ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଛି

Published: Apr 22, 2020, 8:36 am IST

ଭୁବନେଶ୍ବର : କରୋନା ମୁକାବିଲା କରିବାରେ ରାଜ୍ୟସରକାର ଦୁଇ ପାଦ ଆଗରେ ରହୁଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ହେଉ ଅଥବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାରେ ଓଡ଼ିଶା ସରକାର ସବୁବେଳେ ଆଗରେ ରହୁଛନ୍ତି ।  କରୋନା ମ୍ୟାନଜେମେଣ୍ଟରେ କେନ୍ଦ୍ର ସରକାରଙ୍କଠୁ ସଫଳତା ମଧ୍ୟ ପାଇଛନ୍ତି । କରୋନା ଲଢେଇ ପାଇଁ ସରକାର ବିଶେଷ ପଦକ୍ଷେପମାନ ନେଉଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ଅଧିକ ସଂଖ୍ୟକ ନମୁନା ପରୀକ୍ଷା ପାଇଁ ଗୁରୁତ୍ବ ଦେଉଛନ୍ତି ।  କାଲି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଛି । କାଲି ଗୋଟିଏ ଦିନରେ 2027ଟି ଆରଟିପିସିଆର୍‌ (RTPCR) ନମୁନା ପରୀକ୍ଷା କରାଯାଇଛି । ଆରଏମ୍‌ଆରସିରେ 1234 ନମୁନା, ଏମସ୍‌ରେ 77ଟି ନମୁନା, ଏସିସିବି-378, ଏମ୍‌କେସିଜି -41, ଭୀମସାର-33ଟି ନମୁନା, ଆଇଏଲଏସ୍‌-192, ଆଇଜିଏଚ୍‌-51 ଓ ଆପୋଲରେ 21ଟି ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।

Related posts