି ।

ଏଥିପାଇଁ ୧୧,୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ବିଭିନ୍ନ ନଦୀ ସ୍ରୋତର ୩୦ଟି ସ୍ଥାନରେ ଏହି ବ୍ୟାରେଜ ନିର୍ମାଣ କରାଯିବ । ଯାହାଫଳରେ ଚାଷୀ ଜମିକୁ ସବୁ ଦିନ ପାଇଁ ପାଣି ପାଇପାରିବ । ଭୂତ୍ତଳ ଜଳସ୍ତର ଠିକ୍‌ ରହିବ । ଆଖପାଖ ଗାଁ ମାନଙ୍କରେ ବିଶୁଦ୍ଧ ପାଇପ ପାଣି ଯୋଗାଣ ହୋଇପାରିବ । ଆଜି ସୁନ୍ଦରଗଡରେ ଆରମ୍ଭ ହୋଇଥିବା ଦୁଇଟି ପ୍ରକଳ୍ପ ଶିଳାନ୍ୟାସ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ ଏହା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଦଶଟି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ନିଆଯାଇପାରେ ନିଷ୍ପତି

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏ ନେଇ ଗତକାଲି ସଂଧ୍ୟାରୁ ସମସ୍ତ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଦିନ 11ଟା 30ରେ ଏହି ବୈଠକ ବସିବ ବୋଲି ସ୍ଥିର ହୋଇଛି।

ଏହି ବୈଠକରେ ପ୍ରାୟ 10ଟି ପ୍ରସଂଗରେ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ରହିଛି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି। ଏହି କର୍ମଚାରଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟ ମୋହର ବାଜିବ ବୋଲି ଚର୍ଚ୍ଚା ଚାଲିଛି। ଯେଉଁ କର୍ମଚାରୀଙ୍କ ଆଠ ହଜାର ଦରମା ଅଛି ତାହା ତେର ହଜାରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟାରେ ଗାଈମଇଁଷି ମରିଥିଲେ ୩୦ ହଜାର,ଅନ୍ୟ ପଶୁଙ୍କ ପାଇଁ ୨୫ ହଜାର, ନବୀନଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର ପଶୁ ସଂପଦ ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର‌୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଶୁ ସଂପଦ ପ୍ୟାକେଜରେ କଣ ଅଛି

1- ବାତ୍ୟାରେ ଦୁଧିଆଳୀ ଗାଈ, ମଇଁଷି, ଛେଳି, ମେଣ୍ଢା ଓ କୁକୁଡା ହରାଇଥିବା ଚାଷୀ ମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ, ଖୀର ଦେଉ ନଥିବା ପ୍ରାଣୀ ମାନଙ୍କ ପାଇଁ ୨୫,୦୦୦ ଟଙ୍କା ସହାୟତା (ସର୍ବାଧିକ ୩ଟି ପାଇଁ) ଦିଆଯିବ । ସେହିପରି ସର୍ବାଧିକ ୬ଟି ବାଛୁରୀ ପାଇଁ – ପ୍ରତି ବାଛୁରୀ ପାଇଁ ୧୬,୦୦୦ ଟଙ୍କା, ୩୦ଟି ଛେଳି ଓ ମେଣ୍ଢା ପର୍ଯ୍ୟନ୍ତ ୩୦୦୦ ଟଙ୍କା ଏବଂ ପ୍ରତି କୁକୁଡା ପିଚ୍ଛା ୫୦ ଟଙ୍କା ଲେଖାଏ, ସର୍ବାଧିକ ୫୦୦୦ ଟଙ୍କା ଲେଖାଏ ପ୍ରତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ।

2- ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳର ପୁନନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ଦିଆଯିବ।

3- ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪୧୦୦ ଟଙ୍କା ଲେଖାଏ, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲ ମରାମତି ପାଇଁ ୨୧୦୦ ଟଙ୍କା ଲେଖାଏ, ପୁରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ ୯୬୦୦ ଟଙ୍କା ଲେଖାଏ ଏବଂ ପୁରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ କ୍ଷେତ୍ରରେ ୨୬୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।

4- ବାତ୍ୟାରେ ପଟୁ ମାଟି ମାଡି ଯାଇଥିବା ମାଛ ଚାଷ ଫାର୍ମ ବା ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଚ୍ଛା ୧୨,୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଚ୍ଛା ୮୨୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଭାବରେ ଯୋଗାଇ ଦିଆଯିବ।

5- ବାତ୍ୟାରେ ମଧ୍ୟ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କ୍ଷତିଗ୍ରସ୍ତ କାରିଗର ମାନଙ୍କୁ ସେମାନଙ୍କର ଉପକରଣ ପାଇଁ ୪୧୦୦ ଟଙ୍କା ଲେଖାଏ ଏବଂ ନଷ୍ଟ ହୋଇଥିବା କଂଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪୧୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ।

6- ଏରି, ମଲବେରୀ ଓ ଟସର ଚାଷୀ ମାନଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି ଭାବରେ ହେକ୍ଟର ପିଚ୍ଛା ୪୮୦୦ ଟଙ୍କା ଏବଂ ମୁଗା ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ୬୦୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ।

7- କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ MGNREGS ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏଥିରେ ଗ୍ରାମ ପଂଚାୟତ ରାସ୍ତା, ଖେଳ ପଡିଆ, କେନାଲ, ମାଟି ବନ୍ଧ ଆଦିର ମରାମତି ଓ ରକ୍ଷଣା ବେକ୍ଷଣ ସହିତ ଗାଈ ଗୁହାଳ, ଛେଳି ଗୁହାଳ ଓ ଗୋଖାଦ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ। ଯୋଗ୍ୟ ହିତାଧିକାରୀଙ୍କୁ SDRF/NDRF ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧୀ ଦେବେ ସଂପତ୍ତି ତାଲିକା, ଚରମବାଣୀ ଶୁଣାଇଲେ ନବୀନ

ଭୁବନେଶ୍ବର, ଏଥର ସମସ୍ତ ନିର୍ବାଚିତ ପ୍ରତିନିଧୀ ସେମାନଙ୍କର ସଂପତ୍ତି ତାଲିକା ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତେ ଏହା ମାନିବାକୁ ବାଧ୍ୟ। ଏପରି ରୋକଠୋକ ଭାବେ ଦଳୀୟ କର୍ମୀଙ୍କୁ କହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଅପରାହ୍ନରେ ଏମିତି ଚରମ ବାଣୀ ଶୁଣାଇଛନ୍ତି ନବୀନ।

ନିର୍ବାଚିତ ପ୍ରତିନିଧୀଙ୍କ ଏହି ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯିବ। କାହାରେ ସଂପତ୍ତି କେତେ ବୃଦ୍ଧି ପାଇଲା ତାହାର ହିସାବ କରାଯିବ। ଭୁଲ ସଂପତ୍ତି ତାଲିକା ଦେଲେ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କିଛି ଚରମ ବାଣୀ ନେଇ ନିର୍ବାଚିତ ପ୍ରତିନିଧୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲାଣି। ସରପଞ୍ଚ, ଜିଲ୍ଲାପରିଷଦ ସଭାପତି, ଉପସଭାପତି, ବ୍ଲକ ଅଧ୍ୟକ୍ଷ, ଏନଏସି ଅଧ୍ୟକ୍ଷଙ୍କ ସହିତ ବିଧାୟକ ସାଂସଦମାନେ ଏହି ସଂପତ୍ତି ତାଲିକା ଦେବେ। ଏହି ତାଲିକା ସାଧାରଣ ଲୋକେ ଜାଣିବା ପାଇଁ ୱେବସାଇଟରେ ପ୍ରକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଦୁର୍ନିତିକୁ ରୋକିବା ପାଇଁ ନବୀନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପମାନେ ଗ୍ରହଣ କରିବାରେ ଲାଗିଛନ୍ତି। ପୂର୍ବରୁ ମନ୍ତ୍ରୀମାନେ ସଂପତ୍ତି ତାଲିକା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁସାରେ ମନ୍ତ୍ରୀମାନେ ସେମାନଙ୍କ ସଂପତ୍ତି ତାଲିକା ପ୍ରଦାନ କରୁଛନ୍ତି। ସରକାରୀ ନିୟମ ଅନୁସାରେ ଆଇଏଏସ ଅଫିସରମାନେ ସେମାନଙ୍କ ଉଚ୍ଚ ଅଧିକାରୀଙ୍କୁ ସଂପତ୍ତି ତାଲିକା ପ୍ରଦାନ କରୁଛନ୍ତି। ହେଲେ ସବୁ ନିର୍ବାଚିତ ପ୍ରତିନିଧୀମାନେ ସଂପତ୍ତି ତାଲିକା ଦଖଲ କରିବା କୈଣସି ନିର୍ଦ୍ଦେଶ ନ ଥିଲା। ଏହା ଦଳୀୟ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ସୁପ୍ରିମ ଏହାକୁ ବାଧ୍ୟତାମୂଳକ କରିଛନ୍ତି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ କହିଥିଲେ ଯେ, ସରକାର ଆରମ୍ଭରୁ ହିଁ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିଆସିଛି। ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ ଶତ୍ରୁ। ଏ ନେଇ ନବନ କହିଲେ ” ଆମେ ଲଢେଇ କରୁଛୁ, ଗରିବୀ ବିରୁଦ୍ଧରେ,  ଆମେ ଲଢେଇ କରୁଛୁ, ରୋଗ ବିରୁଦ୍ଧରେ, ଆମେ ଲଢେଇ କରୁଛୁ, ଆଂଚଳିକ ଅସମତା ବିରୁଦ୍ଧରେ,  ଆମେ ଲଢେଇ କରୁଛୁ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ, ଆମେ ଲଢେଇ କରୁଛୁ, ଅସମାନତା ବିରୁଦ୍ଧରେ ଅନ୍ୟାୟ ବିରୁଦ୍ଧରେ ଏବଂ ଅପାରଗତା ବିରୁଦ୍ଧରେ।”

ଏଥିସହିତ ରାଜ୍ୟ ପରିଷଦରେ ଆସିଥିବା ବିଭିନ୍ନ ପ୍ରସ୍ତାବକୁ ସଂପୃକ୍ତ ବିଭାଗର ମନ୍ତ୍ରୀମାନଙ୍କ ନିକଟକୁ ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମସ୍ତ ପ୍ରସ୍ତାବଗୁଡିକ ଯେପରି କାର୍ଯ୍ୟକାରୀ ହେବ ସେ ନେଇ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସମନ୍ବୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାକୁ ନେଇ ଅନେକ ନିର୍ବାଚିତ ପ୍ରତିନିଧୀଙ୍କ ଛାତି ଧଡଧଡ ହେଲାଣି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବନ୍ୟା କ୍ଷତିଗସ୍ତଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ତିନିଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା, ଜାଣନ୍ତୁ କଣ ଅଛି

ଭୁବନେଶ୍ବର, ନିକଟରେ ହୋଇଥିବା ବନ୍ୟାରେ ଚାଷୀ, ବୁଣାକାର ଏବଂ ଅନ୍ୟମାନଙ୍କ ଜୀବନ ଜୀବିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଏଥିରେ ଚାଷୀମାନଙ୍କୁ ପ୍ରାୟ 300 କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ଆଜି ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ତେବେ ଏହି ପ୍ୟାକେଜରେ ଯାହା ରହିଛି ତାହା ହେଲା

1-ବନ୍ୟାରେ 33 ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ 6800 ଟଙ୍କାରୁ 18000 ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ

2-ଡାଲି ଜାତୀୟ ଫସଲ ଚାଷୀଙ୍କୁ ମିଳିବ 20 ହଜାର ଟଙ୍କାର ମିନି କିଟ୍

3-50 ପ୍ରତିଶତ ରିହାତିରେ ଦୁଇ ହଜାର ପମ୍ପ ସେଟ୍  ଯୋଗାଇ ଦିଆଯିବ

4-ପାଞ୍ଚ ହଜାର ଶକ୍ତି ଚାଳିତ ସ୍ପ୍ରେୟାର 50 ପ୍ରତିଶତ ରିହାତିରେ ପ୍ରଦାନ

5-ପ୍ରଭାବିତ ଅଞ୍ଚଳ ଚାଷୀଙ୍କୁ 10 କୋଟି ଟଙ୍କା ବିଭିନ୍ନ ସବସିଡ ବାବଦକୁ ପ୍ରଦାନ

6-ଏକ ଲକ୍ଷ ଚାଷିଙ୍କୁ ପରିବା କିଟ୍ ପ୍ରଦାନ

7-ବନ୍ୟାରେ ଦୁଧିଆଳି ଗାଈ କିମ୍ବା ମଇଁଷ ମରିଥିଲେ 30000 ଟଙ୍କା, ଅନ୍ୟ ଗୃହପାଳିତ ପଶୁଙ୍କ ପାଇଁ 20000 ଟଙ୍କା ଦେବାକୁ ଘୋଷଣା

8-ମାଛ ଚାଷୀଙ୍କୁ ହେକ୍ଟର ପିଛା 12 ହଜାର 2ଶହ ଟଙ୍କାର ସହାୟତା ଘୋଷଣା

9-ବୁଣିକାରାମାନେ ଯନ୍ତ୍ରାଂଶ କିଣିବା ପାଇଁ 4 ହଜାର ଟଙ୍କା ଏବଂ କଞ୍ଚାମାଳ ପାଇଁ 4 ହଜାର ଟଙ୍କା ପାଇବେ

10-ବନ୍ୟା କମିବା ପରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ନରେଗା ରେ ତୁରନ୍ତ କାମ ଯୋଗାଇବା ରହିଛି।