Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧୀ ଦେବେ ସଂପତ୍ତି ତାଲିକା, ଚରମବାଣୀ ଶୁଣାଇଲେ ନବୀନ
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧୀ ଦେବେ ସଂପତ୍ତି ତାଲିକା, ଚରମବାଣୀ ଶୁଣାଇଲେ ନବୀନ

December 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଏଥର ସମସ୍ତ ନିର୍ବାଚିତ ପ୍ରତିନିଧୀ ସେମାନଙ୍କର ସଂପତ୍ତି ତାଲିକା ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତେ ଏହା ମାନିବାକୁ ବାଧ୍ୟ। ଏପରି ରୋକଠୋକ ଭାବେ ଦଳୀୟ କର୍ମୀଙ୍କୁ କହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଅପରାହ୍ନରେ ଏମିତି ଚରମ ବାଣୀ ଶୁଣାଇଛନ୍ତି ନବୀନ।

ନିର୍ବାଚିତ ପ୍ରତିନିଧୀଙ୍କ ଏହି ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯିବ। କାହାରେ ସଂପତ୍ତି କେତେ ବୃଦ୍ଧି ପାଇଲା ତାହାର ହିସାବ କରାଯିବ। ଭୁଲ ସଂପତ୍ତି ତାଲିକା ଦେଲେ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କିଛି ଚରମ ବାଣୀ ନେଇ ନିର୍ବାଚିତ ପ୍ରତିନିଧୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲାଣି। ସରପଞ୍ଚ, ଜିଲ୍ଲାପରିଷଦ ସଭାପତି, ଉପସଭାପତି, ବ୍ଲକ ଅଧ୍ୟକ୍ଷ, ଏନଏସି ଅଧ୍ୟକ୍ଷଙ୍କ ସହିତ ବିଧାୟକ ସାଂସଦମାନେ ଏହି ସଂପତ୍ତି ତାଲିକା ଦେବେ। ଏହି ତାଲିକା ସାଧାରଣ ଲୋକେ ଜାଣିବା ପାଇଁ ୱେବସାଇଟରେ ପ୍ରକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଦୁର୍ନିତିକୁ ରୋକିବା ପାଇଁ ନବୀନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପମାନେ ଗ୍ରହଣ କରିବାରେ ଲାଗିଛନ୍ତି। ପୂର୍ବରୁ ମନ୍ତ୍ରୀମାନେ ସଂପତ୍ତି ତାଲିକା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁସାରେ ମନ୍ତ୍ରୀମାନେ ସେମାନଙ୍କ ସଂପତ୍ତି ତାଲିକା ପ୍ରଦାନ କରୁଛନ୍ତି। ସରକାରୀ ନିୟମ ଅନୁସାରେ ଆଇଏଏସ ଅଫିସରମାନେ ସେମାନଙ୍କ ଉଚ୍ଚ ଅଧିକାରୀଙ୍କୁ ସଂପତ୍ତି ତାଲିକା ପ୍ରଦାନ କରୁଛନ୍ତି। ହେଲେ ସବୁ ନିର୍ବାଚିତ ପ୍ରତିନିଧୀମାନେ ସଂପତ୍ତି ତାଲିକା ଦଖଲ କରିବା କୈଣସି ନିର୍ଦ୍ଦେଶ ନ ଥିଲା। ଏହା ଦଳୀୟ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ସୁପ୍ରିମ ଏହାକୁ ବାଧ୍ୟତାମୂଳକ କରିଛନ୍ତି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ କହିଥିଲେ ଯେ, ସରକାର ଆରମ୍ଭରୁ ହିଁ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିଆସିଛି। ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ ଶତ୍ରୁ। ଏ ନେଇ ନବନ କହିଲେ ” ଆମେ ଲଢେଇ କରୁଛୁ, ଗରିବୀ ବିରୁଦ୍ଧରେ,  ଆମେ ଲଢେଇ କରୁଛୁ, ରୋଗ ବିରୁଦ୍ଧରେ, ଆମେ ଲଢେଇ କରୁଛୁ, ଆଂଚଳିକ ଅସମତା ବିରୁଦ୍ଧରେ,  ଆମେ ଲଢେଇ କରୁଛୁ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ, ଆମେ ଲଢେଇ କରୁଛୁ, ଅସମାନତା ବିରୁଦ୍ଧରେ ଅନ୍ୟାୟ ବିରୁଦ୍ଧରେ ଏବଂ ଅପାରଗତା ବିରୁଦ୍ଧରେ।”

ଏଥିସହିତ ରାଜ୍ୟ ପରିଷଦରେ ଆସିଥିବା ବିଭିନ୍ନ ପ୍ରସ୍ତାବକୁ ସଂପୃକ୍ତ ବିଭାଗର ମନ୍ତ୍ରୀମାନଙ୍କ ନିକଟକୁ ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମସ୍ତ ପ୍ରସ୍ତାବଗୁଡିକ ଯେପରି କାର୍ଯ୍ୟକାରୀ ହେବ ସେ ନେଇ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସମନ୍ବୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାକୁ ନେଇ ଅନେକ ନିର୍ବାଚିତ ପ୍ରତିନିଧୀଙ୍କ ଛାତି ଧଡଧଡ ହେଲାଣି।

ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କ ଘୋଷଣା
Share. Facebook Twitter LinkedIn Email WhatsApp Copy Link

Related Posts

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

October 13, 2026

ଜାନୁଆରୀ ୧୨ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

October 13, 2026
Latest News

ଅକ୍ଟୋବର ୧୪ ତାରିଖ ରାଶିଫଳ: ଆପଣ ଜାଣନ୍ତୁ ଆଜିର ଭାଗ୍ୟ ଓ ଭବିଷ୍ୟତ

October 14, 2026

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

October 13, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.