Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ଆମ ଅଲିମ୍ପିକ ମୂଲ୍ୟବୋଧ ଓ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି: ଆଇଓସି ସଭାପତି
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ଆମ ଅଲିମ୍ପିକ ମୂଲ୍ୟବୋଧ ଓ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି: ଆଇଓସି ସଭାପତି

October 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମୁମ୍ବାଇରେ ଗୁରୁବାର ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି (ଆଇଓସି)ର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକର ଉଦ୍‌ଘାଟନ ଅବସରରେ ସମ୍ବୋଧିତ କରି ଆଇଓସିର ସଭାପତି ଥୋମାସ୍ ବାକ୍ ରିଲାଏନ୍ସ ଫାଉଣ୍ଡେସନ ଓ ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନିଙ୍କୁ ଭୁୟଶୀ ପ୍ରଶଂସା କରିଛନ୍ତି। ନଭି ମୁମ୍ବାଇ ସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ୟଙ୍ଗ ଚାମ୍ପସ୍ ଏକାଡେମି ପରିଦର୍ଶନ କରିବା ପରେ ସେ ଅତ୍ୟନ୍ତ ପ୍ରଭାବିତ ହୋଇଥିବା କହିଛନ୍ତି।

ଶ୍ରୀ ବାକ୍‌ କହିଛନ୍ତି ଯେ, “ ମୁଁ ଆମ ଆଇଓସି ସହଯୋଗୀ ତଥା ବନ୍ଧୁ ନୀତା ଅମ୍ବାନିଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ ପରିଦର୍ଶନ କରିଥିଲି ଏବଂ ସେମାନେ କ୍ରୀଡ଼ା ଓ ଶିକ୍ଷାକୁ ନେଇ ଶିଶୁ ଓ ଯୁବବର୍ଗଙ୍କୁ ପ୍ରଦାନ କରୁଥିବା କାର୍ଯ୍ୟକ୍ରମ ଦେଖିଥିଲି। ରିଲାଏନ୍ସ ଫାଉଣ୍ଡେସନ ଓ ତାଙ୍କ ଟିମ୍ ଦ୍ୱାରା ମୁଁ ଗଭୀର ଭାବେ ପ୍ରଭାବିତ କାରଣ ସେହି କେନ୍ଦ୍ରରେ ସାରା ଭାରତର ବିଭିନ୍ନ ଅଂଚଳର ପିଲାମାନଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନଗ୍ରସର ପରିବାରରୁ ଆସିଛନ୍ତି । ସେମାନଙ୍କୁ ପାଠପଢ଼ା ଓ ସ୍କୁଲ ଶିକ୍ଷା ପ୍ରଦାନ ସହିତ ସମାନ ସମୟରେ କ୍ରୀଡ଼ା ତାଲିମର ସୁଯୋଗ ଦିଆଯାଉଛି ଏବଂ ଏକ ଉଚ୍ଚ ମାନର କ୍ରୀଡ଼ାବିତରେ ପରିଣତ ହେବା ଲାଗି ସେମାନଙ୍କୁ ପ୍ରସ୍ତୁତ କରାଯାଉଛି।’’

ଅଲିମ୍ପିକ୍ ମୂଲ୍ୟବୋଧ ଅନୁସାରେ ରିଲାଏନ୍ସ ଫାଉଣ୍ଡେସନ ଓ ଏହାର ଅଧ୍ୟକ୍ଷା ତଥା ଆଇଓସି ସଦସ୍ୟା ଶ୍ରୀମତୀ ଅମ୍ବାନିଙ୍କ କାର୍ଯ୍ୟ ଓ ଦୃଷ୍ଟିକୋଣକୁ ନେଇ ଶ୍ରୀ ବାକ୍ ବେଶ ପ୍ରଭାବିତ ହୋଇଥିବା ପ୍ରକାଶ କରିବା ସହିତ ତାଙ୍କ ମତରେ ତାହା ବାସ୍ତବରେ ଅଲିମ୍ପିକ୍ ମୂଲ୍ୟବୋଧର ପ୍ରତିଫଳନ ବୋଲି କହିଛନ୍ତି।

ଶ୍ରୀ ବାକ୍ କହିଛନ୍ତି ଯେ, “ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ବାସ୍ତବରେ ଆମ ଅଲିମ୍ପିକ୍ ମୂଲ୍ୟବୋଧ ଓ ଦୃଷ୍ଟିକୋଣକୁ ଦର୍ଶାଉଛି । ଆମ ସହଯୋଗୀଙ୍କ ମାର୍ଗଦର୍ଶନରେ ରିଲାଏନ୍ସ ଫାଉଣ୍ଡେସନ ଭଳି ଏକ ଘରୋଇ ସଂସ୍ଥା ଜରିଆରେ ଯେଉଁଭଳି ବ୍ୟାପକ ଭାବେ କାର୍ଯ୍ୟ ହେଉଛି ତାହା ବେଶ ପ୍ରଶଂସନୀୟ ଏବଂ ଭାରତରେ କ୍ରୀଡ଼ା ଓ ଅଲିମ୍ପିକ୍ କ୍ରୀଡ଼ାର ଭବିଷ୍ୟତ ପାଇଁ ଅତ୍ୟନ୍ତ ଉତ୍ସାହଜନକ ମଧ୍ୟ ।’’

ଭାରତରେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି)ର ସଫଳତା ପାଇଁ ଚଳିତ ସପ୍ତାହ ପ୍ରାରମ୍ଭରେ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଅଲିମ୍ପିକ୍ ମ୍ୟୁଜିୟମ୍ ସହିତ ମିଳିତ ଭାବରେ ରିଲାଏନ୍ସ ଫାଉଣ୍ଡେସନ ସହ ଏକ ସହଯୋଗିତା ବୁଝାମଣା ସ୍ୱାକ୍ଷର କରାଯାଇଛି । ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଜରିଆରେ ଅଲିମ୍ପିକ୍ ମୂଲ୍ୟବୋଧର ପ୍ରସାର ଦିଗରେ ଉଭୟ ସଂସ୍ଥାର ମିଳିତ ଉଦ୍ୟମ ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି ।
ମୁମ୍ବାଇସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ୟଙ୍ଗ୍ ଚାମ୍ପ୍‌ସ (ଆରଏଫ୍‌ୱାଇସି) ଫୁଟବଲ ଏକାଡେମି ପରିଦର୍ଶନ ସମୟରେ ଏହି ସହଯୋଗିତା ନେଇ ଆଇଓସି ସଭାପତି ଥୋମାସ୍ ବାକ୍ ଓ ଆଇଓସି ସଦସ୍ୟା ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି ସହମତି ପ୍ରକାଶ କରିଥିଲେ । ଏ ସମ୍ପର୍କରେ ମଧ୍ୟ ଉଦ୍‌ଘାଟନୀ ଅଭିଭାଷଣରେ ଶ୍ରୀ ବାକ୍ ଉଲ୍ଲେଖ କରିଥିଲେ ।

ଆଇଓସି ସଭାପତି ନଭି ମୁମ୍ବାଇ ନୀତା ଅମ୍ବାନି ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026
Latest News

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ତେହେରାନରୁ ଉଡିଲା ବିମାନ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.