Categories
ଆଜିର ଖବର ଖେଳ ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ଆମ ଅଲିମ୍ପିକ ମୂଲ୍ୟବୋଧ ଓ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି: ଆଇଓସି ସଭାପତି

ମୁମ୍ବାଇ: ମୁମ୍ବାଇରେ ଗୁରୁବାର ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି (ଆଇଓସି)ର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକର ଉଦ୍‌ଘାଟନ ଅବସରରେ ସମ୍ବୋଧିତ କରି ଆଇଓସିର ସଭାପତି ଥୋମାସ୍ ବାକ୍ ରିଲାଏନ୍ସ ଫାଉଣ୍ଡେସନ ଓ ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନିଙ୍କୁ ଭୁୟଶୀ ପ୍ରଶଂସା କରିଛନ୍ତି। ନଭି ମୁମ୍ବାଇ ସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ୟଙ୍ଗ ଚାମ୍ପସ୍ ଏକାଡେମି ପରିଦର୍ଶନ କରିବା ପରେ ସେ ଅତ୍ୟନ୍ତ ପ୍ରଭାବିତ ହୋଇଥିବା କହିଛନ୍ତି।

ଶ୍ରୀ ବାକ୍‌ କହିଛନ୍ତି ଯେ, “ ମୁଁ ଆମ ଆଇଓସି ସହଯୋଗୀ ତଥା ବନ୍ଧୁ ନୀତା ଅମ୍ବାନିଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ ପରିଦର୍ଶନ କରିଥିଲି ଏବଂ ସେମାନେ କ୍ରୀଡ଼ା ଓ ଶିକ୍ଷାକୁ ନେଇ ଶିଶୁ ଓ ଯୁବବର୍ଗଙ୍କୁ ପ୍ରଦାନ କରୁଥିବା କାର୍ଯ୍ୟକ୍ରମ ଦେଖିଥିଲି। ରିଲାଏନ୍ସ ଫାଉଣ୍ଡେସନ ଓ ତାଙ୍କ ଟିମ୍ ଦ୍ୱାରା ମୁଁ ଗଭୀର ଭାବେ ପ୍ରଭାବିତ କାରଣ ସେହି କେନ୍ଦ୍ରରେ ସାରା ଭାରତର ବିଭିନ୍ନ ଅଂଚଳର ପିଲାମାନଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନଗ୍ରସର ପରିବାରରୁ ଆସିଛନ୍ତି । ସେମାନଙ୍କୁ ପାଠପଢ଼ା ଓ ସ୍କୁଲ ଶିକ୍ଷା ପ୍ରଦାନ ସହିତ ସମାନ ସମୟରେ କ୍ରୀଡ଼ା ତାଲିମର ସୁଯୋଗ ଦିଆଯାଉଛି ଏବଂ ଏକ ଉଚ୍ଚ ମାନର କ୍ରୀଡ଼ାବିତରେ ପରିଣତ ହେବା ଲାଗି ସେମାନଙ୍କୁ ପ୍ରସ୍ତୁତ କରାଯାଉଛି।’’

ଅଲିମ୍ପିକ୍ ମୂଲ୍ୟବୋଧ ଅନୁସାରେ ରିଲାଏନ୍ସ ଫାଉଣ୍ଡେସନ ଓ ଏହାର ଅଧ୍ୟକ୍ଷା ତଥା ଆଇଓସି ସଦସ୍ୟା ଶ୍ରୀମତୀ ଅମ୍ବାନିଙ୍କ କାର୍ଯ୍ୟ ଓ ଦୃଷ୍ଟିକୋଣକୁ ନେଇ ଶ୍ରୀ ବାକ୍ ବେଶ ପ୍ରଭାବିତ ହୋଇଥିବା ପ୍ରକାଶ କରିବା ସହିତ ତାଙ୍କ ମତରେ ତାହା ବାସ୍ତବରେ ଅଲିମ୍ପିକ୍ ମୂଲ୍ୟବୋଧର ପ୍ରତିଫଳନ ବୋଲି କହିଛନ୍ତି।

ଶ୍ରୀ ବାକ୍ କହିଛନ୍ତି ଯେ, “ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ବାସ୍ତବରେ ଆମ ଅଲିମ୍ପିକ୍ ମୂଲ୍ୟବୋଧ ଓ ଦୃଷ୍ଟିକୋଣକୁ ଦର୍ଶାଉଛି । ଆମ ସହଯୋଗୀଙ୍କ ମାର୍ଗଦର୍ଶନରେ ରିଲାଏନ୍ସ ଫାଉଣ୍ଡେସନ ଭଳି ଏକ ଘରୋଇ ସଂସ୍ଥା ଜରିଆରେ ଯେଉଁଭଳି ବ୍ୟାପକ ଭାବେ କାର୍ଯ୍ୟ ହେଉଛି ତାହା ବେଶ ପ୍ରଶଂସନୀୟ ଏବଂ ଭାରତରେ କ୍ରୀଡ଼ା ଓ ଅଲିମ୍ପିକ୍ କ୍ରୀଡ଼ାର ଭବିଷ୍ୟତ ପାଇଁ ଅତ୍ୟନ୍ତ ଉତ୍ସାହଜନକ ମଧ୍ୟ ।’’

ଭାରତରେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି)ର ସଫଳତା ପାଇଁ ଚଳିତ ସପ୍ତାହ ପ୍ରାରମ୍ଭରେ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଅଲିମ୍ପିକ୍ ମ୍ୟୁଜିୟମ୍ ସହିତ ମିଳିତ ଭାବରେ ରିଲାଏନ୍ସ ଫାଉଣ୍ଡେସନ ସହ ଏକ ସହଯୋଗିତା ବୁଝାମଣା ସ୍ୱାକ୍ଷର କରାଯାଇଛି । ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଜରିଆରେ ଅଲିମ୍ପିକ୍ ମୂଲ୍ୟବୋଧର ପ୍ରସାର ଦିଗରେ ଉଭୟ ସଂସ୍ଥାର ମିଳିତ ଉଦ୍ୟମ ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି ।
ମୁମ୍ବାଇସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ୟଙ୍ଗ୍ ଚାମ୍ପ୍‌ସ (ଆରଏଫ୍‌ୱାଇସି) ଫୁଟବଲ ଏକାଡେମି ପରିଦର୍ଶନ ସମୟରେ ଏହି ସହଯୋଗିତା ନେଇ ଆଇଓସି ସଭାପତି ଥୋମାସ୍ ବାକ୍ ଓ ଆଇଓସି ସଦସ୍ୟା ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି ସହମତି ପ୍ରକାଶ କରିଥିଲେ । ଏ ସମ୍ପର୍କରେ ମଧ୍ୟ ଉଦ୍‌ଘାଟନୀ ଅଭିଭାଷଣରେ ଶ୍ରୀ ବାକ୍ ଉଲ୍ଲେଖ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଗସ୍ତରେ ଆସିଥିବା ନଭି ମୁମ୍ବାଇର କେସି ପାଟିଲ କଲେଜ ଅଫ ଇଞ୍ଜିନିୟରିଂର ୫୦ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର, ଦ୍ବିତୀୟ ଦିନରେ ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି।

ଗସ୍ତ ପୂର୍ବରୁ ସେମାନଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବିଷୟରେ ସୂଚନା ଦିଆଯାଇଥିଲା। ମହାରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ଆତିଥେୟ ପ୍ରଦାନ କରିଥିବା ଭୁବନେଶ୍ବରର ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି (ଜିଆଇଏଫଟି) ପକ୍ଷରୁ ଏକ ଉପସ୍ଥାପନା ମାଧ୍ୟମରେ ଶ୍ରୀଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ସମେତ ବିଭିନ୍ନ ଐତିହାସିକ ସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଆଜିର ଦିନରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ଏକ ଭାଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମରାଠୀ ଏବଂ ଓଡ଼ିଆ ଭାଷାରେ ସାମଞ୍ଜସ୍ୟ ଥିବା କେତେକ ଶବ୍ଦ ବିଷୟରେ ଛାତ୍ରଛାତ୍ରୀ ଜାଣିବାକୁ ପାଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ୫୦ ଜଣ ଛାତ୍ରଛାତ୍ରୀ ଏବଂ ୪ ଜଣ ଶିକ୍ଷକଶିକ୍ଷୟିତ୍ରୀ ସମ୍ପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟମାନଙ୍କ ମଧ୍ୟରେ ଆପୋସ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଖଣ୍ଡ ଭାରତର ସ୍ବପ୍ନକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ଦେଶବ୍ୟାପୀ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ନଭି ମୁମ୍ବାଇରେ ରଥଯାତ୍ରା, ଛେରାପହଁରା କଲେ ଓଡ଼ିଆ ପୁଅ

ମୁମ୍ବାଇ: ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା କରାଯାଇଥିଲା। ଏହି ଅବସରରେ ଠାକୁରଙ୍କ ପହଣ୍ଡି ବିଜେ ଓ ନୀତି ପୂଜା ପରେ ଶ୍ରୀଜିଉଙ୍କ ନିକଟରେ ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା କରିଥିଲେ। ପାରମ୍ପରିକ ଘଂଟ ବାଦ୍ୟରେ ପୂଜା କରାଯାଇଥିଲା।

ଏହା ପରେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ପ୍ରାୟ ୧୦ହଜାର ଏହି ଯାତ୍ରାରେ ସାମିଲ ହୋଇଥିଲେ। ବର୍ଷାରେ ରଥ ଟାଣି ଭକ୍ତମାନେ ନଭି ମୁମ୍ବାଇର ଖରଘର ସେକ୍ଟର ୩ରୁ ସେକ୍ଟର ୧୨ ପର୍ଯ୍ୟନ୍ତ ରଥ ଟାଣି ନେବା ପରେ ମାଉସିମା ମନ୍ଦିରକୁ ନେଇଥିଲେ। ଏହା ପରେ ପ୍ରସାଦ ସେବନ ଓ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ନଭି ମୁମ୍ବାଇର ଗୋଟିଏ ବିଦ୍ୟାଳୟରୁ ୧୬ ଛାତ୍ର ପଜିଟିଭ, ବିଦେଶରୁ ଫେରିଥିଲେ ସଂକ୍ରମିତ ଛାତ୍ରଙ୍କ ପିତା

ମୁମ୍ବାଇ: ମହାରାଷ୍ଟ୍ରର ନଭି ମୁମ୍ବାଇର ଏକ ବିଦ୍ୟାଳୟରେ ଜଣେ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପରୀକ୍ଷା ପରେ ଆଉ ୧୬ ଜଣ ଛାତ୍ର କରୋନା ପଜିଟିଭ ଥିବା ଜଣାପଡିଛି। ଯେଉଁ ଛାତ୍ର ପ୍ରଥମେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା, ତାଙ୍କ ପିତା ନିକଟରେ କତାରରୁ ଫେରି ଆସିଥିଲେ। ଯାହା ପରେ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ସମଗ୍ର ପରିବାରର କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସେହି ବ୍ୟକ୍ତିଙ୍କର ରିପୋର୍ଟ ନେଗେଟିଭ ଥିଲା, କିନ୍ତୁ ତାଙ୍କ ପୁଅ କରୋନା ପଜିଟିଭ୍ ବୋଲି ଜଣାପଡିଛି।

ଏହା ପରେ, ସେହି ବ୍ୟକ୍ତିଙ୍କ ପୁଅ ପଢୁଥିବା ବିଦ୍ୟାଳୟର ୬୫୦ ଜଣ ଛାତ୍ରଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୬ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ଶୁକ୍ରବାର ଦିନ ମହାରାଷ୍ଟ୍ରରେ ୯୦୨ ନୂତନ କୋଭିଡ-୧୯ ମାମଲା ଏବଂ ନୂତନ ଭାରିଆଣ୍ଟ ଓମିକ୍ରନର ଆଠଟି ମାମଲା ରିପୋର୍ଟ ହୋଇଛି। ପୁଣେରେ ଓମିକ୍ରନର ୬ ଟି ମାମଲା ଦେଖିବାକୁ ମିଳିଥିଲା

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୭ ହଜାର ୧୪୫ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୮ ହଜାର ୭୦୬ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ସହିତ, କରୋନାରୁ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୭୧ ହଜାର ୪୭୧ କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ଦେଶରେ ସୁସ୍ଥ ହାର ହେଉଛି ୯୮.୩୮%, ଯାହା ମାର୍ଚ୍ଚ ୨୦୨୦ ଠାରୁ ଅଧିକ। ସକ୍ରିୟ ମାମଲା ବିଷୟରେ କହିବାକୁ ଗଲେ, ସମଗ୍ର ଦେଶରେ ୮୪ ହଜାର ୫୬୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି, ଯାହା ୫୬୯ ଦିନ ମଧ୍ୟରେ ସର୍ବନିମ୍ନ ଅଟେ।