Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ 24 ଘଣ୍ଟାରେ ସର୍ବାଧିକ 2474ଟି ନମୁନା ପରୀକ୍ଷା

ଭୁବନେଶ୍ବର : ଗତ 24 ଘଣ୍ଟାରେ ରାଜ୍ୟରେ ସର୍ବାଧିକ ନମୁନା ପରୀକ୍ଷା ହୋଇଛି । ଗତକାଲି 2474ଟି ନମୁନା ପରୀକ୍ଷା ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆରଏମ୍‌ଆରଏସିରେ 1241, ଏମ୍‌ସରେ 115, ଏସ୍‌ସିବିରେ 548ଟି,ଏମ୍‌କେସିଜିରେ 45, ଭୀମସାରରେ 6, ଆଇଏସ୍‌ରେ 377ଟି, ଆଇଜିଏଚ୍‌ରେ 63 ଓ ଆପୋଲୋରେ 19ଟି ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 90ରେ ପହଞ୍ଚିଛି । ସେହିପରି 33 ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଛି

ଭୁବନେଶ୍ବର : କରୋନା ମୁକାବିଲା କରିବାରେ ରାଜ୍ୟସରକାର ଦୁଇ ପାଦ ଆଗରେ ରହୁଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ହେଉ ଅଥବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାରେ ଓଡ଼ିଶା ସରକାର ସବୁବେଳେ ଆଗରେ ରହୁଛନ୍ତି ।  କରୋନା ମ୍ୟାନଜେମେଣ୍ଟରେ କେନ୍ଦ୍ର ସରକାରଙ୍କଠୁ ସଫଳତା ମଧ୍ୟ ପାଇଛନ୍ତି । କରୋନା ଲଢେଇ ପାଇଁ ସରକାର ବିଶେଷ ପଦକ୍ଷେପମାନ ନେଉଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ଅଧିକ ସଂଖ୍ୟକ ନମୁନା ପରୀକ୍ଷା ପାଇଁ ଗୁରୁତ୍ବ ଦେଉଛନ୍ତି ।  କାଲି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଛି । କାଲି ଗୋଟିଏ ଦିନରେ 2027ଟି ଆରଟିପିସିଆର୍‌ (RTPCR) ନମୁନା ପରୀକ୍ଷା କରାଯାଇଛି । ଆରଏମ୍‌ଆରସିରେ 1234 ନମୁନା, ଏମସ୍‌ରେ 77ଟି ନମୁନା, ଏସିସିବି-378, ଏମ୍‌କେସିଜି -41, ଭୀମସାର-33ଟି ନମୁନା, ଆଇଏଲଏସ୍‌-192, ଆଇଜିଏଚ୍‌-51 ଓ ଆପୋଲରେ 21ଟି ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।