Categories
ଆଜିର ଖବର ଜାତୀୟ ଖବର

କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ର ଟର୍ମସ ଅଫ୍ ରେଫରେନ୍ସକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ବିଚାର ପାଇଁ ଆଇଏସଆରଡବ୍ଲୁଡି ଆଇନର ଧାରା ୫(୧) ଅଧୀନରେ ବର୍ତ୍ତମାନର କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ (କେଡବ୍ଲୁଡିଟି-୨)କୁ ଅଧିକ ଟର୍ମସ ଅଫ୍ ରେଫରେନ୍ସ (ଟିଓଆର) ପ୍ରଦାନ କୁ ଅନୁମୋଦନ ମିଳିଛି। ଆନ୍ତଃରାଜ୍ୟ ନଦୀ ଜଳ ବିବାଦ (ଆଇଏସଆରଡବ୍ଲୁଡି) ଆଇନ ୧୯୫୬ର ଧାରା (୩) ଅଧୀନରେ ତେଲଙ୍ଗାନା ସରକାର ସେମାନଙ୍କ ଅଭିଯୋଗରେ ଉପସ୍ଥାପନ କରିଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାପ୍ତ ଆଇନଗତ ମତାମତ ଉପରେ ଏହା ଆଧାରିତ।

କ୍ରିଷ୍ଣା ନଦୀ ଜଳର ବ୍ୟବହାର, ବିତରଣ କିମ୍ବା ନିୟନ୍ତ୍ରଣକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ବିବାଦର ସମାଧାନ ଦ୍ୱାରା ଉଭୟ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବିକାଶର ନୂତନ ମାର୍ଗ ଖୋଲିବ। ଏଥିସହିତ ଦୁଇ ରାଜ୍ୟର ଲୋକଙ୍କ ପାଇଁ ଲାଭଦାୟକ ପରିଣାମ ମିଳିବ ଯାହା ଆମ ଦେଶକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।

ଆଇଏସଆରଡବ୍ଲୁଡି ଆଇନ, ୧୯୫୬ର ଧାରା ୩ ଅଧୀନରେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ୦୨.୦୪.୨୦୦୪ରେ କ୍ରିଷ୍ଣା ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ -୨ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ, ୦୨. ୦୬. ୨୦୧୪ରେ ଭାରତର ଏକ ନୂଆ ରାଜ୍ୟ ଭାବେ ତେଲଙ୍ଗାନାର ଗଠନ ହୋଇଥିଲା। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ (ଏପିଆରଏ), ୨୦୧୪ର ଧାରା ୮୯ ଅନୁଯାୟୀ, ଏପିଆରଏ ୨୦୧୪ର ଉକ୍ତ ଧାରା (ଏ) ଏବଂ (ବି)ର ସମାଧାନ ପାଇଁ କେଡବ୍ଲୁଡିଟି-୨ର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।

ଏହାପରେ କ୍ରିଷ୍ଣ ନଦୀ ଜଳର ବ୍ୟବହାର, ବିତରଣ ଉପରେ ବିବାଦକୁ ଦର୍ଶାଇ ୧୪.୦୭. ୨୦୧୪ରେ ତେଲଙ୍ଗାନା ସରକାର ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର (ଡିଓଡବ୍ଲୁଆର, ଆରଡି ଓ ଜିଆର)କୁ ଏକ ଅଭିଯୋଗ ପଠାଇଥିଲେ। ୨୦୧୫ରେ ମାନ୍ୟବର ସୁପ୍ରିମ୍ କୋର୍ଟରେ ଏହି ମାମଲାରେ ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଏକ ରିଟ୍ ପିଟିସନ୍ ମଧ୍ୟ ଦାଖଲ କରାଯାଇଥିଲା। କେବଳ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ରେଫରେନ୍ସର ପରିସରକୁ ସୀମିତ ରଖି ବର୍ତ୍ତମାନର କେଡବ୍ଲୁଡିଟି -୨କୁ ଅଭିଯୋଗ ପଠାଇବା ଲାଗି ୨୦୧୮ରେ, ତେଲଙ୍ଗାନା ସରକାର ଡିଓଡବ୍ଲୁଆର, ଆରଡି ଓ ଜିଆରକୁ ଅନୁରୋଧ କରିଥିଲା। ପରେ ୨୦୨୦ରେ ମାନ୍ୟବର ମନ୍ତ୍ରୀ (ଜଳଶକ୍ତି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଆପେକ୍ସ କାଉନସିଲ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଦ୍ୱିତୀୟ ସର୍ବୋଚ୍ଚ ପରିଷଦ ବୈଠକରେ ଆଲୋଚନା ଅନୁଯାୟୀ, ୨୦୨୧ରେ ତେଲଙ୍ଗାନା ସରକାର ଉକ୍ତ ରିଟ୍ ପିଟିସନ୍ ପ୍ରତ୍ୟାହାର କରିନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଡିଓଡବ୍ଲୁଆର, ଆରଡି ଓ ଜିଆର ବିଭାଗ ଏହି ମାମଲାରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଆଇନଗତ ମତାମତ ମାଗିଥିଲେ।

Categories
ବିଶେଷ ଖବର

ତେଲେଙ୍ଗାନାର ନିଜାମାବାଦ ଠାରେ ପାଖାପାଖି ୮୦୦୦ କୋଟିର ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ନିଜାମାବାଦ ଠାରେ ବିଦ୍ୟୁତ୍, ରେଳ ଏବଂ ସ୍ୱାସ୍ଥ୍ୟ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉତ୍ସର୍ଗ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ, ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ୍ ସମେତ ଅନେକ ରେଳ ପ୍ରକଳ୍ପ; ଏବଂ ଧର୍ମବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଶ୍ରୀ ମୋଦୀ ସିଦ୍ଦିପେଟ୍ – ସିକନ୍ଦରାବାଦ -ସିଦ୍ଦିପେଟ୍ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ପାଇଁ ତେଲେଙ୍ଗାନାର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, କୌଣସି ରାଷ୍ଟ୍ର ବା ରାଜ୍ୟର ବିକାଶ ବିଦ୍ୟୁତ ଉତ୍ପାଦନ ପାଇଁ ଏହାର ଆତ୍ମନିର୍ଭରଶୀଳ କ୍ଷମତା ଉପରେ ନିର୍ଭର କରେ , କାରଣ ଏହା ସହଜ ଜୀବନଧାରଣ ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ (ବ୍ୟବସାୟରେ ସହଜତା) ରେ ଏକା ସହିତ ଉନ୍ନତି ଆଣିଥାଏ । ପେଡାପଲ୍ଲୀ ଜିଲ୍ଲାରେ ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ୍‌ର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବିଦ୍ୟୁତ୍‌ର ସୁଚାରୁ ରୂପେ ଯୋଗାଣ ଏକ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ” । ଦ୍ୱିତୀୟ ୟୁନିଟ୍ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ଏହା ସମ୍ପୂର୍ଣ୍ଣ ହେବା ପରେ ବିଦ୍ୟୁତ୍ କେନ୍ଦ୍ରର ସ୍ଥାପନ କ୍ଷମତା ୪,୦୦୦ ମେଗାୱାଟ୍‌କୁ ବୃଦ୍ଧି ପାଇବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଦେଶର ସମସ୍ତ ଏନ୍‌ଟିପିସି ପାୱାର ପ୍ଲାଣ୍ଟ ମଧ୍ୟରୁ ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ସବୁଠାରୁ ଅତ୍ୟାଧୁନିକ ପାୱାର ପ୍ଲାଣ୍ଟ ବୋଲି ସେ ଖୁସି ବ୍ୟକ୍ତ କରିଥିଲେ । ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରବୃତ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ପାୱାର ପ୍ଲାଣ୍ଟରେ ଉତ୍ପାଦିତ ବିଦ୍ୟୁତର ଏକ ବଡ଼ ଅଂଶ ତେଲେଙ୍ଗାନାର ଲୋକ ମାନଙ୍କ ପାଖକୁ ଯିବ” । ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସ ସମ୍ପର୍କରେ ସେ ମନେ ପକାଇଥିଲେ ଏବଂ ଆଜି ଏହାକୁ ଉଦ୍‌ଘାଟନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ଆମ ସରକାରଙ୍କ ନୂତନ କାର୍ଯ୍ୟ ସଂସ୍କୃତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ତେଲେଙ୍ଗାନାର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ନିକଟରେ ହାସନ – ଚେର୍ଲାପଲ୍ଲୀ ପାଇପଲାଇନ୍ ଲୋକାର୍ପଣ କରିବା କଥା ସେ ମନେ ପକାଇଥିଲେ । ଏହି ପାଇପଲାଇନ୍ ଶସ୍ତା ଏବଂ ପରିବେଶ ଅନୁକୂଳ ଉପାୟରେ ଏଲପିଜି ପରିବର୍ତ୍ତନ, ପରିବହନ ଏବଂ ବିତରଣର ଆଧାର ହେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତିକରଣ ପ୍ରକଳ୍ପ ଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଦ୍ୱାରା ରାଜ୍ୟରେ ଯୋଗାଯୋଗ ବୃଦ୍ଧି ହେବା ସହ ଦୁଇଟି ଟ୍ରେନର ହାରାହାରି ବେଗ ବୃଦ୍ଧି ପାଇବ । ଭାରତୀୟ ରେଳବାଇ ସମସ୍ତ ରେଳ ଲାଇନ୍‌କୁ ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ନେଇ ଗତି କରୁଛି ବୋଲି ସେ କହିଛନ୍ତି । ମନୋହରାବାଦ ଏବଂ ସିଦ୍ଦିପେଟ ମଧ୍ୟରେ ନୂତନ ରେଳ ସଂଯୋଗ ବ୍ୟବସାୟ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସକୁ ମନେ ପକାଇଥିଲେ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ମନେ ପକାଇଥିଲେ ଯେ, ସ୍ୱାସ୍ଥ୍ୟ ସେବା କିପରି ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ କ୍ଷେତ୍ର ଥିଲା । ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରିବା ପାଇଁ ତଥା ସୁଲଭ କରିବା ନିମନ୍ତେ ନିଆ ଯାଇଥିବା ଅନେକ ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦୀ ସୂଚନା ଦେଇଥିଲେ । ମେଡିକାଲ କଲେଜ ଓ ଏମ୍ସ ଗୁଡିକର ସଂଖ୍ୟା ବଢ଼ୁଥିବା ନେଇ ସେ ଆଲୋଚନା କରିଥିଲେ, ଯହା ମଧ୍ୟରେ ବିବିନଗରରେ ଥିବା ଏକ ଏମ୍ସ ବିଷୟରେ ସେ କହିଥିଲେ । ଏହା ସହିତ ଡାକ୍ତର ମାନଙ୍କ ସଂଖ୍ୟା ବୃଦ୍ଧି କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି ।

ପ୍ରଧାନମନ୍ତ୍ରୀ ପିଏମ୍ ଆୟୁଷ୍ମାନ ଭାରତ ଭିତ୍ତିଭୂମି ମିଶନ ବିଷୟରେ ସୂଚନା ଦେଇଥିଲେ, ଯାହା ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ଗୁଣାତ୍ମକ ଭିତ୍ତିଭୂମି ସୁନିଶ୍ଚିତ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହି ମିଶନ ଅଧୀନରେ ଆଜି ତେଲେଙ୍ଗାନା ଠାରେ ୨୦ଟି କ୍ରିଟିକାଲ କେୟାର ବ୍ଲକର ଶିଳାନ୍ୟାସ କରାଯାଇଛି । ବ୍ଲକ୍ ଗୁଡିକ ଏପରି ଭାବରେ ନିର୍ମାଣ କରାଯିବ ଯେପରି ସେଠାରେ ଉତ୍ସର୍ଗୀକୃତ ଆଇସୋଲେସନ ୱାର୍ଡ, ଅକ୍ସିଜେନ ଯୋଗାଣ ଏବଂ ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିବ ବୋଲି ସେ ସୂଚନା ଦେଇଛନ୍ତି ।

\”ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ୫୦ ରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ସାରିଛି\” ବୋଲି ସେ କହିଥିଲେ । କରୋନା ମହାମାରୀ ସମୟରେ ତେଲେଙ୍ଗାନାରେ ୫୦ଟି ବୃହତ୍ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରା ଯାଇଥିଲା ଯାହା ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ବିଦ୍ୟୁତ୍‌, ରେଳ ବାଇ ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଜିର ପ୍ରକଳ୍ପ ଗୁଡିକ ପାଇଁ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ଶେଷ କରିଥିଲେ ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଦେଶରେ ଉନ୍ନତ ଶକ୍ତି ଦକ୍ଷତା ସହିତ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ପ୍ରଥମ ୮୦୦ ମେଗାୱାଟ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ଏହା ତେଲେଙ୍ଗାନାକୁ ଶସ୍ତାରେ ବିଜୁଳି ଯୋଗାଇବା ସହ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହା ଦେଶର ସବୁଠାରୁ ପରିବେଶ ଅନୁକୂଳ ପାୱାର ଷ୍ଟେସନ ମଧ୍ୟରୁ ଅନ୍ୟତମ ହେବ ।

ପ୍ରଧାନମନ୍ତ୍ରୀ ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ ସମେତ ରେଳ ପ୍ରକଳ୍ପ ଗୁଡିକୁ ଏବଂ ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଗୁଡଇକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପରେ ତେଲେଙ୍ଗାନାର ରେଳ ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିଛି । ୭୬ କିଲୋମିଟର ଦୀର୍ଘ ମନୋହରାବାଦ – ସିଦ୍ଦିପେଟ ରେଳ ଲାଇନ୍ ଏହି ଅଞ୍ଚଳର , ବିଶେଷ କରି ମେଡକ ଏବଂ ସିଦ୍ଦିପେଟ ଜିଲ୍ଲାରେ ସାମାଜିକ – ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ।

ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଟ୍ରେନର ହାରାହାରି ବେଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳରେ ପରିବେଶ ଅନୁକୂଳ ରେଳ ପରିବହନ କୁ ଆଗେଇ ନେବ । ପ୍ରଧାନମନ୍ତ୍ରୀ ସିଦ୍ଦିପେଟ୍ – ସିକନ୍ଦରାବାଦ – ସିଦ୍ଦିପେଟ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଦ୍ୱାରା ଏହି ଅଞ୍ଚଳର ସ୍ଥାନୀୟ ରେଳ ଯାତ୍ରୀମାନେ ଉପକୃତ ହେଉଛନ୍ତି ।

ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବୃଦ୍ଧି ନିମନ୍ତେ ପ୍ରୟାସ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ପିଏମ୍ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଆଦିଲାବାଦ, ଭଦ୍ରାଦ୍ରି କୋଥାଗୁଡେମ, ଜୟଶଙ୍କର ଭୁପାଲପଲ୍ଲୀ, ଜୋଗୁଲାମ୍ବା ଗଡ଼ୱାଲ, ହାଇଦ୍ରାବାଦ, ଖମ୍ମାମ, କୁମୁରମ୍ ଭୀମ ଆସିଫାବାଦ, ମଞ୍ଚେରିଆଲ, ମହବୁବନଗର (ବଡ଼େପାଲ୍ଲୀ), ମୁଲୁଗୁ, ନାଗରକୁର୍ଣ୍ଣୁଲ, ନାଲଗୋଣ୍ଡା, ନାରାୟଣପେଟ, ନିର୍ମଳ, ରାଜନ୍ନା ସିରସିଲା, ରଙ୍ଗାରେଡ୍ଡୀ (ମହେଶ୍ୱରମ୍‌), ସୂର୍ଯ୍ୟପେଟ, ପେଡାପଲ୍ଲୀ, ଭିକାରବାଦ ଏବଂ ୱାରାଙ୍ଗଲ (ନରସମପେଟ) ଜିଲ୍ଲାରେ ଏହି ସିସିବି ନିର୍ମାଣ କରାଯିବ । ଏହି ସିସିବି ଗୁଡ଼ିକ ସମଗ୍ର ତେଲେଙ୍ଗାନାରେ ଜିଲ୍ଲାସ୍ତରୀୟ କ୍ରିଟିକାଲ କେୟାର ଭିତ୍ତିଭୂମିର ଅଭିବୃଦ୍ଧି କରିବ ଏବଂ ରାଜ୍ୟର ଲୋକମାନେ ଉପକୃତ ହେବେ।

Categories
ବିଶେଷ ଖବର

୨୭,୦୦୦ କୋଟିର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ବସ୍ତରର ଜଗଦଲପୁର ଠାରେ ପାଖାପାଖି ୨୭,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବସ୍ତର ଜିଲ୍ଲାର ନାଗରନାର ଠାରେ ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ୨୩,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇସ୍ପାତ କାରଖାନାର ଲୋକାର୍ପଣ ସହ ଏକାଧିକ ରେଳ ଓ ସଡ଼କ କ୍ଷେତ୍ର ପ୍ରକଳ୍ପ ଗୁଡିକୁ ଲୋକାର୍ପଣ କରିବା ଇତ୍ୟାଦି ରହିଛି। ସେ ତାରୋକି – ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଜିଲ୍ଲା ଏବଂ ପ୍ରତ୍ୟେକ ଗ୍ରାମର ବିକାଶ ହେଲେ ହିଁ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ଏହି ସଂକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଜି ପ୍ରାୟ ୨୭,୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ଏବଂ ବିକାଶ ମୂଳକ ପ୍ରକଳ୍ପ ପାଇଁ ଛତିଶଗଡ଼ବାସୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ଭାରତ ପାଇଁ ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମି ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ହେବା ଉଚିତ। ଚଳିତ ବର୍ଷ ଭିତ୍ତିଭୂମି ପାଇଁ ବ୍ୟୟବରାଦ ୧୦ ଲକ୍ଷ କୋଟି ଟଙ୍କା ରହିଛି, ଯାହା କି ୬ ଗୁଣା ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଛନ୍ତି।

ରେଳ, ସଡ଼କ, ବିମାନ ବନ୍ଦର, ବିଦ୍ୟୁତ ପ୍ରକଳ୍ପ, ପରିବହନ, ଗରିବଙ୍କ ପାଇଁ ଘର ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଗୁଡିକରେ ଇସ୍ପାତର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ଇସ୍ପାତ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। “ଛତିଶଗଡ଼ ଏକ ବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହେବାର ଲାଭ ଉଠାଉଛି”, ବୋଲି ପ୍ରଧାନମନ୍ତ୍ରୀ ଆଜି ନାଗରନାର ଠାରେ ଅନ୍ୟତମ ଅତ୍ୟାଧୁନିକ ଇସ୍ପାତ କାରଖାନାର ଉଦ୍‌ଘାଟନ ଉପରେ ଗୁରୁତ୍ୱାରୋପ କରି କହିଥିଲେ।

ଏହି କାରଖାନାରେ ଉତ୍ପାଦିତ ଇସ୍ପାତ ଦେଶର ଅଟୋମୋବାଇଲ, ଇଞ୍ଜିନିୟରିଂ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି ସେ କହିଥିଲେ। ବସ୍ତରରେ ଉତ୍ପାଦିତ ଇସ୍ପାତ ସଶସ୍ତ୍ର ବାହିନୀକୁ ସୁଦୃଢ଼ କରିବା ସହ ପ୍ରତିରକ୍ଷା ରପ୍ତାନୀକୁ ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ଇସ୍ପାତ କାରଖାନା ବସ୍ତର ଓ ଆଖପାଖ ଅଞ୍ଚଳର ପାଖାପାଖି ୫୦ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହି ନୂତନ ଇସ୍ପାତ କାରଖାନା କେନ୍ଦ୍ର ସରକାରଙ୍କ ଦ୍ୱାରା ବସ୍ତର ଭଳି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ବିକାଶକୁ ପ୍ରାଥମିକତା ଦେବା ପାଇଁ ନୂତନ ଗତି ପ୍ରଦାନ କରିବ ବୋଲି ସେ କହିଛନ୍ତି।

ଯୋଗାଯୋଗ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଅର୍ଥନୈତିକ କରିଡର ଏବଂ ଆଧୁନିକ ରାଜପଥ ବିଷୟରେ ଉଲ୍ଲେଖ କରିଥିଲେ। ୨୦୧୪ ମସିହା ତୁଳନାରେ ଛତିଶଗଡ଼ର ରେଳ ବଜେଟ୍ ପ୍ରାୟ ୨୦ ଗୁଣା ବୃଦ୍ଧି କରାଯାଇଛି। ସ୍ୱାଧୀନତାର ଏତେ ବର୍ଷ ପରେ ତାରୋକିକୁ ଏକ ନୂଆ ରେଳ ଲାଇନର ଉପହାର ମିଳୁଛି ବୋଲି ସେ ସେ ଉଲ୍ଲେଖ କରିଛନ୍ତି। ନୂଆ ଡେମୁ ଟ୍ରେନ୍ ତାରୋକିକୁ ଦେଶର ରେଳ ମାନଚିତ୍ରରେ ସଂଯୋଗ କରିଛି ଯାହା ରାଜଧାନୀ ରାୟପୁରକୁ ଯାତ୍ରା କରିବା ସହଜ କରିବ। ଜଗଦଲପୁର ଏବଂ ଦାନ୍ତେୱାଡା ମଧ୍ୟରେ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବ ଏବଂ ଯାତ୍ରାକୁ ସହଜ କରିବ।

ଛତିଶଗଡ ରେଳ ଧାରଣାର ଶତ ପ୍ରତିଶତ ବିଦ୍ୟୁତୀକରଣ କାର୍ଯ୍ୟ ଶେଷ କରି ଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଚଳାଚଳ କରୁଛି । ଅମୃତ ଭାରତ ଷ୍ଟେସନ ଯୋଜନାରେ ଛତିଶଗଡ଼ର ୩୦ରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି। ସେଥି ମଧ୍ୟରୁ ୭ଟି ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ ହୋଇସାରିଛି। ବିଳାସପୁର, ରାୟପୁର ଏବଂ ଦୁର୍ଗ ଷ୍ଟେସନ ସହିତ ଆଜି ଜଗଦଲପୁର ଷ୍ଟେସନକୁ ଏହି ତାଲିକାରେ ସାମିଲ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ, ଜଗଦଲପୁର ଷ୍ଟେସନ ସହରର ମୁଖ୍ୟ କେନ୍ଦ୍ରରେ ପରିଣତ ହେବ ଏବଂ ଏଠାରେ ଯାତ୍ରୀ ସୁବିଧାର ଉନ୍ନତିକରଣ କରାଯିବ। ଗତ ୯ ବର୍ଷ ମଧ୍ୟରେ ରାଜ୍ୟର ୧୨୦ରୁ ଅଧିକ ଷ୍ଟେସନରେ ମାଗଣା ୱାଇ – ଫାଇ ସୁବିଧା ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ।

“ଛତିଶଗଡ଼ର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପ୍ରୟାସ କରୁଛନ୍ତି”, ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜିର ପ୍ରକଳ୍ପ ଗୁଡିକ ବିକାଶର ଗତିକୁ ଆଗକୁ ବଢ଼ାଇବ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ରାଜ୍ୟରେ ନୂତନ ଶିଳ୍ପକୁ ପ୍ରୋତ୍ସାହିତ କରିବ। ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ ଛତିଶଗଡ଼ର ବିକାଶ ଯାତ୍ରାରେ ସରକାର ନିଜର ସମର୍ଥନ ଜାରି ରଖିବେ ଏବଂ ଦେଶର ଭାଗ୍ୟ ବଦଳାଇବାରେ ରାଜ୍ୟ ନିଜର ଭୂମିକା ନିର୍ବାହ କରିବ। ଏହି ଅବସରରେ ଛତିଶଗଡର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ସହ ରାଜ୍ୟର ବିକାଶ ପାଇଁ ଚିନ୍ତିତ ଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ସାଂସଦ ମୋହନ ମାଣ୍ଡବୀ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବସ୍ତର ଜିଲ୍ଲାର ନାଗରନାର ଠାରେ ଥିବା ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ଇସ୍ପାତ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ୨୩,୮୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ଇସ୍ପାତ କାରଖାନା ହେଉଛି, ଏକ ଗ୍ରୀନଫିଲ୍ଡ ପ୍ରକଳ୍ପ ଯାହା ଉଚ୍ଚମାନର ଇସ୍ପାତ ଉତ୍ପାଦନ କରିବ। ନାଗରନାର ଠାରେ ଥିବା ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ଇସ୍ପାତ କାରଖାନା ସହିତ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ ଶିଳ୍ପରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏହା ବସ୍ତରକୁ ବିଶ୍ୱର ଇସ୍ପାତ ମାନଚିତ୍ରରେ ସ୍ଥାନିତ କରିବ ଏବଂ ଏହି ଅଞ୍ଚଳର ସାମାଜିକ – ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ।

ସମଗ୍ର ଦେଶରେ ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ଅନୁସରଣ କରି ଏହି କାର୍ଯ୍ୟକ୍ରମରେ ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା। ଅନ୍ତଗଡ଼ ଏବଂ ତାରୋକି ମଧ୍ୟରେ ଏକ ନୂତନ ରେଳ ଲାଇନ ଏବଂ ଜଗଦଲପୁର ଏବଂ ଦାନ୍ତେୱାଡା ମଧ୍ୟରେ ଏକ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ବୋରିଦାଣ୍ଡ – ସୁରଜପୁର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଏବଂ ଜଗଦଲପୁର ଷ୍ଟେସନର ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ତାରୋକି – ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରେଳ ପ୍ରକଳ୍ପ ଗୁଡ଼ିକ ରାଜ୍ୟର ଆଦିବାସୀ କ୍ଷେତ୍ର ଗୁଡିକରେ ଯୋଗାଯୋଗରେ ଉନ୍ନତି ଆଣିବ । ଉନ୍ନତ ରେଳ ଭିତ୍ତିଭୂମି ଏବଂ ନୂତନ ଟ୍ରେନ୍ ସେବା ସ୍ଥାନୀୟ ଲୋକଙ୍କୁ ଉପକୃତ କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସହାୟକ ହେବ।

୪୩ ନମ୍ବର ଜାତୀୟ ରାଜପଥର ‘କୁନକୁରିରୁ ଛତିଶଗଡ଼ – ଝାଡ଼ଖଣ୍ଡ ସୀମା ସେକ୍ସନ୍‌’ ପର୍ଯ୍ୟନ୍ତ ଏକ ସଡ଼କ ଉନ୍ନତିକରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ନୂତନ ରାସ୍ତା ସଡ଼କ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଏହି ଅଞ୍ଚଳର ଲୋକମାନେ ଉପକୃତ ହେବେ।

Categories
ଆଜିର ଖବର ଜାତୀୟ ଖବର

୯ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମକୁ ଆଜି ୯ ବର୍ଷ ପୂର୍ତ୍ତି ଅବସରରେ ମନ୍ କି ବାତ୍ ରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ ଏବଂ ତାହାର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରି ଏକ ଅଧ୍ୟୟନ ସେୟାର କରିଛନ୍ତି।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ଆଇଆଇଏମ୍ ବେଙ୍ଗାଲୁରୁ ର ଏକ ଗବେଷଣାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ର ୧୦୫ଟି ଏପିସୋଡର ପ୍ରଭାବକୁ ବିଶ୍ଳେଷଣ କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ଆଜି ‘ମନ୍ କି ବାତ୍’କୁ ୯ ବର୍ଷ ପୂରିବା ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ଅଧ୍ୟୟନ କରାଯାଇଛି, ଯେଉଁଥିରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ ଏବଂ ଏହାର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରାଯାଇଛି। ଏହା ଆଶ୍ଚର୍ଯ୍ୟଜନକ ଯେ ଆମେ କିପରି ଏହି ମାଧ୍ୟମରେ ଅନେକ ଜୀବନ ଯାତ୍ରା ଏବଂ ସାମୂହିକ ପ୍ରୟାସ ପାଳନ କରିଛୁ।‘‘

Categories
ଆଜିର ଖବର ଜାତୀୟ ଖବର

ନମାମି ଗଙ୍ଗେର ସହାୟତା ପାଇଁ ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ତାଙ୍କୁ ଦିଆଯାଇଥିବା ବିଭିନ୍ନ ଉପହାର ଏବଂ ମେମେଣ୍ଟୋ ପ୍ରଦର୍ଶିତ ହେଉଥିବା ବିଷୟରେ ପୋଷ୍ଟ କରିଛନ୍ତି।

ସମଗ୍ର ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ତାଙ୍କୁ ଏହି ଉପହାର ଓ ମେମେଣ୍ଟୋ ପ୍ରଦାନ କରାଯାଇଛି ଏବଂ ଏହା ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ପ୍ରମାଣ ବୋଲି ଶ୍ରୀ ମୋଦୀ କହିଛନ୍ତି।

ସବୁଥର ଭଳି ଏହି ଜିନିଷଗୁଡ଼ିକୁ ନିଲାମ କରାଯିବ ଏବଂ ଏଥିରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ଅଭିଯାନକୁ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯେଉଁମାନେ ବ୍ୟକ୍ତିଗତ ଭାବେ ଏନଜିଏମଏ ପରିଦର୍ଶନ କରିପାରିବେ ନାହିଁ ସେମାନଙ୍କ ପାଇଁ ଶ୍ରୀ ମୋଦୀ ୱେବସାଇଟ୍ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆଜିଠାରୁ ଦିଲ୍ଲୀ ସ୍ଥିତ ଏନଜିଏମଏ ପ୍ରଦର୍ଶନୀରେ ମୋତେ ନିକଟ ଅତୀତରେ ଦିଆଯାଇଥିବା ବିଭିନ୍ନ ଉପହାର ଓ ମୋମେଣ୍ଟୋଗୁଡିକ ପ୍ରଦର୍ଶିତ ହେବ।

ସମଗ୍ର ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଉତ୍ସବ ରେ ମୋତେ ଏହା ପ୍ରଦାନ କରାଯାଇଛି, ସେଗୁଡିକ ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ପ୍ରମାଣ।

ସବୁଥର ଭଳି ଏହି ଜିନିଷଗୁଡ଼ିକୁ ନିଲାମ କରାଯିବ ଏବଂ ଏଥିରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ଅଭିଯାନକୁ ସମର୍ଥନ କରିବ।

ଏଗୁଡ଼ିକର ମାଲିକ ହେବାର ସୁଯୋଗ ଆପଣଙ୍କ ପାଇଁ ଏଠାରେ ଅଛି!

ଅଧିକ ଜାଣିବା ପାଇଁ ଏନଜିଏମଏ ପରିଦର୍ଶନ କରନ୍ତୁ। ଯେଉଁମାନେ ବ୍ୟକ୍ତିଗତ ଭାବରେ ପରିଦର୍ଶନ କରିପାରିବେ ନାହିଁ ସେମାନଙ୍କ ପାଇଁ ୱେବସାଇଟ୍ ଲିଙ୍କ୍ ସେୟାର କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀରର ୧୦୦% ଗ୍ରାମ ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ‘ମଡେଲ’ ବର୍ଗରେ ଜମ୍ମୁ-କଶ୍ମୀର ୟୁଟିର ୧୦୦% ଗ୍ରାମ ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିବା ପାଇଁ ଜମ୍ମୁ-କଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ପ୍ରଶଂସନୀୟ ପ୍ରୟାସ, ଏଥିପାଇଁ ମୁଁ ଜମ୍ମୁ-କଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏକ ସ୍ୱଚ୍ଛ ତଥା ସୁସ୍ଥ ଭାରତ ଆଡ଼କୁ ଆମର ଯାତ୍ରା ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।’

Categories
ଆଜିର ଖବର ଜାତୀୟ ଖବର

ଆଜି ଛତିଶଗଡ ଏବଂ ତେଲେଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ ଏବଂ ତେଲେଙ୍ଗାନା ଗସ୍ତ କରୁଛନ୍ତି। ପ୍ରାୟ 11 ଟା ସମୟରେ, ବସ୍ତରର ଜଗଦଲପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ ଛତିଶଗଡ଼ରେ 26,000 କୋଟି ଟଙ୍କାରୁ ଅଧିକର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ନାଗାର୍ଣ୍ଣରରେ ଥିବା ଏନଏମଡିସି ଷ୍ଟିଲ ଲିମିଟେଡର ଇସ୍ପାତ କାରଖାନା ସମେତ ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ସ୍ଥାପନ କରାଯିବ।

ପ୍ରାୟ 3 ଟା ସମୟରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ନିଜାମାବାଦରେ ପହଞ୍ଚିବେ, ଯେଉଁଠାରେ ସେ ଶକ୍ତି, ରେଳ ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରାୟ 8000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ ଏବଂ ଦେଶକୁ ଉତ୍ସର୍ଗ କରିବେ।

ଛତିଶଗଡରେ ପ୍ରଧାନମନ୍ତ୍ରୀ

ଆତ୍ମ ନିର୍ଭର ଭାରତକୁ ଗତି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବସ୍ତର ଜିଲ୍ଲାର ନାଗାର୍ଣ୍ଣରରେ ଥିବା ଏନଏମଡିସି ଷ୍ଟିଲ ଲିମିଟେଡର ଇସ୍ପାତ କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିବେ। 23,800 କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ଏହି ଇସ୍ପାତ କାରଖାନା ହେଉଛି ଏକ ସବୁଜ କ୍ଷେତ୍ର ପ୍ରକଳ୍ପ ଯାହାକି ଉଚ୍ଚମାନର ଇସ୍ପାତ ଉତ୍ପାଦନ କରିବ। ନାଗାର୍ଣ୍ଣରରେ ଥିବା ଏନଏମଡିସି ଷ୍ଟିଲ୍ ଲିମିଟେଡର ଷ୍ଟିଲ୍ ପ୍ଲାଣ୍ଟ ହଜାର ହଜାର ଲୋକଙ୍କୁ, ପ୍ଲାଣ୍ଟରେ ତଥା ଆନୁଷଙ୍ଗିକ ଏବଂ ସହଯୋଗୀ ଉଦ୍ୟୋଗରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏହା ବସ୍ତରକୁ ବିଶ୍ବର ଇସ୍ପାତ ମାନଚିତ୍ରରେ ରଖିବ ଏବଂ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏକ ଉତ୍ସ ଯୋଗାଇବ।

ସମଗ୍ର ଦେଶରେ ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ, ଶିଳାନ୍ୟାସ କରାଯିବ ଏବଂ ଏକାଧିକ ରେଳ ପ୍ରକଳ୍ପର ଦେଶ ପାଇଁ ଉତ୍ସର୍ଗୀକୃତ କରିବା ପାଇଁ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଅନ୍ତାଗଡ଼ ଏବଂ ତାରୋକି ମଧ୍ୟରେ ନୂତନ ରେଳ ଲାଇନ ଏବଂ ଜଗଦଲପୁର ଏବଂ ଦାନ୍ତେୱାଡ଼ା ମଧ୍ୟରେ ଏକ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ସେ ବୋରିଡାଣ୍ଡ-ସୁରଜପୁର ରେଳ ଲାଇନର ଦୋହରୀକରଣ ପ୍ରକଳ୍ପ ଏବଂ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଜଗଦଲପୁର ଷ୍ଟେସନର ପୁନଃନିର୍ମାଣର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀ ତାରୋକି – ରାୟପୁର ଡିଏମୟୁ ଟ୍ରେନ୍ ସେବାକୁ ମଧ୍ୟ ଶୁଭାରମ୍ଭ କରିବେ। ଏହି ରେଳ ପ୍ରକଳ୍ପଗୁଡ଼ିକ ରାଜ୍ୟର ଆଦିବାସୀ ଅଞ୍ଚଳରେ ସଂଯୋଗରେ ଉନ୍ନତି ଆଣିବ। ଉନ୍ନତ ରେଳ ଭିତ୍ତିଭୂମି ଏବଂ ନୂତନ ଟ୍ରେନ୍ ସେବା ସ୍ଥାନୀୟ ଲୋକଙ୍କୁ ଉପକୃତ କରିବ ଏବଂ ଏହି ଅଞ୍ଚଳର ଆର୍ଥିକ ବିକାଶରେ ସାହାଯ୍ୟ କରିବ।

ଜାତୀୟ ରାଜପଥ -43 ର ‘କୁଙ୍କୁରୀରୁ ଛତିଶଗଡ – ଝାଡ଼ଖଣ୍ଡ ସୀମା ଖଣ୍ଡ ’ପର୍ଯ୍ୟନ୍ତ ଏକ ସଡକ ଉନ୍ନୟନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ। ଏହି ନୂତନ ରାସ୍ତା ସଡ଼କ ସଂଯୋଗରେ ଉନ୍ନତି ଆଣିବା ସହିତ ଏହି  ଅଞ୍ଚଳର ଲୋକମାନେ ଉପକୃତ ହେବେ।

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ

ଦେଶରେ ଉନ୍ନତ ଶକ୍ତି ଦକ୍ଷତା ସହିତ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି କରିବାର ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ, ଏନଟିପିସିର ତେଲେଙ୍ଗାନା ସୁପର ଥର୍ମାଲ୍ ପାୱାର୍ ପ୍ରୋଜେକ୍ଟର ପ୍ରଥମ 800 ମେଗାୱାଟ ୟୁନିଟ୍ ଦେଶ ପାଇଁ ଉତ୍ସର୍ଗ କରାଯିବ। ଏହା ତେଲେଙ୍ଗାନାକୁ ସ୍ୱଳ୍ପ ମୂଲ୍ୟର ଶକ୍ତି ଯୋଗାଇବ ଏବଂ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବ। ଏହା ଦେଶର ଅନ୍ୟତମ ପରିବେଶ ଅନୁକୂଳ ବିଦ୍ୟୁତ୍ କେନ୍ଦ୍ର ହେବ।

ତେଲୋଙ୍ଗାନାର ରେଳ ଭିତ୍ତିଭୂମି ବୃଦ୍ଧି ପାଇବ କାରଣ ପ୍ରଧାନମନ୍ତ୍ରୀ ମନୋହରବାଦ ଏବଂ ସିଦ୍ଧିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ ସମେତ ରାଷ୍ଟ୍ରୀୟ ରେଳ ପ୍ରକଳ୍ପକୁ ଉତ୍ସର୍ଗ କରିବେ; ଏବଂ ଧର୍ମାବାଦ – ମନୋହରାବାଦ ଏବଂ ମହାବୁବନଗର – କୁର୍ନୁଲ ମଧ୍ୟରେ ବିଦ୍ୟୁତିକରଣ ପ୍ରକଳ୍ପ ସାମିଲ୍ ରହିଚି। 76 କିଲୋମିଟର ଲମ୍ବ ମନୋହରାବାଦ ସିଦ୍ଧିପେଟ ରେଳ ଲାଇନ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶକୁ ବିଶେଷ କରି ମେଡାକ ଏବଂ ସିଦ୍ଧିପେଟ ଜିଲ୍ଲାକୁ ଉନ୍ନତ କରିବ। ଧର୍ମାବାଦ – ମନୋହରାବାଦ ଏବଂ ମହାବୁବନଗର – କୁର୍ନୁଲ ମଧ୍ୟରେ ବିଦ୍ୟୁତିକରଣ ପ୍ରକଳ୍ପ ଟ୍ରେନର ହାରାହାରି ବେଗରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ଏବଂ ଏହି ଅଞ୍ଚଳରେ ପରିବେଶ ଅନୁକୂଳ ରେଳ ପରିବହନକୁ ଆଗକୁ ନେବ। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ସ୍ଥାନୀୟ ରେଳ ଯାତ୍ରୀଙ୍କୁ ଉପକୃତ କରି ସିଦ୍ଧିପେଟ – ସିକନ୍ଦରାବାଦ- ସିଦ୍ଧିପେଟ ଟ୍ରେନ୍ ସେବାକୁ ମଧ୍ୟ ଶୁଭାରମ୍ଭ କରିବେ।

ତେଲେଙ୍ଗାନାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ପାଇଁ ଏକ ପ୍ରୟାସକ୍ରମେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ- ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ରାଜ୍ୟରେ 20 ଟି କ୍ରିଟିକାଲ୍ କେୟାର ବ୍ଲକ୍ (ସିସିବି) ର ଶିଳାନ୍ୟାସ କରିବେ।  ଏହି ସିସିବି ଗୁଡ଼ିକ ଆଦିଲାବାଦ, ଭଣ୍ଡାରି କୋଠଗୁଡେମ, ଜୟଶଙ୍କର ଭୁପଲପାଲ୍ଲି, ଜୋଗୁଲାମ୍ବା ଗଡୱାଲ, ହାଇଦ୍ରାବାଦ, ଖମ୍ମାମ, କୁମୁରମ ଭୀମ ଆସିଫାବାଦ, ମାଞ୍ଚେରିଆଲ୍, ମହବୁବ ନଗର, (ବାଡେପାଲି), ମୁଲୁଗୁ, ନାଗରକୁର୍ଣ୍ଣୁଲ, ନାଲଗୋଡ଼ା, ନାରାୟଣପେଟ, ନିର୍ମଳ, ରାଜନ୍ନା ସିରସିଲା, ରାଙ୍ଗାରେଡ୍ଡୀ (ମାହେଶ୍ବରମ), ସୂର୍ଯ୍ୟପେଟ, ପେଡାପାଲ୍ଲି, ବିକାରବାଦ ଏବଂ ୱାରଙ୍ଗାଲ (ନରସମପେଟ୍) ରେ ନିର୍ମାଣ କରାଯିବ।  ଏହି ସିସିବିଗୁଡ଼ିକ ତେଲେଙ୍ଗାନା ସାରା ଜିଲ୍ଲା ସ୍ତରର କ୍ରିଟିକାଲ୍ କେୟାର ଭିତ୍ତିଭୂମି ଉନ୍ନତି କରି ରାଜ୍ୟବାସୀଙ୍କୁ ଉପକୃତ କରିବ।

Categories
ଆଜିର ଖବର ଜାତୀୟ ଖବର

ଚିତ୍ତୋଡଗଡ ଓ ରାଜସ୍ଥାନରେ ୭୦୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ତଥା ଶିଳାନ୍ୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତ୍ତୋଡଗଡ ଓ ରାଜସ୍ଥାନରେ ପ୍ରାୟ ୭୦୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶୁଭ ଦେଇଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ରହିଛି ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ୍ ପାଇପ୍‌ଲାଇନ, ଆବୁ ରୋଡରେ ଏଚପିସିଏଲ୍‌ର ଏଲ୍‌ପିଜି ପ୍ଲାଣ୍ଟ, ଆଜମେର ଆଇଓସିଏଲ ବଟଲିଂ ପ୍ଲାଣ୍ଟର ଅତିରିକ୍ତ ଭଣ୍ଡାରଣ ସୁବିଧା, ରେଳବାଇ ଓ ସଡକ ପ୍ରକଳ୍ପ, ନାଥଦ୍ୱାରାରେ ପର୍ଯ୍ୟଟନ ସୁବିଧା ଓ କୋଟାରେ ଆଇଆଇଆଇସିର ସ୍ଥାୟୀ କ୍ୟାମ୍ପସ୍।

ଏହି ଅବସରରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀରେ ଏସବୁ ପ୍ରକଳ୍ପର ଶୁଭାରମ୍ଭ ଓ ଉଦ୍‌ଘାଟନ ଏକ ବିରଳ ସଂଯୋଗ । ଗତକାଲି ସମଗ୍ର ଦେଶରେ ହୋଇଥିବା ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଗତକାଲି  ଅନୁଷ୍ଠିତ ସ୍ୱଚ୍ଛତା କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଦେଶବାସୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପରିଚ୍ଛନ୍ନତା, ଆତ୍ମନିର୍ଭରଶୀଳତା ଓ ପ୍ରତିଯୋଗିତାମୂଳକ ବିକାଶ ସମ୍ପର୍କରେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶର ସ୍ମୃତିଚାରଣ କରି କହିଥିଲେ ଯେ ବିଗତ ନ’ବର୍ଷ ଧରି ଭାରତ ଏହି ପଥ ଅନୁସରଣ କରି ଚାଲିଛି । ବାପୁଙ୍କ ଏହି ନୀତିର ପରିପ୍ରସାର ଦିଗରେ ସରକାର ଉଦ୍ୟମ ଜାରି ରଖିଛନ୍ତି । ଆଜି ଯେଉଁ ୭୦୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ତାହା ଏହି ଉଦ୍ୟମର ଫଳ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଯେ ଦେଶର ଗ୍ୟାସଭିତ୍ତିକ ଅର୍ଥନୀତିକୁ ସୁଦୃଢ କରିବାକୁ ସମଗ୍ର ଦେଶରେ ଗ୍ୟାସ ପାଇପ ଲାଗିନ ବିଛାଇବା କାମ ଅଭୂତପୂର୍ବ ଭାବେ ଚାଲିଛି । ପାଲି-ହନୁମାନଗଡ ସେକ୍ସନକୁ  ଆଜି ଲୋକାର୍ପିତ କରାଯାଇଛି । ଏହା ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ପାଇପ ଲାଇନର ଅଂଶ ବିଶେଷ । ଏହା ଫଳରେ ରାଜସ୍ଥାନରେ ଶିଳ୍ପାୟନ ବଢିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ମଧ୍ୟ ଲୋକଙ୍କୁ ରୋଷେଇ ପାଇଁ  ଗ୍ୟାସ ପାଇପ ଲାଇନ ଦେବାରେ ସହାୟକ ହୋଇପାରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଜି କେତେକ ରେଳ ଓ ସଡକପଥର ଶୁଭାରମ୍ଭ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ମେୱାର ଅଞ୍ଚଳରେ  ସଡକ ଓ ରେଳପଥର ସୁବିଧା ସ୍ଥାନୀୟ ଲୋକଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବ । ସେମାନଙ୍କ ଜୀବନ ସହଜ ହେବ । ଏହି ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କୋଟାରେ ନୂଆ ଆଇଆଇଆଇଟି କ୍ୟାମ୍ପସ୍ ପ୍ରତିଷ୍ଠା ଫଳରେ ଏହି ସହରରେ ଶିକ୍ଷା ଭିତ୍ତିଭୂମି ସୁଦୃଢ ହୋଇ ଏହା ଏକ ପ୍ରମୁଖ ଶିକ୍ଷା ହବ୍‌ରେ ପରିଣତ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ ରାଜସ୍ଥାନର ଏକ ଗୌରବାଜ୍ଜ୍ୱଳ ଇତିହାସ, ବର୍ତ୍ତମାନର ପ୍ରଚୁର ସାମର୍ଥ୍ୟ ଓ ଭବିଷ୍ୟତର ଅପାର ସମ୍ଭାବନା ରହିଛି । ନାଥଦ୍ୱାର ପର୍ଯ୍ୟଟନ ଓ ସାଂସ୍କୃତିକ କେନ୍ଦ୍ର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଜୟପୁର ଗୋବିନ୍ଦଦେବ ଜୀ ମନ୍ଦିର, ସିକରର ଖଟୁ ଶ୍ୟାମ ମନ୍ଦିର ଓ ରାଜସମନ୍ଦର ନାଥ ଦ୍ୱାରା ଟୁରିଷ୍ଠ ସର୍କିଟର ଏକ ଅଂଶ । ଏହା ରାଜସ୍ଥାନର ଗୌରବ ବୃଦ୍ଧି କରିବ ଏବଂ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବ ।

ଚିତ୍ତୋଡଗଡ ନିକଟସ୍ଥ ସୱରିୟା ସେଠ ମନ୍ଦିର ପ୍ରଭୁ କୃଷ୍ଣଙ୍କ ପାଇଁ ଉତ୍ସର୍ଗୀକୃତ । ଏହା ଏକ ଆଧ୍ୟାତ୍ମିକ ଓ ତୀର୍ଥକ୍ଷେତ୍ର । ଏହି ମନ୍ଦିରରେ ସୱରିୟା ସେଠ୍‌ଙ୍କ ପୂଜା କରିବାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଓ ଉପାସକ  ଆସିଥାନ୍ତି । ବ୍ୟବସାୟୀ ଗୋଷ୍ଠୀଙ୍କ ମଧ୍ୟରେ ସୱରିୟା ସେଠ୍‌ଙ୍କର ଭକ୍ତ ଓ ଅନୁଗାମୀଙ୍କ ସଂଖ୍ୟା ଅଧିôକ । ସ୍ୱଦେଶ ଦର୍ଶନ ଯୋଜନାରେ ଏହି ମନ୍ଦିରର ବିକାଶ କରାଯାଇ ଭକ୍ତଙ୍କ ନିମନ୍ତେ ଅଧିକ ସୁବିଧା ସୁଯୋଗ କରାଯାଇଛି । ମନ୍ଦିର ନିକଟରେ ଏକ ୱାଟର-ଲେଜର ଶୋ, ଏକ ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଏକ ରଙ୍ଗଭୂମି  ଓ ଏକ ଅତ୍ୟାଧୁନିକ ଭୋଜନାଳୟ (କାଫେଟେରିଆ) ନିର୍ମାଣ କରାଯାଇଛି । ଏସବୁ ସୁବିଧା ସୁଯୋଗ ସେଠାକୁ ଯାଉଥିବା ଭକ୍ତ ଓ ଦର୍ଶନାର୍ଥୀଙ୍କୁ ଅଧିକ ସୁବିଧା ଯୋଗାଇବା ବୋଲି ପ୍ରଧାନମନ୍ତ୍ରୀ ଆଶବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜସ୍ଥାନର ବିକାଶକୁ କେନ୍ଦ୍ର ସରକାର ବିଶେଷ ଅଗ୍ରାଧିକାର ଦେଉଛନ୍ତି ।   ରାଜସ୍ଥାନରେ ଏକ୍ସପ୍ରେସ ସଡକ, ରାଜପଥ, ରେଳପଥ ଆଦି ଭିତ୍ତିଭୂମିକ ବିକାଶ କାମ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ ହେଉଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ସଡକ, ଅମୃତସର -ଜାମନଗର ଏକ୍ସପ୍ରେସ ସଡକ ଭଳି ପ୍ରକଳ୍ପ ରାଜସ୍ଥାନର ଲଜିଷ୍ଟିକ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବ । ଉଦୟପୁର-ଜୟପୁର  ବନ୍ଦେ ଭାରତ ଟ୍ରେନ ଦୁଇ ସହରର ରେଳଯାତ୍ରୀଙ୍କ ସୁବିଧା ପାଇଁ ନିକଟରେ ଚଳାଚଳ ଆରମ୍ଭ କରିଛି ବୋଲି ସେ ସୂଚାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନର ଭାରତମାଳା ପ୍ରକଳ୍ପ ଦ୍ୱାରା ସବୁଠୁ ଅଧିକ ଲାଭବାନ ହେବ ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ “ରାଜସ୍ଥାନ ଇତିହାସ ଆମକୁ ଶିକ୍ଷା ଦେଉଛି ଯେ ଆମେ ସାହସ, ଗୌରବ ଓ ବିକାଶ ସହିତ ଆଗକୁ ବଢି ପାରିବା ଉଚିତ ।” ଭାରତ ମଧ୍ୟ ଆଜି ସେଇ ନୀତିରେ ଗତି କରୁଛି । ସମସ୍ତଙ୍କ ଉଦ୍ୟମକ୍ରମେ ଆମେ ଏକ ବିକଶିତ ଭାରତ ଗଠନରେ ଲାଗିଛୁ । ଅତୀତରେ ଯେଉଁ ଅଞ୍ଚଳ ଓ ବର୍ଗ ଅନଗ୍ରସର ତଥା ଅବହେଳିତ ହୋଇ ରହିଥିଲେ  ସେ ସବୁର ବିକାଶକୁ ଭାରତ ସରକାର ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି ।

ଦେଶର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବିଗତ ପାଞ୍ଚବର୍ଷ ଧରି ଦେଶର ବିଭିନ୍ନ ‌ଅନଗ୍ରସର ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ଏହା ଦ୍ୱାରା ସମ୍ପୃକ୍ତ ଜିଲ୍ଲାର ସାମାଜିକ ଓ ଆର୍ଥିକ ସ୍ଥିତି ବଦଳୁଛି । ମେୱାଡ ଓ ରାଜସ୍ଥାନ ଅଞ୍ଚଳର ଅନେକ ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ବିକଶିତ ହେଉଛି । ଏବେ ଆକାଂକ୍ଷୀ ଜିଲ୍ଲାର ସଫଳତାକୁ ଦେଖି କେନ୍ଦ୍ର ସରକାର ଦେଶର ଅନଗ୍ରସର ବ୍ଲକଗୁଡିକୁ ବାଛି ସେସବୁର ବିକାଶ ପାଇଁ ପ୍ରୟାସ କରୁଛନ୍ତି । ଆଗକୁ ଏହି ଯୋଜନାରେ ରାଜସ୍ଥାନର ଅନେକ ବ୍ଲକ ସାମିଲ ହେବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଅନଗ୍ରସର ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ସଶକ୍ତ/ସମର୍ଥ ଗ୍ରାମ କାର୍ଯ୍ୟକ୍ରମ  ଆରମ୍ଭ କରିଛନ୍ତି । ଦେଶର ସୀମାନ୍ତବର୍ତ୍ତୀ ଗ୍ରାମ ଯାହା ଦେଶର ଶେଷତମ ଗ୍ରାମ ଭାବେ ବିବେଚିତ ହୁଏ ସେଗୁଡିକୁ ପ୍ରଥମ ଗ୍ରାମର ମାନ୍ୟତା ଦେଇ ବିକଶିତ କରିବା କାମ ଆରମ୍ଭ ହୋଇଛି । ଏହି ଯୋଜନାରେ ରାଜସ୍ଥାନର ଅନେକ ସୀମାନ୍ତ ଗ୍ରାମ ବିକଶିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପୃଷ୍ଠଭୂମି: ଗ୍ୟାସଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ ପାଇପ ଲାଇନକୁ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପାଇପ୍ ଲାଇନ ୪୫୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ସେହିଭଳି ଆବୁ ରୋଡଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ସର୍ଗୀକୃତ ଏଲ୍‌ପିଜି ପ୍ଲାଣ୍ଟକୁ ଏଚ୍‌ପିସିଏଲ ୪୫୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛି । ଏଥିରେ ବର୍ଷକୁ ୮୬ଲକ୍ଷ ସିଲିଣ୍ଡର ଭର୍ତ୍ତି ହୋଇ ଗ୍ରାହକଙ୍କୁ ଯୋଗାଇ ଦେଇହେବ । ଏହା ଫଳରେ ଗ୍ୟାସ ପରିବହନ ପାଇଁ ଟ୍ରକ ଓ ଟ୍ୟାଙ୍କର ଯାତ୍ରା ବାର୍ଷିକ ୦.୭୫ ନିୟୁତ କିମି ହ୍ରାସ ପାଇବ । ଏହା ଦ୍ୱାରା ବର୍ଷକୁ ୦.୫ ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ କମିବ। ପ୍ରଧାନମନ୍ତ୍ରୀ ମଧ୍ୟ ଆଇଓସିସିଏଲର ଅଜମେରସ୍ଥିତ ବଟଲିଂ ପ୍ଲାଣ୍ଟର ଅତିରିକ୍ତ ଭଣ୍ଡାର ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଦରହ-ଝଲାୱାର-ତିନଧାର ସେକ୍‌ସନର ୪ଲେନ୍ ବିଶିଷ୍ଟ ରାସ୍ତା (ଜାତୀୟ ରାଜପଥ-୫୨)କୁ ଉଦ୍‌ଘାଟନ କରିଥିଲେ । ଏହି ରାସ୍ତା ୧୪୮୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । କୋଟା ଓ ଝଲାୱାଗ ଜିଲ୍ଲାର ଖଣିଜ ପଦାର୍ଥ ବାହାରକୁ ପରିବହନ କରିବାରେ ଏହି ରାସ୍ତା ବିଶେଷ ସହାୟକ ହେବ । ଏହାଛଡା ପ୍ରଧାନମନ୍ତ୍ରୀ ସୱାଇ-ମାଧୋପୁର ରାସ୍ତାର ରେଳବାଇ ଓଭରବ୍ରିଜ ଓ ଏହି ସଡକକୁ ଚାରିଲେନ କରିବାକୁ ଶିଳାନ୍ୟାସ କରିଛନ୍ତି । ଏହା ଫଳରେ ଏହି ସଡକରେ ଟ୍ରାଫିକ ଭିଡ ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ଆଜି ଯେଉଁ ସବୁ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ସେଥିରେ ରହିଛି ଚିତ୍ତୋଡଗଡ-ନିମୁଚ ରେଳପଥର ଦୋହରୀକରଣ ଏବଂ କୋଟା-ଚିତ୍ତେରାଗଡ ରେଳପଥର ବିଦ୍ୟୁତ୍‌କରଣ । ଏହି ଦୁଇ ପ୍ରକଳ୍ପ ପାଇଁ ମୋଟ ୬୫୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ଫଳରେ ରାଜସ୍ଥାନରେ ପର୍ଯ୍ୟଟନ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।

ସେହିପରି ନାଥଦ୍ୱାର ଠାରେ ସ୍ୱଦେଶ ଦର୍ଶନ ଯୋଜନାରେ ନିର୍ମିତ ପର୍ଯ୍ୟଟନ ଭିତ୍ତିଭୂମିକୁ ପ୍ରଧାନମନ୍ତ୍ରୀ ଆଜି ଉଦ୍‌ଘାଟନ କରିଛନ୍ତି । ସନ୍ଥ ବଲ୍ଲବାଚାର୍ଯ୍ୟଙ୍କ ଦ୍ୱାରା ପ୍ରବର୍ତ୍ତିତ ପୁଷ୍ଟିମାର୍ଗର ପ୍ରମୁଖ ପୀଠ ଭାବେ ନାଥଦ୍ୱାରା ପରିଚିତ ଏବଂ ସେଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଯାଇଥାନ୍ତି । ସେଠାରେ ଏକ ଆଧୁନିକ ସଂସ୍କୃତି କେନ୍ଦ୍ର ଓ ଇଣ୍ଟରପ୍ରିଟେସନ ସେଣ୍ଟର ନିର୍ମାଣ କରାଯାଇଛି । ସେହି କେନ୍ଦ୍ରରେ ଭକ୍ତ ଓ ତୀର୍ଥଯାତ୍ରୀମାନେ ପ୍ରଭୁ ଶ୍ରୀନାଥଜୀଙ୍କର ଜୀବନର ବିଭିନ୍ନ ଦିଗ ବିଷୟରେ ତଥ୍ୟ ଜାଣିବାକୁ ପାଇବେ । ପ୍ରଧାନମନ୍ତ୍ରୀ ମଧ୍ୟ କୋଟାଠାରେ ଭାରତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ ଆଇଆଇଆଇଟିର ସ୍ଥାୟୀ କ୍ୟାମ୍ପସକୁ ଆଜି ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଗାନ୍ଧୀ ଜୟନ୍ତୀର ବିଶେଷ ଅବସରରେ ମୁଁ ମହାତ୍ମା ଗାନ୍ଧୀଙ୍କୁ ପ୍ରଣାମ କରୁଛି । ତାଙ୍କ କାଳଜୟୀ ଶିକ୍ଷା ଆମ ପଥକୁ ଆଲୋକିତ କରିଚାଲିଛି। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ସମଗ୍ର ମାନବିକତାକୁ ଏକତା ଏବଂ କରୁଣାର ଭାବନାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଯୋଗାଏ।

ଆମେ ସର୍ବଦା ତାଙ୍କ ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବା। ତାଙ୍କ ଚିନ୍ତାଧାରା ପ୍ରତ୍ୟେକ ଯୁବକଙ୍କୁ ସେହି ପରିବର୍ତ୍ତନର ବାହକ ହେବାରେ ସକ୍ଷମ କରୁ, ଯାହାକି ସବୁବେଳେ ଏକତା ଏବଂ ସଦଭାବକୁ ପ୍ରୋତ୍ସହିତ କରିଥାଏ।’

Categories
ଆଜିର ଖବର ଜାତୀୟ ଖବର

ଆଜି ଚିତ୍ତୋରଗଡ ଏବଂ ଗ୍ୱାଲିଅର୍ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଦେଶ ପାଇଁ ଅନେକ ପ୍ରକଳ୍ପକୁ ଉତ୍ସର୍ଗ କରିବେ ଏବଂ ରାଜସ୍ଥାନର ଚିତ୍ତୋରଗଡରେ ପ୍ରାୟ 7,000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ପୂର୍ବାହ୍ନ ପ୍ରାୟ ସାଢ଼େ 3 ଟାର ପ୍ରଧାନମନ୍ତ୍ରୀ ଗ୍ୱାଲିଅରରେ ପହଞ୍ଚିବେ ଯେଉଁଠାରେ ସେ ପ୍ରାୟ 19,260 କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଦେଶକୁ ଉତ୍ସର୍ଗ କରିବେ।

ଚିତ୍ତୋରରଗଡରେ ପ୍ରଧାନମନ୍ତ୍ରୀ

ଗ୍ୟାସ ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଆଉ ଏକ ପଦକ୍ଷେପରେ ମେହସାନା – ଭଟିଣ୍ଡା – ଗୁରୁଦାସପୁର ଗ୍ୟାସ ପାଇପଲାଇନକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ। ପ୍ରାୟ 4500 କୋଟି ଟଙ୍କା ବ୍ୟୟରେ ଏହି ପାଇପଲାଇନ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଏଚପିସିଏଲ୍‌ ର ଏଲପିଜି ପ୍ଲାଣ୍ଟକୁ ମଧ୍ୟ ଉତ୍ସର୍ଗ କରିବେ। ଏହି କାରଖାନା ବାର୍ଷିକ 86 ଲକ୍ଷ ସିଲିଣ୍ଡର  ବଟଲ୍ କରିବ ଏବଂ ବିତରଣ କରିବ ଏବଂ ବାର୍ଷିକ ସିଲିଣ୍ଡର ପରିବହନ କରୁଥିବା ଟ୍ରକଗୁଡିକର ଯାତ୍ରାରେ ପ୍ରାୟ 0.75 ନିୟୁତ କିଲୋମିଟର ହ୍ରାସ ହେବ, ଯାହା ବାର୍ଷିକ ପ୍ରାୟ 0.5 ମିଲିୟନ୍ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାରେ ସାହାଯ୍ୟ କରିବ । ସେ ଅଜମର୍ ବଟଲିଂ ପ୍ଲାଣ୍ଟ, ଆଇଓସିଏଲ୍ ରେ ଅତିରିକ୍ତ ଷ୍ଟୋରେଜ୍ ମଧ୍ୟ ଦେଶକୁ ଉତ୍ସର୍ଗ କରିବେ।

1480 କୋଟିରୁ ଅଧିକ ବ୍ୟୟରେ ନିର୍ମିତ ଏହି ଦାରା-ଝାଲାୱର-ତିନଧର ବିଭାଗରେ ଏନଏଚ-12 (ନୂତନ ଏନଏଚ -52) ରେ 4 ଲେନ ବିଶିଷ୍ଟ ରାସ୍ତାକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପ କୋଟା ଏବଂ ଝାଲାୱାର ଜିଲ୍ଲାରୁ ଖଣି ଉତ୍ପାଦନର ପରିବହନକୁ ସହଜ କରିବାରେ ସାହାଯ୍ୟ କରିବ। ଆହୁରି ମଧ୍ୟ, ସାୱାଇ ମାଧୋପୁରରେ ରେଳୱେ ଓଭର ବ୍ରିଜ୍ (ଆରଓବି) ର ଦୁଇଟି ଗାଡ଼ିରୁ ଚାରି ଲେନ ପର୍ଯ୍ୟନ୍ତ ନିର୍ମାଣ ଏବଂ ପ୍ରଶସ୍ତିକରଣ  ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ରଖାଯିବ। ଏହି ପ୍ରକଳ୍ପ ଟ୍ରାଫିକ୍ ଜାମ୍ ସମସ୍ୟାରୁ ମୁକ୍ତି ଯୋଗାଇବାରେ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶ ପାଇଁ ଉତ୍ସର୍ଗୀକୃତ ଏହି ରେଳ ପ୍ରକଳ୍ପଗୁଡିକ ଚିତ୍ତୋରଗଡ – ନେମୁଚ ରେଳ ଲାଇନ ଏବଂ କୋଟା – ଚିତ୍ତୋରଗଡ ବିଦ୍ୟୁତକରଣ ରେଳ ଲାଇନକୁ ଦ୍ୱିଗୁଣିତ କରିବା ସହିତ ଅନ୍ତର୍ଭୁକ୍ତ। 650 କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ମଜବୁତ ହେବ। ଏହା ରାଜସ୍ଥାନର ଐତିହାସିକ ସ୍ଥାନଗୁଡିକରେ ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିବେ।

ସ୍ବଦେଶ ଦର୍ଶନ ଯୋଜନା ଅନ୍ତର୍ଗତ ନାଥଦ୍ୱାରରେ ବିକଶିତ ପର୍ଯ୍ୟଟନ ସୁବିଧାକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ। ସନ୍ଥ ଭାଲାବାଚାର୍ଯ୍ୟଙ୍କ ଦ୍ବାରା ପ୍ରଚାରିତ ପୁଷ୍ଟିମାର୍ଗର ଲକ୍ଷ ଲକ୍ଷ ଅନୁଗାମୀମାନଙ୍କ ପାଇଁ ନାଥଦ୍ବାର ବିଶ୍ବାସର ପ୍ରମୁଖ କେନ୍ଦ୍ର ଅଟେ। ନାଥଦ୍ବାର ଠାରେ ଏକ ଆଧୁନିକ ‘ପର୍ଯ୍ୟଟନ ବ୍ୟାଖ୍ୟା ଏବଂ ସାଂସ୍କୃତିକ କେନ୍ଦ୍ର’ ବିକଶିତ ହୋଇଛି, ଯେଉଁଠାରେ ପର୍ଯ୍ୟଟକମାନେ ଶ୍ରୀନାଥଜୀଙ୍କ ଜୀବନ ବିଷୟରେ ବିଭିନ୍ନ ଦିଗ ଅନୁଭବ କରିପାରିବେ। ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି, କୋଟା ର ସ୍ଥାୟୀ କ୍ୟାମ୍ପସକୁ ଦେଶ ପାଇଁ ଉତ୍ସର୍ଗ କରିବେ।

ଗ୍ବାଲିୟରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ପ୍ରାୟ 19,260 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ ଏବଂ ଦେଶକୁ ଉତ୍ସର୍ଗ କରିବେ।

ସମଗ୍ର ଦେଶରେ ସଂଯୋଗ ବୃଦ୍ଧି ପାଇଁ ଆଉ ଏକ ପଦକ୍ଷେପର ଅଂଶସ୍ବରୂପ ପ୍ରଧାନମନ୍ତ୍ରୀ ପ୍ରାୟ 11,895 କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସୱେ ଦେଶକୁ ଉତ୍ସର୍ଗ କରିବେ। 1880 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପାଞ୍ଚଟି ବିଭିନ୍ନ ସଡକ ପ୍ରକଳ୍ପ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସମସ୍ତଙ୍କର ନିଜର ଘର ଅଛି ବୋଲି ସୁନିଶ୍ଚିତ କରିବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ଉଦ୍ୟମ। ଏହି ଲକ୍ଷ୍ୟ ଅନୁଯାୟୀ, ପିଏମଏୱାଇ – ଗ୍ରାମିନ ଅଧୀନରେ ନିର୍ମିତ 2.2 ଲକ୍ଷରୁ ଅଧିକ ଘରର ଗୃହ ପ୍ରବେଶ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହେବ। ସେ ପ୍ରାୟ 140 କୋଟି ଟଙ୍କା ବ୍ୟୟରେ ପିଏମଏୱାଇ- ଅର୍ବାନ୍ ଅଧୀନରେ ନିର୍ମିତ ଘରଗୁଡ଼ିକୁ ମଧ୍ୟ ଉତ୍ସର୍ଗ କରିବେ।

ନିରାପଦ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବା ସରକାରଙ୍କ ଏକ ପ୍ରମୁଖ ଧ୍ୟାନ କ୍ଷେତ୍ର ଅଟେ। ଏହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ପ୍ରଧାନମନ୍ତ୍ରୀ ଗ୍ୱାଲିଅର ଏବଂ ସେଓପୁର ଜିଲ୍ଲାରେ 1530 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜଳ ଜୀବନ ମିଶନର ପ୍ରକଳ୍ପର ଶିଳାନ୍ୟାସ ପକାଇବେ। ଏହି ପ୍ରକଳ୍ପଗୁଡିକ ଦ୍ବାରା ମିଳିତ ଭାବରେ ଏହି ଅଞ୍ଚଳର 720 ରୁ ଅଧିକ ଗାଁ ଉପକୃତ ହେବେ।

ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ନଅଟି ସ୍ୱାସ୍ଥ୍ୟ କେନ୍ଦ୍ରର ମୂଳଦୁଆ ପକାଇବେ। 150 କୋଟି ଟଙ୍କାରୁ ଅଧିକ ନିବେଶରେ ସେଗୁଡିକ ବିକଶିତ ହେବ।

ପ୍ରଧାନମନ୍ତ୍ରୀ ଆଇଆଇଟି ଇନ୍ଦୋରର ଏକାଡେମିକ୍ ଭବନକୁ ଉତ୍ସର୍ଗ କରିବେ ଏବଂ କ୍ୟାମ୍ପସରେ ହଷ୍ଟେଲ ଏବଂ ଅନ୍ୟାନ୍ୟ କୋଠା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ଇନ୍ଦୋରରେ ମଲ୍ଟି-ମୋଡାଲ ଲଜିଷ୍ଟିକ୍ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସେ ଉଜ୍ଜୟନରେ ଇଣ୍ଟିଗ୍ରେଟେଡ୍ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍, ଆଇଓସିଏଲ୍ ବଟଲିଂ ପ୍ଲାଣ୍ଟ, ଗ୍ୱାଲିଅରର ଅଟଳ ବିହାରୀ ବାଜପେୟୀ ଦିବ୍ୟାଙ୍ଗ କ୍ରୀଡ଼ା ତାଲିମ କେନ୍ଦ୍ର ତଥା ଆହୁରି ଅନେକ ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମତିଥି ୨ ଅକ୍ଟୋବର ୨୦୨୩ ପରିପ୍ରେକ୍ଷୀରେ ସ୍ବଚ୍ଛତା ହିଁ ସେବା ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକାରୁ ୧୧ଘଟିକା ପର୍ଯ୍ୟନ୍ତ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଡିଏଭି ପୋଖରୀପୁଟରେ ଆୟୋଜନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ଶତାଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଭିତର ଓ ବାହାର ପରିସରକୁ ସଫା କରାଯାଇଥିଲା। “ସ୍ୱଚ୍ଛ ଭାରତ ସୁସ୍ଥ ଭବିଷ୍ୟତ”, ଶ୍ରମଦାନ ଓ ଆବର୍ଜନାମୁକ୍ତ ଭାରତ ମହାଅଭିଯାନକୁ ସଫଳ କରିବାପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ” ଶ୍ରମଦାନ ପାଇଁ ପଦକ୍ଷେପରେ ଅଂଶଗ୍ରହଣ କରି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ସୁସ୍ଥ ପରିବେଶ ପାଇଁ ସ୍ଵଚ୍ଛତାର ଭୂମିକା ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ବୁଝାଇ କହିବା ସହ ସ୍ଵଚ୍ଛତା ପାଇଁ ଘଣ୍ଟାଏ ସମୟ ଉତ୍ସର୍ଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ସମଗ୍ର ଦେଶରେ ଉତ୍ସାହର ସହ ସ୍ୱଚ୍ଛତା ପଖୱାଡା ପାଳନ କରିବା ପାଇଁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହିତ ବିଭିନ୍ନ ସରକାରୀ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବର 2023 ରେ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ବ୍ୟାପକ ସଫାଈ ଅଭିଯାନ ଆୟୋଜନ କରିବାକୁ ଘୋଷଣା କରିଥିଲେ, ଯେଉଁଥିରେ ବିଭିନ୍ନ ବର୍ଗର ଲୋକମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ୱଚ୍ଛତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ।

ଏହି ଉତ୍ସବକୁ ପାଳନ କରିବା ପାଇଁ ଭାରତୀୟ ରେଳବାଇ ଏହାର ନେଟୱାର୍କରେ ବ୍ୟାପକ ଅଭିଯାନ ମଧ୍ୟ କରାଇଅଛି ଯେଉଁଠାରେ ରେଳବାଇ କର୍ମଚାରୀ, ଅଧିକାରୀ, ସେମାନଙ୍କ ପରିବାର ସଦସ୍ୟ, ଯାତ୍ରୀ, ରେଳ ବ୍ୟବହାରକାରୀ ଅଂଶଗ୍ରହଣ କରିଥିଲେ।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏହାର ତିନୋଟି ରେଳ ରେଳ ମଣ୍ଡଳ ଯଥା ୱାଲଟିୟର, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ସହିତ ଏହାର ଉତ୍ପାଦନ ୟୁନିଟ୍ ଏବଂ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନ ମାନଙ୍କୁ ଜଡିତ କରି ଏହାର ପରିସରରେ ବିଶାଳ ସ୍ୱଚ୍ଛତା ଅଭିଯାନ କରାଇଥିଲା।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭୁବନେଶ୍ୱର ରେଳ ଷ୍ଟେସନରେ କର୍ମଚାରୀ ଓ ଅଧିକାରୀ ମାନଙ୍କ ନେତୃତ୍ୱ ନେଇ ରେଳ ଷ୍ଟେସନର ବିଭିନ୍ନ ସ୍ଥାନ ଗୁଡିକ ଯଥା ରେଳ ଟ୍ରାକ, ପ୍ଲାଟଫର୍ମ, ଯାତ୍ରୀ ମାନଙ୍କ ଚଳପ୍ରଚଳ ସ୍ଥାନ ଇତ୍ୟାଦି ମାନଙ୍କରେ ସ୍ୱଚ୍ଛତା ଅଭିଯାନ ପାଇଁ ଶ୍ରମ ଦାନ କରି ରେଳ ପରିସରକୁ ସ୍ୱଚ୍ଛତା ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିଥିଵାଲେ। ରେଳ ଯାତ୍ରୀମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ସଚେତନ କରାଇବା ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଏକ ପଥ ପ୍ରାନ୍ତ ନାଟକ ମଧ୍ୟ ଆୟୋଜନ କରାଯାଇଥିଲା।

ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ମଧ୍ୟ କଟକ ରେଳ ଷ୍ଟେସନ ଠାରେ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ। ସମସ୍ତ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଠାରେ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିବାବେଳେ ରେଳପଥର ପ୍ରମୁଖ ଅଧିକାରୀମାନେ ମଧ୍ୟ ମନୋନୀତ ଷ୍ଟେସନ ମାନଙ୍କରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଗୁଡିକର ନେତୃତ୍ୱ ନେଇଥିଲେ।

ଉପରୋକ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ମନୋନୀତ ଷ୍ଟେସନ ମାନଙ୍କରେ ସମଗ୍ର ଦେଶରେ ସମସ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସଫା କରିବା ପାଇଁ 14 ମିନିଟର ଚମତ୍କାର ସ୍ୱଚ୍ଛତା ଡ୍ରାଇଭ୍ ମଧ୍ୟ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ମନୋନୀତ ହୋଇଥିଲା ଏବଂ ଏହାକୁ ପରବର୍ତ୍ତୀ ଯାତ୍ରା ପାଇଁ ମାତ୍ର 13 ମିନିଟ ମଧ୍ୟରେ ପ୍ରସ୍ତୁତ କରାଯାଇପାରିଥିଲା। ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ ଏସ ବାଜୱା ପୁରୀ ରେଳ ଷ୍ଟେସନରେ 14 ମିନିଟର ଚମତ୍କାର ପରିଷ୍କାର ପରିଚ୍ଛନ୍ନତା ପାଇଁ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ।

ସ୍ଵଚ୍ଛ ଭାରତ ମିଶନ 02 ଅକ୍ଟୋବର 2014 ରେ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ କରାଯାଇଥିଲା ଯାହା ମହାତ୍ମା, ବାପୁ କିମ୍ବା ଜାତିର ପିତା ଭାବରେ ମଧ୍ୟ ଜଣାଶୁଣା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରି ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟରେ ଆୟୋଜନ କରାଯାଇଥିଲା। 2021 ମସିହାରେ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭାରତୀୟ ସହରକୁ ‘ଆବର୍ଜନା ମୁକ୍ତ’ ଏବଂ ‘ଜଳ ନିରାପତ୍ତା’ କରିବା ଉଦ୍ଦେଶ୍ୟରେ 2021 ମସିହାରେ ଅକ୍ଟୋବର 1 ରେ ସ୍ୱଚ୍ଛ ଭାରତ ମିଶନ 2.0 ଆରମ୍ଭ କରିଥିଲେ। ଏହା ପରେ ସ୍ୱଚ୍ଛତା ପଖୱାଡା ପାଳନ କରିବା ପାଇଁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ 2023 ଅଭିଯାନର ଏକ ଅଗ୍ରଦୂତ ଭାବରେ କାର୍ଯ୍ୟ କରିଛି।

Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ସିବିସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଯାଇଛି। ବିଭିନ୍ନ ବର୍ଗର ଜନସାଧାରଣ ୧ ତାରିଖରେ, ଏକା ସାଥୀରେ, ଏକ ଘଣ୍ଟା ପାଇଁ ଶ୍ରମଦାନ କରିଛନ୍ତି। ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ ସିବିସିର ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ଗ୍ରାମରେ ସଫେଇ ଅଭିଯାନ, ସ୍ୱଚ୍ଛତା ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଏସପି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏକତା ଟ୍ରଷ୍ଟର ଯୁବ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ଗାଁର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନ ସଫେଇ କରିଥିଲେ। ସିବିସିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସିବିସି କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବି ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ସମେତ ପିଆଇବି ଓ ସିବିସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।

ଏହି ଅବସରରେ ସ୍ୱଚ୍ଛତା ଉପରେ ଏକ ସଚେତନତା ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା ଏବଂ ସୂଚନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସିବିସିର ବାଲେଶ୍ୱର, କେନ୍ଦୁଝର, ଫୁଲବାଣୀ ଓ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ସ୍ୱଚ୍ଛତା ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେଲେ ଅଙ୍କିତ ବାୟନପୁରିଆ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶ ସ୍ୱଚ୍ଛତା ଅଭିଯାନ ପାଳନ କରିଛି। ସମସ୍ତେ ସ୍ୱଚ୍ଛତା ପାଇଁ ଗୋଟିଏ ଘଣ୍ଟା ଉତ୍ସର୍ଗ କରିଛନ୍ତି ଯାହା ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଙ୍କିତ ବାୟନପୁରିଆ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଅଙ୍କିତ ଜଣେ ଫିଟନେସ୍ ଗୁରୁ।

ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଆମ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଏବଂ ଫିଟନେସର ଗୁରୁତ୍ୱ ବିଷୟରେ କଥା ହେଉଥିବା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଦୈନନ୍ଦିନ ଜୀବନର ରୁଟିନ୍ ବିଷୟରେ କହିଥିଲେ ଏବଂ ଅଙ୍କିତଙ୍କ ଫିଟନେସ୍ ଫଣ୍ଡା ବିଷୟରେ ପଚାରିଥିଲେ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ‘‘ଆଜି ଯେତେବେଳେ ଦେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛି, ଅଙ୍କିତ ବାୟନପୁରିଆ ଏବଂ ମୁଁ ମଧ୍ୟ ତାହା କରିଥିଲୁ। କେବଳ ସ୍ୱଚ୍ଛତା ବ୍ୟତୀତ ଫିଟନେସ୍ ଏବଂ ସୁସ୍ଥତାକୁ ମଧ୍ୟ ସମିଶ୍ରଣ କରିଥିଲୁ। ଏହା ହେଉଛି ସେହି ସ୍ୱଚ୍ଛ ଏବଂ ସୁସ୍ଥ ଭାରତ ଭାବନା ବିଷୟରେ! @baiyanpuria”

Categories
ଆଜିର ଖବର ଜାତୀୟ ଖବର

ସାରା ଦେଶରେ ରେଳ ଷ୍ଟେସନର ନବୀକରଣ ଆମ ସରକାରଙ୍କ ପ୍ରାଥମିକତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗ୍ୱାଲିୟର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଚାଲିଥିବା କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଏକ୍ସ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବହୁତ ଭଲ! ସାରା ଦେଶରେ ରେଳ ଷ୍ଟେସନର ନବୀକରଣ କରିବା ଆମ ସରକାରଙ୍କ ପ୍ରାଥମିକତା। ଅତ୍ୟାଧୁନିକ ସୁବିଧା ସହ ଗ୍ୱାଲିୟର ରେଳ ଷ୍ଟେସନର ବିକାଶ ହେବା ଫଳରେ ଲୋକଙ୍କ ଯାତ୍ରା ଆହୁରି ସହଜ ହେବ।’

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ତେଲଙ୍ଗାନା ଗସ୍ତ: ଜାଣନ୍ତୁ ମୋଦୀଙ୍କ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନା ଗସ୍ତ କରିବେ । ପ୍ରାୟ ଅପରାହ୍ନ ୨ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମେହବୁବ ନଗର ଜିଲ୍ଲାରେ ପହଞ୍ଚି ୧୩, ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ସେଗୁଡିକ ମଧ୍ୟରେ ସଡକ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଉଚ୍ଚଶିକ୍ଷା କ୍ଷେତ୍ରମାନ ରହିଛି । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଦେଶରେ ଆଧୁନିକ ସଡକ ଭିତ୍ତିଭୂମିର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୂରଦୃଷ୍ଟି ରହିଛି ସେହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ କାଳରେ ଏକାଧିକ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ । ନାଗପୁର-ବିଜୟୱାଡା ଆର୍ଥିକ କରିଡର ସମ୍ପର୍କୀତ କେତେକ ପ୍ରମୁଖ ସଡକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ୱରଙ୍ଗଲରୁ ଖମାମ ପର୍ଯ୍ୟନ୍ତ ୧୦୮ କି.ମି. ଦୀର୍ଘ ଚାରିଲେନ ବିଶିଷ୍ଟ ଗ୍ରୀନ ଫିଲ୍ଡ ହାଇୱେ ଏନଏଚ୧୬୩ଜି ଏବଂ ୯୦ କିଲୋମିଟର ଦୀର୍ଘ ଖମାମ-ବିଜୟୱାଡା ସେକ୍ସନର ଏନଏଚ-୧୬୩ଜି ଗ୍ରୀନଫିଲ୍ଡ ହାଇୱେ । ଏହି ସଡକ ପ୍ରକଳ୍ପ ଦ୍ୱୟ ୬୪୦୦କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହି ପ୍ରକଳ୍ପ ସମ୍ପର୍ଣ୍ଣ ହେଲେ ୱାରଙ୍ଗଲ ଓ ଖମାମ୍ ମଧ୍ୟରେ ଦୂରତା ୧୪କିଲୋମିଟର ଏବଂ ଖମାମ ଓ ବିଜୟୱାଡା ମଧ୍ୟରେ ଦୂରତା ୨୭କିଲୋମିଟର ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ମଧ୍ୟ ସୂର୍ଯ୍ୟପେଟରୁ ଖମାମ ସେକ୍ସନର ଏନଏଚ୩୬୫ବିବିର ୫୯କିଲୋମିଟର ଦୀର୍ଘ ଚାରିଲେନ ଯୁକ୍ତ ରାସ୍ତାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୨୪୬୦ କୋଟି ଟଙ୍କା  ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ-ବିଶାଖାପାଟଣା କରିଡର ଓ ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହୋଇଛି । ଏହା ଦ୍ୱାରା ଖମାମ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳକୁ ଉତ୍ତମ  ଯୋଗାଯୋଗ ସମ୍ଭବ ହେବ ।

ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀ ୩୭କିଲୋମିଟର ଦୀର୍ଘ ଜାକଲେଇ କ୍ରିଷ୍ଣା ନୂତନ ରେଳଲାଇନର ମଧ୍ୟ ଉଦ୍‌ଘାଟନ କରିବେ । ୫୦୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ରେଳଲାଇନ ଯୋଗୁଁ ପ୍ରଥମ ଥର ନିମନ୍ତେ ନାରାୟଣପେଟ ଭଳି ଅନଗ୍ରସର ଜିଲ୍ଲା ମଧ୍ୟ ରେଳ ମାନଚିତ୍ରରେ ସ୍ଥାନ ପାଇବ । ପ୍ରଧାନମନ୍ତ୍ରୀ ମଧ୍ୟ ହାଇଦ୍ରାବାଦ (କଚେଗୁଡା)-ରାୟଚୁର-ହାଇଦ୍ରାବାଦ (କଚେଗୁଡା) ଟ୍ରେନ ସେବାର ପତାକା ଦେଖାଇ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରାଇବେ । ଏହି ଟ୍ରେନ ସେବା ତେଲେଙ୍ଗାନା ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ମେହବୁବନଗର, ନାରାୟଣପେଟ ଜିଲ୍ଲା, କର୍ଣ୍ଣାଟକର ରାୟଚୁର ଜିଲ୍ଲାକୁ ସଂଯୋଗ କରିବ । ଏହି ରେଳପଥ ପ୍ରଥମ ଥର ପାଇଁ ମେହେବୁବ ନଗର ଓ ନାରାୟଣପେଟ ଭଳି ଅନଗ୍ରସର ଜିଲ୍ଲାଗୁଡିକୁ ସଂଯୋଗ କରିବା ଦ୍ୱାରା ବିଦ୍ୟାର୍ଥୀ, ଦୈନିକ ଯାତାୟତକାରୀ, ଶ୍ରମିକ ଓ ସ୍ଥାନୀୟ ଅଞ୍ଚଳ ହନ୍ତତନ୍ତ ଶିଳ୍ପ କାରିଗରଙ୍କ ନିମନ୍ତେ ବେଶ୍ ସୁବିଧାଜନକ ହେବ ।

ଦେଶରେ ଲଜିଷ୍ଟିକ ସାମର୍ଥ୍ୟ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଦେଶର ପ୍ରମୁଖ ତୈଳ ଓ ଗ୍ୟାସ ପାଇପ୍‌ଲାଇନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଏହି ଅବସରରେ ସମ୍ପନ୍ନ ହେବ । ପ୍ରଧାନମନ୍ତ୍ରୀ ହାସାନ-ଚେର୍ଲାପାଲ୍ଲୀ ଏଲପିଜି ପାଇପଲାଇନ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ । ୨୧୭୦କୋଟି ଟଙ୍କାରେ ନିର୍ମିତ ଏହି ଏଲପିଜି ପାଇପ ଲାଇନ କର୍ଣ୍ଣାଟକର ହାସାନରୁ (ହାଇଦ୍ରାବାଦ ଆଖାପାଖ) ଚେର୍ଲାପାଲ୍ଲୀ ଅଞ୍ଚଳକୁ ନିରାପଦ, କମ୍ ବ୍ୟୟସାପେକ୍ଷ ଓ ପରିବେଶ ଅନୁକୂଳ ଏଲପିଜି ପରିବହନ ଓ ବଣ୍ଟନର ସୁବିଧା କରାଇବ । ସେ ମଧ୍ୟ ବହୁ ଦ୍ରବ୍ୟ ଯୁକ୍ତ ଭାରତ ଓ ପେଟ୍ରୋଲିୟମ ନିଗମ ଲିମିଟେଡ (ବିପିସିଏଲ୍‌) ପାଇପ୍‌ଲାଇନ, କ୍ରିଷ୍ଣା ପାଟନମ୍‌ରୁ ହାଇଦ୍ରାବାଦ (ମଲକାପୁର) ପର୍ଯ୍ୟନ୍ତର ଶିଳାନ୍ୟାସ କରିବେ । ୪୨୫ କିଲୋମିଟର ଦୀର୍ଘ ପାଇପଲାଇନ ୧୯୪୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଏହି ପାଇପ ଲାଇନ ଯୋଗୁଁ ସେ ଅଞ୍ଚଳବାସୀ ନିରାପଦ, ଶୀଘ୍ର କାର୍ଯ୍ୟକ୍ଷମ ଓ ପରିବେଶ ଅନୁକୂଳ ପେଟ୍ରୋଲିୟମ ସାମଗ୍ରୀ ପାଇପାରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପାଞ୍ଚଟି ନୂତନ ଭବନର ଉଦ୍‌ଘାଟନ କରିବେ । ସେଗୁଡିକ ହେଲା ସ୍କୁଲ ଅଫ ଇକନମିକ୍ସ, ସ୍କୁଲ ଅଫ ମାଥେମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ, ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ, ଲେକଚର ହଲ କମ୍ପେକ୍ସ-ଆଇଆଇଆଇ ଓ ସରୋଜିନୀ ନାଇଡୁ ସ୍କୁଲ ଅଫ ଆର୍ଟ ଆଣ୍ଡ କମ୍ୟୁନିକେସ (ଆନେକ୍ସୀ) । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଉନ୍ନୀତ ହେବା ଦ୍ୱାରା ବିଦ୍ୟାର୍ଥୀ ଓ ଶିକ୍ଷାଦାନକାରୀ ଉଭୟଙ୍କ ନିମନ୍ତେ ଅନେକ ସୁବିଧା ହେବ ।

Categories
ଆଜିର ଖବର ଜାତୀୟ ଖବର

ଆଜି ଶ୍ରମଦାନ ଅଭିଯାନରେ ସାମିଲ ହେବାକୁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦ଟାରେ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଶ୍ରମଦାନ ଅଭିଯାନରେ ନାଗରିକମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି।

ସ୍ୱଚ୍ଛ ଭାରତ ଅର୍ବାନର ଏକ ପୋଷ୍ଟକୁ ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଏକାଠି ହେବା।

ଏକ ସ୍ୱଚ୍ଛ ଭାରତ ସମସ୍ତଙ୍କ ଦାୟିତ୍ୱ ଏବଂ ପ୍ରତ୍ୟେକ ଦାୟିତ୍ୱର ମୂଲ୍ୟ ଅଛି। ସ୍ୱଚ୍ଛ ଭବିଷ୍ୟତର ଆରମ୍ଭ ପାଇଁ ଏହି ମହାନ ପ୍ରୟାସରେ ସଭିଏ ସାମିଲ ହୁଅନ୍ତୁ।’

Categories
ବିଶେଷ ଖବର

ଆକାଂକ୍ଷୀ ବ୍ଲକ୍ ଗୁଡିକ ପାଇଁ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ‘ସଂକଳ୍ପ ସପ୍ତାହ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଦେଶର ଆକାଂକ୍ଷୀ ବ୍ଲକମାନଙ୍କ ପାଇଁ ‘ସଂକଳ୍ପ ସପ୍ତାହ’ ନାମକ ଏକ ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ ପୋର୍ଟାଲର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସେ ଉଦ୍‌ଘାଟନ କରିଥିଲେ।

ପ୍ରଧାନମନ୍ତ୍ରୀ ୩ ଜଣ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ଉତ୍ତରପ୍ରଦେଶର ବରେଲିର ବାହେରୀର ସ୍କୁଲ ଶିକ୍ଷୟିତ୍ରୀ ରଞ୍ଜନା ଅଗ୍ରୱାଲଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ବ୍ଲକ୍‌ରେ ଆୟୋଜିତ ଚିନ୍ତନ ଶିବିରର ସବୁଠାରୁ ପ୍ରଭାବଶାଳୀ ଚିନ୍ତାଧାରା ବିଷୟରେ ପଚାରି ବୁଝିଥିଲେ। ରଞ୍ଜନା ଅଗ୍ରୱାଲ ବ୍ଲକ୍‌ର ସର୍ବାଙ୍ଗୀନ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିବା ସହ ସରକାରୀ ଯୋଜନା ଗୁଡ଼ିକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସମସ୍ତ ହିତାଧିକାରୀ ସମାନ ମଞ୍ଚକୁ ଆସିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଗୁଡ଼ିକର ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ପାଇଁ ଲାଗୁ କରାଯାଇଥିବା ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ। ଶ୍ରୀମତୀ ଅଗ୍ରୱାଲ ପାରମ୍ପରିକ ଶିକ୍ଷାଦାନ ପଦ୍ଧତି ପରିବର୍ତ୍ତେ କାର୍ଯ୍ୟକଳାପ ଭିତ୍ତିକ ଶିକ୍ଷାକୁ ପସନ୍ଦ କରିବା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ବାଲ ସଭା ଆୟୋଜନ, ସଙ୍ଗୀତ ଶିକ୍ଷା, କ୍ରୀଡ଼ା ଏବଂ ଶାରୀରିକ ପ୍ରଶିକ୍ଷଣ ଇତ୍ୟାଦିର ଉଦାହରଣ ଦେଇଥିଲେ।

ଶିକ୍ଷାର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ପାଇଁ ସ୍ମାର୍ଟ ଶ୍ରେଣୀଗୃହ ଏବଂ ଟେକ୍ନୋଲୋଜିର ବ୍ୟବହାର ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଜିଲ୍ଲାର ସମସ୍ତ ୨୫୦୦ ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ ଶ୍ରେଣୀଗୃହ ଉପଲବ୍ଧ ଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିିତ ଭାରତର ଏକ ପ୍ରାଥମିକ ସର୍ତ୍ତ ହେଉଛି ପିଲାମାନଙ୍କର ଗୁଣାତ୍ମକ ଶିକ୍ଷା। ସେ କହିଛନ୍ତି ଯେ ଶିକ୍ଷକମାନଙ୍କ ନିଷ୍ଠା ଓ ସଂପୃକ୍ତି ଦେଖି ସେ ଅଭିଭୂତ। ଏହା ହେଉଛି ‘ସମର୍ପଣ ସେ ସିଦ୍ଧି’ ‘ସମର୍ପଣ ଦ୍ୱାରା ସିଦ୍ଧିପ୍ରାପ୍ତି’ ର ମାର୍ଗ।

ଜମ୍ମୁ ଓ କାଶ୍ମୀରର ପୁଞ୍ଚର ମନକୋଟର ସହକାରୀ ପ୍ରାଣୀଧନ ଚିକିତ୍ସକ ସାଜିଦ ଅହମ୍ମଦ ଆଦିବାସୀ ପଶୁପାଳନକାରୀଙ୍କ ସମସ୍ୟା ବିଷୟରେ ବର୍ଣ୍ଣନା କରିବା ସହ ସ୍ଥାନାନ୍ତର ସମୟରେ ସମସ୍ୟା ଓ କ୍ଷୟକ୍ଷତିକୁ ସୀମିତ କରିବାର ଉପାୟ ବିଷୟରେ ମଧ୍ୟ କହିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତାଙ୍କ ବ୍ୟକ୍ତିଗତ ଅନୁଭୂତି କହିଥିଲେ। ଶ୍ରେଣୀଗୃହ ଜ୍ଞାନ ଏବଂ ଅଭିଜ୍ଞତା ମଧ୍ୟରେ ପାର୍ଥକ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ପଚାରିଥିଲେ। ଶ୍ରେଣୀଗୃହରେ ଅଣଦେଖା କରାଯାଉଥିବା ମଜଭୁତ ସ୍ଥାନୀୟ ପ୍ରଜାତି ବିଷୟରେ ଡାକ୍ତର କହିଥିଲେ। ପାଦ ଓ ପାଟି ରୋଗ ପାଇଁ ଟିକାକରଣ ଅଭିଯାନ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ଏବଂ ଏହି ଅଞ୍ଚଳରେ ଟିକାର ବ୍ୟାପକ ବ୍ୟବହାର ବିଷୟରେ ତାଙ୍କୁ ସୂଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ଗୁର୍ଜର ମାନଙ୍କ ସହିତ ତାଙ୍କର ଘନିଷ୍ଠତା ସମ୍ପର୍କରେ ବର୍ଣ୍ଣନା କରିଥିଲେ, କାରଣ ସେମାନେ ତାଙ୍କୁ ସର୍ବଦା କଚ୍ଛର ବାସିନ୍ଦା ମାନଙ୍କ କଥା ମନେ ପକାଇ ଦେଇଥାନ୍ତି।

ମେଘାଳୟର ରେସୁବେଲପଡ଼ା, ଏନ୍‌ଜିଏଚ୍ (ଗାରୋ ଅଞ୍ଚଳ)ର କନିଷ୍ଠ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମିଖେନଚାର୍ଡ ସି ମୋମିନ୍‌ଙ୍କ ସହ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳ ଅତ୍ୟଧିକ ଖରାପ ପାଗ ଯୋଗୁଁ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ ବିଷୟରେ ପଚାରି ବୁଝିଥିଲେ । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ପ୍ରାଥମିକ ନିର୍ଦ୍ଦେଶ ଜାରି କରିବା ସହ ଅଗ୍ରଗତି ଉପରେ ନଜର ରଖିବା ନିମନ୍ତେ ଏକ ଗୋଷ୍ଠୀ ଗଠନ କରିବାକୁ ଶ୍ରୀ ମୋମିନ୍ ଉଲ୍ଲେଖ କରିଛନ୍ତି । ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପିଏମ୍ – ଆବାସ (ଗ୍ରାମୀଣ)ରେ ଆଞ୍ଚଳିକ ଡିଜାଇନ୍ ପ୍ରଚଳନ ଏବଂ ମାଲିକ – ପରିଚାଳିତ ନିର୍ମାଣ ଦ୍ୱାରା ଉତ୍ପାଦନର ଗୁଣବତ୍ତାରେ ପରିବର୍ତ୍ତନ ବିଷୟରେ ପ୍ରଧାନମନ୍ତ୍ରୀ ଯେଉଁ ପ୍ରଶ୍ନ କରିଥିଲେ, ଶ୍ରୀ ମୋମିନ୍ ତାହାର ସକାରାତ୍ମକ ଉତ୍ତର ଦେଇଥିଲେ । ଏହି ଅଞ୍ଚଳରେ ଉତ୍ପାଦିତ କାଜୁର ଉତ୍ପାଦନ ଏବଂ ବିପଣନ ବିଷୟରେ ପ୍ରଧାନମନ୍ତ୍ରୀ ପଚାରିବାରୁ ଶ୍ରୀ ମୋମିନ୍ କହିଥିଲେ ଯେ ଏହି ଅଞ୍ଚଳରେ ଉତ୍ପାଦିତ କାଜୁ ସମଗ୍ର ଦେଶରେ ସର୍ବୋଚ୍ଚ ମାନର ଏବଂ ଏହାର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ମନରେଗା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଧ୍ୟମ କରାଯାଉଛି । ଏହି ଅଞ୍ଚଳରେ ଅଧିକ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବାକୁ ଶ୍ରୀ ମୋମିନ୍ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସଚେତନତା ବୃଦ୍ଧି ପାଇଁ ଏହି ଅଞ୍ଚଳରେ ସଙ୍ଗୀତର ଲୋକପ୍ରିୟତା ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ବ୍ଲକ ଏବଂ ଜିଲ୍ଲା କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଉଲ୍ଲେଖ କରିଥିଲେ ।

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ‘ଭାରତ ମଣ୍ଡପମ୍‌’ ଏବଂ ‘ସମାବେଶରେ ଥିବା ଲୋକ ମାନଙ୍କ’ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ଦୂରଦୂରାନ୍ତ ଅଞ୍ଚଳରେ ବିକାଶର ଯତ୍ନ ନେଉଛନ୍ତି ।

ଏହା ସରକାରଙ୍କ ଚିନ୍ତାଧାରାର ସଙ୍କେତ ଯେ ଜି – ୨୦ ଶିଖର ସମ୍ମିଳନୀ ସ୍ଥଳରେ ଏଭଳି ଏକ ସମାବେଶ ହେଉଛି, ଯେଉଁଠାରେ ବିଶ୍ୱ ବ୍ୟାପାରର ଦିଗ ନିର୍ଦ୍ଧାରଣ କରୁଥିବା ଲୋକମାନେ ମାସକ ପୂର୍ବରୁ ଏକାଠି ହୋଇଥିଲେ । ତୃଣମୂଳ ସ୍ତରର ପରିବର୍ତ୍ତନକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ମୋ ପାଇଁ ଏହି ସମାବେଶ ଜି – ୨୦ ସମ୍ମିଳନୀ ଠାରୁ କମ୍ ନୁହେଁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ଟିମ୍ ଇଣ୍ଡିଆର ସଫଳତା ଏବଂ ସମସ୍ତଙ୍କ ପ୍ରୟାସର ଭାବନାର ପ୍ରତୀକ ବୋଲି ସେ କହିଛନ୍ତି । ଭାରତର ଭବିଷ୍ୟତ ପାଇଁ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରେ ‘ସଂକଳ୍ପ ସେ ସିଦ୍ଧି’ (ସଙ୍କଳ୍ପ ଦ୍ୱାରା ସିଦ୍ଧିପ୍ରାପ୍ତି) ଅନ୍ତର୍ନିହିତ ।

ସ୍ୱାଧୀନ ଭାରତର ଶ୍ରେଷ୍ଠ ୧୦ଟି କାର୍ଯ୍ୟକ୍ରମ ମଧ୍ୟରୁ ଯେକୌଣସି ତାଲିକାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସୁବର୍ଣ୍ଣ ଅକ୍ଷରରେ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ୧୧୨ ଟି ଜିଲ୍ଲାର ପ୍ରାୟ ୨୫ କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏହି କାର୍ଯ୍ୟକ୍ରମର ସଫଳତା ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମର ଆଧାର ପାଲଟିଛି ବୋଲି ସେ କହିଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ପାଇଁ ବିଶ୍ୱସ୍ତରୀୟ ପ୍ରଶଂସା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ କେବଳ ଏହି ଯୋଜନା ଅଭୂତପୂର୍ବ ହୋଇଥିବାରୁ ନୁହେଁ ବରଂ ଏଥିପାଇଁ କାର୍ଯ୍ୟ କରୁଥିବା ଲୋକମାନେ ବିସ୍ମୟଜନକ ହୋଇଥିବାରୁ ଏହା ଏକ ବିରାଟ ସଫଳତା ପାଇବା ନିଶ୍ଚିତ ।

କିଛି ସମୟ ପୂର୍ବରୁ ୩ ଜଣ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କ ମନୋବଳ ଦେଖି ତାଙ୍କ ଆତ୍ମବିଶ୍ୱାସ ବହୁଗୁଣିତ ହୋଇଛି ବୋଲି ଉଲ୍ଲେଖ କରିଥିଲେ । ତୃଣମୂଳ ସ୍ତରର ଅଧିକାରୀ ମାନଙ୍କୁ ସେମାନଙ୍କ ଟିମ୍‌ର ସଦସ୍ୟ ଭାବେ ନେଇ କାମ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିବା ସହ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ସମୟ ପୂର୍ବରୁ ହାସଲ ହୋଇଯିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଉପରେ ସେ ତୀକ୍ଷ୍ଣ ନଜର ରଖିବେ, କାରଣ ସେ ସେମାନଙ୍କ ଦକ୍ଷତା ପରୀକ୍ଷା କରିବାକୁ ଚାହାଁନ୍ତି ନାହିଁ ବରଂ ତୃଣମୂଳ ସ୍ତରରେ ସଫଳତା ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ଅଧିକ ଶକ୍ତି ଏବଂ ଉତ୍ସାହ ପ୍ରଦାନ କରିଥାଏ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତି ଚାର୍ଟ ମୋ ପାଇଁ ପ୍ରେରଣା ପାଲଟିଛି ବୋଲି ସେ କହିଛନ୍ତି ।

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ତୃତୀୟ ପକ୍ଷ ମୂଲ୍ୟାୟନକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମର ସରଳ ରଣନୀତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶାସନର ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଗୁଡିକର ମୁକାବିଲା କରିବା ପାଇଁ ଏଗୁଡ଼ିକ ଶିକ୍ଷା ଅଟେ । ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସମସ୍ତ ଅଞ୍ଚଳ ଏବଂ କ୍ଷେତ୍ରର ଯତ୍ନ ନିଆଯିବା ଉଚିତ୍ ।

ସର୍ବାଙ୍ଗୀନ ବିକାଶ, ସମସ୍ତଙ୍କୁ ଛୁଇଁବା ଭଳି ବିକାଶ , ସମସ୍ତଙ୍କୁ ଉପକୃତ କରିବା ଭଳି ବିକାଶର ଅନୁପସ୍ଥିତି ସଂଖ୍ୟାତ୍ମକ ବିକାଶ ପ୍ରଦର୍ଶିତ କରିପାରେ, କିନ୍ତୁ ଏଥିରେ ମୌଳିକ ବିକାଶ ହୋଇ ନଥାଏ । ସେଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ପ୍ରତ୍ୟେକ ତୃଣମୂଳ ସ୍ତରର ମାନଦଣ୍ଡକୁ ଅନ୍ତର୍ଭୁକ୍ତ କରି ଆଗକୁ ବଢ଼ିବା ଉଚିତ୍ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ବିଭାଗୀୟ ସଚିବ ମାନଙ୍କୁ ଦୁଇଟି ନୂତନ ଦିଗ, ଯଥା – ପ୍ରତ୍ୟେକ ରାଜ୍ୟର ଦ୍ରୁତ ବିକାଶ ଏବଂ ପଛୁଆ ଜିଲ୍ଲା ଗୁଡ଼ିକୁ ସମ୍ଭାଳିବା ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଦେଶର ୧୦୦ଟି ବ୍ଲକ୍‌କୁ ଚିହ୍ନଟ କରିବାକୁ ସେ ସେମାନଙ୍କୁ ଆହ୍ୱାନ ଦେଇଥିଲେ, ଯାହା ନିଜ ନିଜ ବିଭାଗରେ ପଛରେ ରହିଛି ଏବଂ ଏହି ସ୍ଥିତିରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ସେ ସେମାନଙ୍କୁ କହିଥିଲେ । ଚିହ୍ନଟ ହୋଇଥିବା ୧୦୦ଟି ବ୍ଲକ୍ ଦେଶର ହାରାହାରି ସ୍ତର ଠାରୁ ଅଧିକ ହେବା ପରେ ବିକାଶର ସମସ୍ତ ମାନଦଣ୍ଡ ବଦଳିଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଉନ୍ନତିର ଅବକାଶ ଥିବା ବ୍ଲକ୍‌ର ବିକାଶ ଉପରେ କେନ୍ଦ୍ରର ସମସ୍ତ ବିଭାଗ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୧୦୦ଟି ଅତି ପଛୁଆ ଗ୍ରାମକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉନ୍ନତ କରିବା ପାଇଁ ଏକ ମଡେଲ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ଯାହାକୁ ପରବର୍ତ୍ତୀ ୧୦୦୦ ଗ୍ରାମର ବିକାଶ ପାଇଁ ଆହୁରି ଅନୁକରଣ କରାଯାଇପାରିବ ।

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ପ୍ରୟାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ହେବାର ଅର୍ଥ ବିକଶିତ ମହାନଗର ଏବଂ ପଛୁଆ ଗ୍ରାମ ଗୁଡିକ ନୁହେଁ । “ଆମେ ସେହି ମଡେଲକୁ ଅନୁସରଣ କରୁନାହୁଁ, ଆମେ ୧୪୦ କୋଟି ଲୋକଙ୍କ ସହିତ ଯିବାକୁ ଚାହୁଁଛୁ” ବୋଲି ସେ କହିଥିଲେ ।

ସେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଗୁଜରାଟର କଚ୍ଛ ଜିଲ୍ଲାର ଉଦାହରଣ ଦେଇଥିଲେ, ଯାହା ଏକଦା ଅଧିକାରୀମାନଙ୍କ ପାଇଁ ଦଣ୍ଡ ସ୍ୱରୂପ ପୋଷ୍ଟିଂ ପାଇଁ ଏକ ସ୍ଥାନ ଭାବରେ ବିବେଚନା କରାଯାଉଥିଲା କିନ୍ତୁ ଭୂମିକମ୍ପ ପରେ ସେଠାରେ ନିୟୋଜିତ ଅଧିକାରୀ ମାନଙ୍କ ନିଷ୍ଠା ଏବଂ ପରିଶ୍ରମ ଯୋଗୁଁ ବର୍ତ୍ତମାନ ଏହା ସବୁଠାରୁ ସମ୍ମାନଜନକ ସ୍ଥାନ ପାଲଟିଛି । ଦେଶର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ହୋଇଥିବା ବିକାଶ ପାଇଁ ସେ ଯୁବ ଅଧିକାରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ବ୍ଲକ୍ ସ୍ତରରେ ସଫଳ ହୋଇଥିବା ଅଧିକାରୀ ମାନଙ୍କୁ ଉତ୍ସାହିତ କରି ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସରକାରଙ୍କ ବଜେଟର କେବଳ ଉତ୍ପାଦନ ଅଭିମୁଖୀତାରୁ ପରିଣାମ ଆଡକୁ ପରିବର୍ତ୍ତିତ ହେବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଏହା ଦ୍ୱାରା ଗୁଣାତ୍ମକ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ଶାସନର ଅନେକ ଅଭିଜ୍ଞତାରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍ ପରିବର୍ତ୍ତନର ଏକମାତ୍ର କାରଣ ନୁହେଁ । ବିନା ବଜେଟରେ ସମ୍ବଳର ସର୍ବୋତ୍ତମ ଉପଯୋଗ ଓ ସମନ୍ୱୟ ବିକାଶର ଆଧାର ବୋଲି ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଯୋଜନା ଗୁଡ଼ିକର ସମନ୍ୱୟ ଏବଂ ପରିପୂରକତାକୁ ଉପଯୋଗ କରାଯିବା ଉଚିତ୍ ।

ଉତ୍ତମ ପ୍ରଦର୍ଶନ ଦିଗ ଗୁଡିକ ଏବଂ ସେମାନଙ୍କ ଆଡକୁ ସମ୍ବଳ ଗୁଡିକୁ ପ୍ରେରିତ କରିବାର ପରିଣତି ଉପରେ ଅତ୍ୟଧିକ ନିର୍ଭରଶୀଳତାର ତ୍ରୁଟି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ସମ୍ବଳକୁ ପ୍ରଚୁର ପରିମାଣରେ ଠେଲିଦେଲେ ଅପଚୟ ହେଉଥିବା ବେଳେ ଆବଶ୍ୟକତା ଥିବା ସ୍ଥାନକୁ ଦିଆଗଲେ ଉପଯୋଗ ବହୁତ ଭଲ ହୋଇଥାଏ । ଅଭାବୀ ଅଂଚଳ ଉପରେ ବିଶେଷ ଧ୍ୟାନ ଦେଇ ସମ୍ବଳକୁ ସମାନ ଭାବରେ ବଣ୍ଟନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଉପରେ ନିର୍ଭରଶୀଳତାର ମାନସିକତାରୁ ବାହାରକୁ ବାହାରି ଆସିବା ଉପରେ ଗୁରୁତ୍ୱାରୋପ କରିବା ସହ ମହାନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମାଜର ଶକ୍ତି ଉପରେ ଆଲୋକପାତ କରିଥିଲେ । ‘ଜନ ଭାଗିଦାରୀ’ର ଆବଶ୍ୟକତା ବିଷୟରେ କହିବା ସହ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ଜଣେ ନେତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ‘ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମରେ ଦଳୀୟ ଭାବନା ସୃଷ୍ଟି ହେଉଥିବା ଦିଗ ଉପରେ ଆଲୋକପାତ କରିଥିଲେ , ଯାହା ଜନ ଭାଗିଦାରୀ ପାଇଁ ନେତା ଏବଂ ନୂତନ ଚିନ୍ତାଧାରାର ଆବିର୍ଭାବ ଆଣିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମାଜ ଏକାଠି ହୋଇ ପରସ୍ପରକୁ ସହଯୋଗ କରିବାର ଉଦାହରଣ ଦେଇଥିଲେ । ଜନସାଧାରଣଙ୍କ ଭାଗିଦାରୀ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ଲକ୍ ସ୍ତରରେ ସାମୂହିକ ଭାବେ କାର୍ଯ୍ୟ କରିବା ଉପରେ ଆଲୋକପାତ କରିବା ସହ ଆଞ୍ଚଳିକ ଅନୁଷ୍ଠାନର ବାର୍ଷିକୀ ପାଳନ ଏବଂ ପୁଷ୍ଟିହୀନତା ଦୂର କରିବା ପାଇଁ ଏଭଳି ଅବସରରେ ସ୍କୁଲ ପିଲାଙ୍କୁ ଖାଦ୍ୟ ବଣ୍ଟନର ଉଦାହରଣ ଦେଇଥିଲେ ସମସ୍ୟାର ସମାଧାନ ଖୋଜିବାରେ ଜନଭାଗିଦାରୀ କିମ୍ବା ଲୋକଙ୍କ ଭାଗିଦାରୀର ଯଥେଷ୍ଟ କ୍ଷମତା ରହିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ସେହିଭଳି ଦେଶର ବୃଦ୍ଧି ପାଉଥିବା ବୈଶ୍ୱିକ ପ୍ରୋଫାଇଲରେ ପ୍ରବାସୀ ମାନଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ସାମାଜିକ ଅଂଶଗ୍ରହଣର ଶକ୍ତିକୁ ବର୍ଣ୍ଣନା କରିଥିଲେ, କାରଣ ସେମାନଙ୍କ ସକ୍ରିୟତା ସରକାରଙ୍କ କୂଟନୈତିକ ପ୍ରୟାସକୁ ସମର୍ଥନ କରିଛି । ସଂକଳ୍ପ ସପ୍ତାହର ସର୍ବାଧିକ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିନିଧ ôମାନଙ୍କୁ କହିଥିଲେ । ଅଧିକରୁ ଅଧିକ ପ୍ରଭାବ ପାଇଁ ସମ୍ବଳ ସଂଗ୍ରହ ଏବଂ ପ୍ରୟାସକୁ କେନ୍ଦ୍ରୀଭୂତ କରିବାକୁ ସେ ସେମାନଙ୍କୁ କହିଥିଲେ । ଏହା ଦ୍ୱାରା ତୃଣମୂଳ ସ୍ତରର ସମସ୍ୟା ଦୂର ହେବା ସହ ସରକାରଙ୍କ ସମଗ୍ର ଆଭିମୁଖ୍ୟ ସୃଷ୍ଟି ହେବ । ଯୋଗାଯୋଗରେ ପ୍ରଯୁକ୍ତି ବିଦ୍ୟାର ଭୂମିକାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶାରୀରିକ ଉପସ୍ଥିତିର କୌଣସି ବିକଳ୍ପ ନାହିଁ ଏବଂ ଆମେ ଏହା ସହିତ ଆପୋଷ ବୁଝାମଣା କରିବା ଉଚିତ ୍ ନୁହେଁ କାରଣ ଆମେ କୌଣସି ସ୍ଥାନକୁ ଗସ୍ତ କରିବା ସମୟରେ ସେହି ସ୍ଥାନର ଶକ୍ତି ବିଷୟରେ ଜାଣିବାକୁ ପାଇଥାଉ । ସଂକଳ୍ପ ସପ୍ତାହରେ ସହକର୍ମୀ ମାନଙ୍କ ସହ ଏକ ସପ୍ତାହ ବସି ରହିବା ଦ୍ୱାରା ସେମାନେ ପରସ୍ପରର ଶକ୍ତି ଓ ଆବଶ୍ୟକତା ବିଷୟରେ ସଚେତନ ହେବା ସହ ଦଳୀୟ ମନୋବଳରେ ଉନ୍ନତି ଆଣିବେ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରତିନିଧି ମାନଙ୍କୁ ୫ଟି ମାନଦଣ୍ଡ ଉପରେ ଧ୍ୟାନ ଦେବା ଏବଂ ଭଲ ଫଳାଫଳ ପାଇବା ପାଇଁ କହିଥିଲେ । ଏହା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଧୀରେ ଧୀରେ ସମସ୍ୟାର ସମାଧାନ ହେଲେ ଏହି ବ୍ଲକ ଅନ୍ୟମାନଙ୍କ ପାଇଁ ଆକାଂକ୍ଷାର ଉତ୍ସ ପାଲଟିବ ବୋଲି ସେ କହିଛନ୍ତି । ଆକାଂକ୍ଷୀ ଜିଲ୍ଲା ଥିବା ୧୧୨ଟି ଜିଲ୍ଲା ଏବେ ପ୍ରେରଣାଦାୟୀ ଜିଲ୍ଲା ପାଲଟିଛି । ମୁଁ ନିଶ୍ଚିତ ଯେ ବର୍ଷକ ମଧ୍ୟରେ ଅତି କମ୍‌ରେ ୧୦୦ଟି ଆକାଂକ୍ଷୀ ବ୍ଲକ୍ ପ୍ରେରଣାଦାୟୀ ବ୍ଲକ୍‌ରେ ପରିଣତ ହେବ ।

ଏଡି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ସୁମନ ବେରି ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଆକାଂକ୍ଷୀ ବ୍ଲକ୍ ପ୍ରୋଗ୍ରାମ (ଏବିପି) ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହ ‘ସଂକଳ୍ପ ସପ୍ତାହ’ ଜଡ଼ିତ । ଜାନୁଆରୀ ୭, ୨୦୨୩ ରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନାଗରିକ ମାନଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ପାଇଁ ବ୍ଲକ୍ ସ୍ତରରେ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ହେଉଛି ଏହାର ଲକ୍ଷ୍ୟ । ଦେଶର ୩୨୯ଟି ଜିଲ୍ଲାର ୫୦୦ଟି ଆକାଂକ୍ଷୀ ବ୍ଲକ୍‌ରେ ଏହା କାର୍ଯ୍ୟକାରୀ ହେଉଛି । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଏବଂ ଏକ ପ୍ରଭାବଶାଳୀ ବ୍ଲକ୍ ବିକାଶ ରଣନୀତି ପ୍ରସ୍ତୁତ କରିବା ପାଇଁ ସମଗ୍ର ଦେଶରେ ଗ୍ରାମ ଓ ବ୍ଲକ୍ ସ୍ତରରେ ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା । ‘ସଂକଳ୍ପ ସପ୍ତାହ’ ହେଉଛି ଏହି ଚିନ୍ତନ ଶିବିରର ଏକ ସମାପ୍ତି ।

ସମସ୍ତ ୫୦୦ ଆକାଂକ୍ଷୀ ବ୍ଲକ୍‌ରେ ‘ସଂକଳ୍ପ ସପ୍ତାହ’ ପାଳନ କରାଯିବ । ଅକ୍ଟୋବର ୩ ରୁ ଅକ୍ଟୋବର ୯, ୨୦୨୩ ପର୍ଯ୍ୟନ୍ତ ‘ସଂକଳ୍ପ ସପ୍ତାହ’ର ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ବିକାଶ ବିଷୟ ବସ୍ତୁକୁ ସମର୍ପିତ କରାଯାଇଛି, ଯେଉଁଥିରେ ସମସ୍ତ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟ କରିବେ । ପ୍ରଥମ ଛଅ ଦିନର ବିଷୟବସ୍ତୁ ଗୁଡ଼ିକ ହେଲା ‘ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ, ସୁପୋଷିତ ପରିବାର’, ‘ସ୍ୱଚ୍ଛତା’, ‘କୃଷି’, ‘ଶିକ୍ଷା’ ଏବଂ ‘ସମୃଦ୍ଧି ଦିବସ’ । ସପ୍ତାହର ଶେଷ ଦିନ ଅର୍ଥାତ୍ ଅକ୍ଟୋବର ୯, ୨୦୨୩, ସମଗ୍ର ସପ୍ତାହରେ ହୋଇଥିବା କାର୍ଯ୍ୟର ଉତ୍ସବ ହେବ, ଯାହାକି ‘ସଂକଳ୍ପ ସପ୍ତାହ – ସମାବେଶ ସମାରୋହ’ ଭାବରେ ପାଳନ କରାଯିବ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭାରତ ମଣ୍ଡପମ୍‌ରେ ଦେଶର ପ୍ରାୟ ୩ ହଜାର ପଞ୍ଚାୟତ ଓ ବ୍ଲକସ୍ତରୀୟ ଜନପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେବେ । ଏଥିସହ ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା, କୃଷକ ଓ ଅନ୍ୟାନ୍ୟ ବର୍ଗର ବ୍ୟକ୍ତି ବିଶେଷଙ୍କୁ ମିଶାଇ ପ୍ରାୟ ୨ ଲକ୍ଷ ଲୋକ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

Categories
ଆଜିର ଖବର ଜାତୀୟ ଖବର

ଅକ୍ଟୋବର ପହିଲାରେ ପ୍ରଧାନମନ୍ତ୍ରୀଙ୍କ ତେଲଙ୍ଗାନା ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ପହିଲା ୨୦୨୩ ଦିନ ତେଲଙ୍ଗାନା ଗସ୍ତ କରିବେ । ପ୍ରାୟ ଅପରାହ୍ନ ୨ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମେହବୁବ ନଗର ଜିଲ୍ଲାରେ ପହଞ୍ଚି ୧୩, ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ସେଗୁଡିକ ମଧ୍ୟରେ ସଡକ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଉଚ୍ଚଶିକ୍ଷା କ୍ଷେତ୍ରମାନ ରହିଛି । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଦେଶରେ ଆଧୁନିକ ସଡକ ଭିତ୍ତିଭୂମିର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୂରଦୃଷ୍ଟି ରହିଛି ସେହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ କାଳରେ ଏକାଧିକ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ । ନାଗପୁର-ବିଜୟୱାଡା ଆର୍ଥିକ କରିଡର ସମ୍ପର୍କୀତ କେତେକ ପ୍ରମୁଖ ସଡକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ୱରଙ୍ଗଲରୁ ଖମାମ ପର୍ଯ୍ୟନ୍ତ ୧୦୮ କି.ମି. ଦୀର୍ଘ ଚାରିଲେନ ବିଶିଷ୍ଟ ଗ୍ରୀନ ଫିଲ୍ଡ ହାଇୱେ ଏନଏଚ୧୬୩ଜି ଏବଂ ୯୦ କିଲୋମିଟର ଦୀର୍ଘ ଖମାମ-ବିଜୟୱାଡା ସେକ୍ସନର ଏନଏଚ-୧୬୩ଜି ଗ୍ରୀନଫିଲ୍ଡ ହାଇୱେ । ଏହି ସଡକ ପ୍ରକଳ୍ପ ଦ୍ୱୟ ୬୪୦୦କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହି ପ୍ରକଳ୍ପ ସମ୍ପର୍ଣ୍ଣ ହେଲେ ୱାରଙ୍ଗଲ ଓ ଖମାମ୍ ମଧ୍ୟରେ ଦୂରତା ୧୪କିଲୋମିଟର ଏବଂ ଖମାମ ଓ ବିଜୟୱାଡା ମଧ୍ୟରେ ଦୂରତା ୨୭କିଲୋମିଟର ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ମଧ୍ୟ ସୂର୍ଯ୍ୟପେଟରୁ ଖମାମ ସେକ୍ସନର ଏନଏଚ୩୬୫ବିବିର ୫୯କିଲୋମିଟର ଦୀର୍ଘ ଚାରିଲେନ ଯୁକ୍ତ ରାସ୍ତାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୨୪୬୦ କୋଟି ଟଙ୍କା  ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ-ବିଶାଖାପାଟଣା କରିଡର ଓ ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହୋଇଛି । ଏହା ଦ୍ୱାରା ଖମାମ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳକୁ ଉତ୍ତମ  ଯୋଗାଯୋଗ ସମ୍ଭବ ହେବ ।

ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀ ୩୭କିଲୋମିଟର ଦୀର୍ଘ ଜାକଲେଇ କ୍ରିଷ୍ଣା ନୂତନ ରେଳଲାଇନର ମଧ୍ୟ ଉଦ୍‌ଘାଟନ କରିବେ । ୫୦୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ରେଳଲାଇନ ଯୋଗୁଁ ପ୍ରଥମ ଥର ନିମନ୍ତେ ନାରାୟଣପେଟ ଭଳି ଅନଗ୍ରସର ଜିଲ୍ଲା ମଧ୍ୟ ରେଳ ମାନଚିତ୍ରରେ ସ୍ଥାନ ପାଇବ । ପ୍ରଧାନମନ୍ତ୍ରୀ ମଧ୍ୟ ହାଇଦ୍ରାବାଦ (କଚେଗୁଡା)-ରାୟଚୁର-ହାଇଦ୍ରାବାଦ (କଚେଗୁଡା) ଟ୍ରେନ ସେବାର ପତାକା ଦେଖାଇ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରାଇବେ । ଏହି ଟ୍ରେନ ସେବା ତେଲେଙ୍ଗାନା ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ମେହବୁବନଗର, ନାରାୟଣପେଟ ଜିଲ୍ଲା, କର୍ଣ୍ଣାଟକର ରାୟଚୁର ଜିଲ୍ଲାକୁ ସଂଯୋଗ କରିବ । ଏହି ରେଳପଥ ପ୍ରଥମ ଥର ପାଇଁ ମେହେବୁବ ନଗର ଓ ନାରାୟଣପେଟ ଭଳି ଅନଗ୍ରସର ଜିଲ୍ଲାଗୁଡିକୁ ସଂଯୋଗ କରିବା ଦ୍ୱାରା ବିଦ୍ୟାର୍ଥୀ, ଦୈନିକ ଯାତାୟତକାରୀ, ଶ୍ରମିକ ଓ ସ୍ଥାନୀୟ ଅଞ୍ଚଳ ହନ୍ତତନ୍ତ ଶିଳ୍ପ କାରିଗରଙ୍କ ନିମନ୍ତେ ବେଶ୍ ସୁବିଧାଜନକ ହେବ ।

ଦେଶରେ ଲଜିଷ୍ଟିକ ସାମର୍ଥ୍ୟ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଦେଶର ପ୍ରମୁଖ ତୈଳ ଓ ଗ୍ୟାସ ପାଇପ୍‌ଲାଇନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଏହି ଅବସରରେ ସମ୍ପନ୍ନ ହେବ । ପ୍ରଧାନମନ୍ତ୍ରୀ ହାସାନ-ଚେର୍ଲାପାଲ୍ଲୀ ଏଲପିଜି ପାଇପଲାଇନ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ । ୨୧୭୦କୋଟି ଟଙ୍କାରେ ନିର୍ମିତ ଏହି ଏଲପିଜି ପାଇପ ଲାଇନ କର୍ଣ୍ଣାଟକର ହାସାନରୁ (ହାଇଦ୍ରାବାଦ ଆଖାପାଖ) ଚେର୍ଲାପାଲ୍ଲୀ ଅଞ୍ଚଳକୁ ନିରାପଦ, କମ୍ ବ୍ୟୟସାପେକ୍ଷ ଓ ପରିବେଶ ଅନୁକୂଳ ଏଲପିଜି ପରିବହନ ଓ ବଣ୍ଟନର ସୁବିଧା କରାଇବ । ସେ ମଧ୍ୟ ବହୁ ଦ୍ରବ୍ୟ ଯୁକ୍ତ ଭାରତ ଓ ପେଟ୍ରୋଲିୟମ ନିଗମ ଲିମିଟେଡ (ବିପିସିଏଲ୍‌) ପାଇପ୍‌ଲାଇନ, କ୍ରିଷ୍ଣା ପାଟନମ୍‌ରୁ ହାଇଦ୍ରାବାଦ (ମଲକାପୁର) ପର୍ଯ୍ୟନ୍ତର ଶିଳାନ୍ୟାସ କରିବେ । ୪୨୫କିଲୋମିଟର ଦୀର୍ଘ ପାଇପଲାଇନ ୧୯୪୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଏହି ପାଇପ ଲାଇନ ଯୋଗୁଁ ସେ ଅଞ୍ଚଳବାସୀ ନିରାପଦ, ଶୀଘ୍ର କାର୍ଯ୍ୟକ୍ଷମ ଓ ପରିବେଶ ଅନୁକୂଳ ପେଟ୍ରୋଲିୟମ ସାମଗ୍ରୀ ପାଇପାରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପାଞ୍ଚଟି ନୂତନ ଭବନର ଉଦ୍‌ଘାଟନ କରିବେ । ସେଗୁଡିକ ହେଲା ସ୍କୁଲ ଅଫ ଇକନମିକ୍ସ, ସ୍କୁଲ ଅଫ ମାଥେମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ, ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ, ଲେକଚର ହଲ କମ୍ପେକ୍ସ-ଆଇଆଇଆଇ ଓ ସରୋଜିନୀ ନାଇଡୁ ସ୍କୁଲ ଅଫ ଆର୍ଟ ଆଣ୍ଡ କମ୍ୟୁନିକେସ (ଆନେକ୍ସୀ) । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଉନ୍ନୀତ ହେବା ଦ୍ୱାରା ବିଦ୍ୟାର୍ଥୀ ଓ ଶିକ୍ଷାଦାନକାରୀ ଉଭୟଙ୍କ ନିମନ୍ତେ ଅନେକ ସୁବିଧା ହେବ ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତର ପ୍ରଦେଶର ସମସ୍ତ ଗ୍ରାମକୁ ଓଡିଏଫ ପ୍ଲସ ଶ୍ରେଣୀ ହାସଲ କରିଥିବାରୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଉତର ପ୍ରଦେଶର ଶହେ ପ୍ରତିଶତ ଗ୍ରାମ ଦ୍ୱାରା ଓଡିଏଫ (ଖୋଲାରେ ଶୌଚମୁକ୍ତ) ପ୍ଲସ ସ୍ଥିତି ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି।

ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ବହୁତ ବହୁତ ଶୁଭେଚ୍ଛା! ବାପୁଙ୍କ ଜୟନ୍ତୀର ଠିକ ପୂର୍ବରୁ ଉତର ପ୍ରଦେଶର ଏହି ଅଭୂତପୂର୍ବ ଉପଲବ୍ଧି ସମଗ୍ର ଦେଶକୁ ପ୍ରେରଣା ଦେବ। ସ୍ୱଚ୍ଛତା କ୍ଷେତ୍ରରେ ଆମର ନିରନ୍ତର ପ୍ରୟାସ ନାରୀ ଶକ୍ତିର ସମ୍ମାନ ସହିତ ଆମର ସମସ୍ତ ପରିବାରଜନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ।’’

Categories
ବିଶେଷ ଖବର

‘ସଂକଳ୍ପ ସପ୍ତାହ’ ନାମକ ଏକ ଅନନ୍ୟ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩୦, ୨୦୨୩ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ‘ସଂକଳ୍ପ ସପ୍ତାହ’ ନାମକ ଦେଶର ଆକାଂକ୍ଷୀ ବ୍ଲକଗୁଡ଼ିକ ପାଇଁ ଏକ ଅନନ୍ୟ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ (ଏବିପି)ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହ ‘ସଂକଳ୍ପ ସପ୍ତାହ’ ଜଡ଼ିତ। ଜାନୁଆରୀ ୭, ୨୦୨୩ରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନାଗରିକମାନଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ବ୍ଲକସ୍ତରରେ ପ୍ରଶାସନରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ। ଦେଶର ୩୨୯ଟି ଜିଲ୍ଲାର ୫୦୦ଟି ଆକାଂକ୍ଷୀ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି। ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଏବଂ ପ୍ରଭାବଶାଳୀ ବ୍ଲକ ବିକାଶ ରଣନୀତି ପ୍ରସ୍ତୁତ କରିବା ପାଇଁ ସମଗ୍ର ଦେଶରେ ଗ୍ରାମ ଓ ବ୍ଲକ୍ ସ୍ତରରେ ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା। ‘ସଂକଳ୍ପ ସପ୍ତାହ’ ହେଉଛି ଏହି ଚିନ୍ତନ ଶିବିରର ଏକ ସମାପ୍ତି।

ସମସ୍ତ ୫୦୦ ଆକାଂକ୍ଷୀ ବ୍ଲକରେ ‘ସଂକଳ୍ପ ସପ୍ତାହ’ ପାଳନ କରାଯିବ। ଅକ୍ଟୋବର ୩ରୁ ଅକ୍ଟୋବର ୯, ୨୦୨୩ ପର୍ଯ୍ୟନ୍ତ ପ୍ରତିଦିନ ‘ସଂକଳ୍ପ ସପ୍ତାହ’ରେ ଏକ ନିର୍ଦ୍ଦିଷ୍ଟ ବିକାଶ ବିଷୟବସ୍ତୁକୁ ସମର୍ପିତ କରାଯାଇଛି, ଯାହା ଉପରେ ସମସ୍ତ ଆକାଂକ୍ଷୀ ବ୍ଲକକାର୍ଯ୍ୟ କରିବେ। ପ୍ରଥମ ଛଅ ଦିନର ବିଷୟବସ୍ତୁ ଗୁଡ଼ିକ ହେଲା ‘ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ’, ‘ସୁପୋଷିତ ପରିବାର’, ‘ସ୍ୱଚ୍ଛତା’, ‘କୃଷି’, ‘ଶିକ୍ଷା’ ଏବଂ ‘ସମୃଦ୍ଧି ଦିବସ’। ସପ୍ତାହର ଶେଷ ଦିନ ଅର୍ଥାତ୍ ଅକ୍ଟୋବର ୯, ୨୦୨୩ ‘ସଂକଳ୍ପ ସପ୍ତାହ – ସମାବେଶ ସମାରୋହ’ ଭାବରେ ସମଗ୍ର ସପ୍ତାହରେ ହୋଇଥିବା କାର୍ଯ୍ୟର ଉତ୍ସବ ହେବ।

ଉଦଘାଟନୀ କାର୍ଯ୍ୟକ୍ରମରେ ଭାରତ ମଣ୍ଡପରେ ଦେଶର ପ୍ରାୟ ୩ ହଜାର ପଞ୍ଚାୟତ ଓ ବ୍ଲକସ୍ତରୀୟ ଜନପ୍ରତିନିଧି ଓ କର୍ମକର୍ତ୍ତା ଯୋଗଦେବେ। ଏଥିସହ ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା, କୃଷକ ଓ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିଙ୍କୁ ମିଶାଇ ପ୍ରାୟ ୨ ଲକ୍ଷ ଲୋକ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।